logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡାବୁଗାଁ ବ୍ଲକ ବୋରିପଦର ଗ୍ରାମରେ ଏକ ଜଙ୍ଗଲୀ ଭାଲୁକୁ ନେଇ ତୀବ୍ର ଆତଙ୍କ ଖେଳିଯାଇଛି। ଏହି ଜଙ୍ଗଲୀ ଭାଲୁଟି ସିଧାସଳଖ ଗାଁ ମୁହାଁ ହୋଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।

1 hr ago
user_MSP TV (Reporter:-MiHiR)
MSP TV (Reporter:-MiHiR)
ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
1 hr ago

ଡାବୁଗାଁ ବ୍ଲକ ବୋରିପଦର ଗ୍ରାମରେ ଏକ ଜଙ୍ଗଲୀ ଭାଲୁକୁ ନେଇ ତୀବ୍ର ଆତଙ୍କ ଖେଳିଯାଇଛି। ଏହି ଜଙ୍ଗଲୀ ଭାଲୁଟି ସିଧାସଳଖ ଗାଁ ମୁହାଁ ହୋଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।

More news from ଓଡ଼ିଶା and nearby areas
  • ଡାବୁଗାଁ ବ୍ଲକ ବୋରିପଦର ଗ୍ରାମରେ ଏକ ଜଙ୍ଗଲୀ ଭାଲୁକୁ ନେଇ ତୀବ୍ର ଆତଙ୍କ ଖେଳିଯାଇଛି। ଏହି ଜଙ୍ଗଲୀ ଭାଲୁଟି ସିଧାସଳଖ ଗାଁ ମୁହାଁ ହୋଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।
    1
    ଡାବୁଗାଁ ବ୍ଲକ ବୋରିପଦର ଗ୍ରାମରେ ଏକ ଜଙ୍ଗଲୀ ଭାଲୁକୁ ନେଇ ତୀବ୍ର ଆତଙ୍କ ଖେଳିଯାଇଛି। ଏହି ଜଙ୍ଗଲୀ ଭାଲୁଟି ସିଧାସଳଖ ଗାଁ ମୁହାଁ ହୋଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି।
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    1 hr ago
  • ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଗତ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସ (LAMPS) କାର୍ଯ୍ୟାଳୟରେ ପହଞ୍ଚି ସେଠାକାର ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହଲ୍ଲା କରିବା ଅଭିଯୋଗରେ ଏହି ପ୍ରତିବାଦ ସଭା କରାଯାଇଛି। ବିଧାୟକ ଲେମ୍ପସ କର୍ମଚାରୀଙ୍କୁ ଚୋର କହିବା ଏବଂ ସଭାପତି ମଦ୍ୟପାନ କରିଛନ୍ତି କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ଘଟଣାକୁ ଉଭୟ ଦଳ ତୀବ୍ର ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବ୍ଲକ ସଭାପତି ପଦ୍ମ ସାଇ ମାଳି, ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା) ଓ ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରାଙ୍କ ସମେତ ଦୁଇ ଦଳର ବହୁ କର୍ମୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ପ୍ରଶ୍ନ କରିଛନ୍ତି ଯେ, କାହାର କପାଳରେ ସେ କେଉଁ ଦଳର ବୋଲି ଲେଖା ଅଛି କି, ଯେଉଁଥିପାଇଁ ବିଧାୟକ କଂଗ୍ରେସ ଓ ବିଜେଡି ଲୋକଙ୍କୁ ପ୍ରଥମେ ଏବଂ ବିଜେପି ଲୋକଙ୍କୁ ଶେଷରେ ସାର ଓ ଧାନ ଟୋକେନ ଦିଆଯାଉଥିବା ନେଇ ପାତରଅନ୍ତର ଅଭିଯୋଗ କରୁଛନ୍ତି? ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ମଧ୍ୟ ବିଧାୟକ ଗୌରୀ ମାଝୀଙ୍କୁ ଘେରି ସେ ସରକାରଙ୍କ ନିୟମ ଉପରେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାରୀ ଗାଇଡଲାଇନ ଅନୁସାରେ କ୍ୟୁଆର କୋଡ୍ ମାଧ୍ୟମରେ କ୍ୟାଶ୍‌ଲେସ୍ କାରବାର କରିବାକୁ ନିୟମ ଥିବାବେଳେ, ବିଧାୟକ ଲେମ୍ପସରେ ବସି ଡିଆରସିଏସ (DRCS) କୁ ଫୋନ ଯୋଗେ ନଗଦ (କ୍ୟାଶ୍) ପେମେଣ୍ଟ ପାଇଁ ଅନୁମତି ମାଗିବା କେତେଦୂର ସମୀଚୀନ? ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ଆଧାରରେ ଭାଗ ନକରିବାକୁ ଚେତାଇ ଦେଇଛନ୍ତି। ବିଧାୟକ ନିଜର ଏଭଳି ଆଚରଣ ପାଇଁ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଉଭୟ ଦଳ ଦୃଢ଼ ଦାବି କରିଛନ୍ତି।
    1
    ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଗତ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସ (LAMPS) କାର୍ଯ୍ୟାଳୟରେ ପହଞ୍ଚି ସେଠାକାର ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହଲ୍ଲା କରିବା ଅଭିଯୋଗରେ ଏହି ପ୍ରତିବାଦ ସଭା କରାଯାଇଛି। ବିଧାୟକ ଲେମ୍ପସ କର୍ମଚାରୀଙ୍କୁ ଚୋର କହିବା ଏବଂ ସଭାପତି ମଦ୍ୟପାନ କରିଛନ୍ତି କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ଘଟଣାକୁ ଉଭୟ ଦଳ ତୀବ୍ର ନିନ୍ଦା କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବ୍ଲକ ସଭାପତି ପଦ୍ମ ସାଇ ମାଳି, ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା) ଓ ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରାଙ୍କ ସମେତ ଦୁଇ ଦଳର ବହୁ କର୍ମୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ପ୍ରଶ୍ନ କରିଛନ୍ତି ଯେ, କାହାର କପାଳରେ ସେ କେଉଁ ଦଳର ବୋଲି ଲେଖା ଅଛି କି, ଯେଉଁଥିପାଇଁ ବିଧାୟକ କଂଗ୍ରେସ ଓ ବିଜେଡି ଲୋକଙ୍କୁ ପ୍ରଥମେ ଏବଂ ବିଜେପି ଲୋକଙ୍କୁ ଶେଷରେ ସାର ଓ ଧାନ ଟୋକେନ ଦିଆଯାଉଥିବା ନେଇ ପାତରଅନ୍ତର ଅଭିଯୋଗ କରୁଛନ୍ତି?

ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ମଧ୍ୟ ବିଧାୟକ ଗୌରୀ ମାଝୀଙ୍କୁ ଘେରି ସେ ସରକାରଙ୍କ ନିୟମ ଉପରେ କି ବୋଲି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାରୀ ଗାଇଡଲାଇନ ଅନୁସାରେ କ୍ୟୁଆର କୋଡ୍ ମାଧ୍ୟମରେ କ୍ୟାଶ୍‌ଲେସ୍ କାରବାର କରିବାକୁ ନିୟମ ଥିବାବେଳେ, ବିଧାୟକ ଲେମ୍ପସରେ ବସି ଡିଆରସିଏସ (DRCS) କୁ ଫୋନ ଯୋଗେ ନଗଦ (କ୍ୟାଶ୍) ପେମେଣ୍ଟ ପାଇଁ ଅନୁମତି ମାଗିବା କେତେଦୂର ସମୀଚୀନ? ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ଆଧାରରେ ଭାଗ ନକରିବାକୁ ଚେତାଇ ଦେଇଛନ୍ତି। ବିଧାୟକ ନିଜର ଏଭଳି ଆଚରଣ ପାଇଁ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଉଭୟ ଦଳ ଦୃଢ଼ ଦାବି କରିଛନ୍ତି।
    user_Narendra Patra
    Narendra Patra
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    16 hrs ago
  • କୋଟପାଡ଼ର ଢାମଣାହାଣ୍ଡି ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ଦିଲ୍ଲୀପ ବିଶୋଇଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ୩୦ ବର୍ଷ କାଳ ଦେଶ ସେବା କରି ଅବସର ଗ୍ରହଣ କରିବା ପରେ ନିଜ ଗ୍ରାମକୁ ଫେରିଥିବାରୁ ସେନା ଯବାନ୍ ଦିଲ୍ଲୀପ ବିଶୋଇଙ୍କୁ ସ୍ୱାଗତ କରିବା ପାଇଁ ଢାମଣାହାଣ୍ଡି ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଦେଶ ମାତୃକାର ସେବା ପାଇଁ ସୁବେଦାର ଦିଲ୍ଲୀପଙ୍କ ଏହି ସମର୍ପଣକୁ ସମ୍ମାନ ଜଣାଇ ଗ୍ରାମବାସୀମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ଏହି ଭଵ୍ୟ ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
    1
    କୋଟପାଡ଼ର ଢାମଣାହାଣ୍ଡି ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ଦିଲ୍ଲୀପ ବିଶୋଇଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ୩୦ ବର୍ଷ କାଳ ଦେଶ ସେବା କରି ଅବସର ଗ୍ରହଣ କରିବା ପରେ ନିଜ ଗ୍ରାମକୁ ଫେରିଥିବାରୁ ସେନା ଯବାନ୍ ଦିଲ୍ଲୀପ ବିଶୋଇଙ୍କୁ ସ୍ୱାଗତ କରିବା ପାଇଁ ଢାମଣାହାଣ୍ଡି ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଦେଶ ମାତୃକାର ସେବା ପାଇଁ ସୁବେଦାର ଦିଲ୍ଲୀପଙ୍କ ଏହି ସମର୍ପଣକୁ ସମ୍ମାନ ଜଣାଇ ଗ୍ରାମବାସୀମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ଏହି ଭଵ୍ୟ ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମରେ ଚାଲିଥିବା ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାମରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି ଏବଂ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଉ ନାହିଁ। ଏପରିକି ଭାଗବତ ଟୁଙ୍ଗିର ଯେଉଁ ଛାତ ପଡ଼ିଛି, ତାହା ସମ୍ପୂର୍ଣ୍ଣ ଅଙ୍କାବଙ୍କା ହୋଇଛି ଏବଂ ସେଥିରୁ ଗିଟିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। କାର୍ଯ୍ୟ ସମ୍ପାଦନରେ କୌଣସି ନିୟମିତ ନିରୀକ୍ଷଣ କରାଯାଉ ନଥିବାରୁ ଏବଂ ଅତି ତ୍ୱରିତ ଗତିରେ କାମ ଶେଷ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣମାନକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା କଥା କୁହାଯାଉଥିଲେ ସୁଦ୍ଧା ଏଠାରେ ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିତରେ, ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
    4
    କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମରେ ଚାଲିଥିବା ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ନିର୍ମାଣ କାମରେ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଛି ଏବଂ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଉ ନାହିଁ। ଏପରିକି ଭାଗବତ ଟୁଙ୍ଗିର ଯେଉଁ ଛାତ ପଡ଼ିଛି, ତାହା ସମ୍ପୂର୍ଣ୍ଣ ଅଙ୍କାବଙ୍କା ହୋଇଛି ଏବଂ ସେଥିରୁ ଗିଟିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉଛି। କାର୍ଯ୍ୟ ସମ୍ପାଦନରେ କୌଣସି ନିୟମିତ ନିରୀକ୍ଷଣ କରାଯାଉ ନଥିବାରୁ ଏବଂ ଅତି ତ୍ୱରିତ ଗତିରେ କାମ ଶେଷ କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ଓ ଗୁଣମାନକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି।

ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା କଥା କୁହାଯାଉଥିଲେ ସୁଦ୍ଧା ଏଠାରେ ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିତରେ, ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory କୋକସରା, କଳାହାଣ୍ଡି, ଓଡ଼ିଶା•
    12 hrs ago
  • କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି।
    1
    କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି।
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    10 hrs ago
  • ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜଣେ ବାପାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୋଲିସ ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ୬ ଜଣ ନାବାଳିକା ଦାଦନ ଶ୍ରମିକଙ୍କ ସହ ୨ ଯୁବତୀ ଓ ଜଣେ ବାଳକଙ୍କୁ ସଫଳତାର ସହ ଉଦ୍ଧାର କରିଛି। କୋଷାଗୁମୁଡ଼ା ଥାନାରେ ୪ ଜଣ ନାବାଳିକାଙ୍କ ବାପା ଏକ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ବାଙ୍ଗି ମାଂଝୀଙ୍କ ନେତୃତ୍ୱରେ ପୋଲିସ ତୁରନ୍ତ ଏହି ଅପରେସନ ଆରମ୍ଭ କରିଥିଲା। ଉଦ୍ଧାର ହୋଇଥିବା ନାବାଳିକାମାନଙ୍କ ମଧ୍ୟରେ କୋଷାଗୁମୁଡ଼ା ଅଞ୍ଚଳର ୪ ଜଣ, ଉମରକୋଟ ଅଞ୍ଚଳର ଜଣେ ଏବଂ କୋଡ଼ିଙ୍ଗା ଅଞ୍ଚଳର ଜଣେ ରହିଛନ୍ତି। ଏହା ସହିତ କୋଡ଼ିଙ୍ଗା ଅଞ୍ଚଳର ଜଣେ ଓ ଉମରକୋଟର ଜଣେ ଯୁବତୀ ଏବଂ ଜଣେ ବାଳକଙ୍କୁ ମଧ୍ୟ ମାଲକାନଗିରି ସୀମାରୁ ପୋଲିସ ଉଦ୍ଧାର କରିଛି। ଏହି ସ୍ପେଶାଲ ଅପରେସନରେ କୋଷାଗୁମୁଡ଼ା ଥାନାଧିକାରୀ ଶ୍ରୀମତୀ ବାଙ୍ଗି, ଏସଆଇ ପର୍ଶୁରାମ ଛତ୍ରୀୟା ଏବଂ ଏଏସଆଇ ଭଗବତ ମାଝୀ ସାମିଲ ଥିଲେ। ପୋଲିସ ଏହି ଘଟଣାରେ ଥାନାରେ ୧୫୧/୨୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ଉଦ୍ଧାର ହେବା ପରେ ୬ ନାବାଳିକାଙ୍କର କୋଷାଗୁମୁଡ଼ା ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆଜି ନବରଙ୍ଗପୁର ସିଡବ୍ଲୁସି (CWC) କୁ ପଠାଯାଇଛି। ଏହି ନାବାଳିକା, ଯୁବତୀ ଓ ବାଳକଙ୍କୁ ଏକ ବୋଲେରୋ ଗାଡ଼ି (OD 33 P 1403) ଯୋଗେ କୋଡ଼ିଙ୍ଗା ଏବଂ ପାପଡାହାଣ୍ଡି ଅଞ୍ଚଳର ଦୁଇ ଜଣ ଡ୍ରାଇଭର ତ୍ରିପୁରା ଚାଲାଣ କରୁଥିଲେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ଉକ୍ତ ଦୁଇ ଜଣ ଡ୍ରାଇଭରଙ୍କୁ ଅଟକ ରଖି ଥାନାରେ ଅଧିକ ପଚରାଉଚରା ଜାରି ରଖିଥିବା ନେଇ ଥାନାଧିକାରୀ ଶ୍ରୀମତୀ ବାଙ୍ଗି ସୂଚନା ଦେଇଛନ୍ତି।
    1
    ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜଣେ ବାପାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୋଲିସ ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ୬ ଜଣ ନାବାଳିକା ଦାଦନ ଶ୍ରମିକଙ୍କ ସହ ୨ ଯୁବତୀ ଓ ଜଣେ ବାଳକଙ୍କୁ ସଫଳତାର ସହ ଉଦ୍ଧାର କରିଛି। କୋଷାଗୁମୁଡ଼ା ଥାନାରେ ୪ ଜଣ ନାବାଳିକାଙ୍କ ବାପା ଏକ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ବାଙ୍ଗି ମାଂଝୀଙ୍କ ନେତୃତ୍ୱରେ ପୋଲିସ ତୁରନ୍ତ ଏହି ଅପରେସନ ଆରମ୍ଭ କରିଥିଲା।

ଉଦ୍ଧାର ହୋଇଥିବା ନାବାଳିକାମାନଙ୍କ ମଧ୍ୟରେ କୋଷାଗୁମୁଡ଼ା ଅଞ୍ଚଳର ୪ ଜଣ, ଉମରକୋଟ ଅଞ୍ଚଳର ଜଣେ ଏବଂ କୋଡ଼ିଙ୍ଗା ଅଞ୍ଚଳର ଜଣେ ରହିଛନ୍ତି। ଏହା ସହିତ କୋଡ଼ିଙ୍ଗା ଅଞ୍ଚଳର ଜଣେ ଓ ଉମରକୋଟର ଜଣେ ଯୁବତୀ ଏବଂ ଜଣେ ବାଳକଙ୍କୁ ମଧ୍ୟ ମାଲକାନଗିରି ସୀମାରୁ ପୋଲିସ ଉଦ୍ଧାର କରିଛି। ଏହି ସ୍ପେଶାଲ ଅପରେସନରେ କୋଷାଗୁମୁଡ଼ା ଥାନାଧିକାରୀ ଶ୍ରୀମତୀ ବାଙ୍ଗି, ଏସଆଇ ପର୍ଶୁରାମ ଛତ୍ରୀୟା ଏବଂ ଏଏସଆଇ ଭଗବତ ମାଝୀ ସାମିଲ ଥିଲେ। ପୋଲିସ ଏହି ଘଟଣାରେ ଥାନାରେ ୧୫୧/୨୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ଉଦ୍ଧାର ହେବା ପରେ ୬ ନାବାଳିକାଙ୍କର କୋଷାଗୁମୁଡ଼ା ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆଜି ନବରଙ୍ଗପୁର ସିଡବ୍ଲୁସି (CWC) କୁ ପଠାଯାଇଛି।

ଏହି ନାବାଳିକା, ଯୁବତୀ ଓ ବାଳକଙ୍କୁ ଏକ ବୋଲେରୋ ଗାଡ଼ି (OD 33 P 1403) ଯୋଗେ କୋଡ଼ିଙ୍ଗା ଏବଂ ପାପଡାହାଣ୍ଡି ଅଞ୍ଚଳର ଦୁଇ ଜଣ ଡ୍ରାଇଭର ତ୍ରିପୁରା ଚାଲାଣ କରୁଥିଲେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ଉକ୍ତ ଦୁଇ ଜଣ ଡ୍ରାଇଭରଙ୍କୁ ଅଟକ ରଖି ଥାନାରେ ଅଧିକ ପଚରାଉଚରା ଜାରି ରଖିଥିବା ନେଇ ଥାନାଧିକାରୀ ଶ୍ରୀମତୀ ବାଙ୍ଗି ସୂଚନା ଦେଇଛନ୍ତି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    17 hrs ago
  • ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ପଞ୍ଚାୟତ ସଦର ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ଗାଈ ଚରୁଆଳିଙ୍କ ମୃତ୍ୟୁ ଘଟିଛି। ସେ ନଦୀ ତଟକୁ ଗାଈ ଚରାଇବାକୁ ନେଇଥିବା ବେଳେ ଗାଈମାନଙ୍କୁ ନଦୀ ପାର କରାଇବା ସମୟରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହି ଦୁର୍ଘଟଣା ପରେ ଆଜି କୋଟପାଡ଼ ଅଗ୍ନିଶମ ବାହିନୀ ଏବଂ କୋଡୀଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଛନ୍ତି। ପରେ ପୋଲିସ ଶବ ବ୍ୟବଛେଦ ପ୍ରକ୍ରିୟା ପାଇଁ ମୃତଦେହକୁ ନବରଙ୍ଗପୁର ମେଡିକାଲକୁ ପଠାଇଛି।
    1
    ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ପଞ୍ଚାୟତ ସଦର ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ଗାଈ ଚରୁଆଳିଙ୍କ ମୃତ୍ୟୁ ଘଟିଛି। ସେ ନଦୀ ତଟକୁ ଗାଈ ଚରାଇବାକୁ ନେଇଥିବା ବେଳେ ଗାଈମାନଙ୍କୁ ନଦୀ ପାର କରାଇବା ସମୟରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ।

ଏହି ଦୁର୍ଘଟଣା ପରେ ଆଜି କୋଟପାଡ଼ ଅଗ୍ନିଶମ ବାହିନୀ ଏବଂ କୋଡୀଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଛନ୍ତି। ପରେ ପୋଲିସ ଶବ ବ୍ୟବଛେଦ ପ୍ରକ୍ରିୟା ପାଇଁ ମୃତଦେହକୁ ନବରଙ୍ଗପୁର ମେଡିକାଲକୁ ପଠାଇଛି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.