ଖଡିପଦା ମେଳଣ ରେ କଳାହାଣ୍ଡି ର କାଳବେରିଆ ଓ ଡୁମ୍ପା ନୃତ୍ୟ ସହିତ ନାଟକ କଟିକଟି ଡବଲ କଟି ହଜାର ହଜାର ଦର୍ଶକ ଏବଂ ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲା l ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ପୁରୀ ସଦର ସମଙ୍ଗ ଗ୍ରାମପଞ୍ଚାୟତ ର ଖଡ଼ିପଦା ଗ୍ରାମର ପଞ୍ଚୁ୍ଦୋଳ ମେଳଣ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ସନ୍ଧ୍ୟାରେ ବାବା ନୀଳକଣ୍ଠେଶ୍ଵର ଙ୍କ ସହିତ ପାଞ୍ଚ ମହାଦେବ ଏବଂ ନୂତନ ଭାବେ ମେଳଣ ରେ ଅଂଶଗ୍ରହଣ କରିଥିବା ବାବା ଯୋଡାଲିଙ୍ଗଙ୍କୁ ବିରାଟ ଶୋଭାଯାତ୍ରା ରେ ଗାଁ ରୁ ମେଳଣପଡିଆକୁ ନିଆଯାଇଥିଲା l ଏହି ଶୋଭାଯାତ୍ରା ରେ ଘଣ୍ଟଘଣ୍ଟା ମୃଦଙ୍ଗର ତାଳେତାଳେ ଶ୍ରଦ୍ଧାଳୁମାନେ ମହାଦେବ ମାନଙ୍କୁ ନେଉଥିବାବେଳେ ଏହି ଶୋଭାଯାତ୍ରା ରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଥିଲା କଳାହାଣ୍ଡି ରୁ ଆସିଥିବା ଲୋକନୃତ୍ୟ କାଳବେରିଆ ଓ ଡୁମ୍ପା ନୃତ୍ୟ l ଠାକୁରମାନେ ଦୋଳ ବେଦିରେ ପହଞ୍ଚିବା ପରେ ପାଞ୍ଚଦିନ ଧରି ଚାଲିଥିବା ନାଟକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ଖଡିପଦା ଯୁବକ ମାନଙ୍କ ଦ୍ୱାରା ଏବଂ ରାମକୃଷ୍ଣ ମହାପାତ୍ର ଙ୍କ ନିର୍ଦ୍ଧେଶିତ ନାଟକ " କଟିକଟି ଡବଲ କଟି " ପରିବେଷଣ କରାଯାଇଥିଲା l ଏହି ନାଟକ ମହୋତ୍ସବ କୁ ମୁଖ୍ୟ ଅତିଥିଭାବେ କବି, ଲେଖକ, ନାଟ୍ୟକାର ଏବଂ ଅଭିନେତା ବଦ୍ରି ନାରାୟଣ ମିଶ୍ର ଉଦଘାଟନ କରି କହିଥିଲେ ଯେ ଆଜି ଯାତ୍ରା ର ଅରୁଚିକର ନୃତ୍ୟ, ଦୃଶ୍ୟ ଓ ସଂଳାପ ଆମ ସମାଜକୁ କଳୁଷିତ କରୁଛି। ହେଲେ ବାଟ ହୁଡୁଥିବା ସମାଜ ରେ ସଂସ୍କାର ଆଣିବା ପାଇଁ, ରୁଚିକର ଯାତ୍ରା ଏକ ଆବଶ୍ୟକତା ବୋଲି କହିଥିଲେ । ଖଡ଼ିପଦା ମେଳନ ଅବସରରେ ମାଆ ଜାଗେଶ୍ଵରୀ ଯୁବକ ସଂଘ ଓ ଖଡ଼ିପଦା ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ଯାତ୍ରା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମିଶ୍ର, ଖଡ଼ିପଦା ଗ୍ରାମବାସୀ ଓ ଯୁବକ ସଂଘ ସହ ଯାତ୍ରା ମହୋତ୍ସବ ର ନେତୃତ୍ୱ ନେଉଥିବା ଓଡ଼ିଶା ର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଦିବାକର ପାତ୍ରଙ୍କ ପ୍ରୟାସ ର ପ୍ରଶଂସା କରିଥିଲେ। ପୁରୀ ବ୍ଲକ୍ ଚେୟାରମେନ ବାବୁ ପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦଘାଟନ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷା , ଇନ୍ସପେକ୍ଟର ସୁନୀଲ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ମାମିନା ଦାସ, ପ୍ରସନ୍ନ ମିଶ୍ର,ସରପଞ୍ଚ ମୀନା କୁମାରୀ ସାହୁ, ଗାଁ ସଭାପତି ଦେବେନ୍ଦ୍ର ମହାନ୍ତି,କ୍ଲବ ସଭାପତି ସୋମନାଥ ରାଉତ୍ ମଞ୍ଚାସୀନ ରହିଥିଲେ। ଓଡ଼ିଶା ରେ ଚଳିତ ବର୍ଷ ଶ୍ରେଷ୍ଠ ନାଟକ ରଂଗମହଲ ଗଣନାଟ୍ୟ ର କଟି କଟି ଡବଲ କଟି କୁ ମଞ୍ଚସ୍ଥ କରିଥିଲେ ଖଡ଼ିପଦା ର କଳାକାରମାନେ। ଏହି ଯାତ୍ରା ପରିଚାଳନା କରିଥିଲେ ବିଶିଷ୍ଟ ସଂଗଠକ ପୀତବାସ ନାୟକ ,ବାଲୁଙ୍କେଶ୍ଵର ସାହୁ ଓ କ୍ଲବ୍ ର ଯୁବପିଢି ବୃନ୍ଦ। ଆସନ୍ତା ଦିନରେ ମେଳନ ସହ ଯାତ୍ରା ମହୋତ୍ସବ ସମାପ୍ତ ହେବ ବୋଲି ବାଵୁ ପାତ୍ର ଜଣାଇଛନ୍ତି।
ଖଡିପଦା ମେଳଣ ରେ କଳାହାଣ୍ଡି ର କାଳବେରିଆ ଓ ଡୁମ୍ପା ନୃତ୍ୟ ସହିତ ନାଟକ କଟିକଟି ଡବଲ କଟି ହଜାର ହଜାର ଦର୍ଶକ ଏବଂ ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲା l ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ପୁରୀ ସଦର ସମଙ୍ଗ ଗ୍ରାମପଞ୍ଚାୟତ ର ଖଡ଼ିପଦା ଗ୍ରାମର ପଞ୍ଚୁ୍ଦୋଳ ମେଳଣ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ସନ୍ଧ୍ୟାରେ ବାବା ନୀଳକଣ୍ଠେଶ୍ଵର ଙ୍କ ସହିତ ପାଞ୍ଚ ମହାଦେବ ଏବଂ ନୂତନ ଭାବେ ମେଳଣ ରେ ଅଂଶଗ୍ରହଣ କରିଥିବା ବାବା ଯୋଡାଲିଙ୍ଗଙ୍କୁ ବିରାଟ ଶୋଭାଯାତ୍ରା ରେ ଗାଁ ରୁ ମେଳଣପଡିଆକୁ ନିଆଯାଇଥିଲା l ଏହି ଶୋଭାଯାତ୍ରା ରେ ଘଣ୍ଟଘଣ୍ଟା ମୃଦଙ୍ଗର ତାଳେତାଳେ ଶ୍ରଦ୍ଧାଳୁମାନେ ମହାଦେବ ମାନଙ୍କୁ ନେଉଥିବାବେଳେ ଏହି ଶୋଭାଯାତ୍ରା ରେ
ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଥିଲା କଳାହାଣ୍ଡି ରୁ ଆସିଥିବା ଲୋକନୃତ୍ୟ କାଳବେରିଆ ଓ ଡୁମ୍ପା ନୃତ୍ୟ l ଠାକୁରମାନେ ଦୋଳ ବେଦିରେ ପହଞ୍ଚିବା ପରେ ପାଞ୍ଚଦିନ ଧରି ଚାଲିଥିବା ନାଟକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ଖଡିପଦା ଯୁବକ ମାନଙ୍କ ଦ୍ୱାରା ଏବଂ ରାମକୃଷ୍ଣ ମହାପାତ୍ର ଙ୍କ ନିର୍ଦ୍ଧେଶିତ ନାଟକ " କଟିକଟି ଡବଲ କଟି " ପରିବେଷଣ କରାଯାଇଥିଲା l ଏହି ନାଟକ ମହୋତ୍ସବ କୁ ମୁଖ୍ୟ ଅତିଥିଭାବେ କବି, ଲେଖକ, ନାଟ୍ୟକାର ଏବଂ ଅଭିନେତା ବଦ୍ରି ନାରାୟଣ ମିଶ୍ର ଉଦଘାଟନ କରି କହିଥିଲେ ଯେ ଆଜି ଯାତ୍ରା ର ଅରୁଚିକର ନୃତ୍ୟ, ଦୃଶ୍ୟ ଓ ସଂଳାପ ଆମ
ସମାଜକୁ କଳୁଷିତ କରୁଛି। ହେଲେ ବାଟ ହୁଡୁଥିବା ସମାଜ ରେ ସଂସ୍କାର ଆଣିବା ପାଇଁ, ରୁଚିକର ଯାତ୍ରା ଏକ ଆବଶ୍ୟକତା ବୋଲି କହିଥିଲେ । ଖଡ଼ିପଦା ମେଳନ ଅବସରରେ ମାଆ ଜାଗେଶ୍ଵରୀ ଯୁବକ ସଂଘ ଓ ଖଡ଼ିପଦା ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ଯାତ୍ରା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମିଶ୍ର, ଖଡ଼ିପଦା ଗ୍ରାମବାସୀ ଓ ଯୁବକ ସଂଘ ସହ ଯାତ୍ରା ମହୋତ୍ସବ ର ନେତୃତ୍ୱ ନେଉଥିବା ଓଡ଼ିଶା ର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଦିବାକର ପାତ୍ରଙ୍କ ପ୍ରୟାସ ର ପ୍ରଶଂସା କରିଥିଲେ। ପୁରୀ ବ୍ଲକ୍ ଚେୟାରମେନ ବାବୁ ପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ
ର ଉଦଘାଟନ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷା , ଇନ୍ସପେକ୍ଟର ସୁନୀଲ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ମାମିନା ଦାସ, ପ୍ରସନ୍ନ ମିଶ୍ର,ସରପଞ୍ଚ ମୀନା କୁମାରୀ ସାହୁ, ଗାଁ ସଭାପତି ଦେବେନ୍ଦ୍ର ମହାନ୍ତି,କ୍ଲବ ସଭାପତି ସୋମନାଥ ରାଉତ୍ ମଞ୍ଚାସୀନ ରହିଥିଲେ। ଓଡ଼ିଶା ରେ ଚଳିତ ବର୍ଷ ଶ୍ରେଷ୍ଠ ନାଟକ ରଂଗମହଲ ଗଣନାଟ୍ୟ ର କଟି କଟି ଡବଲ କଟି କୁ ମଞ୍ଚସ୍ଥ କରିଥିଲେ ଖଡ଼ିପଦା ର କଳାକାରମାନେ। ଏହି ଯାତ୍ରା ପରିଚାଳନା କରିଥିଲେ ବିଶିଷ୍ଟ ସଂଗଠକ ପୀତବାସ ନାୟକ ,ବାଲୁଙ୍କେଶ୍ଵର ସାହୁ ଓ କ୍ଲବ୍ ର ଯୁବପିଢି ବୃନ୍ଦ। ଆସନ୍ତା ଦିନରେ ମେଳନ ସହ ଯାତ୍ରା ମହୋତ୍ସବ ସମାପ୍ତ ହେବ ବୋଲି ବାଵୁ ପାତ୍ର ଜଣାଇଛନ୍ତି।
- Post by Rajesh Samantaray1
- Post by Manoj kumar baliyarsingh4
- ଥାନା ଆଗରେ ମୃତଦେହ ରଖି ଧାରଣା ନିମାପଡ଼ା ପୋଲିସ୍ ର ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଡ଼ିହବାରୀର ଜଣଙ୍କୁ ଆଣିଥିଲା ପୋଲିସ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା ଆଜି ସକାଳେ ଗାଁ ପଡ଼ିଆର ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିବାରୁ ସନ୍ଦେହ ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ1
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l1
- Post by Gagan Bhoi1
- Post by NEWS MANORANJAN1
- Post by Manoj kumar baliyarsingh4