logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହରିନାମରେ ମୁଗ୍ଧ ମାଲକାନଗିରି: ବୈଷ୍ଣବମାନଙ୍କ ଭବ୍ୟ ସମାଗମ, ବୃନ୍ଦାବନରୁ ମାଲକାନଗିରି: ଗୋବିନ୍ଦ ବଲ୍ଲଭ ମହାରାଜଙ୍କ ଭାଗବତ କଥାରେ ଭକ୍ତିର ଝରିକା ମାଲକାନଗିରି, (୧୯-୦୪-୨୬): (ରାମ କୃଷ୍ଣ ଚୌଧୁରୀ) ବୃନ୍ଦାବନର ପ୍ରସିଦ୍ଧ ବକ୍ତା ଗୋବିନ୍ଦ ବଲ୍ଲଭ ଜି ମହାରାଜଙ୍କ ଦ୍ୱାରା ମାଲକାନଗିରିରେ ଏପ୍ରିଲ ୧୩ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ଭାଗବତ କଥା ଓ ଆଶୀର୍ବଚନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସପ୍ତାହବ୍ୟାପୀ ଏହି ଧାର୍ମିକ ଆସରରେ ହଜାରରୁ ଅଧିକ ଭକ୍ତ ଯୋଗଦେଇ ହରିନାମର ରସପାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗବତ ଭବନର ମୁଖ୍ୟ ବୈଷ୍ଣବ ରାମକୃଷ୍ଣ ଗୋସ୍ୱାମୀଙ୍କ ସହ ଉମେଶ, ଗୌତମ, ଉତ୍ତମ, ଧୀରଜ ଓ ଅନ୍ୟାନ୍ୟ ସେବକମାନେ ଉପସ୍ଥିତ ଥିଲେ। ସେହିପରି ବୃନ୍ଦାବନ ଦାସ ବାବାଜୀ ମହାରାଜ (ରାଧାକୁଣ୍ଡ), ଲକ୍ଷ୍ମଣ ଦାସ ମହାରାଜ, ସନାତନ ଦାସ ମହାରାଜ (ରାଧାକୁଣ୍ଡ), ଚିନ୍ତାହରଣ ଦାସ, ସୁନୀଲ ଦାସ, କାର୍ତ୍ତିକ ଦାସ, ନିରଞ୍ଜନ ଦାସ ଓ ରଞ୍ଜନ ଦାସ ପ୍ରମୁଖ ବୈଷ୍ଣବମାନେ ସାନିଧ୍ୟ ଦେଇଥିଲେ। ଜିଲ୍ଲାରେ ଏହି ସମୟରେ ବିଭିନ୍ନ ବୈଷ୍ଣବମାନଙ୍କ ଦର୍ଶନ, ସତସଙ୍ଗ ଓ ଆଧ୍ୟାତ୍ମିକ ଚର୍ଚ୍ଚାର ଏକ ଭବ୍ୟ ସଙ୍ଗମ ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ୨୦୦ରୁ ଅଧିକ ବଙ୍ଗଳାଭାଷୀ ଗ୍ରାମରୁ ଆସିଥିବା କୃଷ୍ଣପ୍ରେମୀ ଭକ୍ତମାନଙ୍କ ସହ ଅନ୍ୟ ଭାଷାଭାଷୀ ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ଭାଗବତ କଥାର ଅମୃତମୟ ବାଣୀର ଆସ୍ୱାଦନ କରିଥିଲେ। ସମସ୍ତ ବୈଷ୍ଣବମାନେ ମିଶି ବାଳ ଭୋଗ ଓ ଅନ୍ନ ଭୋଗର ବ୍ୟବସ୍ଥା କରିଥିଲେ ଓ ଭକ୍ତମାନଙ୍କୁ ଉତ୍ସାହ ଓ ଭକ୍ତିଭାବର ସହିତ ପ୍ରସାଦ ସେବନ କରାଯାଇଥିଲା।

18 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
18 hrs ago
b016fba4-f3a1-441e-9290-bdcbbbba098e

ହରିନାମରେ ମୁଗ୍ଧ ମାଲକାନଗିରି: ବୈଷ୍ଣବମାନଙ୍କ ଭବ୍ୟ ସମାଗମ, ବୃନ୍ଦାବନରୁ ମାଲକାନଗିରି: ଗୋବିନ୍ଦ ବଲ୍ଲଭ ମହାରାଜଙ୍କ ଭାଗବତ କଥାରେ ଭକ୍ତିର ଝରିକା ମାଲକାନଗିରି, (୧୯-୦୪-୨୬): (ରାମ କୃଷ୍ଣ ଚୌଧୁରୀ) ବୃନ୍ଦାବନର ପ୍ରସିଦ୍ଧ ବକ୍ତା ଗୋବିନ୍ଦ ବଲ୍ଲଭ ଜି ମହାରାଜଙ୍କ ଦ୍ୱାରା ମାଲକାନଗିରିରେ ଏପ୍ରିଲ ୧୩ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ଭାଗବତ କଥା ଓ ଆଶୀର୍ବଚନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସପ୍ତାହବ୍ୟାପୀ ଏହି ଧାର୍ମିକ ଆସରରେ ହଜାରରୁ ଅଧିକ ଭକ୍ତ ଯୋଗଦେଇ ହରିନାମର ରସପାନ

4e3977d3-10a7-4dec-932b-82b51d6c0ee7

କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗବତ ଭବନର ମୁଖ୍ୟ ବୈଷ୍ଣବ ରାମକୃଷ୍ଣ ଗୋସ୍ୱାମୀଙ୍କ ସହ ଉମେଶ, ଗୌତମ, ଉତ୍ତମ, ଧୀରଜ ଓ ଅନ୍ୟାନ୍ୟ ସେବକମାନେ ଉପସ୍ଥିତ ଥିଲେ। ସେହିପରି ବୃନ୍ଦାବନ ଦାସ ବାବାଜୀ ମହାରାଜ (ରାଧାକୁଣ୍ଡ), ଲକ୍ଷ୍ମଣ ଦାସ ମହାରାଜ, ସନାତନ ଦାସ ମହାରାଜ (ରାଧାକୁଣ୍ଡ), ଚିନ୍ତାହରଣ ଦାସ, ସୁନୀଲ ଦାସ, କାର୍ତ୍ତିକ ଦାସ, ନିରଞ୍ଜନ ଦାସ ଓ ରଞ୍ଜନ ଦାସ ପ୍ରମୁଖ ବୈଷ୍ଣବମାନେ ସାନିଧ୍ୟ ଦେଇଥିଲେ। ଜିଲ୍ଲାରେ ଏହି ସମୟରେ ବିଭିନ୍ନ ବୈଷ୍ଣବମାନଙ୍କ ଦର୍ଶନ,

1c182a06-2cb8-43b6-9637-8fbac0a6a0e2

ସତସଙ୍ଗ ଓ ଆଧ୍ୟାତ୍ମିକ ଚର୍ଚ୍ଚାର ଏକ ଭବ୍ୟ ସଙ୍ଗମ ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ୨୦୦ରୁ ଅଧିକ ବଙ୍ଗଳାଭାଷୀ ଗ୍ରାମରୁ ଆସିଥିବା କୃଷ୍ଣପ୍ରେମୀ ଭକ୍ତମାନଙ୍କ ସହ ଅନ୍ୟ ଭାଷାଭାଷୀ ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ଭାଗବତ କଥାର ଅମୃତମୟ ବାଣୀର ଆସ୍ୱାଦନ କରିଥିଲେ। ସମସ୍ତ ବୈଷ୍ଣବମାନେ ମିଶି ବାଳ ଭୋଗ ଓ ଅନ୍ନ ଭୋଗର ବ୍ୟବସ୍ଥା କରିଥିଲେ ଓ ଭକ୍ତମାନଙ୍କୁ ଉତ୍ସାହ ଓ ଭକ୍ତିଭାବର ସହିତ ପ୍ରସାଦ ସେବନ କରାଯାଇଥିଲା।

More news from ଓଡ଼ିଶା and nearby areas
  • କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
    1
    କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    6 hrs ago
  • କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
    4
    କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।”
ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    21 hrs ago
  • ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ରହି ପାରମ୍ପରିକ ପୂଜାର୍ଚ୍ଚନା ମାଧ୍ୟମରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
    1
    ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ରହି ପାରମ୍ପରିକ ପୂଜାର୍ଚ୍ଚନା ମାଧ୍ୟମରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    46 min ago
  • ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।
    1
    ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    18 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    15 hrs ago
  • ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    1
    ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    19 min ago
  • ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l
    5
    ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ..
ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l  ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ  କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ
    3
    ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.