ଫତେଗଡ ଥାନା ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତ ନିମପାଟଣା ଗ୍ରାମରେ ଦୁଃଖଦ ଘଟଣା। ପ୍ରଥମାଷ୍ଟମୀ ଦିନ ପୋଷାକ କିଣାକୁ ନେଇ ଯୁବକଙ୍କ ଆତ୍ମହତ୍ୟା ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ନିମପାଟଣା ଗ୍ରାମର ରମେଶ ବେହେରାଙ୍କ ବଡ଼ପୁଅ ଚିନ୍ମୟ ବେହେରା (୧୮) । ଚିନ୍ମୟ ନବମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ଅସାମାଜିକ ଯୁବକଙ୍କ ମିଶି ନିଶା ସେବନ କରୁଥିଲେ। ବାପା ମାଆ ବାରଣ କଲେ ମଧ୍ୟ ନିଶା ନିଶାରୁ ନିବୃତ ହେଉ ନଥିଲେ। କିଛି ମାସ ହେବ ଚିନ୍ମୟ ଜଣେ ଠିକାଦାରଙ୍କ ସହିତ ଭୁବନେଶ୍ବରରେ ରଙ୍ଗ କାମ କରୁଥିଲେ। ପ୍ରଥମାଷ୍ଟମୀ ଥିବାରୁ ଘରକୁ ଦୁଇଦିନ ତଳେ ଆସିଥିଲେ। ପ୍ରଥମାଷ୍ଟମୀ ଉପଲକ୍ଷେ ମାମୁଁ ଘର ଲୋକେ ନୂଆ ଡ୍ରେସ୍ କିଣିବାକୁ ଟଙ୍କା ଦେଇଥିଲେ। ବାପା ରମେଶ ବଡପୁଅ ଚିନ୍ମୟ ପାଇଁ ନୂଆଁ ପୋଷାକ କିଣିଥିଲେ। ହେଲେ ନୂଆ ଡ୍ରେସ୍ ଚିନ୍ମୟକୁ ପସନ୍ଦ ଆସିନଥିଲା। ସେଥିପାଇଁ ବାପା ପୁଅ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା଼ । ଚିନ୍ମୟ ଠିକାଦାରଙ୍କୁ ଫୋନ୍ କରି ହଜାର ଟଙ୍କା ଆଣି ନୂଆ ଡ୍ରେସ୍ କିଣି ଆଣିଥିଲେ। ବାପା କିଣି ଥିବା ଡ୍ରେସକୁ ମଝିଆ ଭାଇଙ୍କୁ ଦେଇଥିଲେ। ପ୍ରଥମାଷ୍ଟମୀ ଦିନ ପିଠାପଣା ଖାଇ ଅଷ୍ଟମୀ ପାଳନ କରିଥିଲେ଼ ସନ୍ଧ୍ୟା ସାଢେ଼ ସାତଟା ବେଳେ ଘର ଭିତରେ କବାଟ ଦେଇଥିଲେ । ପରିବାର ଲୋକେ କବାଟ ଭାଙ୍ଗି ଦେଖିଥିଲେ ପୁଅ ଚିନ୍ମୟ ବେକରେ ରଶି ଗାମୁଛା ଲଗାଇ ଝୁଲି ରହିଛନ୍ତି। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡକ୍ଟର ମୃତ୍ୟୁ ଘୋଷଣା କରିବା ସହ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡାଙ୍କୁ ସୂଚନା ଦେଇଥିଲେ। ଫତେଗଡ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଥିଲେ। ଆଜି ସକାଳୁ ଫତେଗଡ ଥାନାର ଏଏସଆଇ ଅକ୍ଷୟ କୁମାର ଗୁମାନ ସିଂ, ଏଏସଆଇ ଭାବଗ୍ରାହୀ ମଲ୍ଲିକ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବାପା ରମେଶ କହିଛନ୍ତି ପୁଅ ଅଧିକାଂଶ ସମୟରେ ନିଶା ସେବନ ଯୋଗୁଁ ଚିନ୍ତାଗ୍ରସ୍ତ ରହିବା ସହିତ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ଼।

- ଫତେଗଡ ଥାନା ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତ ନିମପାଟଣା ଗ୍ରାମରେ ଦୁଃଖଦ ଘଟଣା। ପ୍ରଥମାଷ୍ଟମୀ ଦିନ ପୋଷାକ କିଣାକୁ ନେଇ ଯୁବକଙ୍କ ଆତ୍ମହତ୍ୟା ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ନିମପାଟଣା ଗ୍ରାମର ରମେଶ ବେହେରାଙ୍କ ବଡ଼ପୁଅ ଚିନ୍ମୟ ବେହେରା (୧୮) । ଚିନ୍ମୟ ନବମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ଅସାମାଜିକ ଯୁବକଙ୍କ ମିଶି ନିଶା ସେବନ କରୁଥିଲେ। ବାପା ମାଆ ବାରଣ କଲେ ମଧ୍ୟ ନିଶା ନିଶାରୁ ନିବୃତ ହେଉ ନଥିଲେ। କିଛି ମାସ ହେବ ଚିନ୍ମୟ ଜଣେ ଠିକାଦାରଙ୍କ ସହିତ ଭୁବନେଶ୍ବରରେ ରଙ୍ଗ କାମ କରୁଥିଲେ। ପ୍ରଥମାଷ୍ଟମୀ ଥିବାରୁ ଘରକୁ ଦୁଇଦିନ ତଳେ ଆସିଥିଲେ। ପ୍ରଥମାଷ୍ଟମୀ ଉପଲକ୍ଷେ ମାମୁଁ ଘର ଲୋକେ ନୂଆ ଡ୍ରେସ୍ କିଣିବାକୁ ଟଙ୍କା ଦେଇଥିଲେ। ବାପା ରମେଶ ବଡପୁଅ ଚିନ୍ମୟ ପାଇଁ ନୂଆଁ ପୋଷାକ କିଣିଥିଲେ। ହେଲେ ନୂଆ ଡ୍ରେସ୍ ଚିନ୍ମୟକୁ ପସନ୍ଦ ଆସିନଥିଲା। ସେଥିପାଇଁ ବାପା ପୁଅ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା଼ । ଚିନ୍ମୟ ଠିକାଦାରଙ୍କୁ ଫୋନ୍ କରି ହଜାର ଟଙ୍କା ଆଣି ନୂଆ ଡ୍ରେସ୍ କିଣି ଆଣିଥିଲେ। ବାପା କିଣି ଥିବା ଡ୍ରେସକୁ ମଝିଆ ଭାଇଙ୍କୁ ଦେଇଥିଲେ। ପ୍ରଥମାଷ୍ଟମୀ ଦିନ ପିଠାପଣା ଖାଇ ଅଷ୍ଟମୀ ପାଳନ କରିଥିଲେ଼ ସନ୍ଧ୍ୟା ସାଢେ଼ ସାତଟା ବେଳେ ଘର ଭିତରେ କବାଟ ଦେଇଥିଲେ । ପରିବାର ଲୋକେ କବାଟ ଭାଙ୍ଗି ଦେଖିଥିଲେ ପୁଅ ଚିନ୍ମୟ ବେକରେ ରଶି ଗାମୁଛା ଲଗାଇ ଝୁଲି ରହିଛନ୍ତି। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡକ୍ଟର ମୃତ୍ୟୁ ଘୋଷଣା କରିବା ସହ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡାଙ୍କୁ ସୂଚନା ଦେଇଥିଲେ। ଫତେଗଡ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଥିଲେ। ଆଜି ସକାଳୁ ଫତେଗଡ ଥାନାର ଏଏସଆଇ ଅକ୍ଷୟ କୁମାର ଗୁମାନ ସିଂ, ଏଏସଆଇ ଭାବଗ୍ରାହୀ ମଲ୍ଲିକ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବାପା ରମେଶ କହିଛନ୍ତି ପୁଅ ଅଧିକାଂଶ ସମୟରେ ନିଶା ସେବନ ଯୋଗୁଁ ଚିନ୍ତାଗ୍ରସ୍ତ ରହିବା ସହିତ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ଼।1
- ରାମ ମନ୍ଦିର ଫତେଗଡ. ନୟାଗଡ. ମହାପ୍ରଭୁ ଶ୍ରୀରାମଲାଲା ଙ୍କ ଦର୍ଶନ କରନ୍ତୁ 🙏🙏🙏1
- ଫତେଗଡ ରାମ ମନ୍ଦିର || RAMA MANDIRA ||ରାମ ମନ୍ଦିର || ODISHA || PRANAM ODISHA ||1
- ଶ୍ରୀରାମ ମନ୍ଦିର, ଫତେଗଡ, ଜିଲ୍ଲା ନୟାଗଡ଼1
- ନୟାଗଡ଼ ଜିଲ୍ଲା ଫତେଗଡ ପୋଲିସକୁ ବଡ଼ ସଫଳତା। ଫତେଗଡ ପଞ୍ଚାୟତ ମଣିପୁର ଗ୍ରାମର ରୁପେଇ ଖଟେଇ ୧୩ କିଲୋ ଶହେ ଗ୍ରାମ ଗଞ୍ଜେଇ ଚାଲାଣ ବେଳେ ଗିରଫ। ଗଞ୍ଜେଇ ଚାଲାଣ କାରୀଙ୍କ ବୃଦ୍ଧି ମାନିବାକୁ ପଡିବ। ରାସ୍ତା ଘାଟରେ ପୋଲିସ କଡାକଡି ଭାବରେ ଗାଡ଼ି ଯାଞ୍ଚ କରୁଥିବାରୁ ଗଞ୍ଜେଇ ଚାଲାଣ କାରୀଙ୍କ ଅଭିନବ ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଗଞ୍ଜେଇ ଚାଲାଣ କାରୀ ଫୁଲବାଣୀ ଅଞ୍ଚଳରୁ ଦାମୀ ଗାଡ଼ିରେ ଗଞ୍ଜେଇ ନଆଣି ଲୁନା, ସ୍କୁଟିରେ ଅଳ୍ପ ଅଳ୍ପ ଆଣି ଗାଁ ଗହଳି ସମେତ ନୟାଗଡ଼ ଓ ଆଖପାଖ ପଡୋଶୀ ଜିଲ୍ଲାରେ ବିକ୍ରୀ କରିଥାନ୍ତି। ଗଞ୍ଜେଇ ଚାଲାଣକାରୀ ସବୁ ବେଳେ ଗଞ୍ଜେଇ ଚାଲାଣ କରିବା ପାଇଁ ଅଭିନବ ଉପାୟ ଆପଣେଇଥାନ୍ତି। କେତେବେଳେ ପରିବା ବୋଝେଇ ଗାଡି ତ କେତେବେଳେ ଆମ୍ବୁଲାନ୍ସ। ଏହିପରି ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଏଥର ମଧ୍ୟ ଫତେଗଡ ଥାନା ଅଞ୍ଚଳରେ ଏକ ଭିନ୍ନ ଉପାୟ ଆପଣେଇ ଥିଲେ ଗଞ୍ଜେଇ ଚାଲାଣକାରୀ। ମଣିପୁର ଗ୍ରାମର ରୁପେଇ ଖଟେଇ ଏକ ଲୁନା ଗାଡ଼ିରେ ଗାଁ ଗହଳିରେ ବୁଲି ପୁରୁଣା ଲୁହା, ପ୍ଲାଷ୍ଟିକ ଡବା, ଖାତା ବହି କବାଡିଆ ବେପାର କରନ୍ତି। ଅଖା ଭିତରେ ଗଞ୍ଜେଇ ଚାଲାଣ କରି ବିକ୍ରୀ କରିଥାନ୍ତି। ଶନିବାର ସକାଳୁ କୈାଣସି ସୂତ୍ରରୁ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡ଼ା ସୂଚନା ପାଇଁ ଏଏସଆଇ ଭାବଗ୍ରାହୀ ମଲ୍ଲିକ ଓ ପୋଲିସ କର୍ମଚାରୀ କଳାପଥର ଠାରୁ କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥ ରାସ୍ତା ମଣିପୁର ଛକରେ ଛକି ରହିଥିଲେ। ରୁପେଇ ଖଟେଇ ଏକ ଲୁନା ଗାଡ଼ିରେ ଭଙ୍ଗା ଟିଣ ଓ ଖାତା ବହି, ପ୍ଲାଷ୍ଟିକ ଡବା , ବୋତଲ ନେଇ ଯାଉଥିବା ବେଳେ ଅଟକ ରଖି ଅଖା ଭିତର ଯାଞ୍ଚ କରିଥିଲେ।। ସେଥରେ ଗଞ୍ଜେଇ ଥିବା ଜଣା ପଡିଥିଲା। ମୋଟ ୧୩ କିଲୋ ଶହେ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା।। ଏଥିସହ ପୋଲିସ ଲୁନାଗାଡି ସହ ଗଞ୍ଜେଇ ଜବତ କରିବା ସହ ରୁପେଇଙ୍କୁ ଅଟକ ରଖି ଅଧିକ ତଦନ୍ତ ଚାଲୁ ରଖିଛନ୍ତି। ରବିବାର କୋର୍ଟ ଚାଲାଣ କରାଯାଇଥିଲା ଥାନାଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି।କେସର ତଦନ୍ତ କରୁଛନ୍ତି ସବ୍ ଇନ୍ସପେକ୍ଟର ଅରୂପା ନନ୍ଦ ନାୟକ।1
- ଖଣ୍ଡପଡ଼ା ଏନଏସି ୧ ନଂ ୱାର୍ଡ଼ରେ ଥିବା ଟିଙ୍କଚୁଆ ପ୍ରାଥମିକ ବିଦ୍ୟାଳୟ ରେ ଆଜିପର୍ଯ୍ୟନ୍ତ ବିଜୁଳି ନାହିଁ l1
- Bhangila Sansara Jodiba Kie//Jatra Video//ଭାଙ୍ଗିଲା ସଂସାର ଯୋଡ଼ିବ କିଏ//ପଥୁରିଆ//ଖଣ୍ଡପଡ଼ା1
- Maa magala chtralaya ବଡମ୍ବା କଟକ 91246560931