Shuru
Apke Nagar Ki App…
ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
Sonepur news khulasa
ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
More news from Sonepur and nearby areas
- ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar ଙ୍କୁ ବହୁତ ବହୁତ ଧନ୍ୟବାଦ।1
- *ଖବର ଆଜିର, ୨୯ ଜୁଲାଇ, ବୁଧବାର* ================= ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ। ଆଜି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ବିପଦ। କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଆଡକୁ ବଢୁଛି ବୈତରଣୀ ନଦୀ। ଭଦ୍ରକ ସହରର ରାସ୍ତାଘାଟ ଜଳମଗ୍ନ, ବୁଡ଼ିଗଲା ପରି ପରିସ୍ଥିତି। ଅବିରତ ବର୍ଷା ଫଳରେ ବୈତରଣୀ ନଦୀ ଦ୍ୱାରା ଯାଜପୁରରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମୟୁରଭଞ୍ଜରେ ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ। ୩୦ ଜିଲ୍ଲାର ସମ୍ପ୍ରସାରଣ ଅଧିକାରୀଙ୍କ ସମ୍ମିଳନୀ। ସରକାରୀ ଗାଡ଼ି, ଓପିଏସସି ନିଯୁକ୍ତି ଓ ସ୍ୱାସ୍ଥ୍ୟ ବୀମା ବାବଦରେ ବ୍ୟାପକ ଆଲୋଚନା କଲେ। ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ବୋଲି ଅଭିଯାଗ। ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସମ୍ବଲପୁର ଓ ମୟୁରଭଞ୍ଜରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେରଳରେ କାମ କରୁଥିବା କନ୍ଧମାଳର ୩୪ ବର୍ଷୀୟ ଦାଦନ ଶ୍ରମିକ ସାଗର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଅକାଳ ମୃତ୍ୟୁ। ବି.ଏଡ୍ରେ ନାମ ଲେଖାଇଥିଲେ ପାରଳାଖେମୁଣ୍ଡିର ମୁନା ନାୟକ। ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୧୭ ବଉଳା କୁମ୍ଭୀର ବସା ଚିହ୍ନଟ। କଟକ ଆଠଗଡରେ ୨୦୧୯ ରେ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାରେ ଅଦାଲତ ପ୍ରକାଶ ପ୍ରଧାନଙ୍କୁ ୮ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜରିମାନା କରିଛନ୍ତି। କଟକ ମାହାଙ୍ଗା ଗୋବରୀ ନଦୀରେ ବୁଲୁଛି କୁମ୍ଭୀର, କରିସାରିଲାଣି ଅନେକ ଶିକାର। ଯାଜପୁର ବରମୁଣ୍ଡ ଅଣ୍ଡାଛକ ନିକଟସ୍ଥ ଯମୁନା ନାଳରେ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ଚାରି ବର୍ଷ ପରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ। ମୟୂରଭଞ୍ଜରୁ ଚୋରି, ବାଲେଶ୍ବରରେ ବିକ୍ରି। ନୀଳଗିରିରୁ ଗହଣା ଦୋକାନୀଙ୍କ ସମେତ ୫ଗିରଫ। ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଚକେଇସିଆଣି ରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ। ଆନ୍ଧ୍ରରେ କରୋନା ଭୁତାଣୁ ଚିହ୍ନଟ ପରେ ରାୟଗଡାରେ ଭୟର ବାତାବରଣ। ସୀମାରେ ପ୍ରତିବନ୍ଧକ ପାଇଁ ଦାବୀ। ଦିଲ୍ଲୀରେ ମହିଳାଙ୍କୁ ପ୍ରତି ମାସରେ ବିଜେପି ସରକାର ଦେବେ ୨୫୦୦ ଟଙ୍କା। ଉତ୍ତରାଖଣ୍ଡ ରେ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍ ରୋଡ୍। ୧୭ ଦିନ ପୂର୍ବରୁ ଉଦଘାଟନ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଭୁଲରେ ହଟାଇ ଦେଇଥିଲା ମେଟା। ଦିଲ୍ଲୀରେ କକ୍ରୋଚ ଆନ୍ଦୋଳନ ସହ ଜଡ଼ିତ କିଛି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ, ଧମକ ମିଳୁଛି ବୋଲି ଅଭିଯୋଗ। ଦିଲ୍ଲୀ ଟ୍ୟାକ୍ସି ପରିବହନ ସଂଘ ପକ୍ଷରୁ ଇ-୨୦ ପେଟ୍ରୋଲ ନୀତି ବିରୋଧରେ ଅଗଷ୍ଟ ୪ରେ ସଂସଦ ଭବନ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରା କରାଯିବ। ଆମେରିକା ଚାପରେ ପଡି, ବାଧ୍ୟ ହୋଇ ଭାରତ ୨୫% ଏଲପିଜି କିଣିବ ଆମେରିକାରୁ। ଜାପାନରେ ଶକ୍ତିଶାଳୀ ୭.୧ ଭୂକମ୍ପ,ସୁନାମି ଚେତାବନୀ ଜାରି। କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରୁ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପାଇଥିଲା, ପୁଣି ଆଉ ୨ଟି ପଦକ ପାଇଛି। ଦୌଡ଼କୁଦ ପ୍ରଥମ ଦିନରେ ୩ ଜଣ ଭାରତୀୟ ଆଥ୍ଲେଟ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ତିନି ବକ୍ସିଂ ପ୍ରତିଯୋଗୀ ଅଙ୍କୁଶ ପାଙ୍ଘଲ, ସଚିନ ସିୱାଚ୍ ଓ ସାକ୍ଷୀ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଈଶା ସିଂହ ଆଇଏସ୍ଏସ୍ଏଫ୍ ସୁଟିଂ ବିଶ୍ବକପ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗତବର୍ଷ ଏଇ ସମୟରେ ସ୍କୁଲ ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇ-କାର୍ଡ ପକେଇବେ ବୋଲି ସମସ୍ତ ଜିଲ୍ଲାକୁ ଚିଠି ଲେଖିଥିଲେ ଶିକ୍ଷା ବିଭାଗ। 'ରାଜ୍ୟ ପଞ୍ଚାୟତ ପୁରସ୍କାର' ପର୍ବ ଆରମ୍ଭ ହୋଇଥିଲା। ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ବୟାନ ବଦଳାଇ ଥିଲେ ୮୦ ଛାତ୍ରଛାତ୍ରୀ। ମହିଳା ଚେସ୍ ବିଶ୍ୱ କପ୍ ଜିତିବାରେ ଦିବ୍ୟା ଦେଶମୁଖ ହୋଇଥିଲେ ପ୍ରଥମ ଭାରତୀୟ ମହିଳା। ================= ଆଜି ବିଶ୍ୱ ବାଘ ଦିବସ ଆଜି ଜନ୍ମଦିନ: ଜେଆରଡି ଟାଟା, ଅନୁପ ଜଲୋଟା, ସଞ୍ଜୟ ଦତ୍ତ, ହର୍ଷଦ ମେହେଟା ଆଜି ତିରୋଧାନ: ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଅରୁଣା ଆସଫ ଅଲି, ଜନି ୱାକର ଇତିହାସରେ ଆଜି: (୧୯୫୮) ନାସା ପ୍ରତିଷ୍ଠା ହେଲା/ (୧୯୮୧) ପ୍ରିନ୍ସ ଚାର୍ଲସ ଓ ଡାଏନାଙ୍କ ବିବାହ ଅନୁଷ୍ଠିତ/ (୨୦୧୫) ମାଇକ୍ରୋସଫ୍ଟ ଦ୍ୱାରା ୱିଣ୍ଡୋସ 10 ଲଞ୍ଚ ହେଲା/ (୧୯୫୭) ଅନ୍ତର୍ଜାତୀୟ ଆଣବିକ ସଂସ୍ଥା ପ୍ରତିଷ୍ଠା ହେଲା/ (୨୦୦୬) ସାଙ୍ଗାକାରା ଓ ମାହେଲାଙ୍କ ୬୨୪ ରନ/ (୧୯୮୦) ମସ୍କୋ ଅଲିମ୍ପିକରେ ଭାରତ ହକି ସ୍ୱର୍ଣ୍ଣପଦକ ଜିତିଲା ================ ଗଛଟିଏ ଲଗାନ୍ତୁ 🙏1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମର ହାଇସ୍କୁଲ ସମ୍ମୁଖ ରେ ଥିବା ନଳକୂପ ଟି ଏବେ ପାଣି ଘେରା ଭିତରେ ରହିଛି। ଏହା ସହିତ ଘାସ ଲଟା ସବୁ ଲାଗି ଅପରିଷ୍କାର ହୋଇ ପଡ଼ିଛି। ଏହାକୁ ସଫା କରିବାକୁ ସାଧାରଣ ରେ ଦାବୀ ହେଉଛି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l1
- ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି1
- ଲଗାଣ ବର୍ଷା ଜନିତ ପରିସ୍ଥିତି ଓ ମହାନଦୀ ଜଳ ସ୍ତର ଅନୁଧ୍ୟାନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାରେ ଗତ କାଲିଠାରୁ ଲଗାଣ ବର୍ଷା ହେଉଥିବାରୁ ବହୁ ଅଞ୍ଚଳରେ ପାଣି ଜମିଯାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ବୌଦ୍ଧ ଜିଲ୍ଲାପାଳ ନିଜେ ମହାନଦୀକୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେ ତଳଗାଁ ରାସ୍ତାରେ କରଡ଼ି, ମଥୁରା, ରାଧାନଗର ଇତ୍ୟାଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ନଦୀକୂଳ ଅଞ୍ଚଳର ଲୋକମାନେ ନଦୀରେ କୁମ୍ଭୀର ଥିବା ବିଷୟ ଉଲ୍ଲେଖ କରିବା ପରେ ଜିଲ୍ଲାପାଳ ବନ ବିଭାଗକୁ ସତର୍କ ରହିବା ଏବଂ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ନଦୀକୁ ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଯିବାକୁ ସେମାନଙ୍କୁ ବୁଝାଇଥିଲେ l ଇରିଗେସନ କଲୋନି ନିକଟସ୍ଥ ନଦୀ ବନ୍ୟା ମାପ ଯନ୍ତ୍ରକୁ ମଧ୍ୟ ପରିଦର୍ଶନ କରି ଯନ୍ତ୍ରୀମାନଙ୍କୁ ନିୟମିତ ଭାବେ ଜଳସ୍ତର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ସନ୍ଧ୍ୟାରେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ଯେଉଁଠି ଘର ଭାଙ୍ଗିଯାଇଛି ସେଠାର ଲୋକମାନଙ୍କୁ ତତ୍କ୍ଷଣାତ ନିକଟସ୍ଥ ସ୍କୁଲରେ ଥଇଥାନ କରି ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ନଦୀରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଏହି ସମୟରେ ନଯିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୨୪x୭ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିବା ପରିସ୍ଥିତିରେ ପୋଲିସ ଏବଂ ଚିକିତ୍ସା ବାହିନୀ ସବୁବେଳେ ସତର୍କ ରହିବେ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ତୁରନ୍ତ ରାସ୍ତା ସଫା କରିବେ l ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଆପାଦ କାଳୀନ ପରିସ୍ଥିତିରେ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି l ଜରୁରୀ ଆବଶ୍ୟକତା ପଡ଼ିଲେ ଜନସାଧାରଣ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ୦୬୮୪୧-୨୨୨୦୨୩ କିମ୍ବା ମୋବାଇଲ୍ ୭୩୨୮୦୫୩୧୧୩ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ନ ୯୪୩୯୯୯୦୯୯୬ ଟିପିଏସଓଡିଏଲ୍ ନ୯୪୩୭୯୫୯୯୦୫ ବୌଦ୍ଧଗଡ଼ ଏନ୍ଏସି ନ ୮୦୯୩୮୦୨୪୫୪, ତହସିଲ କଣ୍ଟ୍ରୋଲ ରୁମ୍ ବୌଦ୍ଧ ନ ୯୩୩୭୫୧୧୫୬୪ ହରଭଙ୍ଗା ନ ୭୦୦୮୦୩୩୦୩୫ ଓ କଣ୍ଟାମାଳ ନ ୭୯୯୧୦୦୫୮୪୪ ଏବଂ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ କକ୍ଷ ନମ୍ବର ୬୩୭୦୫୦୩୭୫୯ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।2
- ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି - ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ - ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।1
- ସୁବର୍ଣ୍ଣପୁର ଜିଲ୍ଲା ରେ ଲଗାଣ ବର୍ଷା କୁ ଦୃଷ୍ଟି ଦେଇ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ଏବଂ ଅଙ୍ଗନୱାଡି କେନ୍ଦ୍ର କୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଫଳରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣିଆଁ ଫାଣ୍ଡି ସାହାଜବାହାଲ କେନାଲରୁ ଭାସୁଥିବା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର ଗାଧୋଇବାକୁ ଆସି କେନାଲ ପାଣିରେ ବୁଡି ଯୁବକ ମୃତ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣିଆଁ ଫାଣ୍ଡି ସାହାଜବାହାଲ କେନାଲରେ ଜଣେ ବ୍ୟକ୍ତି ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲି l ପରେ ବିନିକା ପୋଲିସକୁ ଖବର ଦେବାପରେ ଗନିଆ ଫାଣ୍ଡି ପୋଲିଅ ଘଟଣା ସ୍ଥଳରେ ପହଞ୍ଚିଥିଲା l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗନିଆ ଗ୍ରାମର କୈବଳ ଭୁଏ ବୋଲି ଜଣାପଡିଥିଲା l କୈବଲ ଗତକାଲି ସନ୍ଧ୍ୟା ସମୟରେ କେନାଲକୁ ଗାଧୋଇ ଆସିବା ପରେ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ଆଖ ପାଖ ଅଞ୍ଚଲରେ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ l ଆଜି ସାହାଯବାହାଲ କେନାଲ ପାଣିରେ ଭାସୁଥିବା ପରିବାର ଲୋକେ ଜାଣିବା ପରେ ମୃତ ଦେହଟିକୁ ଆସି ଚି଼ହ୍ନଟ କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି l1