ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l
ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l
- ଏନଡିପିଏସ୍ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ କଣ୍ଟାମାଳ ପୋଲିସ ଗିରଫ କରିଛି Sଏନଡିପିଏସ୍ ମାମଲାରେ ଫେରାର ଅଭିଯୁକ୍ତ ଗିରଫ ବୌଦ୍ଧ:ଏନଡିପିଏସ୍ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ କଣ୍ଟାମାଳ ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଉସାଗାଡୁ ଗ୍ରାମର ଦଣ୍ଡିରା କହଁରଙ୍କ ପୁଅ ସନ୍ୟାସୀ କହଁର, ବୟସ(୨୬)ବର୍ଷ। ସୂଚନା ଅନୁସାରେ, କଣ୍ଟାମାଳ ଥାନା କେସ୍ ନମ୍ବର ୪୫/୨୬ ମାମଲାରେ ସନ୍ୟାସୀ କହଁରଙ୍କ ନାମ ରହିଥିଲା। ମାମଲା ରୁଜୁ ହେବା ପରେ ସେ ଅଞ୍ଚଳରୁ ଫେରାର ହୋଇଯାଇଥିଲେ। ତେବେ ଗତ ୨୮ ଅଗଷ୍ଟ ୨୦୨୬ ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ଆଜି ତାଙ୍କୁ ଏନଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(c)/୨୫/୨୯ ଅନୁଯାୟୀ କୋର୍ଟକୁ ପଠାଯାଇଛି। ଏହି ଘଟଣାକୁ ନେଇ କଣ୍ଟାମାଳ ପୋଲିସ ପକ୍ଷରୁ ଆଇନଗତ ପ୍ରକ୍ରିୟା ଜାରି ରହିଛି।1
- କାରରୁ ବିପୁଳ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଜଣେ ମାଫିଆ ଗିରଫ ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ, ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତପନକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।3
- *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ* *ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ* ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରକାଶ ଦଣ୍ଡସେନା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାମେଶ୍ୱର ଜେନା, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀ ଏବଂ କାର୍ଯକ୍ରମ ପରିଚାଳକମାନେ ଉପସ୍ଥିତ ଥିଲେ । ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଂଯୋଜନା କରିଥିଲେ।1
- ହେଲିକ୍ୟାପ୍ଟର ତାରରେ ଲାଗି ଦୁର୍ଘଟଣାଗ୍ରସ୍ତ1
- ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ,,,,,,, ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ1
- ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର,ସାହାଜପିଟାର ଆୟୁଷ୍ ଡାକ୍ତର ଶ୍ରୀ ପ୍ରସନ୍ନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ନିରାକରଣ ଏବଂ ସଚେତନତାର ଉପାୟ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ଡ଼ଃ ହୃଷୀକେଶ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା ମାର୍ଗ ଦର୍ଶନ କରାଇଥିଲେ। ସେହିଭଳି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୟାନିଧି ପଧାନ ଡେଙ୍ଗୁ ଓ ମ୍ୟାଲେରିଆର ବାହକ ଏଡିସ୍ ଓ ମାଈଏନୋଫେଲିସ୍ ମସା ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ସଚେତନତା ରାଲି ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବାବେଳେ ଶିକ୍ଷକ ସଙ୍କର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।1
- ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ପୋଲିସର ପେଟ୍ରୋଲିଂ ସମୟରେ ଏକ କାର ସହ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଗିରଫ ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସକୁ ମିଳିଛି ସଫଳତା। ଗତ ୨୮ ଅଗଷ୍ଟ ୨୦୨୬ ତାରିଖରେ ପୋଲିସ ବିଲାଶପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଲାଶପୁର ମେହେରୁଣୀ ବ୍ରିଜ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ନମ୍ବର OD-01-AB-5037କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ମିଳିଥିଲା। ଏହାପରେ ପୋଲିସ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନା ଅନୁସାରେ, ଧରାପଡ଼ିଥିବା ବ୍ୟକ୍ତି ହେଲେ ତପନ ବାଗ, ବୟସ ୩୮ ବର୍ଷ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ମଥୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ମାମଲାରେ ଗାଡ଼ି ମାଲିକ ବୌଦ୍ଧ ଜ଼ିଲ୍ଲା ବିରାମ ଚନ୍ଦ୍ରପୁର, ବରଝୋଳି ଗ୍ରାମର ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣ କାରୀ ମନମୁଣ୍ଡା ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଗିରି ଙ୍କ ପାଖରୁ ଆଣୁଥିବା ଜଣାପଡ଼ି ଥିଲା l ପରେ ପୋଲିସ ଜବତ ଗଞ୍ଜେଇ ଗୁଡ଼ିକୁ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ମୋଟ ୫୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୬/୨୬, ଏନଡ଼ିପିଏସ ଆକ୍ଟ ର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗଞ୍ଜେଇ ଚାଲାଣର ଉଦ୍ଦେଶ୍ୟ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି l1