ଗତ ଜୁନ୍ ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ମାୟାବାହାଲ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅଭିଯୁକ୍ତ କନ୍ଦର୍ପ ଦେହେରୀ ତାଙ୍କ ପତ୍ନୀ ବିଣାତି ଦେହେରୀଙ୍କ ସହ ଘରେ ଝଗଡ଼ା କରୁଥିବାବେଳେ ପତ୍ନୀ ଭୟରେ ହେମନ୍ତଙ୍କ ଘରକୁ ଚାଲିଯାଇଥିଲେ। ପରେ, ରାତି ପ୍ରାୟ ୧୦.୩୦ ସମୟରେ କନ୍ଦର୍ପ ହେମନ୍ତଙ୍କ ଘର ନିକଟରେ ଥିବା ଏକ କଲଭର୍ଟ ଉପରେ ବସିଥିବା ହେମନ୍ତଙ୍କ ଉପରକୁ ହଠାତ୍ ଏକ ଲୁହା ଘାସ କଟରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ହେମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସନ୍ଧ୍ୟାରେ, ଯେତେବେଳେ ବିଣାତି ହେମନ୍ତଙ୍କ ଘରକୁ ପଳାଇଥିଲେ, କନ୍ଦର୍ପ ତାଙ୍କୁ ଅନୁସରଣ କରି ପତ୍ନୀଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ହେମନ୍ତଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର କରିଥିଲେ। ହେମନ୍ତ କୌଣସି ପ୍ରକାରେ କନ୍ଦର୍ପଙ୍କୁ ବୁଝାଇ ତାଙ୍କ ଘରକୁ ଫେରାଇ ଦେଇଥିଲେ। ମାତ୍ର କିଛି ସମୟ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ମୃତ ହେମନ୍ତଙ୍କ ଭଉଣୀ କୁମାରୀ ନାଏକଙ୍କ ରିପୋର୍ଟ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ସମୟରେ ପୋଲିସ କୁକୁର ସାହାଯ୍ୟରେ ଅଭିଯୁକ୍ତ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଛି। ଏହା ସହ ଏକ ବୈଜ୍ଞାନିକ ଦଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା। ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତ କନ୍ଦର୍ପ ଦେହେରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

- ଗତ ଜୁନ୍ ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ମାୟାବାହାଲ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅଭିଯୁକ୍ତ କନ୍ଦର୍ପ ଦେହେରୀ ତାଙ୍କ ପତ୍ନୀ ବିଣାତି ଦେହେରୀଙ୍କ ସହ ଘରେ ଝଗଡ଼ା କରୁଥିବାବେଳେ ପତ୍ନୀ ଭୟରେ ହେମନ୍ତଙ୍କ ଘରକୁ ଚାଲିଯାଇଥିଲେ। ପରେ, ରାତି ପ୍ରାୟ ୧୦.୩୦ ସମୟରେ କନ୍ଦର୍ପ ହେମନ୍ତଙ୍କ ଘର ନିକଟରେ ଥିବା ଏକ କଲଭର୍ଟ ଉପରେ ବସିଥିବା ହେମନ୍ତଙ୍କ ଉପରକୁ ହଠାତ୍ ଏକ ଲୁହା ଘାସ କଟରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ହେମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସନ୍ଧ୍ୟାରେ, ଯେତେବେଳେ ବିଣାତି ହେମନ୍ତଙ୍କ ଘରକୁ ପଳାଇଥିଲେ, କନ୍ଦର୍ପ ତାଙ୍କୁ ଅନୁସରଣ କରି ପତ୍ନୀଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ହେମନ୍ତଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର କରିଥିଲେ। ହେମନ୍ତ କୌଣସି ପ୍ରକାରେ କନ୍ଦର୍ପଙ୍କୁ ବୁଝାଇ ତାଙ୍କ ଘରକୁ ଫେରାଇ ଦେଇଥିଲେ। ମାତ୍ର କିଛି ସମୟ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ମୃତ ହେମନ୍ତଙ୍କ ଭଉଣୀ କୁମାରୀ ନାଏକଙ୍କ ରିପୋର୍ଟ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ସମୟରେ ପୋଲିସ କୁକୁର ସାହାଯ୍ୟରେ ଅଭିଯୁକ୍ତ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଛି। ଏହା ସହ ଏକ ବୈଜ୍ଞାନିକ ଦଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା। ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତ କନ୍ଦର୍ପ ଦେହେରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।1
- ତଲସରା ଥାନା ଅନ୍ତର୍ଗତ ମାୟାବାହାଲର (ଦେହେରି ପଡା) ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଦଉଳିରେ ହାଣି ହତ୍ୟା କରାଯାଇଛି। ଏହି ଘଟଣା ନେଇ ସ୍ଥାନୀୟ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି।1
- ପରମେଶ୍ୱର କବୀର ସାହେବଙ୍କ 629ତମ ପ୍ରକଟ ଦିବସ ପାଳନ ପାଇଁ ସତଲୋକ ଆଶ୍ରମ ଶ୍ରୀ ଧନାନା ଧାମ, ହରିୟାଣାଠାରେ ଏକ ଆୟୋଜନ କରାଯାଇଛି। ଏହି ପବିତ୍ର ଅବସରରେ ସମସ୍ତ ପରିବାରବର୍ଗଙ୍କୁ ସାଦର ଆମନ୍ତ୍ରଣ କରାଯାଇଛି।1
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ନୂତନ ସାଇ ହେଲ୍-ଥ କେୟାର ଘରୋଇ ହସ୍ପିଟାଲର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲପାହାଡ଼ର ବର୍ଷୀୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତିଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦ୍ଘାଟନୀ ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଲାଭ ଲୋକେ ଉଠାଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏହି ହସ୍ପିଟାଲର ଏକ ବିଶେଷ ଲକ୍ଷ୍ୟ। ପ୍ରତ୍ୟେକ ଦିନ ସକାଳ ୭ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ, ମଳ, ମୂତ୍ର, ଧାତୁ ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ହେବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏଥିସହ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।1
- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସୱେର ଖେରୁଆଲ୍ ନିକଟରୁ ବଡ଼ମାଲ ପୋଲିସ ଏକ ବଡ଼ ଗଞ୍ଜେଇ ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଛି। ପୋଲିସ ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ଅଢେଇ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହି ଗଞ୍ଜେଇ ବୌଦ୍ଧରୁ ରାୟଗଡ଼କୁ ଚୋରାଚାଲାଣ ହେଉଥିବା ବେଳେ ବାଟରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ କାର୍ରୁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।1
- ଝାରସୁଗୁଡା ଜିଲ୍ଲାରେ ଉଦ୍ଧାର ହୋଇଥିବା ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ବିନୋଦ କୁମାର (ବିନୋଦ ଯାଦବ)ଙ୍କୁ ଦୀର୍ଘ ଆଠ ବର୍ଷ ପରେ ତାଙ୍କ ପରିବାର ସହ ପୁନର୍ମିଳନ କରାଯାଇଛି। ତାଙ୍କୁ ୨୫ ସେପ୍ଟେମ୍ବର ୨୦୧୮ରେ ଉଦ୍ଧାର କରାଯାଇ ପିପୁଲ୍ସ ଫୋରମ୍ ଦ୍ୱାରା ପରିଚାଳିତ ମିଶନ ଆଶାଲୋକରେ ରଖାଯାଇଥିଲା। ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା, ଯତ୍ନ ଓ ପୁନର୍ବାସ ସୁବିଧା ଯୋଗାଇ ଦିଆଯାଉଥିଲା। ନିରନ୍ତର ପ୍ରୟାସ ଏବଂ ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ ବିନୋଦ କୁମାରଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ। ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଝାରସୁଗୁଡାକୁ ଅଣାଯାଇଥିଲା ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିନୋଦ କୁମାରଙ୍କୁ ସଫଳତାର ସହ ପରିବାର ସଦସ୍ୟଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରି ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱlଣ ମତବ୍ୟକ୍ତ କରିଥିଲେ ଯେ, ମାନବିକତା ଓ ସମ୍ବେଦନଶୀଳତା ସହ କାର୍ଯ୍ୟ କଲେ ଅସହାୟ ଓ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବେ ନିଜ ପରିବାରକୁ ଫେରlଇ ଆଣିହେବ। ସେ କହିଥିଲେ ଯେ ଏହା କେବଳ ଜଣେ ବ୍ୟକ୍ତିଙ୍କ ପୁନର୍ମିଳନ ନୁହେଁ, ବରଂ ଏକ ପରିବାରର ଖୁସିକୁ ଫେରାଇ ଆଣିବାର ମୁହୂର୍ତ୍ତ। ଏହି ସେବାମୂଳକ କାର୍ଯ୍ୟରେ ସମସ୍ତ ସମ୍ପୃକ୍ତ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ଭୂମିକାକୁ ମଧ୍ୟ ଶ୍ରୀ ଚୱାଣ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାଏକ ଏବଂ ପିପୁଲ୍ସ ଫୋରମ୍ ଏନଜିଓର କର୍ମକର୍ତ୍ତା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଝାରସୁଗୁଡା ସ୍ନେହ ସେତୁ ଅଭିଯାନ ଅଧୀନରେ ହୋଇଥିବା ଏହି ମାନବିକ ପଦକ୍ଷେପ ସଫଳ ହେବାକୁ ନେଇ ଉପସ୍ଥିତ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ।3
- ମୟାବାହାଲ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଗାଁରେ ଜଣଙ୍କୁ ବେକରେ ରଶି ଲଗାଇ ନିର୍ମମ ଭାବେ ହତ୍ୟା କରାଯାଇଛି।1
- ଉତ୍ତର ପ୍ରଦେଶର ପୀଲିଭୀତ ଜିଲ୍ଲାର ବୁନ୍ଦୀଭୂଡ ଗାଁରେ ମଦ ଦୋକାନ ଖୋଲିବାକୁ ପହଞ୍ଚିଥିବା ପ୍ରଶାସନିକ ଟିମ୍ ଉପରେ ଗ୍ରାମୀଣ ମହିଳାମାନେ ଆକ୍ରମଣ କରିଛନ୍ତି। ଏହି ଘଟଣା ସମୟରେ ମହିଳାମାନେ ଟିମର ଘୋର ବିରୋଧ କରିଥିଲେ, ଯାହା ପରେ ପରିସ୍ଥିତି ହିଂସାତ୍ମକ ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ଲାଠି ଓ ବାଡ଼ିରେ ମୁହାଁମୁହିଁ ହୋଇଥିଲେ ଏବଂ ଉତ୍ତ୍ୟକ୍ତ ମହିଳାମାନେ ମଦ ବୋତଲ ଭାଙ୍ଗିବା ସହ ପୋଲିସ ଗାଡ଼ିକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲେ। ଏହି ସଂଘର୍ଷରେ ତହସିଲଦାରଙ୍କ ହାତରେ ଏବଂ ଫାଣ୍ଡି ଅଧିକାରୀଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା, ଯେଉଁଥିରେ ହାଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଘଟଣା ପରେ ଗାଁରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି ଏବଂ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ବଳ ମୁତୟନ କରାଯାଇଛି।1