ଏଠି ଗୁମ୍ଫା ଭିତରେ ପୂଜା ପାଆନ୍ତି ମା ସମଲେଶ୍ୱରୀ ... ଏଠି ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ମାନଙ୍କ ବିରୋଧରେ କରୁଥିଲେ ଯୁଦ୍ଧ କୌଶଳ ପ୍ରସ୍ତୁତ। ଆଜି କିନ୍ତୁ ଏହି ଐତିହାସିକ ବାରବଖରା ତୀର୍ଥସ୍ଥଳୀ ଅବହେଳିତ। ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟ ତଥା ଅମ୍ବାଭୋନା ବ୍ଲକ କର୍ଲା ଗାଁ ନିକଟରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବାରବଖରା ଜଳପ୍ରପାତ । ବର୍ଷକୁ ଆଠ ମାସ ଏହି ଜଳପ୍ରପାତକୁ ଦେଶ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାରହଜାର ପର୍ଯ୍ୟଟକ, ଦର୍ଶକଙ୍କ ଭିଡ଼ ଲାଗି ରହେ । ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର ମନକୁ ଶାନ୍ତ କରିବା ପାଇଁ ଶିଶୁଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଯାଏ ସଭିଏଁ ଅତି ସହଜରେ ବାରବଖରା ତୀର୍ଥସ୍ଥଳୀ ପରିଦର୍ଶନ କରିଆସିଥାନ୍ତି । 2023 ମସିହାରେ ଡେବ୍ରିଗଡ଼ ଅଭୟାରଣ୍ୟ ତଟବର୍ତ୍ତୀ ଗାଁ ଲୋକଙ୍କ ଜୀବନ ଜୀବିକା ସହିତ ସେମାନଙ୍କ ଆର୍ଥିକ ବିକାଶ, ଅଭୟାରଣ୍ୟ ସୁରକ୍ଷା ଏବଂ ଐତିହାସିକ ବାରବଖରା ତୀର୍ଥସ୍ଥଳୀକୁ ବିଶ୍ବସ୍ତରୀୟ ମାନ୍ୟତା ପାଇଁ ନୂଆଁ ରୂପ ଢଙ୍ଗରେ ବିକାଶ କରିପା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପ୍ରୟାସ ଆରମ୍ଭ କରାଯାଇଥିଲା । ତାହା ଫାଇଲ ଭିତରେ ହଜିଯାଇଛି । ବିପଦଶୂନ୍ୟ ପାହାଡ଼ିଆ ରାସ୍ତା ଦେଇ ବାରବଖରା ଗୁମ୍ଫା ଓ ଜଳପ୍ରପାତକୁ ଯାତାୟତ କରିବା ପାଇଁ ପର୍ଯ୍ୟଟକ ଓ ଦର୍ଶକଙ୍କ ସ୍ବତନ୍ତ୍ର ଭାବେ ପାହାଡ଼ ଉପରେ ପାଦଚଳା ରାସ୍ତା ନିର୍ମାଣ ସହିତ ବାଡ଼ ଦିଆଯାଇଥିଲା ତାହା କେବେଠୁ ଭାଙ୍ଗିଗଲାଣି । ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଭାବେ ପାନୀୟଜଳ, ଟଏଲେଟ ଓ ଜଙ୍ଗଲକୁ ପ୍ଲାଷ୍ଟିକ, ପଲିଥିନ ମୁକ୍ତ କରିବା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ କିଛି ଫେଲ ମାରିଛି । ଆଉ ଏବେ ଏହି ଐତିହାସିକ ବାରବଖରା ଗୁମ୍ଫା ଓ ଜଳପ୍ରପାତ ଅଞ୍ଚଳରେ ଜମୁଛି ନିଶାଶକ୍ତ ଅସାମାଜିକ ଯୁବକଙ୍କ ଭିଡ଼ । ଯାହାକୁ ନେଇ ପର୍ଯ୍ୟଟକ, ଦର୍ଶକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

- ଦେଖ ହୋ ବରଗଡର ଅବସ୍ଥା .... #Railwayunderpass #Bargarhbhedenroad #Waterissue #Faildrainsystem #Bargarh ଦେଖ ହୋ ବରଗଡର ଅବସ୍ଥା .... #Railwayunderpass #Bargarhbhedenroad #Waterissue #Faildrainsystem #Bargarh1
- 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar1
- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।3
- ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l1
- ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।1
- ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବିପଦ ସଂକୁଳ ଅବସ୍ଥା ରେ ଏହି ପୋଲ, ହତା, ହତ ହେବା ସାଧାରଣ ଘଟଣା ପାଲଟି ଯାଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ତୀବ୍ର ଜନ ଅସନ୍ତୋଷ ବୃଦ୍ଧି। ରିପୋର୍ଟ, ବିଭୁ ପ୍ରସାଦ ଶତପଥି, ରାୟଗଡା4
- #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । #vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration1
- ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।। ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।1