ବାଲେଶ୍ୱର ପ୍ରିମିୟର ଲିଗର ପଞ୍ଚମ ଦିନର ପ୍ରଥମ ମ୍ୟାଚରେ ଡେକାନ ଓ୍ବାରିୟର୍ସ ବିଜୟୀ । ବାଲେଶ୍ୱର ୧୦/୩ () ସ୍ଥାନୀୟ ପରମିଟ ପଡ଼ିଆରେ ଚାଲିଥିବା ୧୩ତମ ବାଲେଶ୍ୱର ପ୍ରିମିୟର ଲିଗର ପଞ୍ଚମ ଦିନରେ ମଙ୍ଗଳବାର ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଶିବାଜୀ ଟାଇଟନ୍ସ ଓ ଡେକାନ ଓ୍ବାରିୟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶିବାଜୀ ଟାଇଟନ୍ସ ଟସରେ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ ଡେକାନ ଓ୍ବାରିୟର୍ସକୁ ବୋଲିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ଶିବାଜୀ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୬ ରନ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ବ୍ଯାଟର ଗୁରୁଦିପନ ଜେନା ୪୨ ବଲରୁ ୬୭ ରନର ଧୁଆଁଧାର ବ୍ୟାଟିଂ କରିଥିଲେ। ଡେକାନ ଓ୍ବାରିୟର୍ସର ବୋଲର ସର୍ବେଶ୍ୱର ମହାନ୍ତି ୪ ଓଭର ବୋଲିଂ କରି ୩୮ ରନ ଦେଇ ୨ଟି ଓ୍ବିକେଟ ନେଇଥିଲେ।୧୯୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଡେକାନ ଓ୍ବାରିୟର୍ସର ଦୁଇ ବ୍ଯାଟର କ୍ଷମସାଗର ବଳ ୨୮ ବଲରୁ ୭୭ ରନ ଏବଂ ସର୍ବେଶ୍ୱର ମହାନ୍ତି ୨୧ ବଲରୁ ୬୫ ରନର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଅତି ସହଜରେ ୭ ଓ୍ବିକେଟରେ ବିଜୟୀ କରାଇଥିଲେ। ଶିବାଜୀ ଟାଇଟନ୍ସର ବୋଲର ଜ୍ୟୋତିପ୍ରକାଶ ଦାସ ୩.୩ ଓଭର ବୋଲିଂ କରି ୪୧ରନ ବିନିମୟରେ ୨ଟି ଓ୍ବିକେଟ ନେଇଥିଲେ। ଡେକାନ ଓ୍ବାରିୟର୍ସର ଅଲରାଉଣ୍ଡର ସର୍ବେଶ୍ୱର ମହାନ୍ତି ମ୍ଯାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲେ।ସେହିପରି ସୋମବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଡେକାନ ଓ୍ବାରିୟର୍ସ ଓ ହାଇଲାଣ୍ଡ ହରିକେନ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଡେକାନ ଓ୍ବାରିୟର୍ସ ଟସରେ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଡେକାନ ଓ୍ବାରିୟର୍ସ ୧୮.୧ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲା।ଦଳ ପକ୍ଷରୁ କ୍ଷମାସାଗର ବଳ ୨୧ ବଲରୁ ସର୍ବାଧିକ ୩୨ ରନ ସଂଗ୍ରହ କରିଥିଲେ।ହାଇଲାଣ୍ଡ ହରିକେନ୍ସର ବୋଲର ମୁକେଶ କୁମାର ୪ ଓଭର ବୋଲିଂ କରି ୨୪ ରନ ବିନିମୟରେ ୩ଟି ଓ୍ବିକେଟ ନେଇଥିଲେ ।୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଲାଣ୍ଡ ହରିକେନ୍ସ ମୁକେଶ କୁମାରଙ୍କ ଅର୍ଦ୍ଧଶତକ ବଳରେ ୧୦ ଓଭରରେ ୧ ଓ୍ବିକେଟ ହରାଇ ଅତି ସହଜରେ ୯ ଓ୍ବିକେଟରେ ବିଜୟୀ ହୋଇଥିଲା । ମୁକେଶ କୁମାର ମ୍ଯାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲେ। ସମସ୍ତ ମ୍ୟାଚକୁ ରାଜେଶ ମହାପାତ୍ର, ଶାନ୍ତନୁ ଦାସ, କାର୍ତ୍ତିକ ସେଠୀ ଓ ସେକ ଅମଜିତ ପ୍ରମୁଖ ପରିଚାଳନା କରିଥିଲେ।

- ବାଲେଶ୍ବର ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।1
- ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ! ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର ଅନତି ଦୂରରେ ଘଟିଛି ଘଟଣା । ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଲେ, ମୃତ ଭିଣୋଇ ହେଉଛନ୍ତି ଜଳେଶ୍ୱର ଥାନା ରାଜପୁର ଗ୍ରାମର ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ସେପଟେ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗ୍ରାମରେ... #jaleswarnews #mahimatv #balasore #sisterinlaw #trainaccident #breakingnews1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ କାମରେ ଆସୁନାହିଁ ଭତ୍ତା ବିଭାଗ, ବାରମ୍ବାର ଆସି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ। କବାଟରେ ଝୁଲୁଛି ତାଲା। ତାଲା ଖୋଲିବା ପାଇଁ ନାହାଁନ୍ତି ଅଧିକାରୀ।2
- ଆଜିବି ବଞ୍ଚି ରହିଛି ଗୋପାଳ ଙ୍କ ବାଡ଼ିଖେଳ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବାସୁଦେବ ପୁର ଗ୍ରାମରେ1
- Post by MN.NEWS ODIA1
- *ପ୍ରେସ ବିଜ୍ଞପ୍ତି* ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବାରିପଦା, ୧୦/୦୩/୨୦୨୬: ଗର୍ଭାଶୟ କ୍ୟାନ୍ସର ସମ୍ପର୍କରେ ସଚେତନତାର ବାର୍ତ୍ତା ସାଇକଲିଂ ଯାତ୍ରା କରି ପ୍ରଚାର କରୁଛନ୍ତି ସମୀରା ଖାନ୍ । ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ସାଇକଲିଂ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ଅତିକ୍ରମ କରି ଆଜି ବାରିପଦାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ସମ୍ମୁଖରେ ଏ ସମ୍ପର୍କିତ ବୈଠକରେ ଯୋଗଦାନ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୀରା ଖାନ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏଭଳି ପ୍ରଚାର ଯାତ୍ରା ଜିଲ୍ଲାରେ ତଥା ବିଶେଷ ଭାବରେ ଗ୍ରାମାଞ୍ଚଳରେ ଗର୍ଭାଶୟ କ୍ୟାନ୍ସର ବିଷୟରେ ସଚେତନତା ବଢ଼ାଇବାରେ ସହାୟକ ହେବ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ପାଇଁ ପ୍ରେରିତ କରିବ ବୋଲି ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତି । ସେହିପରି ଏଡିପିଏଚଓ (ଭିବିଡି) ଡ଼ ବିଜୟ କୁମାର ଦାସ ସଠିକ୍ ସମୟରେ ସ୍କ୍ରିନିଂ ଓ ସଚେତନତା ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସରକୁ ପ୍ରତିରୋଧ କରିବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନ ୧୪ ବର୍ଷରୁ କମ୍ ସମସ୍ତ ବାଳିକାମାନଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚାଇଥିଲେ । ସମୀରା ଖାନଙ୍କ ଏହି ସାଇକଲିଂ ଯାତ୍ରା ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ଗର୍ଭାଶୟ କ୍ୟାନ୍ସର ବିରୋଧରେ ସଚେତନତା ବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଏଡିପିଏଚଓ (ଏଫ୍ଡବ୍ଲ୍ୟୁ) ଡ଼ ସୁନାନ୍ଦା ମିଶ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା , ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ଶୁଭାଶିଷ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ1
- କଥା କୁହା ସରକାର ଚାଷୀ ଙ୍କୁ କେବଳ ଦେଉଛନ୍ତି ଧୋକା ଭାଷଣ ଦେଇ ଗପ ମାରୀ ଚାଲିଚି ସରକାର ବୋଲି କହିଲେ ସାଧାରଣ ଜନତା1
- ତରାଜଙ୍ଗ ଗାଁରେ ବଧୂ ହତ୍ୟା ଅଭିଯୋଗ।୧୧ ବର୍ଷରେ ୧୧ ଦିନ ଖୁସିରେ ରହିଲା ନାହିଁ ଝିଅ।1