କପିଳାସ ପୀଠରେ ମହାଶିବରାତ୍ରି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ; ତଦନ୍ତ ଦାବି କଲା କପିଳାସ ସୁରକ୍ଷା ପରିଷଦ କପିଳାସ ପୀଠରେ ମହାଶିବରାତ୍ରି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ; ତଦନ୍ତ ଦାବି କଲା କପିଳାସ ସୁରକ୍ଷା ପରିଷଦ ଢ଼େଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଚଳିତ ବର୍ଷ ମହାଶିବରାତ୍ରି ଅବସରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ପ୍ରଶାସନିକ ସମନ୍ୱୟ ଅଭାବରୁ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେବାୟତଙ୍କ ଧାରଣା: ପୁଲିସର ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେବାୟତମାନେ ୪ ଘଣ୍ଟା କାଳ ପୂଜା ନୀତି ବନ୍ଦ କରି ଧାରଣାରେ ବସିଥିଲେ, ଯାହା ଫଳରେ ମହାଦୀପ ପ୍ରଜ୍ୱଳନରେ ବିଳମ୍ବ ହୋଇଥିଲା। ପାସ୍ ବଣ୍ଟନରେ ଅନିୟମିତତା: ଭିଆଇପି (VIP) ପାସ୍ ବଣ୍ଟନରେ ଅନିୟମିତତା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ମୌଳିକ ସୁବିଧାର ଅଭାବ: ପର୍ଯ୍ୟାପ୍ତ ଆଲୋକ, ପାନୀୟ ଜଳ ଏବଂ ଶୌଚାଳୟର ଅଭାବ ଯୋଗୁଁ ବିଶେଷ କରି ମହିଳା ଶ୍ରଦ୍ଧାଳୁମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉଚ୍ଚସ୍ତରୀୟ ତଦନ୍ତ ଦାବି: କପିଳାସ ସୁରକ୍ଷା ପରିଷଦର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ଏହି ସମଗ୍ର ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଆଗାମୀ ୨୦ ତାରିଖରେ ଏନେଇ ଏକ ସମୀକ୍ଷା ବୈଠକ ବସିବାକୁ ଯାଉଥିବା ସୂଚନା ମିଳିଛି। #Kapilash #Dhenkanal #MahaShivratri2026 #KapilashTemple #OdishaNews #GaanTV #AdministrativeFailure #DevoteesIssues #KapilashSurakshaParishad #OdishaPolice #NaveenNanda

- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।1
- ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର2
- Post by Tapasdas 63727887051
- ଇତିହାସରୁ ଆରମ୍ଭ ବାସ୍ତବରେ ଶେଷ | ଭୁବନ ଠାରୁ ତାଳଚେର ପ୍ରାକୃତିକ ଦୃଶ୍ୟ ଓ କିମ୍ବଦନ୍ତୀ | ବାଇକ୍ ମଜା ସତରେ କେଉଁ ବଡ଼ ଗାଡ଼ିରେ ନଥାଏ | ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- ଢ଼େଙ୍କାନାଳ ସହରସ୍ଥ ବାଜିଚୌକ ସ୍ଥିତ ସୀତାରାମ ଆଶ୍ରମ ଠାରେ ଠାକୁର ଶ୍ରୀ ସୀତାରାମ ଦାସ ଓଁକାର ନାଥ ଦେବଙ୍କର ୧୩୫ ତମ ଜନ୍ମ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ ହୋଇଯାଇଛି। ୧୭ ଫେବୃଆରୀରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ଆଜି ୧୮ ଫେବୃଆରୀ ବୁଧବାର ଆଖପାଖ ଅଞ୍ଚଳର ସଂକିର୍ତ୍ତନ ମଣ୍ଡଳୀ ଦ୍ବାରା ନାମଯଜ୍ଞ କରାଯାଇଥିଲା। ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଆସନ୍ତାକାଲି ୧୯ ଫେବୃଆରୀ ଗୁରୁବାର ନଗରକିର୍ତ୍ତନ ଓ ଗୁରୁ ପୂଜନ କରାଯିବ। ଅଷ୍ଟପ୍ରହରୀ ପୂଜକ ଜଗନ୍ନାଥ ତ୍ରିପାଠୀ ଓ ମନ୍ଦିର ପୂଜକ ଅଖିଳ କୁମାର ସାହୁ, ସଭାପତି ମନି ସାହୁ ଏବଂ ସମ୍ପାଦକ ପ୍ରହ୍ଲାଦ ସାହୁ ଏହି କାର୍ଯ୍ୟକ୍ରମ ସମସ୍ତ ଗୁରୁ ଭାଇଭଉଣୀମାନେ ସହଯୋଗ କରିଥିଲେ।1