ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ବାଘୁଆବୋଲ ଗ୍ରାମର ସ୍ୱାଗତ ସିଂହ ଥାଇଲାଣ୍ଡର ପଟାୟା ଠାରେ ଆୟୋଜିତ ଆନ୍ତର୍ଜାତୀୟ ଇନୋଭେଟିଭ ଫ୍ୟୁଚରିଷ୍ଟିକ ସମିଟ୍ ଆଣ୍ଡ ଆୱାର୍ଡସ–୨୦୨୬ (ଆଇ.ଆଇ.ଏଫ.ଏସ. ସମିଟ ୨୦୨୬) ରେ ସମ୍ମାନଜନକ “ଗ୍ଲୋବାଲ ଏକ୍ସିଲେନ୍ସ ଇନ୍ ଡିଜିଟାଲ ଆଣ୍ଡ ମ୍ୟାନପାୱାର ସଲ୍ୟୁସନ୍ସ ଆୱାର୍ଡ” ଲାଭ କରିଛନ୍ତି। ସେ ଇଞ୍ଜିନିୟର ସ୍ବର୍ଗତ ସୁଶାନ୍ତ କୁମାର ସିଂହ ଏବଂ ଆଇନଜିବୀ ତଥା ତାଳଚେର ବାରର ପ୍ରଥମ ମହିଳା ଏପିପି ଦାୟିତ୍ୱ ନିର୍ବାହ କରିଥିବା ମୀରା ସିଂ ଙ୍କ କନିଷ୍ଠ ପୂତ୍ର ଅଟନ୍ତି। ଗତ ୨୧ ଜୁନ ୨୦୨୬ ରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ସମାରୋହରେ ଥାଇଲାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଶ୍ରୀ ସିଂ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଫ୍ୟୁଚର କୋଲାବୋରେସନ ଓ ଇନ ଟୁ ଫ୍ୟୁଟର ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ବିଶ୍ୱର ୫୫ରୁ ଅଧିକ ଦେଶର ପ୍ରତିନିଧି, ଶିଳ୍ପପତି, ଶିକ୍ଷାବିତ୍, ଗବେଷକ ଏବଂ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଡିଜିଟାଲ ଇନୋଭେସନ ଓ ମ୍ୟାନପାୱାର ସଲ୍ୟୁସନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ, ନେତୃତ୍ୱ, କାର୍ଯ୍ୟଦକ୍ଷତା ଓ ନିଷ୍ଠାକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଶ୍ରୀ ସିଂହ ଦେଉଳବେଡ଼ାର ମଡେଲ ହାଇସ୍କୁଲରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ଢେଙ୍କାନାଳର ସିନର୍ଜି ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ଛାତ୍ର ଜୀବନରୁ ହିଁ ସେ ନୂତନ ଚିନ୍ତାଧାରା, ପ୍ରଯୁକ୍ତି ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଆଗ୍ରହୀ ଥିଲେ। ନିଜ ପରିଶ୍ରମ, ଅଧ୍ୟବସାୟ ଓ ଦୂରଦୃଷ୍ଟି ବଳରେ ସେ ଆଜି ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ସଫଳତା ଯୁବ ପିଢୀଙ୍କୁ ଉତ୍ସାହିତ ତଥା ପ୍ରେରଣା ଦେବ ବୋଲି ଆଶା କରାଯାଉଛି। ଏହି ଅବସରରେ ଶ୍ରୀ ସିଂହଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

- ଅନୁଗୁଳ ଜିଲ୍ଲାର ତାଳଚେର ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ସାଧାରଣ ଲୋକଙ୍କ ସମସ୍ୟା ଲାଗି ରହିଛି। ଅଧିବାସୀମାନେ ବିଭିନ୍ନ ସମୟରେ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନକୁ ବିଭିନ୍ନ ଦାବୀ ଓ ସମସ୍ୟା ନେଇ ଲିଖିତ ଅଭିଯୋଗ କରିଆସୁଛନ୍ତି। ତେବେ, ସାଧାରଣ ଲୋକଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଲେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର କୌଣସି ବିଭାଗ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଶୁଣୁ ନଥିବା, ପଦକ୍ଷେପ ନେଉ ନଥିବା କିମ୍ବା ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି। ଏଠାରେ ଅଭିଯୋଗ ଅନେକ କିନ୍ତୁ ଫଳାଫଳ ଶୂନ ବୋଲି କୁହାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁଙ୍କ ଦ୍ୱାରା ଦୀର୍ଘ ୨ ବର୍ଷ ହେବ ବିଭିନ୍ନ ସମୟରେ ଦାବୀ ଓ ଅଭିଯୋଗ ଜଣାଇବା ସତ୍ତ୍ୱେ କୌଣସି ସରକାରୀ କାର୍ଯ୍ୟାଳୟ ପଦକ୍ଷେପ ନେଇନାହିଁ। ଏହି ପ୍ରସଙ୍ଗରେ ଆଜି ତାଳଚେରରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପୁନର୍ବାର ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ୫ ଦଫା ଦାବୀଗୁଡ଼ିକ ମଧ୍ୟରେ ତାଳଚେର ଶିଳ୍ପାଞ୍ଚଳରେ ଶ୍ରମିକମାନଙ୍କର ପୋଲିସ୍ ଭେରିଫିକେସନ୍ ପ୍ରମାଣପତ୍ର ଯାଞ୍ଚ ପାଇଁ ବାରମ୍ବାର ଦାବୀ ହୋଇଥିଲେ ମଧ୍ୟ ପୋଲିସ୍ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପବିତ୍ର ମୋହନ ମେଡିକାଲଠାରୁ ବଲଣ୍ଡା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରୁ କୋଇଲା ଗୁଣ୍ଡ ଉଠାଇ ଛାଡୁ କରିବା ସହ ପାଣି ସିଞ୍ଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏମ୍.ସି.ଏଲ୍. ଜଗନ୍ନାଥ ଏରିଆକୁ ଚିଠି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଜଣାଇବା ସତ୍ତ୍ୱେ ଏହାକୁ ଗୁରୁତ୍ୱ ଦିଆଯାଇ ନାହିଁ। ଏମ୍.ସି.ଏଲ୍. ପକ୍ଷରୁ ଏପ୍ରିଲ ୧ରୁ ପାଣି ଦେବା ପାଇଁ ଚିଠି ହୋଇଥିଲେ ମଧ୍ୟ ଜୁନ୍ ୧୨ରୁ କାର୍ଯ୍ୟାଦେଶ ଦିଆଯାଇଛି। ଘଣ୍ଟପଡ଼ା ପଞ୍ଚାୟତର ପବିତ୍ର ମୋହନ ମେଡିକାଲ ଯିବା ରାସ୍ତାରେ (ଅନନ୍ତ ମାର୍କେଟ୍) ଓଭରବ୍ରିଜ୍ ନିର୍ମାଣ ପାଇଁ ଚିଠି ଦିଆଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଟି.ଏଫ୍.ଏଲ୍. ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶେଷରେ, ତାଳଚେରରୁ ହିଙ୍ଗୁଳା ପର୍ଯ୍ୟନ୍ତ ରାସ୍ତାରେ ଥିବା କଂସେଇ ଖାନା (ମାଂସ ଦୋକାନ) ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗତ ୨୦୨୫ରୁ ଜଣାଇବା ପରେ ମଧ୍ୟ ତହସିଲଦାର ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ଶ୍ରୀ ସାହୁ ଏହି ସମସ୍ତ ଦାବୀକୁ ଗୁରୁତର ସହ ବିଚାର କରି ସମାଧାନ କରିବାକୁ ଅନୁରୋଧ କରିଛନ୍ତି।1
- ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବଡତ୍ରୀବିଡା ପଞ୍ଚାୟତର ବଡତ୍ରୀବିଡା ଗ୍ରାମରେ ରାସନ୍ ଡିଲର ଭାବେ ମନୋନୀତ ସଞ୍ଜୟ ପ୍ରଧାନଙ୍କ ମନମାନୀ ଯୋଗୁଁ ହିତାଧିକାରୀମାନେ ସରକାର ଦେଉଥିବା ଚାଉଳ ସଠିକ ସମୟରେ ପାଇପାରୁ ନାହାନ୍ତି। ସେହି ଗ୍ରାମର ହିତାଧିକାରୀ ଗୋବିନ୍ଦ ଗୋଛୟତ ଗତ ତିନି ମାସ ହେବ ରାସନ୍ ଚାଉଳ ପାଇବାରୁ ବଞ୍ଚିତ ହୋଇ ବାରମ୍ବାର ନିରାଶ ହେଉଛନ୍ତି। ହିତାଧିକାରୀମାନେ ପଚାରିଲେ ଡିଲର ତାଙ୍କୁ ପନ୍ଦର ଦିନ ପରେ ଆସିବାକୁ କହୁଛନ୍ତି, ଯାହାକି ତାଙ୍କ ମନମାନୀର ପ୍ରମାଣ। ଏଭଳି ବ୍ୟକ୍ତିତ୍ବଙ୍କୁ ଯଦି ସରକାରଙ୍କ ରାସନ୍ ଚାଉଳ ବଣ୍ଟନ ପାଇଁ ମନୋନୀତ କରାଯାଏ, ତେବେ ସାଧାରଣ ଗରୀବ ଲୋକଟି କିପରି ଦୁଇମୁଠା ସରକାରୀ ଦାନା ପାଇବ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।2
- ହିନ୍ଦୋଳ ଥାନା ଅନ୍ତର୍ଗତ କାନ୍ଦରାଶୁଣି ନିକଟସ୍ଥ ଏକ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ଉଦ୍ଧାର ହୋଇଥିବା ଶବଟି ଝୁଲନ୍ତା ଅବସ୍ଥାରେ ଥିଲା। ଏହି ଯୁବକ ଜଣଙ୍କ ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଛି। ଖବର ପାଇ ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।1
- ଢେଙ୍କାନାଳରେ ଜମି ଉଚ୍ଛେଦକୁ ବିରୋଧ କରି ଜବରଦଖଲକାରୀମାନେ ଏକ ଜେସିବି ମେସିନ୍ ସାମ୍ନାରେ ଶୋଇ ପ୍ରତିବାଦ କରିଛନ୍ତି।1
- ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପିଙ୍ଗୁଆ ଗାଁରେ ଏକ ଦୀର୍ଘକାଳୀନ ପରିସ୍ଥିତି ସାମ୍ନାକୁ ଆସିଛି। ଏହି ଗ୍ରାମରେ ଥିବା ଡାକଘର ଗତ ୩୨ ବର୍ଷ ହେବ ଗାଁର କ୍ଲବ ଘର ଭିତରେ ହିଁ ନିଜର କାର୍ଯ୍ୟ ସମ୍ପାଦନ କରିଆସୁଛି।1
- ୨୦୨୬ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିରରେ ପାଳନ କରାଯିବ।1
- ବିଜେପି ସାଂସଦ ପ୍ରଦୀପ ପୁରୋହିତ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଜେଡିର ବିଧାୟକ ଗୋଷ୍ଠୀ ଏନ୍ଡିଏରେ ସାମିଲ ହେବେ ଏବଂ ବିଜେଡିରେ ବିଧାୟକମାନେ ବିଦ୍ରୋହ କରିବେ।1
- ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବତନ ସାଂସଦ ମହେଶ ସାହୁ ତାଳଚେର ସ୍ଥିତ ଗ୍ରୀନ ପାର୍କ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏହାକୁ ନିୟନ୍ତ୍ରିତ କରି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜନପ୍ରତିନିଧି ଓ ସାମ୍ବାଦିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉନାହିଁ। ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏହି ସମୟରେ ପଞ୍ଚାୟତରେ ଓ ସହରୀ ବିକାଶ ଯୋଜନାରେ କେତେ ଫୁଟ ରାସ୍ତା ନିର୍ମାଣ ହୋଇଛି? ସେହିପରି ଧାନ ଉଠାଣ ଠିକ ଭାବେ ହେଉନଥିବା ଓ ପାନୀୟ ଜଳ ମିଳୁନଥିବାରୁ ଲୋକେ ଓ ଚାଷୀ ଆଜି ରାସ୍ତାରେ ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ବୈଷୟିକ ତ୍ରୁଟି ପାଇଁ ୩ ମାସ ହେଲା ବିଭିନ୍ନ ଭତ୍ତା ବନ୍ଦ ହୋଇଯାଇଛି ଏବଂ ୨ ବର୍ଷରେ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ମିଳିନାହିଁ। ସେ ଅଭିଯୋଗ କରିଛନ୍ତି ଯେ ହିନ୍ଦୋଳ କ୍ଷେତ୍ରରେ ଓଡ଼ିଶାର ସମସ୍ତ ବନଖଣ୍ଡ ତୁଳନାରେ ସର୍ବାଧିକ ହାତୀ ଆକ୍ରମଣରେ ମୃତ୍ୟୁ ହେଉଛି। ତାଳଚେର ଥର୍ମାଲରେ ଷ୍ଟେଜ ୩ରେ ପର୍ଯ୍ୟାୟକ୍ରମେ ୩ ମାସ ମଧ୍ୟରେ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ହେଉନଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ ଜାତୀୟ ସ୍ୱାର୍ଥ ପାଇଁ ତାଳଚେରବାସୀଙ୍କ ତ୍ୟାଗ ଥିବାବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ନିର୍ଦ୍ଧାରଣ କରିବା ସହ ସ୍ୱଳ୍ପ ଜମି ହରାଇଥିବା ଜମିହରା ପ୍ରଜାଙ୍କୁ ନିଯୁକ୍ତି ମିଳୁ। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କଳକାରଖାନା ଗଢ଼ି ଉଠିଥିଲେ ମଧ୍ୟ CSR ମାଧ୍ୟମରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାକୁ ସେ ବିରୋଧ କରିଛନ୍ତି। ଏହି ଦୁଇ ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣ ଶେଷ ହୋଇନଥିବା ବେଳେ ଖମାର, ହାତୀଲୁଚାଣି, ଇଟାପ ଠାରେ ଟୋଲ ଟିକସ ଆଦାୟ ହେଉଥିବାକୁ ସେ ବିରୋଧ କରିଛନ୍ତି। କେନ୍ଦ୍ର ସରକାର ଦେଶରେ ଦୈନିକ ୩୪ କିମି ରାସ୍ତା ନିର୍ମାଣ ହେଉଥିବା ସୂଚନା ଦେଉଥିବା ବେଳେ ଓଡ଼ିଶାରେ କେତେ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି, ପୂର୍ତ୍ତ ବିଭାଗ ୧୫ ହଜାର କିମି ରାସ୍ତା କରିବ ବୋଲି କହୁଥିବା ବେଳେ ୫୦୦ କିମି ହେଉଛି କି ନାହିଁ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ଗ୍ରାମ ଉନ୍ନୟନ ରାସ୍ତା ଯୋଜନାରେ ଓଡ଼ିଶାରେ କେତେ କିମି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ବିଧାୟକ ଓ ସାଂସଦ ପାଣ୍ଠି ବାବଦ ୫ କୋଟି ଲେଖାଏଁ ମିଳୁଥିବା ବେଳେ ସେ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ବିଭିନ୍ନ କାର୍ଯ୍ୟ ହୋଇପାରୁନାହିଁ। ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି କହିଥିବା ବେଳେ ଅନୁଗୁଳ ଜିଲ୍ଲାରେ ଏହା କେବେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ପରିବେଶ ସମସ୍ୟା ଉଦବେଗଜନକ ଥିବାବେଳେ ତାଳଚେରରେ କୋଇଲା କମ୍ପାନୀ କେବେ ପ୍ରତିଷ୍ଠା ହେବ ବୋଲି ସେ ପଚାରିଛନ୍ତି ଏବଂ ଏଥିପ୍ରତି ଜନ ପ୍ରତିନିଧିଙ୍କ ନୀରବତା ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ କୋଇଲାଖଣି ପାଇଁ ତାଳଚେର ସହରର ବିଭିନ୍ନ ସ୍ଥାନରେ ମାଟି ଦବୁଥିବା ବେଳେ ଉପଯୁକ୍ତ ବାଲି ଭର୍ତ୍ତି କରାଯାଇ ତାଳଚେରକୁ ବିପଦମୁକ୍ତ ଘୋଷଣା କରାଯାଉ। MCL ଉତ୍ପାଦନ ଅନୁସାରେ ଅନ୍ୟ ଖଣିରେ ନିଯୁକ୍ତି ଆଧାରରେ ନିଯୁକ୍ତି ଦେଉନଥିବା ସେ ଅଭିଯୋଗ କରିଛନ୍ତି। ନିକଟରେ ତାଳଚେର ପବିତ୍ର ମୋହନ ସରକାରୀ ଡାକ୍ତରଖାନାରେ ହୋଇଥିବା ନର୍ସ ନିଯୁକ୍ତି ଜାଲିଆତି ଘଟଣାରେ ଯଦି କୌଣସି ରୋଗୀର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ MCL ଉପଖଣ୍ଡ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଏଭଳି ଅବ୍ୟବସ୍ଥାର ତଦନ୍ତ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ମଳ ତ୍ରିପାଠୀ, ରମେଶ ଚନ୍ଦ୍ର ବେହେରା ଓ କଳାକାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।1