logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ,ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ମେଳା ବାରିପଦା, _ ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା ଠାରେ ଉଦଘାଟିତ ହୋଇଛି 'ବାରିପଦା ଏକ୍ସପୋ-୨୦୨୬'। ସ୍ଥାନୀୟ କଲେଜ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମାଜସେବୀ ସୋମନାଥ ସିଂ ଏବଂ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ। ବାରିପଦା ସହରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ମୁଖ୍ୟ ଗୌତମ ରାୟ ଏବଂ ସଞ୍ଜୟ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମେଳା ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନର ପାରମ୍ପରିକ ବସ୍ତ୍ର, ଘରକରଣା ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଠାରେ ପ୍ରବେଶ ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାରୁ ସମସ୍ତ ଜନସାଧାରଣ ବୁଲାବୁଲି କରି ପ୍ରତି ସନ୍ଧ୍ୟାରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରିବାକୁ କମିଟି ପକ୍ଷରୁ ନିବେଦନ କରା ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମର ପରିଶେଷରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।

3 hrs ago
user_Khabar
Khabar
Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
3 hrs ago

ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ,ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ମେଳା ବାରିପଦା, _ ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା ଠାରେ ଉଦଘାଟିତ ହୋଇଛି 'ବାରିପଦା ଏକ୍ସପୋ-୨୦୨୬'। ସ୍ଥାନୀୟ କଲେଜ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମାଜସେବୀ ସୋମନାଥ ସିଂ ଏବଂ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ। ବାରିପଦା ସହରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ମୁଖ୍ୟ ଗୌତମ ରାୟ ଏବଂ ସଞ୍ଜୟ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମେଳା ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନର ପାରମ୍ପରିକ ବସ୍ତ୍ର, ଘରକରଣା ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଠାରେ ପ୍ରବେଶ ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାରୁ ସମସ୍ତ ଜନସାଧାରଣ ବୁଲାବୁଲି କରି ପ୍ରତି ସନ୍ଧ୍ୟାରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରିବାକୁ କମିଟି ପକ୍ଷରୁ ନିବେଦନ କରା ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମର ପରିଶେଷରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।

More news from Mayurbhanj and nearby areas
  • Post by Maso murmu
    1
    Post by Maso murmu
    user_Maso murmu
    Maso murmu
    Bangiriposi, Mayurbhanj•
    9 hrs ago
  • ବାଲେଶ୍ବର ପୋଲିସର ବଡ଼ ସଫଳତା, ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ନେଇ ସୂଚନା ଦେଲେ ସଦର SDPO।
    1
    ବାଲେଶ୍ବର ପୋଲିସର ବଡ଼ ସଫଳତା, ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ନେଇ ସୂଚନା ଦେଲେ ସଦର SDPO।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ମୁଖ୍ୟଅତିଥି ଭାବେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଜଗନ୍ନାଥ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପଞ୍ଚାୟତରାଜ ଦିବସ ଅବସରରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧକ୍ଷ ବାବାଜୀ ଚରଣ ମଲ୍ଲିକ, ଉପାଧ୍ୟାକ୍ଷ୍ୟ ହିମାଦ୍ରି ନନ୍ଦିନୀ ମହାପାତ୍ର,ଏଡବ୍ଲୁଇ ସରୋଜ କୁମାର ଟିକା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଅବସରପ୍ରାପ୍ତ ଅଧକ୍ଷ ଅଜୟ କୁମାର ପଣ୍ଡା ଓ ମଣ୍ଡଳ ସଭାପତି ଅଭିନାସ ବେହେରା ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ବ୍ଳକ ପ୍ରକଳ୍ପ ଅଧିକାରୀ ଭୂପତି ପଣ୍ଡାଙ୍କ ନେତୃତ୍ୱରେ ଅତିଥିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 154ଜଣ ହିତାଧିକାରିଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ବାରିକ, ଏବିଡିଇଓ ଶୁଚିସ୍ମିତା ବଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ବେହେରା ସମେତ ବ୍ଳକ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ପଣ୍ଡା ସିମୁଳିଆର କାର୍ଯ୍ୟରତ ସାମ୍ବାଦିକ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସିମୁଳିଆ ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ଆଦ୍ୟାଶା ଲାଇଭ l
    1
    ମୁଖ୍ୟଅତିଥି ଭାବେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଜଗନ୍ନାଥ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପଞ୍ଚାୟତରାଜ ଦିବସ ଅବସରରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧକ୍ଷ ବାବାଜୀ ଚରଣ ମଲ୍ଲିକ, ଉପାଧ୍ୟାକ୍ଷ୍ୟ ହିମାଦ୍ରି ନନ୍ଦିନୀ ମହାପାତ୍ର,ଏଡବ୍ଲୁଇ ସରୋଜ କୁମାର ଟିକା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଅବସରପ୍ରାପ୍ତ ଅଧକ୍ଷ ଅଜୟ କୁମାର ପଣ୍ଡା ଓ ମଣ୍ଡଳ ସଭାପତି ଅଭିନାସ ବେହେରା ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ବ୍ଳକ ପ୍ରକଳ୍ପ ଅଧିକାରୀ ଭୂପତି ପଣ୍ଡାଙ୍କ ନେତୃତ୍ୱରେ ଅତିଥିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 154ଜଣ ହିତାଧିକାରିଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ବାରିକ, ଏବିଡିଇଓ ଶୁଚିସ୍ମିତା ବଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ବେହେରା ସମେତ ବ୍ଳକ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ପଣ୍ଡା ସିମୁଳିଆର କାର୍ଯ୍ୟରତ ସାମ୍ବାଦିକ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l
ସିମୁଳିଆ ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ଆଦ୍ୟାଶା ଲାଇଭ l
    user_Srikanta Biswal Adyasha Live
    Srikanta Biswal Adyasha Live
    Photographer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବସ୍ତା ଏସଡ଼ିପିଓ ବିଷୟରେ କଣ କହୁଛନ୍ତି ସମାଜ ସେବି
    1
    ବସ୍ତା ଏସଡ଼ିପିଓ  ବିଷୟରେ କଣ କହୁଛନ୍ତି ସମାଜ ସେବି
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
    1
    ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    6 hrs ago
  • Post by Mr chiku
    1
    Post by Mr chiku
    user_Mr chiku
    Mr chiku
    ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ବାରିପଦାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାରିପଦା ସ୍ଥିତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଡି.ବି.ଏ. ଲାଇବ୍ରେରୀ ହଲ୍‌ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଶିବିରରେ ସଂଘର ସଦସ୍ୟଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ତେବେ ମୋଟ ୨୩ ୟୁନିଟ୍ ରକ୍ତ ଏଥିରେ ସଂଗ୍ରହ କରାଯାଇଥିଲା। ମୁଖ୍ୟତଃ ଗ୍ରୀଷ୍ମ ଦିନରେ ରକ୍ତ ର ଅଭାବ ଦେଖା ଦେଇଥାଏ, ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ ହୋଇଥିବା ନେଇ ଓକିଲ ସଂଘ ପକ୍ଷରୁ କୁହାଯାଇଛି। *ବାଇଟ - ବିପ୍ଳବ ବାରିକ (ସମ୍ପାଦକ, ଜିଲ୍ଲା ଓକିଲ ସଂଘ)* *ବାଇଟ - ଜ୍ୟୋତିପ୍ରକାଶ ରଥ (ସଭାପତି, ଜିଲ୍ଲା ଓକିଲ ସଂଘ)*
    1
    ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବାରିପଦାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାରିପଦା ସ୍ଥିତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଡି.ବି.ଏ. ଲାଇବ୍ରେରୀ ହଲ୍‌ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଶିବିରରେ ସଂଘର ସଦସ୍ୟଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ତେବେ ମୋଟ ୨୩ ୟୁନିଟ୍ ରକ୍ତ ଏଥିରେ ସଂଗ୍ରହ କରାଯାଇଥିଲା। ମୁଖ୍ୟତଃ ଗ୍ରୀଷ୍ମ ଦିନରେ ରକ୍ତ ର ଅଭାବ ଦେଖା ଦେଇଥାଏ, ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ ହୋଇଥିବା ନେଇ ଓକିଲ ସଂଘ ପକ୍ଷରୁ କୁହାଯାଇଛି।
*ବାଇଟ - ବିପ୍ଳବ ବାରିକ (ସମ୍ପାଦକ, ଜିଲ୍ଲା ଓକିଲ ସଂଘ)*
*ବାଇଟ - ଜ୍ୟୋତିପ୍ରକାଶ ରଥ (ସଭାପତି, ଜିଲ୍ଲା ଓକିଲ ସଂଘ)*
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ବିଜୁ ଜନତା ଦଳ ଓ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ବହୁ କର୍ମୀ ସମୂହ ଇସ୍ତଫା ଦେଇଥିବାର ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ସିମୁଳିଆ ବ୍ଳକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ଆଜି ଖଇରା ବ୍ଳକ ବିଜୁ ଜନତା ଦଳର 5ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନସ ଦାସଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଘନଶ୍ୟାମ ସ୍ୱାଇଁ,ରପେୟା ପଞ୍ଚାୟତ ମଞ୍ଜୁ ଲତା ସାମଲ,ଅନ୍ତରା ସମବାୟ ସମିତି ସଭାପତି ଅଜୟ ସାମଲ,କଇଁଥ ଗଡିଆ ପଞ୍ଚାୟତ ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ ସମିତି ସଭ୍ୟ ନରୋତ୍ତମ ମହିମା ସାହୁ,ସାରକୋଣାର ସରପଞ୍ଚ ସୁଶାନ୍ତ କୁମାର ନାୟକ, ମହତିପୁର ସମିତି ସଭ୍ୟା ଭା୍ନୁପ୍ରିୟା ସାହୁ, ସାରୁଗାଁ ବ୍ଲକ ଛାତ୍ର ସଭାପତି ଗୌତମ ରାଉତ, ହେମନ୍ତ ଲେଙ୍କା ଯୁବ ସଭାପତି, ଗଡପୋଖରୀ ପଞ୍ଚାୟତ ସମିତି ସଭ୍ୟ ଶତ୍ରୁଘ୍ନ ସେଠି, ସରପଞ୍ଚ ଟିକିରାଣୀ ସେଠି, ପୂର୍ବତନ ସରପଞ୍ଚ ମନ୍ମଥ ନାୟକ,ସମେତ ବହୁ ବିଜେଡି ସମର୍ଥିତ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ, କର୍ମୀ ସମୂହ ଇସ୍ତଫା ଦେଇଛନ୍ତି l ଏହି ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କର୍ମୀମାନେ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
    2
    ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ବିଜୁ ଜନତା ଦଳ ଓ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ବହୁ କର୍ମୀ ସମୂହ ଇସ୍ତଫା ଦେଇଥିବାର ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ସିମୁଳିଆ ବ୍ଳକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ଆଜି ଖଇରା ବ୍ଳକ ବିଜୁ ଜନତା ଦଳର 5ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନସ ଦାସଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଘନଶ୍ୟାମ ସ୍ୱାଇଁ,ରପେୟା ପଞ୍ଚାୟତ ମଞ୍ଜୁ ଲତା ସାମଲ,ଅନ୍ତରା ସମବାୟ ସମିତି ସଭାପତି ଅଜୟ ସାମଲ,କଇଁଥ ଗଡିଆ ପଞ୍ଚାୟତ ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ ସମିତି ସଭ୍ୟ ନରୋତ୍ତମ ମହିମା ସାହୁ,ସାରକୋଣାର ସରପଞ୍ଚ ସୁଶାନ୍ତ କୁମାର ନାୟକ, ମହତିପୁର ସମିତି ସଭ୍ୟା ଭା୍ନୁପ୍ରିୟା ସାହୁ, ସାରୁଗାଁ ବ୍ଲକ ଛାତ୍ର ସଭାପତି ଗୌତମ ରାଉତ, ହେମନ୍ତ ଲେଙ୍କା ଯୁବ ସଭାପତି, ଗଡପୋଖରୀ ପଞ୍ଚାୟତ ସମିତି ସଭ୍ୟ ଶତ୍ରୁଘ୍ନ ସେଠି, ସରପଞ୍ଚ ଟିକିରାଣୀ ସେଠି, ପୂର୍ବତନ ସରପଞ୍ଚ ମନ୍ମଥ ନାୟକ,ସମେତ ବହୁ ବିଜେଡି ସମର୍ଥିତ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ, କର୍ମୀ ସମୂହ ଇସ୍ତଫା ଦେଇଛନ୍ତି l ଏହି ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କର୍ମୀମାନେ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
    user_Srikanta Biswal Adyasha Live
    Srikanta Biswal Adyasha Live
    Photographer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବସ ଉପରକୁ ପଥର ମାଡ଼ କଲେ ଦୁର୍ବୁତ୍ତ, କାରଣ ଅସ୍ପଷ୍ଟ।ବସରେ ଥିବା ଯାତ୍ରୀ ସୁରକ୍ଷିତ, ପୋଲିସର ତଦନ୍ତ ଆରମ୍ଭ।
    1
    ବସ ଉପରକୁ ପଥର ମାଡ଼ କଲେ ଦୁର୍ବୁତ୍ତ, କାରଣ ଅସ୍ପଷ୍ଟ।ବସରେ ଥିବା ଯାତ୍ରୀ ସୁରକ୍ଷିତ, ପୋଲିସର ତଦନ୍ତ ଆରମ୍ଭ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.