ଝାରସୁଗୁଡ଼ା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ପକ୍ଷରୁ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବକ୍ତାମାନେ ଶ୍ରୀ ପଣ୍ଡାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ବର୍ଣ୍ଣନା କରିଥିଲେ, ଯିଏ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଅମର ହୋଇ ରହିଛନ୍ତି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରୀ, ତ୍ୟାଗୀ, ଦରଦୀ ବନ୍ଧୁ ତଥା ଜନନାୟକ ଭାବେ ଅଞ୍ଚଳରେ ଶହ ଶହ ଲୋକଙ୍କର ପ୍ରିୟପାତ୍ର ଥିଲେ। ତାଙ୍କ ଜୀବନ କାଳରେ ସେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ ଏବଂ ସମାଜସେବାକୁ ପାଥେୟ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ମିରର ଥିଏଟର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପୌର କାଉନସିଲର କହ୍ନେଇ ଚରଣ ସେଠ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଦେବୀ ପ୍ରସାଦ ମିଶ୍ର, ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ ଓ ବିନୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ପକ୍ଷରୁ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବକ୍ତାମାନେ ଶ୍ରୀ ପଣ୍ଡାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ବର୍ଣ୍ଣନା କରିଥିଲେ, ଯିଏ
ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଅମର ହୋଇ ରହିଛନ୍ତି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରୀ, ତ୍ୟାଗୀ, ଦରଦୀ ବନ୍ଧୁ ତଥା ଜନନାୟକ ଭାବେ ଅଞ୍ଚଳରେ ଶହ ଶହ ଲୋକଙ୍କର ପ୍ରିୟପାତ୍ର ଥିଲେ। ତାଙ୍କ ଜୀବନ କାଳରେ ସେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ
ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ ଏବଂ ସମାଜସେବାକୁ ପାଥେୟ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ମିରର ଥିଏଟର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପୌର କାଉନସିଲର କହ୍ନେଇ ଚରଣ
ସେଠ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଦେବୀ ପ୍ରସାଦ ମିଶ୍ର, ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ ଓ ବିନୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ନିକଟରେ ତା’ ୧୭.୦୬.୨୦୨୬ ରେ ସାଇ ହେଲ୍-ଥ କେୟାର ନାମକ ଏକ ନୂତନ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ର ବର୍ଷିୟାନ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଉଦଘାଟନୀ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା, ଯାହାର ଲାଭ ଅନେକ ଲୋକ ଉଠାଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ଏଠାରେ ସ୍ୱଳ୍ପ ମୂଲ୍ୟରେ ରୋଗୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ, ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏହା ସହିତ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।4
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପର୍କରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଏହି ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ଏହା ୧୯ତମ ଶୀତଳ ଷଷ୍ଠୀ ଉତ୍ସବ ହୋଇଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବ। ଏଥର ଉତ୍ସବରେ କନ୍ୟାପକ୍ଷ ଭାବେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ବରପକ୍ଷ ଭାବେ ସପତ୍ନୀକ ବୀଜାନୁ ନାୟକ ଦାୟିତ୍ୱ ନିର୍ବାହ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ ୧୭ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଭବ୍ୟ ନଗର ପରିକ୍ରମା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା କରାଯାଉଛି। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଆୟୋଜକ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ସାମ୍ବାଦିକ ସମ୍ମିଳନୀରେ ଗୌରୀଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର ଏବଂ ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏଥର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରିବାକୁ ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।1
- ଓଡ଼ିଶାରେ ୧୦ ଲକ୍ଷ ଟଙ୍କା ମୂଲ୍ୟର MGNREGA କାମରେ ବହୁତ ଅବହେଳା ହୋଇଥିବା ଅଭିଯୋଗ ହୋଇଛି।1
- ବରଗଡ଼ ଜିଲ୍ଲାର ବରପାଲିରେ ଚାଲିଥିବା ପ୍ରସିଦ୍ଧ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ମହତ୍ତ୍ଵପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ପରିପୂର୍ଣ୍ଣ ହୋଇଉଠିଥିଲା। ଶିବାଳୟରୁ ଭୈରବ ବାବାଙ୍କ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ନଗର ପରିକ୍ରମା କରିଥିଲା। ଏହି ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ, ଏବଂ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା। ଏହି ଶୋଭାଯାତ୍ରା ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ।1
- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମପଞ୍ଚାୟତର ନାଗ୍ରାବାହାଲ (ମଦନ ଢ଼ିପା)ରେ ରହୁଥିବା ୭୪ ବର୍ଷୀୟା ବୃଦ୍ଧା ବୈଦେହୀ ମିଞ୍ଜ ଏକ ଭଙ୍ଗାଦଦରା ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସରକାର ଗରିବ ଏବଂ ଅସହାୟଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଆବାସ ଯୋଜନାରେ ବୈଦେହୀ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି। ଗତ ଦଶ ବର୍ଷ ଧରି ସେ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଏବଂ ନେତାମାନଙ୍କୁ ବାରମ୍ବାର ଗୁହାରି, ଦରଖାସ୍ତ ଓ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ଘଟଣାଟି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି। ବୈଦେହୀଙ୍କ ପରିବାରରେ ପୂର୍ବରୁ ତାଙ୍କ ସ୍ୱାମୀ ଓ ଦୁଇ ପୁଅ ଥିଲେ। ପୁଅମାନଙ୍କ ବିବାହ ପରେ ଓ ପିଲାଛୁଆ ଜନ୍ମ ହେବା ପରେ ସେମାନେ ନିଜ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଅଲଗା ଅଲଗା ଘର କରି ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ବୈଦେହୀ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ତାଙ୍କୁ ଦେଖାଶୁଣା କରିବାକୁ କେହି ନାହାନ୍ତି ଏବଂ ଖରା, ବର୍ଷା, ଶୀତ ସବୁ ସମୟରେ ସେ ସେହି ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି, ଯାହା କେତେବେଳେ ବି ଭାଙ୍ଗିଯାଇପାରେ। ବୈଦେହୀଙ୍କୁ ସରକାରୀ ସହାୟତା ଭାବରେ କେବଳ ଗ୍ରାମପଞ୍ଚାୟତରୁ ମାସକୁ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ଏହି ଭତ୍ତା ଟଙ୍କାରେ ଘର ତିଆରି କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ବୈଦେହୀଙ୍କ ଘରକୁ ଉପଯୁକ୍ତ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କା ଘର ଯୋଗାଇ ଦେବାକୁ ଦାବି କରାଯାଉଛି।2
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଫାଟକ ନିକଟରେ ନୂତନ ସ୍ୱାସ୍ଥ୍ୟ ସେବା 'ସାଇ ହେଲ୍ଥ କେୟାର' (Sai Health Care) ଆରମ୍ଭ ହୋଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ୧୭ ତାରିଖରୁ ନିରନ୍ତର ଦିନରାତି ସବୁ ସମୟରେ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଛି।4
- ଝାରସୁଗୁଡ଼ା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ପକ୍ଷରୁ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବକ୍ତାମାନେ ଶ୍ରୀ ପଣ୍ଡାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ବର୍ଣ୍ଣନା କରିଥିଲେ, ଯିଏ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଅମର ହୋଇ ରହିଛନ୍ତି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରୀ, ତ୍ୟାଗୀ, ଦରଦୀ ବନ୍ଧୁ ତଥା ଜନନାୟକ ଭାବେ ଅଞ୍ଚଳରେ ଶହ ଶହ ଲୋକଙ୍କର ପ୍ରିୟପାତ୍ର ଥିଲେ। ତାଙ୍କ ଜୀବନ କାଳରେ ସେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ ଏବଂ ସମାଜସେବାକୁ ପାଥେୟ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ମିରର ଥିଏଟର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପୌର କାଉନସିଲର କହ୍ନେଇ ଚରଣ ସେଠ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଦେବୀ ପ୍ରସାଦ ମିଶ୍ର, ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ ଓ ବିନୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।4
- ଓଡ଼ିଶାରେ ନବ ନିର୍ମାଣ ସେବା ପାର୍ଟିର ରାଜ୍ୟ ସଭାପତି ସନ୍ତୋଷ କୁମାର ସାହୁ ଜଣେ ମହିଳାଙ୍କ ଦୋକାନରୁ ମହୁଲ ବିକ୍ରି କରିଥିବା ଟଙ୍କା ମାଡ଼ ମାରି ଲୁଟି ନେଇଥିବା ଅଭିଯୋଗ ହୋଇଛି।1