ମାଲକାନଗିରିର ମାଲ୍ୟବନ୍ତ ହଷ୍ଟେଲ ପରିସରରେ ରବିବାର ଦିନ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଜିଲ୍ଲା ଶାଖା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୯ ବର୍ଷ ପରେ ବାଲାଟ୍ ପେପର୍ ମାଧ୍ୟମରେ ଅନୁଷ୍ଠିତ ଏହି ନିର୍ବାଚନରେ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସ୍ୱଚ୍ଛ ଓ ଗଣତାନ୍ତ୍ରିକ ନିର୍ବାଚନରେ ସଭାପତି ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ନିରଞ୍ଜନ ମହାପାତ୍ର ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୮ଟି ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ନବନିର୍ବାଚିତ କର୍ମକର୍ତ୍ତାଙ୍କ ମଧ୍ୟରେ କ୍ଷୀରୋଦ କୁମାର ମହାନ୍ତି ଉପସଭାପତି, ବିଜୟ ପାତ୍ର ସାଧାରଣ ସମ୍ପାଦକ ଏବଂ ଦୀପକ କୁମାର ନାୟକ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଶ୍ରୀମତୀ ମନ୍ଦାକିନୀ ପ୍ରଧାନ, ସମ୍ପଦ ସ୍ୱାଇଁ, ଅଜୟ ରାଉତ, ପ୍ରଶାନ୍ତ କୁମାର ନାୟକ ଏବଂ ବିଭୁଦତ୍ତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଶିକ୍ଷା ନିରୀକ୍ଷକ ଅଜେୟ କୁମାର ମିଶ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ରଥ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏନ୍. ରାଜେଶ, ଦିଲୀପ ଚୌଧୁରୀ ଓ ମୋହନ ମାଝୀ ସହଯୋଗ କରିଥିଲେ। ଏଥିସହ ସ୍ଥାନୀୟ ସ୍ତରରେ ମନୋଜ ମିଶ୍ର, ଉମା ପଟ୍ଟନାୟକ, ରମାକାନ୍ତ ବେହେରା, ଶ୍ରୀମତୀ ବୀରା ମାଢ଼ୀ ଓ ଲକ୍ଷ୍ମୀ ନାରାୟଣ ରଥ ଏହି ଭୋଟଗ୍ରହଣ ଓ ଗଣତି କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଏବଂ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ସଙ୍ଘର ସଦସ୍ୟମାନେ ସଫଳ ନିର୍ବାଚନକୁ ପ୍ରଶଂସା କରିବା ସହ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମାଲକାନଗିରିର ମାଲ୍ୟବନ୍ତ ହଷ୍ଟେଲ ପରିସରରେ ରବିବାର ଦିନ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଜିଲ୍ଲା ଶାଖା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୯ ବର୍ଷ ପରେ ବାଲାଟ୍ ପେପର୍ ମାଧ୍ୟମରେ ଅନୁଷ୍ଠିତ ଏହି ନିର୍ବାଚନରେ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସ୍ୱଚ୍ଛ ଓ ଗଣତାନ୍ତ୍ରିକ ନିର୍ବାଚନରେ ସଭାପତି ପଦବୀ ପାଇଁ
୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ନିରଞ୍ଜନ ମହାପାତ୍ର ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୮ଟି ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ନବନିର୍ବାଚିତ କର୍ମକର୍ତ୍ତାଙ୍କ ମଧ୍ୟରେ କ୍ଷୀରୋଦ କୁମାର ମହାନ୍ତି ଉପସଭାପତି, ବିଜୟ ପାତ୍ର ସାଧାରଣ ସମ୍ପାଦକ ଏବଂ ଦୀପକ କୁମାର ନାୟକ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଶ୍ରୀମତୀ ମନ୍ଦାକିନୀ ପ୍ରଧାନ, ସମ୍ପଦ
ସ୍ୱାଇଁ, ଅଜୟ ରାଉତ, ପ୍ରଶାନ୍ତ କୁମାର ନାୟକ ଏବଂ ବିଭୁଦତ୍ତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଶିକ୍ଷା ନିରୀକ୍ଷକ ଅଜେୟ କୁମାର ମିଶ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ରଥ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏନ୍. ରାଜେଶ, ଦିଲୀପ ଚୌଧୁରୀ ଓ ମୋହନ
ମାଝୀ ସହଯୋଗ କରିଥିଲେ। ଏଥିସହ ସ୍ଥାନୀୟ ସ୍ତରରେ ମନୋଜ ମିଶ୍ର, ଉମା ପଟ୍ଟନାୟକ, ରମାକାନ୍ତ ବେହେରା, ଶ୍ରୀମତୀ ବୀରା ମାଢ଼ୀ ଓ ଲକ୍ଷ୍ମୀ ନାରାୟଣ ରଥ ଏହି ଭୋଟଗ୍ରହଣ ଓ ଗଣତି କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଏବଂ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ସଙ୍ଘର ସଦସ୍ୟମାନେ ସଫଳ ନିର୍ବାଚନକୁ ପ୍ରଶଂସା କରିବା ସହ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
- କୋଟପାଡ଼ର ଢାମଣାହାଣ୍ଡି ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ଦିଲ୍ଲୀପ ବିଶୋଇଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ୩୦ ବର୍ଷ କାଳ ଦେଶ ସେବା କରି ଅବସର ଗ୍ରହଣ କରିବା ପରେ ନିଜ ଗ୍ରାମକୁ ଫେରିଥିବାରୁ ସେନା ଯବାନ୍ ଦିଲ୍ଲୀପ ବିଶୋଇଙ୍କୁ ସ୍ୱାଗତ କରିବା ପାଇଁ ଢାମଣାହାଣ୍ଡି ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଦେଶ ମାତୃକାର ସେବା ପାଇଁ ସୁବେଦାର ଦିଲ୍ଲୀପଙ୍କ ଏହି ସମର୍ପଣକୁ ସମ୍ମାନ ଜଣାଇ ଗ୍ରାମବାସୀମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ଏହି ଭଵ୍ୟ ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।1
- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଗତ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସ (LAMPS) କାର୍ଯ୍ୟାଳୟରେ ପହଞ୍ଚି ସେଠାକାର ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହଲ୍ଲା କରିବା ଅଭିଯୋଗରେ ଏହି ପ୍ରତିବାଦ ସଭା କରାଯାଇଛି। ବିଧାୟକ ଲେମ୍ପସ କର୍ମଚାରୀଙ୍କୁ ଚୋର କହିବା ଏବଂ ସଭାପତି ମଦ୍ୟପାନ କରିଛନ୍ତି କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ଘଟଣାକୁ ଉଭୟ ଦଳ ତୀବ୍ର ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବ୍ଲକ ସଭାପତି ପଦ୍ମ ସାଇ ମାଳି, ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା) ଓ ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରାଙ୍କ ସମେତ ଦୁଇ ଦଳର ବହୁ କର୍ମୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ପ୍ରଶ୍ନ କରିଛନ୍ତି ଯେ, କାହାର କପାଳରେ ସେ କେଉଁ ଦଳର ବୋଲି ଲେଖା ଅଛି କି, ଯେଉଁଥିପାଇଁ ବିଧାୟକ କଂଗ୍ରେସ ଓ ବିଜେଡି ଲୋକଙ୍କୁ ପ୍ରଥମେ ଏବଂ ବିଜେପି ଲୋକଙ୍କୁ ଶେଷରେ ସାର ଓ ଧାନ ଟୋକେନ ଦିଆଯାଉଥିବା ନେଇ ପାତରଅନ୍ତର ଅଭିଯୋଗ କରୁଛନ୍ତି? ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ମଧ୍ୟ ବିଧାୟକ ଗୌରୀ ମାଝୀଙ୍କୁ ଘେରି ସେ ସରକାରଙ୍କ ନିୟମ ଉପରେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାରୀ ଗାଇଡଲାଇନ ଅନୁସାରେ କ୍ୟୁଆର କୋଡ୍ ମାଧ୍ୟମରେ କ୍ୟାଶ୍ଲେସ୍ କାରବାର କରିବାକୁ ନିୟମ ଥିବାବେଳେ, ବିଧାୟକ ଲେମ୍ପସରେ ବସି ଡିଆରସିଏସ (DRCS) କୁ ଫୋନ ଯୋଗେ ନଗଦ (କ୍ୟାଶ୍) ପେମେଣ୍ଟ ପାଇଁ ଅନୁମତି ମାଗିବା କେତେଦୂର ସମୀଚୀନ? ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ଆଧାରରେ ଭାଗ ନକରିବାକୁ ଚେତାଇ ଦେଇଛନ୍ତି। ବିଧାୟକ ନିଜର ଏଭଳି ଆଚରଣ ପାଇଁ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଉଭୟ ଦଳ ଦୃଢ଼ ଦାବି କରିଛନ୍ତି।1
- ଡାବୁଗାଁ ବ୍ଲକ ବୋରିପଦର ଗ୍ରାମରେ ଏକ ଜଙ୍ଗଲୀ ଭାଲୁକୁ ନେଇ ତୀବ୍ର ଆତଙ୍କ ଖେଳିଯାଇଛି। ଏହି ଜଙ୍ଗଲୀ ଭାଲୁଟି ସିଧାସଳଖ ଗାଁ ମୁହାଁ ହୋଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।1
- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି।1
- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମରେ ଚାଲିଥିବା ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାମରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି ଏବଂ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଉ ନାହିଁ। ଏପରିକି ଭାଗବତ ଟୁଙ୍ଗିର ଯେଉଁ ଛାତ ପଡ଼ିଛି, ତାହା ସମ୍ପୂର୍ଣ୍ଣ ଅଙ୍କାବଙ୍କା ହୋଇଛି ଏବଂ ସେଥିରୁ ଗିଟିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। କାର୍ଯ୍ୟ ସମ୍ପାଦନରେ କୌଣସି ନିୟମିତ ନିରୀକ୍ଷଣ କରାଯାଉ ନଥିବାରୁ ଏବଂ ଅତି ତ୍ୱରିତ ଗତିରେ କାମ ଶେଷ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣମାନକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା କଥା କୁହାଯାଉଥିଲେ ସୁଦ୍ଧା ଏଠାରେ ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିତରେ, ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।4
- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ପଞ୍ଚାୟତ ସଦର ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ଗାଈ ଚରୁଆଳିଙ୍କ ମୃତ୍ୟୁ ଘଟିଛି। ସେ ନଦୀ ତଟକୁ ଗାଈ ଚରାଇବାକୁ ନେଇଥିବା ବେଳେ ଗାଈମାନଙ୍କୁ ନଦୀ ପାର କରାଇବା ସମୟରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହି ଦୁର୍ଘଟଣା ପରେ ଆଜି କୋଟପାଡ଼ ଅଗ୍ନିଶମ ବାହିନୀ ଏବଂ କୋଡୀଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଛନ୍ତି। ପରେ ପୋଲିସ ଶବ ବ୍ୟବଛେଦ ପ୍ରକ୍ରିୟା ପାଇଁ ମୃତଦେହକୁ ନବରଙ୍ଗପୁର ମେଡିକାଲକୁ ପଠାଇଛି।1