ପୁରୀ ଜି ଏମ ଲ କଲେଜ ବାର୍ଷିକଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ପୁରୀ ପେଣ୍ଠକଟା ସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଗତକାଲି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଉଚ୍ଚ ନ୍ୟାୟାଳୟ ର ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ, ସମ୍ମାନିତ ଅତିଥିଭାବେ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ନାୟକ, ପୂର୍ବତନ ସଭାପତି ମହେଶ୍ୱର ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ସାରା ରାଜ୍ୟରେ ପୁରୀର ଏହି ଆଇନ ମହାବିଦ୍ୟାଳୟ ଟି ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ ଭାବେ ବିବେଚିତ ହୋଇଛି ବୋଲି ଅତିଥିମାନେ ନିଜନିଜର ଅଭିଭାଷଣ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ପରେପରେ ମହାବିଦ୍ୟାଳୟ ର ପତ୍ରିକା ଶ୍ରଦ୍ଧାଞ୍ଜଳି ଉନ୍ମୋଚନ କରାଯିବା ସହିତ ସୁରେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି ଏବଂ ଗଙ୍ଗାଧର ମହାପାତ୍ରଙ୍କ ପରିବାର ସଦସ୍ୟ ମାନଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିବା ବେଳେ ପୁରୀ ସହରର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା l ସର୍ବଶେଷରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କିନ୍ତୁ ଦୁଃଖର ବିଷୟ ଯୋଗଦେଇପାରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଭିଡିଓ ବାର୍ତ୍ତା ପଠାଇଥିଲେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
ପୁରୀ ଜି ଏମ ଲ କଲେଜ ବାର୍ଷିକଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ପୁରୀ ପେଣ୍ଠକଟା ସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଗତକାଲି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଉଚ୍ଚ ନ୍ୟାୟାଳୟ ର ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ, ସମ୍ମାନିତ ଅତିଥିଭାବେ
ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ନାୟକ, ପୂର୍ବତନ ସଭାପତି ମହେଶ୍ୱର ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ସାରା ରାଜ୍ୟରେ ପୁରୀର ଏହି
ଆଇନ ମହାବିଦ୍ୟାଳୟ ଟି ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ ଭାବେ ବିବେଚିତ ହୋଇଛି ବୋଲି ଅତିଥିମାନେ ନିଜନିଜର ଅଭିଭାଷଣ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ପରେପରେ ମହାବିଦ୍ୟାଳୟ ର ପତ୍ରିକା ଶ୍ରଦ୍ଧାଞ୍ଜଳି ଉନ୍ମୋଚନ କରାଯିବା ସହିତ ସୁରେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି ଏବଂ ଗଙ୍ଗାଧର ମହାପାତ୍ରଙ୍କ ପରିବାର ସଦସ୍ୟ ମାନଙ୍କୁ
ମାନପତ୍ର ସହିତ ସମ୍ମାନିତ କରାଯାଇଥିବା ବେଳେ ପୁରୀ ସହରର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା l ସର୍ବଶେଷରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କିନ୍ତୁ ଦୁଃଖର ବିଷୟ ଯୋଗଦେଇପାରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଭିଡିଓ ବାର୍ତ୍ତା ପଠାଇଥିଲେ l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
- Post by SOUMYA RANJAN1
- Post by Manoj kumar baliyarsingh4
- ପବିତ୍ର ଉତ୍କଳ ଦିବସ ଅବସରରେ ଜୟଦେବ ଅଞ୍ଚଳରେ ଏକ ଭବ୍ୟ ‘ଜୟଦେବ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟ ପ୍ରାୟୋଜିତ ଓ ନିର୍ଭୀକ ଖବରର ସହଯୋଗରେ ଓଡ଼ିଶା ଗଠନର ସ୍ମୃତି ଚାରଣ କରିବା ସହ ଜୟଦେବ ମାଟିର ପର୍ଯ୍ୟଟନ ସ୍ଥଳୀ ,କଳା, ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ଏକତା ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଐତିହାସିକ ବୃଦ୍ଧନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ଯାଇ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି , ତନୟା ଦାସ ଗୌସ୍ବାମୀ , ରଞ୍ଜନ ମହାପାତ୍ର, ବିଦ୍ୟାଭୂଷଣ ଭୋଳ,ନିର୍ଭୀକ ଖବରର ସମ୍ପାଦକ ଆଶୁତୋଷ ଚୌଧୁରୀ, ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ବାଳକ ବିଭାଗରେ ସୁବମ୍ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହରେକୃଷ୍ଣ ଭୋଇ ଦ୍ଵିତୀୟ ଓ ଆକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳିକା ବିଭାଗରେ ରଶ୍ମିତା ଭୋଇ ପ୍ରଥମ , ଝରଣାରାଣୀ ନାୟକ ଦ୍ବିତୀୟ ଓ ଲକ୍ଷ୍ମୀପ୍ରିୟା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିଭାଗର ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫ ହଜାର , ୩ ହଜାର ,୨ ହଜାର ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଗଣଦୌଡ଼ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ନିର୍ଭୀକ ଖବରର ସହ ସମ୍ପାଦକ ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁରେଶ ବେହେରା, ପ୍ରାର୍ଥ ରବିନାରାୟଣ ମିଶ୍ର, ଗୁରୁ ପ୍ରସାଦ ଦାଶ , ଦୀପକ ସ୍ବାଇଁ, ବିଷ୍ଣୁପ୍ରସାଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।1
- Post by Gagan Bhoi1
- ପୋଲିସ ଦିବସରେ ଶ୍ରେଷ୍ଠ IIC ଭାବେ ପୁରସ୍କୃତ,,,, ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ପୁରସ୍କୃତ ହେଲେ,,, ସେ ଜଣେ କର୍ତ୍ତବ୍ୟରତ ସଚ୍ଚୋଟ ପୋଲିସ ଅଧିକାରୀ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କୃତ ହେଲେ ବିନୟ ରଞ୍ଜନ ପରିଡ଼ା1
- Post by NEWS MANORANJAN1
- ଜଗତସିଂହପୁର ୧/୪- ଏପ୍ରିଲ ୧ ୧୯୯୩ ମସିହା କୁ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜିଲ୍ଲା ମହୋତ୍ସବ କଲ୍ଲୋଳ ଏପ୍ରିଲ ୧ ତାରିଖରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପଡିଆଠାରେ ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମ ଉଦଘାଟନୀ ଉତ୍ସବ ସଂଧ୍ୟା ୭ ଘଂଟିକା ସମୟରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା- ଏରସମା ସାରଦା ପ୍ରସନ୍ନ ଜେନା, ଜ଼ିଲ୍ଲାପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଏସଡ଼ିପିଓ ଆଜିଜ୍ୟ ମାଣେ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ବିକାଶ ପରିଷଦର ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ପିଲ୍ଲେ, ଉପଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମହୋତ୍ସବ କଲ୍ଲୋଳ - ୨୦୨୬ ଏବଂ ପଲ୍ଲୀଶ୍ରୀ ମେଳା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ଏପ୍ରିଲ୍ ୧ ତାରିଖ ଦିନ ପ୍ରାତଃ ୪ ଘଟିକା ୩୦ ମିନିଟ୍ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ପ୍ରାତଃ ୬ ଘଟିକାରେ ପ୍ରଭାତ ଫେରି ଓ ୭ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସେହି ଦିନ କଲ୍ଲୋଳ - ୨୦୨୬ ଆରମ୍ଭରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସକାଳ ୮ ରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ଲୋଳ ସମାରୋହରେ ପଲ୍ଲୀଶ୍ରୀ ମେଳା, ସୁସ୍ୱାଦୁ ଖାଦ୍ୟ ମେଳା, ପୁଷ୍ପ ପ୍ରଦର୍ଶନୀ ,ମହିଳା ମାନଙ୍କ ମଧ୍ୟରେ ପାରମ୍ପରିକ ପିଠା, ଝୋଟି ଓ ହୁଳହୁଳି ପ୍ରତିଯୋଗିତା, ସେଲ୍ଫି ଜୋନ, ଆଦିପତ୍ର ଉନ୍ମୋଚନ, ବିଭିନ୍ନ ବିଭାଗ ଦ୍ଵାରା ଉନ୍ନୟନ ପ୍ରଦର୍ଶନୀ ମେଳା, ଜିଲ୍ଲାର ପ୍ରମୁଖ ଶିଳ୍ପାନୁଷ୍ଠାନ ମାନଙ୍କ ଦ୍ଵାରା ଉତ୍କର୍ଷ ଉନ୍ନୟନ କାର୍ଯ୍ୟ ପ୍ରଦର୍ଶନ ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୫ ଦିନ ବ୍ୟାପି ଓଲିଉଡ ର ଶଶାଙ୍କ ଶେଖର, ତାରିଖ୍ ଅଜିଜ୍, ପପୁ ପମପମ୍, ଇରା ମହାନ୍ତି,ପ୍ରଜ୍ଞା ଖଟୁଆ, ମଣ୍ଟୁ ଛୁରିଆ, ଅନ୍ତରା ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମ ଦିନ ଓଡ଼ିଶୀ ନୃତ୍ୟ, ଘଟ ନୃତ୍ୟ ପରିବେଷଣ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ଆଦିବାସୀ ଢେମସା,କଣ୍ଢେଇ ନାଚ, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୁମୁରା,ପାଇକ ଆଖଡ଼ା, ମାଳଖମ୍ବ ସାହିଯାତ, ଗୋଟିପୁଅ ଆଦି ପରିବେଷଣ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।3
- ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।2