logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଝାରସୁଗୁଡା ଜିଲ୍ଲାରେ ଉଦ୍ଧାର ହୋଇଥିବା ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ବିନୋଦ କୁମାର (ବିନୋଦ ଯାଦବ)ଙ୍କୁ ଦୀର୍ଘ ଆଠ ବର୍ଷ ପରେ ତାଙ୍କ ପରିବାର ସହ ପୁନର୍ମିଳନ କରାଯାଇଛି। ତାଙ୍କୁ ୨୫ ସେପ୍ଟେମ୍ବର ୨୦୧୮ରେ ଉଦ୍ଧାର କରାଯାଇ ପିପୁଲ୍ସ ଫୋରମ୍ ଦ୍ୱାରା ପରିଚାଳିତ ମିଶନ ଆଶାଲୋକରେ ରଖାଯାଇଥିଲା। ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା, ଯତ୍ନ ଓ ପୁନର୍ବାସ ସୁବିଧା ଯୋଗାଇ ଦିଆଯାଉଥିଲା। ନିରନ୍ତର ପ୍ରୟାସ ଏବଂ ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ ବିନୋଦ କୁମାରଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ। ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଝାରସୁଗୁଡାକୁ ଅଣାଯାଇଥିଲା ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିନୋଦ କୁମାରଙ୍କୁ ସଫଳତାର ସହ ପରିବାର ସଦସ୍ୟଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରି ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱlଣ ମତବ୍ୟକ୍ତ କରିଥିଲେ ଯେ, ମାନବିକତା ଓ ସମ୍ବେଦନଶୀଳତା ସହ କାର୍ଯ୍ୟ କଲେ ଅସହାୟ ଓ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବେ ନିଜ ପରିବାରକୁ ଫେରlଇ ଆଣିହେବ। ସେ କହିଥିଲେ ଯେ ଏହା କେବଳ ଜଣେ ବ୍ୟକ୍ତିଙ୍କ ପୁନର୍ମିଳନ ନୁହେଁ, ବରଂ ଏକ ପରିବାରର ଖୁସିକୁ ଫେରାଇ ଆଣିବାର ମୁହୂର୍ତ୍ତ। ଏହି ସେବାମୂଳକ କାର୍ଯ୍ୟରେ ସମସ୍ତ ସମ୍ପୃକ୍ତ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ଭୂମିକାକୁ ମଧ୍ୟ ଶ୍ରୀ ଚୱାଣ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାଏକ ଏବଂ ପିପୁଲ୍ସ ଫୋରମ୍ ଏନଜିଓର କର୍ମକର୍ତ୍ତା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଝାରସୁଗୁଡା ସ୍ନେହ ସେତୁ ଅଭିଯାନ ଅଧୀନରେ ହୋଇଥିବା ଏହି ମାନବିକ ପଦକ୍ଷେପ ସଫଳ ହେବାକୁ ନେଇ ଉପସ୍ଥିତ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ।

9 hrs ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
9 hrs ago

ଝାରସୁଗୁଡା ଜିଲ୍ଲାରେ ଉଦ୍ଧାର ହୋଇଥିବା ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ବିନୋଦ କୁମାର (ବିନୋଦ ଯାଦବ)ଙ୍କୁ ଦୀର୍ଘ ଆଠ ବର୍ଷ ପରେ ତାଙ୍କ ପରିବାର ସହ ପୁନର୍ମିଳନ କରାଯାଇଛି। ତାଙ୍କୁ ୨୫ ସେପ୍ଟେମ୍ବର ୨୦୧୮ରେ ଉଦ୍ଧାର କରାଯାଇ ପିପୁଲ୍ସ ଫୋରମ୍ ଦ୍ୱାରା ପରିଚାଳିତ ମିଶନ ଆଶାଲୋକରେ ରଖାଯାଇଥିଲା। ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା, ଯତ୍ନ ଓ ପୁନର୍ବାସ ସୁବିଧା ଯୋଗାଇ ଦିଆଯାଉଥିଲା। ନିରନ୍ତର ପ୍ରୟାସ ଏବଂ ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ ବିନୋଦ କୁମାରଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ।

c720475c-2320-448d-92d4-297000c99c67

ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଝାରସୁଗୁଡାକୁ ଅଣାଯାଇଥିଲା ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିନୋଦ କୁମାରଙ୍କୁ ସଫଳତାର ସହ ପରିବାର ସଦସ୍ୟଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରି ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱlଣ ମତବ୍ୟକ୍ତ କରିଥିଲେ ଯେ, ମାନବିକତା ଓ ସମ୍ବେଦନଶୀଳତା ସହ କାର୍ଯ୍ୟ କଲେ ଅସହାୟ ଓ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବେ ନିଜ ପରିବାରକୁ ଫେରlଇ ଆଣିହେବ। ସେ କହିଥିଲେ ଯେ ଏହା କେବଳ ଜଣେ ବ୍ୟକ୍ତିଙ୍କ ପୁନର୍ମିଳନ ନୁହେଁ,

e2a197ac-8b39-4939-b9fa-502ad1eb73b2

ବରଂ ଏକ ପରିବାରର ଖୁସିକୁ ଫେରାଇ ଆଣିବାର ମୁହୂର୍ତ୍ତ। ଏହି ସେବାମୂଳକ କାର୍ଯ୍ୟରେ ସମସ୍ତ ସମ୍ପୃକ୍ତ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ଭୂମିକାକୁ ମଧ୍ୟ ଶ୍ରୀ ଚୱାଣ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାଏକ ଏବଂ ପିପୁଲ୍ସ ଫୋରମ୍ ଏନଜିଓର କର୍ମକର୍ତ୍ତା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଝାରସୁଗୁଡା ସ୍ନେହ ସେତୁ ଅଭିଯାନ ଅଧୀନରେ ହୋଇଥିବା ଏହି ମାନବିକ ପଦକ୍ଷେପ ସଫଳ ହେବାକୁ ନେଇ ଉପସ୍ଥିତ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ।

More news from Jharsuguda and nearby areas
  • ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ, ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ପତାକା ପ୍ରଦର୍ଶନ କରି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଏବଂ ସାଧାରଣ ଲୋକ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରିଥିଲେ। ପରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ବ୍ରହ୍ମକୁମାରୀ ଅନୁଷ୍ଠାନର ରୀନା (ମୁଖ୍ୟ ବକ୍ତା) ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଅନ୍ତର୍ଗତ ବେଲପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଅବସରରେ ନିଶାସକ୍ତିର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ଉପରେ ଆଧାରିତ ଏକ ସଚେତନତାମୂଳକ ନାଟକ ଓ ଗୀତ ପ୍ରଦର୍ଶିତ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ମଦ୍ୟପାନ ଓ ବିଭିନ୍ନ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିବାବେଳେ, ସମବେତ ଗୀତ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ଗଢ଼ିବାକୁ ଆହ୍ୱାନ କରାଯାଇଥିଲା। ଏହି ପରିବେଷଣରେ ବିନୟ ପ୍ରଧାନ, ସୋନିଆ ବେହେରା, ଜ୍ୟୋତ୍ସ୍ନା କାଲୋ, ବର୍ଷାରାଣୀ ଧଳ, ବେଦବ୍ୟାସ ହରିପାଳ, ସାନିଆ ବେହେରା, ତନୁଜା ମେହେର, ଫକିର ମେହେର, ପୂଜା ଧନ, ଖୁସିକୁମାରୀ ଜେନା, ଲିପ୍ସା ସାହୁ ଏବଂ ଭବେଶ ପ୍ରଧାନ ଅଂଶଗ୍ରହଣ କରିଥିଲେ। କଳାକାରମାନଙ୍କର ଜୀବନ୍ତ ଅଭିନୟ ଓ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ପ୍ରଶଂସା ଲାଭ କରିବା ସହ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇଥିଲା। ଶେଷରେ, କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।
    1
    ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ, ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ପତାକା ପ୍ରଦର୍ଶନ କରି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଏବଂ ସାଧାରଣ ଲୋକ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରିଥିଲେ।

ପରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ବ୍ରହ୍ମକୁମାରୀ ଅନୁଷ୍ଠାନର ରୀନା (ମୁଖ୍ୟ ବକ୍ତା) ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମ ଅନ୍ତର୍ଗତ ବେଲପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଅବସରରେ ନିଶାସକ୍ତିର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ଉପରେ ଆଧାରିତ ଏକ ସଚେତନତାମୂଳକ ନାଟକ ଓ ଗୀତ ପ୍ରଦର୍ଶିତ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ମଦ୍ୟପାନ ଓ ବିଭିନ୍ନ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିବାବେଳେ, ସମବେତ ଗୀତ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ଗଢ଼ିବାକୁ ଆହ୍ୱାନ କରାଯାଇଥିଲା। ଏହି ପରିବେଷଣରେ ବିନୟ ପ୍ରଧାନ, ସୋନିଆ ବେହେରା, ଜ୍ୟୋତ୍ସ୍ନା କାଲୋ, ବର୍ଷାରାଣୀ ଧଳ, ବେଦବ୍ୟାସ ହରିପାଳ, ସାନିଆ ବେହେରା, ତନୁଜା ମେହେର, ଫକିର ମେହେର, ପୂଜା ଧନ, ଖୁସିକୁମାରୀ ଜେନା, ଲିପ୍ସା ସାହୁ ଏବଂ ଭବେଶ ପ୍ରଧାନ ଅଂଶଗ୍ରହଣ କରିଥିଲେ। କଳାକାରମାନଙ୍କର ଜୀବନ୍ତ ଅଭିନୟ ଓ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ପ୍ରଶଂସା ଲାଭ କରିବା ସହ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇଥିଲା।

ଶେଷରେ, କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    6 hrs ago
  • ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ AC OSRTC ଭୋଲ୍ଭୋ ବସ୍ ଟାଙ୍ଗି ନିକଟରେ ବିକଳ ହୋଇପଡ଼ିଛି। ଏହି ଘଟଣା ଯୋଗୁଁ ଯାତ୍ରୀମାନେ ଖରାରେ ରାଜପଥରେ ଅଟକି ରହି ହନ୍ତସନ୍ତ ହୋଇଛନ୍ତି। ବସ୍ ଅଚଳ ହେବା ପରେ OSRTCର ସେବା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ AC OSRTC ଭୋଲ୍ଭୋ ବସ୍ ଟାଙ୍ଗି ନିକଟରେ ବିକଳ ହୋଇପଡ଼ିଛି। ଏହି ଘଟଣା ଯୋଗୁଁ ଯାତ୍ରୀମାନେ ଖରାରେ ରାଜପଥରେ ଅଟକି ରହି ହନ୍ତସନ୍ତ ହୋଇଛନ୍ତି। ବସ୍ ଅଚଳ ହେବା ପରେ OSRTCର ସେବା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    21 hrs ago
  • ମୋହଲା–ମାନପୁର ଅଞ୍ଚଳର ଗୁଣ୍ଡରଦେହୀ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଏକ ଦ୍ରୁତଗତି ଟ୍ରକ୍ ଜଣେ ମାସୁମ ଶିଶୁଙ୍କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ଟ୍ରକ୍ ଚାଳକ ପୁଲିସ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ, ଯାହା ପୋଲିସକୁ ଚକମା ଦେବା ସଦୃଶ ଥିଲା। ମାସୁମ ଶିଶୁକୁ ଧକ୍କା ଦେଇ ଟ୍ରକ୍ ଫେରାର ହୋଇଯିବା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପୋଲିସ ଫେରାର ହୋଇଥିବା ଟ୍ରକ୍ ଓ ତାହାର ଚାଳକଙ୍କୁ ଖୋଜି ବାହାର କରିବା ପାଇଁ ତଦନ୍ତ ଜାରି ରଖିଛି।
    1
    ମୋହଲା–ମାନପୁର ଅଞ୍ଚଳର ଗୁଣ୍ଡରଦେହୀ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଏକ ଦ୍ରୁତଗତି ଟ୍ରକ୍ ଜଣେ ମାସୁମ ଶିଶୁଙ୍କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ଟ୍ରକ୍ ଚାଳକ ପୁଲିସ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ, ଯାହା ପୋଲିସକୁ ଚକମା ଦେବା ସଦୃଶ ଥିଲା।

ମାସୁମ ଶିଶୁକୁ ଧକ୍କା ଦେଇ ଟ୍ରକ୍ ଫେରାର ହୋଇଯିବା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପୋଲିସ ଫେରାର ହୋଇଥିବା ଟ୍ରକ୍ ଓ ତାହାର ଚାଳକଙ୍କୁ ଖୋଜି ବାହାର କରିବା ପାଇଁ ତଦନ୍ତ ଜାରି ରଖିଛି।
    user_Orissa live
    Orissa live
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    16 hrs ago
  • କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିବସ ପାଳିତ ହୋଇଛି। ଏହି ଅବସରରେ କୁଚିଣ୍ଡା ଟାଉନ ହଲଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ପଞ୍ଚାୟତିରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ୟପକ୍ଷରେ, ସନ୍ଧ୍ୟାରେ ବାବା ମୁକ୍ତେଶ୍ୱର ମନ୍ଦିରରେ ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକଙ୍କ ତତ୍ତ୍ୱାବଧାନରେ ମଣ୍ଡଳ ଦାୟିତ୍ୱରେ ଥିବା ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ଏଥିସହ ୧୧୧ ଦୀପ ପ୍ରଜ୍ୱଳନ କରାଯାଇଥିଲା।
    1
    କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିବସ ପାଳିତ ହୋଇଛି। ଏହି ଅବସରରେ କୁଚିଣ୍ଡା ଟାଉନ ହଲଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଏହି ରକ୍ତଦାନ ଶିବିରକୁ ପଞ୍ଚାୟତିରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଅନ୍ୟପକ୍ଷରେ, ସନ୍ଧ୍ୟାରେ ବାବା ମୁକ୍ତେଶ୍ୱର ମନ୍ଦିରରେ ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକଙ୍କ ତତ୍ତ୍ୱାବଧାନରେ ମଣ୍ଡଳ ଦାୟିତ୍ୱରେ ଥିବା ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ଏଥିସହ ୧୧୧ ଦୀପ ପ୍ରଜ୍ୱଳନ କରାଯାଇଥିଲା।
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    14 hrs ago
  • ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ, ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ପତାକା ପ୍ରଦର୍ଶନ କରି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ସାଧାରଣ ଲୋକ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ବ୍ରହ୍ମକୁମାରୀ ଅନୁଷ୍ଠାନର ମୁଖ୍ୟ ବକ୍ତା ରୀନା, ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହାପରେ ବେଲପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ 'ନିଶା ମୁକ୍ତ ଭାରତ ଅଭିଯାନ' ଅବସରରେ ନିଶାସକ୍ତିର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ଉପରେ ଆଧାରିତ ସଚେତନତାମୂଳକ ନାଟକ ଓ ଗୀତ ପ୍ରଦର୍ଶିତ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ମଦ୍ୟପାନ ଓ ବିଭିନ୍ନ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିବାବେଳେ ସମବେତ ଗୀତ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ଗଢ଼ିବାକୁ ଆହ୍ୱାନ କରାଯାଇଥିଲା। ଏହି ପରିବେଷଣରେ ବିନୟ ପ୍ରଧାନ, ସୋନିଆ ବେହେରା, ଜ୍ୟୋତ୍ସ୍ନା କାଲୋ, ବର୍ଷାରାଣୀ ଧଳ, ବେଦବ୍ୟାସ ହରିପାଳ, ସାନିଆ ବେହେରା, ତନୁଜା ମେହେର, ଫକିର ମେହେର, ପୂଜା ଧନ, ଖୁସିକୁମାରୀ ଜେନା, ଲିପ୍ସା ସାହୁ ଏବଂ ଭବେଶ ପ୍ରଧାନ ଅଂଶଗ୍ରହଣ କରିଥିଲେ। କଳାକାରମାନଙ୍କର ଜୀବନ୍ତ ଅଭିନୟ ଓ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ପ୍ରଶଂସା ଲାଭ କରିବା ସହ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇଥିଲା। କାର୍ଯ୍ୟକ୍ରମର ଶେଷରେ କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    1
    ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ, ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ପତାକା ପ୍ରଦର୍ଶନ କରି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ସାଧାରଣ ଲୋକ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରିଥିଲେ।

ପରବର୍ତ୍ତୀ ସମୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ବ୍ରହ୍ମକୁମାରୀ ଅନୁଷ୍ଠାନର ମୁଖ୍ୟ ବକ୍ତା ରୀନା, ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଏହାପରେ ବେଲପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ 'ନିଶା ମୁକ୍ତ ଭାରତ ଅଭିଯାନ' ଅବସରରେ ନିଶାସକ୍ତିର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ଉପରେ ଆଧାରିତ ସଚେତନତାମୂଳକ ନାଟକ ଓ ଗୀତ ପ୍ରଦର୍ଶିତ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ମଦ୍ୟପାନ ଓ ବିଭିନ୍ନ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିବାବେଳେ ସମବେତ ଗୀତ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ଗଢ଼ିବାକୁ ଆହ୍ୱାନ କରାଯାଇଥିଲା। ଏହି ପରିବେଷଣରେ ବିନୟ ପ୍ରଧାନ, ସୋନିଆ ବେହେରା, ଜ୍ୟୋତ୍ସ୍ନା କାଲୋ, ବର୍ଷାରାଣୀ ଧଳ, ବେଦବ୍ୟାସ ହରିପାଳ, ସାନିଆ ବେହେରା, ତନୁଜା ମେହେର, ଫକିର ମେହେର, ପୂଜା ଧନ, ଖୁସିକୁମାରୀ ଜେନା, ଲିପ୍ସା ସାହୁ ଏବଂ ଭବେଶ ପ୍ରଧାନ ଅଂଶଗ୍ରହଣ କରିଥିଲେ। କଳାକାରମାନଙ୍କର ଜୀବନ୍ତ ଅଭିନୟ ଓ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ପ୍ରଶଂସା ଲାଭ କରିବା ସହ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇଥିଲା।

କାର୍ଯ୍ୟକ୍ରମର ଶେଷରେ କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • ବାଲେଶ୍ୱରରେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କ ବିରୋଧରେ ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଲାଗିରହିଥିବା ବେଳେ, ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
    1
    ବାଲେଶ୍ୱରରେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କ ବିରୋଧରେ ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଲାଗିରହିଥିବା ବେଳେ, ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    21 hrs ago
  • ପଶ୍ଚିମବଙ୍ଗରେ ଏକ ହାଇ-ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି, ଯେଉଁଠାରେ ଟିଏମସି ନେତାଙ୍କ ପୁଅ ଅଭିଜିତ ଚାଟାର୍ଜୀଙ୍କୁ ପୋଲିସ ଗିରଫ କରିଛି। ଏହି ଗିରଫଦାରୀ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପ୍ରବଳ ବିରୋଧ କରିଥିଲେ। ସେମାନେ ଅଭିଜିତ ଚାଟାର୍ଜୀଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ। ପ୍ରବଳ ହଙ୍ଗାମା ମଧ୍ୟରେ ପୋଲିସ ଅଭିଜିତ ଚାଟାର୍ଜୀଙ୍କୁ ନିଜ ସୁରକ୍ଷାରେ ନେଇ ହେପାଜତକୁ ନେଇଛି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି। ତେବେ ଗିରଫଦାରୀର କାରଣ ଏବଂ ସମଗ୍ର ଘଟଣାକ୍ରମ ବିଷୟରେ କୌଣସି ଆଧିକାରିକ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।
    1
    ପଶ୍ଚିମବଙ୍ଗରେ ଏକ ହାଇ-ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି, ଯେଉଁଠାରେ ଟିଏମସି ନେତାଙ୍କ ପୁଅ ଅଭିଜିତ ଚାଟାର୍ଜୀଙ୍କୁ ପୋଲିସ ଗିରଫ କରିଛି। ଏହି ଗିରଫଦାରୀ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପ୍ରବଳ ବିରୋଧ କରିଥିଲେ। ସେମାନେ ଅଭିଜିତ ଚାଟାର୍ଜୀଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ।

ପ୍ରବଳ ହଙ୍ଗାମା ମଧ୍ୟରେ ପୋଲିସ ଅଭିଜିତ ଚାଟାର୍ଜୀଙ୍କୁ ନିଜ ସୁରକ୍ଷାରେ ନେଇ ହେପାଜତକୁ ନେଇଛି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି। ତେବେ ଗିରଫଦାରୀର କାରଣ ଏବଂ ସମଗ୍ର ଘଟଣାକ୍ରମ ବିଷୟରେ କୌଣସି ଆଧିକାରିକ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    20 hrs ago
  • ଛତିଶଗଡ଼ର ମୋହଲା-ମାନପୁର ଜିଲ୍ଲାର ଗୁଣ୍ଡରଦେହୀ ଗାଁରେ ଏକ ତୀବ୍ର ବେଗରେ ଆସୁଥିବା ଟ୍ରକ୍‌ ଧକ୍କାରେ ଜଣେ ୧୦ ବର୍ଷର ଶିଶୁର ଘଟଣାସ୍ଥଳରେ ହିଁ ଦୁଃଖଦ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ କ୍ରୋଧିତ ଗ୍ରାମବାସୀମାନେ ଶବକୁ ରାସ୍ତା ଉପରେ ରଖି ରାଜନନ୍ଦଗାଁଓ-ଚନ୍ଦ୍ରପୁର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଏହି ସମୟରେ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭର ପୋଲିସ ବ୍ୟାରିକେଡ୍ ଭାଙ୍ଗି ପ୍ରାୟ ୭୦ କିଲୋମିଟର ପର୍ଯ୍ୟନ୍ତ ଫେରାର ହୋଇଯାଇଥିଲା। ପରେ କୋରକଟି ନିକଟରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ଆହତ ଡ୍ରାଇଭରକୁ ହେପାଜତକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୋଲିସ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି ଏବଂ ଡ୍ରାଇଭର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
    1
    ଛତିଶଗଡ଼ର ମୋହଲା-ମାନପୁର ଜିଲ୍ଲାର ଗୁଣ୍ଡରଦେହୀ ଗାଁରେ ଏକ ତୀବ୍ର ବେଗରେ ଆସୁଥିବା ଟ୍ରକ୍‌ ଧକ୍କାରେ ଜଣେ ୧୦ ବର୍ଷର ଶିଶୁର ଘଟଣାସ୍ଥଳରେ ହିଁ ଦୁଃଖଦ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ କ୍ରୋଧିତ ଗ୍ରାମବାସୀମାନେ ଶବକୁ ରାସ୍ତା ଉପରେ ରଖି ରାଜନନ୍ଦଗାଁଓ-ଚନ୍ଦ୍ରପୁର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।

ଏହି ସମୟରେ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭର ପୋଲିସ ବ୍ୟାରିକେଡ୍ ଭାଙ୍ଗି ପ୍ରାୟ ୭୦ କିଲୋମିଟର ପର୍ଯ୍ୟନ୍ତ ଫେରାର ହୋଇଯାଇଥିଲା। ପରେ କୋରକଟି ନିକଟରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପୋଲିସ ଆହତ ଡ୍ରାଇଭରକୁ ହେପାଜତକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୋଲିସ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି ଏବଂ ଡ୍ରାଇଭର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.