Shuru
Apke Nagar Ki App…
ତାଳଚେର ଗଣେଶ ପୂଜା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ହାଟତୋଟା ଠାରେ ସୂଚନା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟନ ତାଳଚେର :-ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ହାଟତୋଟା ଠାରେ ସୂଚନା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଅତିଥି ଭାବେ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଓ ଉପଖଣ୍ଡ ପୋଲିସ ଅଧିକାରୀ ଭରତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ l ପୂଜା ଭିଡ଼କୁ ଦୃଷ୍ଟିରେ ରଖି ଏହି ସୂଚନା କେନ୍ଦ୍ରରେ ସମସ୍ତ ପ୍ରକାର ସୂଚନା ଦେଇ ପାରିବେ ବୋଲି କୁହାଯାଇଛି l ଏହି ଦାୟିତ୍ୱରେ ସମାଜସେବୀ ବାପି ମହାନ୍ତି ରହିଛନ୍ତି l ଏହା ସହିତ ଏଠାରେ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯିବ l କୌଣସି ଶ୍ରଦ୍ଧାଳୁଙ୍କ ଯଦି ଅସୁବିଧା ହୁଏ ତେବେ ଏହି କେନ୍ଦ୍ରରେ ସୂଚନା ଦେଲେ ତତକ୍ଷଣାତ ଏହାର ପ୍ରାଥମିକ ଚିକିତ୍ସା କରାଯିବା ସହ ସୂଚନା ପ୍ରସାର କରାଯିବାର ବ୍ୟବସ୍ଥା ହୋଇଛି l
Priyamadhaba Das
ତାଳଚେର ଗଣେଶ ପୂଜା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ହାଟତୋଟା ଠାରେ ସୂଚନା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟନ ତାଳଚେର :-ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ହାଟତୋଟା ଠାରେ ସୂଚନା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଅତିଥି ଭାବେ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଓ ଉପଖଣ୍ଡ ପୋଲିସ ଅଧିକାରୀ ଭରତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ l ପୂଜା ଭିଡ଼କୁ ଦୃଷ୍ଟିରେ ରଖି ଏହି ସୂଚନା କେନ୍ଦ୍ରରେ ସମସ୍ତ ପ୍ରକାର ସୂଚନା ଦେଇ ପାରିବେ ବୋଲି କୁହାଯାଇଛି l ଏହି ଦାୟିତ୍ୱରେ ସମାଜସେବୀ ବାପି ମହାନ୍ତି ରହିଛନ୍ତି l ଏହା ସହିତ ଏଠାରେ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯିବ l କୌଣସି ଶ୍ରଦ୍ଧାଳୁଙ୍କ ଯଦି ଅସୁବିଧା ହୁଏ ତେବେ ଏହି କେନ୍ଦ୍ରରେ ସୂଚନା ଦେଲେ ତତକ୍ଷଣାତ ଏହାର ପ୍ରାଥମିକ ଚିକିତ୍ସା କରାଯିବା ସହ ସୂଚନା ପ୍ରସାର କରାଯିବାର ବ୍ୟବସ୍ଥା ହୋଇଛି l
More news from ଓଡ଼ିଶା and nearby areas
- ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ, ସୁସଜିତ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ ତାଳଚେର :- ଗତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ ହୋଇ ଉଠିଛି l ସୁସଜିତ ଆଲୋକ ମାଳାରେ ଝଲସୁଛି ପ୍ରଭୁ ଗଣପତି ଙ୍କ ପୂଜା ମଣ୍ଡପ l ପ୍ରାୟ ୧୦୦ ଟି ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଛନ୍ତି l ଅପରାହ୍ନରୁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି l ସହର ମଧ୍ୟରେ ବିଭିନ୍ନ ପ୍ରକାରର ଦୋକାନ ସାଙ୍ଗକୁ ଦୋଳି ପଡିବା ଯୋଗୁଁ ଏହାର ମଜା ନେଉଛନ୍ତି ଶ୍ରଦ୍ଧାଳୁ l ଆସନ୍ତା ସେପ୍ଟେମ୍ବର ୨୬ ରିଖରେ ବାବା ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l ତାଳଚେର ଟାଉନ ଠାରୁ ହାଣ୍ଡିଧୁଆ ପର୍ଯ୍ୟନ୍ତ ଗହଳି ଲାଗି ରହିଛି l କେତେକ ପୂଜା ମଣ୍ଡପରେ ସଂନ୍ଧ୍ୟାରେ ଗଣେଶଙ୍କ ଲଡ଼ୁ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଉଥିବାର ଦେଖିବାକୁ ମିଳିଛି l ପାଗ ଅନୁକୂଳ ଥିବାରୁ ଗହଳି ହେଉଛି l ପୂଜାକୁ ଦୃଷ୍ଟିରେ ରଖି ସହରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି l ତାଳଚେର କଲେଜ ପଡିଆ ଏବଂ ବାଇପାସ ପଡିଆ ଠାରେ ମିନବଜାର ଓ ଦୋଳି ପଡିଛି l1
- ବେଡାପଡା ଗାଁରେ ସୋଲାର ତାର ବିଦ୍ୟୁତ ତାର ସାଂଯୋଗ ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଲଥିଲା. ଆଜି ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗାଁରେ ଗତକାଲି ସୋଲାର ତାର ସହ ବିଦ୍ୟୁତ ସାଂଯୋଗ ଫଳରେ ଗାଁର ଉପମା ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା. ଆଜି ରାସୋଳ ପୋଲିସ ଏହି ଘଟଣାରେ ଗୌରାଙ୍ଗ ଗଡ଼ନାୟକ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.1
- ଢେଙ୍କାନାଳ ଇଫୁନା ଓ ଇଫୁନା ପକ୍ଷରୁ ବିଶ୍ଵ ଗଣତନ୍ତ୍ର ଦୀବସ ୨୦୨୬ ପାଳିତ ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ "ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ।ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ" "ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ" "ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ" ଢେଙ୍କାନାଳ : ତା.୧୬.୦୯.୨୦୨୬ରିଖ : ( ) :ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଓ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟରେ "ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ । ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ" ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ,ଡ.ପ୍ରମୋଦ କୁମାର ନାୟକ,ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ସଭାପତିତ୍ୱ କରିଥିବା ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ପରିବେଶବିତ୍ ଉପେନ୍ଦ୍ର ରାଉତ,ଡ.ଅନୁପମା ମିଶ୍ର,ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଓ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ସ୍ଵୀୟ ସ୍ଵୀୟ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ ଓ ସ୍ୱୀୟ ବକ୍ତବ୍ୟରେ ବିଶ୍ୱ ଗଣତନ୍ତ୍ର ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ।ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦୦୭ ମସିହାରେ ଏହି ଦିବସର ଶୁଭାରମ୍ଭ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଗଣତାନ୍ତ୍ରିକ ପ୍ରକ୍ରିୟା,ମୂଲ୍ୟବୋଧ ଏବଂ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ତଥା ମଜଭୁତ କରିବା।ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ।ଏଥିରେ ଜନମତ ଓ ସ୍ୱାଧୀନତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ।ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ଦେଶରେ ଏହି ଦିବସର ଗୁରୁତ୍ୱ ଅନେକ ଅଧିକ।ଏହି ଅବସରରେ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ସଚେତନତା ସଭା ଓ ଆଲୋଚନାଚକ୍ର ଆୟୋଜନ କରାଯାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କହିଥିଲେ ଯେ ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ।ବର୍ତ୍ତମାନ ସମୟରେ ଗଣତନ୍ତ୍ର ସମ୍ମୁଖରେ ଅନେକ ଆହ୍ୱାନ ରହିଛି,ଯେପରିକି ଦୁର୍ନୀତି,ଅଶିକ୍ଷା ଏବଂ ସାମାଜିକ ଅସମାନତା।ସମସ୍ତ ବକ୍ତାମାନଙ୍କ ଚିନ୍ତାଧାରା ଅନୁଯାୟୀ,ଯୁବପିଢ଼ି ଶିକ୍ଷିତ ଓ ସଚେତନ ହେଲେ ହିଁ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ।ଏହି ଦିବସରେ ଆମେ ସମସ୍ତେ ମିଳିମିଶି ଆମର ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ପ୍ରକାଶ କରିଥିଲେ।ଏହି ସଭାରେ ସାର୍ଥକ ପଟ୍ଟନାୟକ, ଇଂ.ଅବିନାଶ ଦାସ,ଇଂ.ଯୁଧିଷ୍ଟିର ସାହୁ,ଲକ୍ଷ୍ମୀଧର ଶତପଥୀ, ବିପିନ ବିହାରୀ ବେହେରା,ତରୁଣ କୁମାର ବିଶ୍ୱାଳ,ବସନ୍ତ କୁମାର ବିଶ୍ୱାଳ,ରବିନାରାୟଣ ପଟ୍ଟନାୟକ,ଲକ୍ଷ୍ମୀଧର ଶତପଥୀ,ଗିରିଶ ଚନ୍ଦ୍ର ସାମଲ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ବାରିକ,ଦିଲ୍ଲୀପ କୁମାର ସାହୁ,ଶ୍ରୀକାନ୍ତ କୁମାର ସାହୁ ଓ ଅକାନନ୍ଦ ଭୋଳ ପ୍ରମୁଖ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ। ସମାଜସେବୀ ସରୋଜ କୁମାର ଶତପଥି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।1
- ବନମାଳୀ ପ୍ରସାଦ ଗ୍ରାମରୁ ଏକ ଘରୁ ନାଗ ସାପ ସ୍ନେକେ ହେଲ୍ପଲାଇନ ଦ୍ୱାରା ଉଦ୍ଧାର1
- ମୋହନ ଚରଣ ମାଝୀ : ଭୋଟ ବ୍ୟାଙ୍କ ନୁହନ୍ତି, ମହିଳା ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ପୁର୍ବ ସରକାରରେ ମହିଳାମାନଙ୍କୁ କେବଳ ରାଜନୈତିକ ସାଧନ ପାଇଁ ଉପଯୋଗ କରୁଛନ୍ତି । ମୋହନ ଚରଣ ମାଝୀ : ଭୋଟ ବ୍ୟାଙ୍କ ନୁହନ୍ତି, ମହିଳା ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ପୁର୍ବ ସରକାରରେ ମହିଳାମାନଙ୍କୁ କେବଳ ରାଜନୈତିକ ସାଧନ ପାଇଁ ଉପଯୋଗ କରୁଛନ୍ତି । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏1
- GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!! ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି। ଏହି ମଡେଲ୍ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା। ସାଧାରଣତଃ ଯେଉଁ ମଡେଲ୍ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ। ୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ। GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି। ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।1
- ଗଣେଶ ବିସର୍ଜନ ସମୟରେ ସଫେଇରେ ବୁଡ଼ିଲେ ୪ ଯୁବକ, ଉଦ୍ଧାର କାର୍ଯ୍ୟ ଶେଷ । ଜଗତସିଂହପୁର ଏରସମାରେ ଅଘଟଣ। ଗଣେଶ ବିସର୍ଜନ ବେଳେ ପଣ୍ଡୁଆ - ଗୋପାଳପୁର ସଫେଇରେ ବୁଡିଗଲେ ୪ଯୁବକ ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓନାଳ ଗ୍ରାମ ର ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ୪ ଯୁବକ ମୃତ। ମୃତକ ହେଲେ ସୁଶିଲ ପଲେଇ, ମନଜିତ ସ୍ବାଇଁ , ରଶ୍ମି ରଂଜନ ନାୟକ, ସ୍ବପ୍ନଜିତ୍ ବାରିକ। ଅଗ୍ନିଶମ ବାହିନୀ, ଏରସମା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବୁଡ଼ି ଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଏରସମା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।3