Shuru
Apke Nagar Ki App…
ସ୍ତ୍ରୀ କୁ ପିଟି ପିଟି ମାରିଦେଲା ସ୍ୱାମୀ ! ଅଭିଯୋଗ ଆଣିଲେ ମୃତକ ଭଉଣୀ
Local News Updates
ସ୍ତ୍ରୀ କୁ ପିଟି ପିଟି ମାରିଦେଲା ସ୍ୱାମୀ ! ଅଭିଯୋଗ ଆଣିଲେ ମୃତକ ଭଉଣୀ
More news from ଓଡ଼ିଶା and nearby areas
- ସ୍ତ୍ରୀ କୁ ପିଟି ପିଟି ମାରିଦେଲା ସ୍ୱାମୀ ! ଅଭିଯୋଗ ଆଣିଲେ ମୃତକ ଭଉଣୀ1
- ମୟୂରଭଞ୍ଜ ଖବର ର ପ୍ରଭାବ ପଲିଥିନ ତଳେ ବିତୁଛି ଅନେକ ପରିବାର ର ଜୀବନ ର ଖବର ପାଇ ଗାଁ କୁ ମନ୍ତ୍ରୀ ଙ୍କ ଗ୍ରସ୍ତ ଯୁଦ୍ଧକାଳୀନ ଭିତ୍ତିରେ ଘର ଯୋଗାଇ ଦେବାକୁ ଅଧିକାରୀ କୁ ନିର୍ଦ୍ଦେଶ ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ପଲିଥିନ ତଳେ ବିତୁଛି ଜୀବନ। ଅପହଞ୍ଚ ସରକାରୀ ଯୋଜନା । ସରକାରୀ ଘର ଖଣ୍ଡିଏ ନଥିବାରୁ ପଲିଥିନ ତଳେ ବିତୁଛି ଅନେକ ପରିବାର ର ଜୀବନ । ସରକାରୀ ସ୍ତରରେ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ସୁଧ୍ୟା କେହି ଶୁଣିନାହାନ୍ତି । ବାଧ୍ୟ ହୋଇ ପଲିଥିନ, ପାଲ,ଝୁମ୍ପୁଡି,ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ, ଅସ୍ବାସ୍ଥ୍ଯ କର ପରିବେଶ ରେ ରହୁଛନ୍ତି । ନା ଅଛି ଘର ର କାନ୍ଥ ନା ଅଛି ଛାତ ନା ମିଳିଛି ସରକାରୀ ସ୍ତରରେ କିଛି ସୁବିଧା । ବହୁତ କଷ୍ଟରେ ଶୀତ , ବର୍ଷା, ଖରା ରେ ଜୀବନ ବିତାଇବା ପାଇଁ ପଡୁଛି । ପିଲା ମାନେ ପାଠ ପଢିବା କୁ ଇଚ୍ଛା ଥିଲେ ମଧ୍ୟ ରାତିରେ ପାଠ ପଢି ପାରୁନାହାନ୍ତି । ସେହିପରି ଅନେକ ପରିବାରର ଲୋକେ ଭତ୍ତା ଓ ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ର ମାହାଲାସାହିରେ । ସରକାରୀ ଯୋଜନା ଗୁଡିକ ରୁ ଯେପରି ଉପଯୁକ୍ତ ହିତାଧିକାରୀ ବଞ୍ଚିତ ନ ହେବେ ସେଥିପାଇଁ ତୃଣମୂଳ ସ୍ତରରୁ ଉପଯୁକ୍ତ ହିତାଧିକାରୀ ଙ୍କୁ ଚୟନ କରାଯିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରୁ ପ୍ରଶାସନିକ କର୍ତ୍ତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଛି . ଏହା ସତ୍ତ୍ବେ ମଧ୍ୟ ବହୁ ଉପଯୁକ୍ତ ହିତାଧିକାରୀ ଏବେବି ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି . ଏହାକୁ ନେଇ ମୟୂରଭଞ୍ଜ ଖବର ରେ ଖବର ପ୍ରସାରିତ ପାଇଥିଲା । ତେବେ ଖବର ଜାଣିବା ମାତ୍ରେ ମୋରଡା ବିଧାୟକ ତଥା ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୟନୀୟ ଅବସ୍ଥାରେ ରହୁଥିବା ଦେଖି ମନ୍ତ୍ରୀ ପଳାଶମୁଣ୍ଡଳି ପଞ୍ଚାୟତ ଅଧିକାରୀ ଶ୍ରୀକୃଷ୍ଣ ଘୋଷ ଓ ଏଡିଓ ଇତିଶ୍ରୀ ପାଣିଗ୍ରାହୀ ଘୋଷ ଙ୍କ ଉପରେ ବର୍ଷିଥିଲେ । ବର୍ଷତମାମ ପଞ୍ଚାୟତ ରେ ଘୁରିବୁଲୁଛନ୍ତି କିନ୍ତୁ କୋଣସି ଅଧିକାରୀ ଙ୍କ ନଜର ନପଡିବା କୁ ନେଇ ବିରକ୍ତ ହେବା ସହ ତୁରନ୍ତ ସମସ୍ତ ଗରିବ ହିତାଧିକାରୀ ଙ୍କୁ ଘର , ଭତ୍ତା ଓ ରାସନ୍ କାର୍ଡ ଯୋଗାଇ ଦେବା କୁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଗାଁ ରେ ରହି ସମସ୍ତ ହିତାଧିକାରୀଙ୍କ କାଗଜପତ୍ର କୁ ଠିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ତେବେ ବାଉଁଶ ଘେରା କାନ୍ଥ ଓ ପୋଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ପରିବାର କୁ ଅଗ୍ରାଧିକାର ଦେଇ ତୁରନ୍ତ ଘର ଯୋଗାଇବା ସହିତ ମନ୍ତ୍ରୀ ଙ୍କ ଏକ ଟିମ୍ ଘର ନିର୍ମାଣ କରାଇ ଥଇଥାନ କରେଇବେ ମନ୍ତ୍ରୀ ବୋଲି ପ୍ରକାଶ କରିଛନ୍ତି । ଅନେକ ଗରିବ ଶ୍ରେଣୀର ଲୋକେ ନିଜେ ଗୃହ ନିର୍ମାଣ କରିବା ରେ ସକ୍ଷମ ହେଇ ପାରୁନଥିବା ରୁ ମନ୍ତ୍ରୀ ଗୃହ ନିର୍ମାଣ ର ଦାୟିତ୍ୱ ନେଇଛନ୍ତି । ତେବେ ମନ୍ତ୍ରୀ ଡଃ ମହାପାତ୍ର ଙ୍କ ଏହି ପ୍ରଚେଷ୍ଟା ଯୋଗୁଁ ଗାଁ ରେ ଖୁସି ର ଲହରୀ ଖେଳିଯାଇଛି । ଲୋକଙ୍କ ସରକାର ଲୋକଙ୍କ ପାଖକୁ ଆସିଛି ବୋଲି ଗ୍ରାମବାସୀ କହିବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ମୟୂରଭଞ୍ଜ ଖବର ରେ ଖବର ପ୍ରସାରିତ ଖବର ପରେ ଗାଁ ଦୁଃଖ ସମସ୍ତଙ୍କ ପାଖକୁ ପହଞ୍ଚିଥିଲା ବୋଲି ଗାଁ ମତ ପ୍ରକାଶ ପାଇଥିଲା । ଅପରପକ୍ଷରେ ସରକାର ଓ ପ୍ରଶାସନ ର ଆଢୁଆଳ ରେ ଦୀର୍ଘ ବର୍ଷ ଧରି ରହିଥିବା ଉକ୍ତ ଗାଁ ବିକାଶ ହେବ ବୋଲି ଗ୍ରାମବାସୀ ଆଶାବାଦୀ ହୋଇପଡ଼ିଛନ୍ତି । ମନ୍ତ୍ରୀ ଡଃ ମହାପାତ୍ର ଙ୍କ ସହିତ ବିଡିଓ ଅଣାକାର ନାୟକ, ବରିଷ୍ଠ ନେତା ପ୍ରଦୀପ ମହାନ୍ତି, ପରେଶ ମହାନ୍ତ, ସୁକୁଲୁ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ1
- ରାଉଲକେଲାରେ ମହାମହିମ ରାଷ୍ଟ୍ରପତିଙ୍କ ବହୁ ଲୋକାଭିମୁଖୀ ଯୋଜନାର ଶିଳlନ୍ୟାସ1
- ନାବାଳିକା ଝିଅକୁ ଉଦ୍ଧାର ପାଇଁ ବାପାର ଆକୁଳ ନିବେଦନ କାର ଜବତ କରି ଚୁପ୍ ବସିଛି ପୁଲିସ1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 21.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by MN.NEWS ODIA1
- Post by Khabar1
- ମୋରଡା -ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କାକବନ୍ଧ ଅନୁସୂଚିତ ଜାତି ଓ଼ ଜନଜାତି ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ବରଣ କରିଥିବା ପଞ୍ଚମ ଛାତ୍ରୀ ରୂପାଲୀ ବେଶ୍ରାଙ୍କ ପରିବାର ବର୍ଗକୁ ଭେଟିଛନ୍ତି ମୋରଡା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ନଳଗଜା ନୁଣଚାଟି ଗ୍ରାମରେ ଥିବା ରୂପାଲିଙ୍କ ଘରକୁ ଯାଇ ପିତାମାତା ଓ଼ ପରିବାର ଲୋକଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୩ଲକ୍ଷ ଟଙ୍କାର ସହାୟତା ରାଶିର ଚେକ ପୂର୍ବରୁ ପ୍ରଦାନ କରିଥିଲେ ମନ୍ତ୍ରୀ ମହାପାତ୍ର। ତେବେ ଆଜି ପୁଣି ଉକ୍ତ ପରିବାର ଙ୍କ ପାଖରେ ପହଞ୍ଚିଥିଲେ ମନ୍ତ୍ରୀ । ଉକ୍ତ ଘଟଣାରେ ଯଥାଶୀଘ୍ର ତଦନ୍ତ ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କଥା କହିବା ସହ ପରିବାର ଭଲ ମନ୍ଦ ବୁଝିଛନ୍ତି । ସବୁସମୟରେ ଉକ୍ତ ପରିବାର ସହିତ ଆମେ ଅଛୁ ଏବଂ ରହିବୁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେହିପରି ଏସଟି ଏସି ବିଭାଗ ପକ୍ଷରୁ ଆଉ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ମନ୍ତ୍ରୀ ଡଃ ମହାପାତ୍ର । ଉକ୍ତ ପରିବାର କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଭୟଭୀତ ନ ହୋଇ, କାହା ଚାପରେ ନ ଆସି ଭଲ ଭାବରେ କିପରି ରହିବ ସେ ନେଇ ଆମେ ତୋମ ସହ ଅଛୁ ଏବଂ ପ୍ରଶାସନ ମଧ୍ୟ ରହିଛି । ତେବେ ଉକ୍ତ ପରିବାର କୁ ମନ୍ତ୍ରୀ ଙ୍କ ସହିତ ବରିଷ୍ଠ ନେତା ପ୍ରଦୀପ ମହାନ୍ତି, ପରେଶ ମହାନ୍ତ, ସୁକୁଲୁ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ସୁରକ୍ଷା ଦୃଷ୍ଟିରୁ ଉକ୍ତ ପରିବାର ଘରେ ପୂର୍ବ ପୋଲିସ ମୁତୟନ ରହିଛନ୍ତି । ଅପରପକ୍ଷରେ ରାସଗୋବିନ୍ଦପୁର ଥାନା ରେ ମାମଲା ରୁଜୁ ହୋଇଥିବା ଅଭିଯୁକ୍ତ ଙ୍କ ଉପରେ ପୋଲିସ କେବେ ଓ କିପରି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଛି ।1