Shuru
Apke Nagar Ki App…
C
ARAKSHITA NAIK
C
More news from Sambalpur and nearby areas
- କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।1
- Post by Sandeep Barla1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।1
- କେଉଁଟିପାଲି ଗୋଲ୍ଡେନ ହିଲ୍ ପବ୍ଲିକ ସ୍କୁଲରେ ଵାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।1
- ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ଦେଉଳବେଡା ତେଲିସାହି ଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ତାଳଚେର :-ତାଳଚେର ପୌରାଞ୍ଚଳର ହାଣ୍ଡିଧୁଆ ସ୍ଥିତ ଦେଉଳବେଡା ତେଲିସାହି ମାଉସୀ ମା' ମନ୍ଦିର ପ୍ରାଗଣରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଭୂମି ପୁଜନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରୋଦ ପ୍ରଧାନଙ୍କ ସହ ଦେଉଳବେଡ଼ା ତେଲିସାହି ଗ୍ରାମ କମିଟି ସଭାପତି ନବକିଶୋର ସାହୁ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସମସ୍ତ ଜନସାଧାରଣ ସାମିଲ ହେବା ସହ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, କାଉନସିଲର ଲୀନା ସାହୁ, ଅନୀତା ବିଶ୍ୱାଳ, ବିଜେପି ଜ଼ିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ, ବିଭୁତି ସାହୁ, ପୂର୍ବତନ ଉପ ନଗରପାଳ ଶୁଫଳା ପୃଷ୍ଟି, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା ଓ ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବେନ୍ଦ୍ର ପ୍ରଧାନ ସୃତି ସଂସଦର ସଭାପତି ତୁଷାର କୁମାର ସାହୁ ଓ ସାଧାରଣ ସମ୍ପାଦକ ଜ୍ଞାନେସ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଭବ୍ୟ ଆୟୋଜନ ହେଇଥିଲା l ଡାକ୍ତର ଦେବେନ୍ଦ୍ର ପ୍ରଧାନ ତାଳଚେରରେ ତାଙ୍କର କର୍ମଭୂମି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଠାରୁ ମଧ୍ୟ ବିଜେପି ଦଳ ପାଇଁ ତାଙ୍କର କାର୍ଯ୍ୟ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l4
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।1
- Dhanu jatra BARGARD 2025-261
- ୨୬ରୁ ଘଣ୍ଟାଏ ରୋଗୀ ସେବା କରିବେନି ଡାକ୍ତର ଓମସା କୁଚିଣ୍ଡା ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କୁଚିଣ୍ଡା,୨୫।୧୨ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଡ଼ାକ୍ତରଖାନାରେ ଗୁରୁବାର ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଉପଖଣ୍ଡ ଓମସା(ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଧବାର ଉପଜିଲ୍ଲାପାଳ ସରୱନନ୍ ସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ପ୍ରଦତ୍ତ ପତ୍ରରେ ସେମାନେ ସୂଚିତ କରିଛନ୍ତି ପ୍ରାୟ ଦୁଇ ବର୍ଷ ହେବ ଓମସା ବିଭିନ୍ନ ଦାବି ଏବଂ ତୁରନ୍ତ ଏହାର ସମାଧାନ ପାଇଁ ନିରନ୍ତର ଭାବେ ଦାଵି କରି ଆସୁଛି।ହେଲେ ସରକାରରଙ୍କ ପକ୍ଷରୁ ଏଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରକାଶ ପାଇନାହିଁ। ଯେଉଁଥିପାଇଁ କି ଗତ ନଭେମ୍ବର ୨୦ରୁ ଡାକ୍ତରମାନେ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ କରି ଆସୁଛନ୍ତି।ତେଣୁ ବାଧ୍ୟହୋଇ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ରୁ ୧୧ଟା ପର୍ଯ୍ୟନ୍ତ ବହିର୍ଵିଭାଗ(ଓପିଡି)ରେ ଯୋଗ ଦେବେ ନାହିଁ।ଏଥିସହ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଲୋଚନ ଶବର ଦାବିପତ୍ର ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବା.ମନୋଜ କୁମାର ପଟେଲ,ଡ଼ା.ସୁଶାନ୍ତ କୁମାର ମିଶ୍ର,ଡ଼ା.ଚିତ୍ତରଞ୍ଜନ ଦାସ,ଡ଼ା.ଵିଜୟ କୁମାର ପ୍ରଧାନ,ଡ଼ା.ସୁଦୀପ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।3