Shuru
Apke Nagar Ki App…
ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବହୁ ନିର୍ବାଚିତ ନେତା ଓ କର୍ମୀଙ୍କ ସମୂହ ଇସ୍ତଫା l ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
PP NEWS ODISHA
ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବହୁ ନିର୍ବାଚିତ ନେତା ଓ କର୍ମୀଙ୍କ ସମୂହ ଇସ୍ତଫା l ସିମୁଳିଆ ବ୍ଲକ 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକର ବିଜେଡି ଜିଲ୍ଲା ପରିଷଦ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ କର୍ମୀ ବିଜୁ ଜନତା ଦଳରୁ ସମୂହ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି l ଆଗାମୀ ଦିନରେ ବିଜେପିରେ ମିଶିବା ନେଇ କହୁଥିବା ବେଳେ ବିଜୁ ଜନତା ଦଳ ସଂଗଠନ ହ୍ରାସ ପାଉଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l
More news from ଓଡ଼ିଶା and nearby areas
- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବଖରା ଘର ଜାଳି ଦେଲେ ଦୃର୍ବୁତ୍ତ।1
- ବାଲେଶ୍ୱରରେ ଧୁମଧାମରେ ଆରମ୍ଭ ୧୦୮ତମ ମିର୍ଜାପୋଖରୀ ଚନ୍ଦନ ଯାତ୍ରା1
- ଶାହା କହିଲେ ଯେ ବିଜେପି ବେଙ୍ଗଲ ରେ କରିବ ସରକାର ଅବକି ବାର ବେଙ୍ଗଲ ଆମାର1
- ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ମେଳା ବାରିପଦା, _ ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା ଠାରେ ଉଦଘାଟିତ ହୋଇଛି 'ବାରିପଦା ଏକ୍ସପୋ-୨୦୨୬'। ସ୍ଥାନୀୟ କଲେଜ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମାଜସେବୀ ସୋମନାଥ ସିଂ ଏବଂ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ। ବାରିପଦା ସହରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ମୁଖ୍ୟ ଗୌତମ ରାୟ ଏବଂ ସଞ୍ଜୟ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମେଳା ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନର ପାରମ୍ପରିକ ବସ୍ତ୍ର, ଘରକରଣା ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଠାରେ ପ୍ରବେଶ ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାରୁ ସମସ୍ତ ଜନସାଧାରଣ ବୁଲାବୁଲି କରି ପ୍ରତି ସନ୍ଧ୍ୟାରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରିବାକୁ କମିଟି ପକ୍ଷରୁ ନିବେଦନ କରା ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମର ପରିଶେଷରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Maso murmu1
- ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ବାରିପଦାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାରିପଦା ସ୍ଥିତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଡି.ବି.ଏ. ଲାଇବ୍ରେରୀ ହଲ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଶିବିରରେ ସଂଘର ସଦସ୍ୟଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ତେବେ ମୋଟ ୨୩ ୟୁନିଟ୍ ରକ୍ତ ଏଥିରେ ସଂଗ୍ରହ କରାଯାଇଥିଲା। ମୁଖ୍ୟତଃ ଗ୍ରୀଷ୍ମ ଦିନରେ ରକ୍ତ ର ଅଭାବ ଦେଖା ଦେଇଥାଏ, ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ ହୋଇଥିବା ନେଇ ଓକିଲ ସଂଘ ପକ୍ଷରୁ କୁହାଯାଇଛି। *ବାଇଟ - ବିପ୍ଳବ ବାରିକ (ସମ୍ପାଦକ, ଜିଲ୍ଲା ଓକିଲ ସଂଘ)* *ବାଇଟ - ଜ୍ୟୋତିପ୍ରକାଶ ରଥ (ସଭାପତି, ଜିଲ୍ଲା ଓକିଲ ସଂଘ)*1
- ୪୨ ବର୍ଷ ପରେ ଏକଜୁଟ ହେଲା କନ୍ତୋର ଗାଁ। କନ୍ତୋର ଯାତ୍ରା ଗଣ୍ଡଗୋଳକୁ ନେଇ ଗ୍ରାମବାସୀଙ୍କ ଫେରାଦ ପରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ନିବେଦନ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 23.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031