ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ରେ ଗଏଁଠ୍ ପରିବାର ପକ୍ଷରୁ ଗତ ୧୪-୦୬-୨୦୨୬ ତାରିଖରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱ ରକ୍ତଦାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ରକ୍ତ ସଂଗ୍ରହ କାର୍ଯ୍ୟରେ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ଶିଲବନ୍ତି ଜୋଜୋ ଏବଂ ସ୍ୱାସ୍ଥ୍ୟକର୍ମୀ ଦଳ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀ, ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ସଙ୍ଗୀତା ସାହୁ, ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୫ ଜଣ କବି ଓ କବୟିତ୍ରୀ ଯୋଗଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଏଥିରେ ଅତିଥି ଭାବେ ବିଶିଷ୍ଟ କବି ଅଧ୍ୟାପକ ଶ୍ରୀକର ଭୋଇ, ଭବାନୀ ଶଙ୍କର ଭୋଇ, କବୟିତ୍ରୀ ରାଜଶ୍ରୀ ମେହେର, ମାଧୁରୀ ମିଶ୍ର, ନାଟ୍ୟକାର ଡ. ସୁବାସ ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ରାଜେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ବବନ ସିଂ, ଡ. ସଂଯୁକ୍ତା ହୋତା, ଶମ୍ଭୁ ମହାନ୍ତି, ଜେନାମଣି ସେଠ, ବିପ୍ଳବ ଅଗ୍ରୱାଲ, କୈଳାଶ ନାଏକ, ଠାକୁର ପ୍ରଧାନ, ସୁରେଶ ପଧାନ, ଅନୁରାଧା ପ୍ରସାଦ, ବସନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବର୍ଷାରାଣୀ ମେହେର, ସଞ୍ଜୟ ମହାରଣା ଓ ମାଳତୀ ଭଇଁଶାଲ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗଏଁଠ୍ ପରିବାରର ପ୍ରତିଷ୍ଠାତା ମନୋଜ ପଟେଲଙ୍କ ସମେତ ବର୍ଷାରାଣୀ ମେହେର, ନିରଞ୍ଜନ ପଟେଲ, ବୁଲବୁଲ୍ ମହାରଣା, ସବ୍ୟା ବିଶ୍ଵକର୍ମା, ବିବେକ ସୁନା, ନମିତା ପଟେଲ, କାହ୍ନା ଭୋଇ, ସରୋଜ ପଟେଲ, ଗଜାନନ ବନିଆ, ଗୌରୀ ରାଣା ପ୍ରମୁଖ ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

- ଝାରସୁଗୁଡ଼ା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ପକ୍ଷରୁ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବକ୍ତାମାନେ ଶ୍ରୀ ପଣ୍ଡାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ବର୍ଣ୍ଣନା କରିଥିଲେ, ଯିଏ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଅମର ହୋଇ ରହିଛନ୍ତି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରୀ, ତ୍ୟାଗୀ, ଦରଦୀ ବନ୍ଧୁ ତଥା ଜନନାୟକ ଭାବେ ଅଞ୍ଚଳରେ ଶହ ଶହ ଲୋକଙ୍କର ପ୍ରିୟପାତ୍ର ଥିଲେ। ତାଙ୍କ ଜୀବନ କାଳରେ ସେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ ଏବଂ ସମାଜସେବାକୁ ପାଥେୟ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ମିରର ଥିଏଟର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପୌର କାଉନସିଲର କହ୍ନେଇ ଚରଣ ସେଠ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଦେବୀ ପ୍ରସାଦ ମିଶ୍ର, ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ ଓ ବିନୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।4
- ଟେକ୍ସାସର ଲାରେଡୋ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ନିକଟରେ ଲୁପ୍ 20 ରାଜପଥରେ ଏକ ପ୍ରାଇଭେଟ୍ ନେଟ୍ଜେଟ୍ସ ସେସନା ସାଇଟେସନ୍ 680 ସୋଭରିନ୍ ବିଜନେସ୍ ଜେଟ୍ (reg. N523QS) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ସାନ୍ ହୋସେ ଡେଲ୍ କାବୋ, ମେକ୍ସିକୋରୁ ଉଡ଼ାଣ ଭରି ପ୍ରକୃତରେ ଅଷ୍ଟିନ୍, ଟେକ୍ସାସ ଯାଉଥିଲା, କିନ୍ତୁ ଲାରେଡୋ ଏୟାରପୋର୍ଟକୁ ଡାଇଭର୍ଟ ହେବା ପରେ ଫାଇନାଲ୍ ଆପ୍ରୋଚ୍ ସମୟରେ ରନ୍ୱେରୁ ମାତ୍ର ଦୁଇ ମାଇଲ୍ ଦୂରରେ କ୍ରାଶ୍ ହୋଇଥିଲା। ଲାରେଡୋ ପୋଲିସ୍ ଡିପାର୍ଟମେଣ୍ଟର ସୂଚନା ଅନୁଯାୟୀ, ବିମାନରେ ଛଅ ଜଣ ଲୋକ ସବାର ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି। ପୋଲିସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଲୁପ୍ 20 ରାଜପଥ ଅତି କମରେ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ।1
- ଜୁଗୀ ଯୁଗେନ୍ ଡ୍ୟାମ ବିରୋଧରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ସଭାରେ 'ଜମି, ଜଙ୍ଗଲ ଓ ଜୀବନ ବଞ୍ଚାଅ ଅଭିଯାନ' ଅନ୍ତର୍ଗତ ବିରୋଧ ପ୍ରଦର୍ଶନ କରାଯାଇଛି।1
- ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଠାରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ନ କରାଯିବା ପ୍ରତିବାଦରେ ଏକ ଜନମତ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱର ଉତ୍ତୋଳନ କରାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାରେ ଲୋକନାଥ ବାବାଙ୍କ ବିବାହ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେବ ନିମନ୍ତ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ପର୍ବରେ ବାବା ଲୋକନାଥଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିଲା।1
- ସୋନପୁର ଜିଲ୍ଲାରେ ଅନେକ ଯୋଗ୍ୟ ହିତାଧିକାରୀ ଏବେ ବି ଭଙ୍ଗା କୁଡ଼ିଆ ଘରେ ଜୀବନ ବିତାଉଛନ୍ତି। ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସେମାନେ ଏହାର ସୁଫଳ ପାଇପାରୁ ନାହାନ୍ତି।1
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପର୍କରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଏହି ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ଏହା ୧୯ତମ ଶୀତଳ ଷଷ୍ଠୀ ଉତ୍ସବ ହୋଇଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବ। ଏଥର ଉତ୍ସବରେ କନ୍ୟାପକ୍ଷ ଭାବେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ବରପକ୍ଷ ଭାବେ ସପତ୍ନୀକ ବୀଜାନୁ ନାୟକ ଦାୟିତ୍ୱ ନିର୍ବାହ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ ୧୭ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଭବ୍ୟ ନଗର ପରିକ୍ରମା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା କରାଯାଉଛି। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଆୟୋଜକ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ସାମ୍ବାଦିକ ସମ୍ମିଳନୀରେ ଗୌରୀଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର ଏବଂ ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏଥର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରିବାକୁ ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।1
- ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜଣାଇଛନ୍ତି ଯେ, ସ୍କୁଲ୍ ଏବଂ ପବ୍ଲିକ୍ ଏଜୁକେସନ୍ ଡିପାର୍ଟମେଣ୍ଟ ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟି ବିଷୟରେ ଅବଗତ ଅଛନ୍ତି। ଏହି ଭୁଲ୍ଗୁଡ଼ିକୁ ସୁଧାରି ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବା ପାଇଁ ସମସ୍ତ ସ୍କୁଲ୍କୁ ନିର୍ଦ୍ଦେଶ ଦିଆଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପାସିରା ଗ୍ରାମରେ ବାବା କପିଳେଶ୍ୱରଙ୍କ ବିବାହ ଉତ୍ସବ ପାଳନ କରାଯାଉଛି। ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ କନ୍ୟା ନିମନ୍ତ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା କପାସିରାରୁ ବାହାରି ନୂଆପଡ଼ା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା।1