logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଶ୍ଵ ଯୋଗ ଦିବସ ଅବସରରେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଟିଙ୍ଗିପାଳି ଫାର୍ମାସିଷ୍ଟ କଲେଜର ଚେୟାରମ୍ୟାନ୍ ନରେନ୍ଦ୍ର କୁମାର ହୋତା ମତବ୍ୟକ୍ତ କରିଛନ୍ତି ଯେ, ଯୋଗ ଅଭ୍ୟାସ ଦ୍ୱାରା ଶରୀରରୁ ରୋଗ ବିଯୋଗ ହୋଇଥାଏ। ସେ ଏହି ଅବସରରେ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।

5 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
5 hrs ago

ବିଶ୍ଵ ଯୋଗ ଦିବସ ଅବସରରେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଟିଙ୍ଗିପାଳି ଫାର୍ମାସିଷ୍ଟ କଲେଜର ଚେୟାରମ୍ୟାନ୍ ନରେନ୍ଦ୍ର କୁମାର ହୋତା ମତବ୍ୟକ୍ତ କରିଛନ୍ତି ଯେ, ଯୋଗ ଅଭ୍ୟାସ ଦ୍ୱାରା ଶରୀରରୁ ରୋଗ ବିଯୋଗ ହୋଇଥାଏ। ସେ ଏହି ଅବସରରେ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।

More news from ଓଡ଼ିଶା and nearby areas
  • ବିଶ୍ଵ ଯୋଗ ଦିବସ ଅବସରରେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଟିଙ୍ଗିପାଳି ଫାର୍ମାସିଷ୍ଟ କଲେଜର ଚେୟାରମ୍ୟାନ୍ ନରେନ୍ଦ୍ର କୁମାର ହୋତା ମତବ୍ୟକ୍ତ କରିଛନ୍ତି ଯେ, ଯୋଗ ଅଭ୍ୟାସ ଦ୍ୱାରା ଶରୀରରୁ ରୋଗ ବିଯୋଗ ହୋଇଥାଏ। ସେ ଏହି ଅବସରରେ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।
    4
    ବିଶ୍ଵ ଯୋଗ ଦିବସ ଅବସରରେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଟିଙ୍ଗିପାଳି ଫାର୍ମାସିଷ୍ଟ କଲେଜର ଚେୟାରମ୍ୟାନ୍ ନରେନ୍ଦ୍ର କୁମାର ହୋତା ମତବ୍ୟକ୍ତ କରିଛନ୍ତି ଯେ, ଯୋଗ ଅଭ୍ୟାସ ଦ୍ୱାରା ଶରୀରରୁ ରୋଗ ବିଯୋଗ ହୋଇଥାଏ। ସେ ଏହି ଅବସରରେ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ଆଜି ଭୁବନେଶ୍ୱରର ମୈତ୍ରୀନଗର ଅଞ୍ଚଳରେ ଏକ ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକ ସୁଡ଼ଙ୍ଗ ଭିତରୁ ଛୋଟ ଶିଶୁର କାନ୍ଦ ଶୁଣାଯାଉଥିଲା। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଡ଼ଙ୍ଗ, ଆଖପାଖ ଅଞ୍ଚଳ ଏବଂ ଝାଡ଼ି-ଜଙ୍ଗଲରେ ଘଣ୍ଟା ଘଣ୍ଟା ଧରି ବ୍ୟାପକ ଖୋଜାଖୋଜି କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ଶିଶୁର ସନ୍ଧାନ ମିଳିନଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ଏବେବି ଏକ ରହସ୍ୟ ହୋଇ ରହିଯାଇଛି, ଯାହା ପୋଲିସକୁ ମଧ୍ୟ ହତବାକ୍ କରିଛି।
    1
    ଆଜି ଭୁବନେଶ୍ୱରର ମୈତ୍ରୀନଗର ଅଞ୍ଚଳରେ ଏକ ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକ ସୁଡ଼ଙ୍ଗ ଭିତରୁ ଛୋଟ ଶିଶୁର କାନ୍ଦ ଶୁଣାଯାଉଥିଲା। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଡ଼ଙ୍ଗ, ଆଖପାଖ ଅଞ୍ଚଳ ଏବଂ ଝାଡ଼ି-ଜଙ୍ଗଲରେ ଘଣ୍ଟା ଘଣ୍ଟା ଧରି ବ୍ୟାପକ ଖୋଜାଖୋଜି କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ଶିଶୁର ସନ୍ଧାନ ମିଳିନଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ଏବେବି ଏକ ରହସ୍ୟ ହୋଇ ରହିଯାଇଛି, ଯାହା ପୋଲିସକୁ ମଧ୍ୟ ହତବାକ୍ କରିଛି।
    user_Orissa live
    Orissa live
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    7 hrs ago
  • ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରରେ ତା:୨୬।୬।୨୬ ଶୁକ୍ରବାର ଦିନ ମହରମ ପର୍ବ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଯାଇଛି। ବେଲପାହାଡ଼ ସ୍ଥିତ ଖ୍ୱାଜା ଗରିବ ନୱାଜ ମହରମ କମିଟି ଏବଂ ଗୁମାଡେରାସ୍ଥିତ ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ପୃଥକ ଭାବେ ଏହି ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଉଭୟ କମିଟି ଦ୍ୱାରା ଦୁଇଟି ବିଶାଳ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରାଯାଇଥିଲା। ଶତାଧିକ ମୁସଲ୍‌ମାନ୍ ଭାଇ ଓ ଭଉଣୀ ନୂତନ ପୋଷାକ ପିନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ ଏବଂ ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସମୟରେ ମୁସଲ୍‌ମାନ୍ ଭାଇ ଓ ଭଉଣୀମାନେ ପରସ୍ପର ମଧ୍ୟରେ ହାତ ମିଳାଇ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ବିଶେଷ କରି, ଅନ୍ୟ ସମୁଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା, ଯାହା ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିଥିଲା। ଖ୍ୱାଜା ଗରିବ ନୱାଜ ମହରମ କମିଟିର ଅମଜଦ ଖାନ, ଅବଦୁଲ୍ ଇବ୍ରାହିମ, ଏମଡି ସୁଲେମାନ, ହାକିମ ଖାନ, ଲାଲୁ, ସାଜିତ ଖାନ, ଅଜୀମ ଖାନ, ନଶ୍ରୁ ଖାନ ପ୍ରମୁଖ ସଦସ୍ୟ ଏହି ଆୟୋଜନରେ ସହଯୋଗ କରିଥିଲେ। ସେହିପରି ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମକ୍‌ସୁଦ୍ ଆଲମ୍‌, ଅମଜଦ ଅହମ୍ମଦ, ମହମ୍ମଦ ଇଜାଜ୍‌, ମହମ୍ମଦ ସମସାଦ୍‌, ମହମ୍ମଦ ଶିରାଜ୍‌, ଏମଡି ସମସାଦ, ମହମ୍ମଦ ଇର୍ଫାନ୍‌, ହାଜି ଉସ୍ମାନ, ହାଜି ସୁଲେମାନ ପ୍ରମୁଖ ସଦସ୍ୟ ମଧ୍ୟ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଲପାହାଡ଼ ଥାନାଧିକାରୀ ବିକାଶ କେଲେତଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା।
    4
    ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରରେ ତା:୨୬।୬।୨୬ ଶୁକ୍ରବାର ଦିନ ମହରମ ପର୍ବ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଯାଇଛି। ବେଲପାହାଡ଼ ସ୍ଥିତ ଖ୍ୱାଜା ଗରିବ ନୱାଜ ମହରମ କମିଟି ଏବଂ ଗୁମାଡେରାସ୍ଥିତ ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ପୃଥକ ଭାବେ ଏହି ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଉଭୟ କମିଟି ଦ୍ୱାରା ଦୁଇଟି ବିଶାଳ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରାଯାଇଥିଲା। ଶତାଧିକ ମୁସଲ୍‌ମାନ୍ ଭାଇ ଓ ଭଉଣୀ ନୂତନ ପୋଷାକ ପିନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ ଏବଂ ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ପ୍ରଦାନ କରିଥିଲେ।

ଏହି ସମୟରେ ମୁସଲ୍‌ମାନ୍ ଭାଇ ଓ ଭଉଣୀମାନେ ପରସ୍ପର ମଧ୍ୟରେ ହାତ ମିଳାଇ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ବିଶେଷ କରି, ଅନ୍ୟ ସମୁଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା, ଯାହା ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିଥିଲା। ଖ୍ୱାଜା ଗରିବ ନୱାଜ ମହରମ କମିଟିର ଅମଜଦ ଖାନ, ଅବଦୁଲ୍ ଇବ୍ରାହିମ, ଏମଡି ସୁଲେମାନ, ହାକିମ ଖାନ, ଲାଲୁ, ସାଜିତ ଖାନ, ଅଜୀମ ଖାନ, ନଶ୍ରୁ ଖାନ ପ୍ରମୁଖ ସଦସ୍ୟ ଏହି ଆୟୋଜନରେ ସହଯୋଗ କରିଥିଲେ। ସେହିପରି ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମକ୍‌ସୁଦ୍ ଆଲମ୍‌, ଅମଜଦ ଅହମ୍ମଦ, ମହମ୍ମଦ ଇଜାଜ୍‌, ମହମ୍ମଦ ସମସାଦ୍‌, ମହମ୍ମଦ ଶିରାଜ୍‌, ଏମଡି ସମସାଦ, ମହମ୍ମଦ ଇର୍ଫାନ୍‌, ହାଜି ଉସ୍ମାନ, ହାଜି ସୁଲେମାନ ପ୍ରମୁଖ ସଦସ୍ୟ ମଧ୍ୟ ସହଯୋଗ କରିଥିଲେ।

ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଲପାହାଡ଼ ଥାନାଧିକାରୀ ବିକାଶ କେଲେତଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    2 hrs ago
  • ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ବାଘମୁଣ୍ଡାରେ ପବିତ୍ର ମହରମ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଯୋଗଦେଇ ମହରମର ଶୁଭେଚ୍ଛା ଜଣାଇଥିଲେ। ସେ ଏହି ଅବସରରେ ସଦ୍ଭାବ, ଭାଇଚାରା ଏବଂ ସାମ୍ପ୍ରଦାୟିକ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲେ।
    1
    ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ବାଘମୁଣ୍ଡାରେ ପବିତ୍ର ମହରମ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଯୋଗଦେଇ ମହରମର ଶୁଭେଚ୍ଛା ଜଣାଇଥିଲେ। ସେ ଏହି ଅବସରରେ ସଦ୍ଭାବ, ଭାଇଚାରା ଏବଂ ସାମ୍ପ୍ରଦାୟିକ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲେ।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    1 hr ago
  • ଝାରସୁଗୁଡା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ରହସ୍ୟ ପୁଲିସ ପର୍ଦ୍ଦାଫାଶ କରିଛି। ପୁରୁଷ ବନ୍ଧୁଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ପୁଲିସ ମୃତକଙ୍କ ସ୍ତ୍ରୀ ଗୀତା ମିର୍ଦ୍ଧା (୪୦) ଓ ତାଙ୍କ ସହଯୋଗୀ ଟିକିନୁ କିଶାନ (୪୪)ଙ୍କୁ ଗିରଫ କରିଛି। ଏହି ମାମଲା ରୁଜୁ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ଘଟଣାର ରହସ୍ୟ ଉଦ୍‌ଘାଟନ କରିବାରେ ପୁଲିସ ସଫଳ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ମୃତକ ଶକ୍ତିଧର ସାହୁ (୩୮) ମୂଳତଃ ଅନୁଗୁଳ ଜିଲ୍ଲା ଖଣ୍ଡହତା ଗ୍ରାମର ବାସିନ୍ଦା ଥିଲେ ଏବଂ ସେ ଗୀତା ମିର୍ଦ୍ଧାଙ୍କ ସହ ଦୀର୍ଘ ବର୍ଷ ଧରି ରହୁଥିଲେ। ସେମାନଙ୍କର ଦୁଇଜଣ କନ୍ୟା ସନ୍ତାନ ଅଛନ୍ତି। ପାରିବାରିକ କଳହ, ଶକ୍ତିଧରଙ୍କ ମଦ୍ୟପାନ ଅଭ୍ୟାସ ଏବଂ ପାରସ୍ପରିକ ସମ୍ପର୍କରେ ଅବନତି ଯୋଗୁଁ ଘରେ ପ୍ରାୟତଃ ବିବାଦ ଲାଗି ରହୁଥିଲା। ଗତ ଜୁନ ୨୩ ତାରିଖ ରାତିରେ ଶକ୍ତିଧର, ଗୀତା ଏବଂ ଟିକିନୁଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ଏହି ବିବାଦ ଉଗ୍ର ରୂପ ନେବା ପରେ ଟିକିନୁ ଶକ୍ତିଧରଙ୍କୁ ଧକ୍କା ଦେଇ ତଳେ ପକାଇ କାବୁ କରିଥିଲେ। ଏହାପରେ ଗୀତା ଏକ ଖଟର କାଠ ପୁହାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଶକ୍ତିଧରଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପରେ, ଅଭିଯୁକ୍ତ ଦୁଇଜଣ ମିଶି ମୃତଦେହକୁ ଏକ କୃଷି ଜମି ନିକଟସ୍ଥ ବିଲକୁ ନେଇ ଫିଙ୍ଗି ଦେଇଥିଲେ, ଯାହାଦ୍ୱାରା ପୁଲିସକୁ ଭ୍ରମିତ କରିବା ଏବଂ ଅନ୍ୟ ଦିଗକୁ ତଦନ୍ତ ମୋଡ଼ାଇବାର ଚେଷ୍ଟା କରାଯାଇଥିଲା। ଜୁନ ୨୪ ତାରିଖରେ ସାଗରପାଲି ଅଞ୍ଚଳର ଏକ କୃଷି ଜମିରେ ଶକ୍ତିଧରଙ୍କ ମୃତଦେହ ପଡ଼ିଥିବା ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନେଇ ରେଙ୍ଗାଲି ଥାନା କେସ୍‌ ନଂ-୧୭୭/୨୪.୦୬.୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଝାରସୁଗୁଡା ଡିଏଫଏସଏଲ୍‌ର ବୈଜ୍ଞାନିକ ଅଧିକାରୀ ଓ ଡଗ୍ ସ୍କ୍ୱାଡ୍‌ର ସହାୟତାରେ ଘଟଣାସ୍ଥଳରୁ ରକ୍ତଲଗା ସାମଗ୍ରୀ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ତଦନ୍ତ ସମୟରେ, ପୁଲିସ ଟେକ୍ନିକାଲ ଇନ୍‌ପୁଟ୍‌, ସ୍ଥାନୀୟ ସୂଚନା ଏବଂ ଜେରା ଆଧାରରେ ଗୀତା ଓ ଟିକିନୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଉଭୟେ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ରକ୍ତଲଗା ପୋଷାକ, ରକ୍ତ ଚିହ୍ନ ଥିବା ଆଙ୍ଗୁଠି, ହତ୍ୟାରେ ବ୍ୟବହୃତ ସନ୍ଦେହ କରାଯାଉଥିବା କାଠ ଖଣ୍ଡ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦୁଇଜଣଙ୍କୁ ଗୁରୁବାର ଲଖନପୁର ଜେଏମଏଫସି ଅଦାଲତରେ ହାଜର କରାଯାଇଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୦୩(୧), ୨୩୮(ଏ) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ରେଙ୍ଗାଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
    1
    ଝାରସୁଗୁଡା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ରହସ୍ୟ ପୁଲିସ ପର୍ଦ୍ଦାଫାଶ କରିଛି। ପୁରୁଷ ବନ୍ଧୁଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ପୁଲିସ ମୃତକଙ୍କ ସ୍ତ୍ରୀ ଗୀତା ମିର୍ଦ୍ଧା (୪୦) ଓ ତାଙ୍କ ସହଯୋଗୀ ଟିକିନୁ କିଶାନ (୪୪)ଙ୍କୁ ଗିରଫ କରିଛି। ଏହି ମାମଲା ରୁଜୁ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ଘଟଣାର ରହସ୍ୟ ଉଦ୍‌ଘାଟନ କରିବାରେ ପୁଲିସ ସଫଳ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ମୃତକ ଶକ୍ତିଧର ସାହୁ (୩୮) ମୂଳତଃ ଅନୁଗୁଳ ଜିଲ୍ଲା ଖଣ୍ଡହତା ଗ୍ରାମର ବାସିନ୍ଦା ଥିଲେ ଏବଂ ସେ ଗୀତା ମିର୍ଦ୍ଧାଙ୍କ ସହ ଦୀର୍ଘ ବର୍ଷ ଧରି ରହୁଥିଲେ। ସେମାନଙ୍କର ଦୁଇଜଣ କନ୍ୟା ସନ୍ତାନ ଅଛନ୍ତି। ପାରିବାରିକ କଳହ, ଶକ୍ତିଧରଙ୍କ ମଦ୍ୟପାନ ଅଭ୍ୟାସ ଏବଂ ପାରସ୍ପରିକ ସମ୍ପର୍କରେ ଅବନତି ଯୋଗୁଁ ଘରେ ପ୍ରାୟତଃ ବିବାଦ ଲାଗି ରହୁଥିଲା।

ଗତ ଜୁନ ୨୩ ତାରିଖ ରାତିରେ ଶକ୍ତିଧର, ଗୀତା ଏବଂ ଟିକିନୁଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ଏହି ବିବାଦ ଉଗ୍ର ରୂପ ନେବା ପରେ ଟିକିନୁ ଶକ୍ତିଧରଙ୍କୁ ଧକ୍କା ଦେଇ ତଳେ ପକାଇ କାବୁ କରିଥିଲେ। ଏହାପରେ ଗୀତା ଏକ ଖଟର କାଠ ପୁହାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଶକ୍ତିଧରଙ୍କ ମୃତ୍ୟୁ ଘଟିଥିଲା।

ହତ୍ୟା ପରେ, ଅଭିଯୁକ୍ତ ଦୁଇଜଣ ମିଶି ମୃତଦେହକୁ ଏକ କୃଷି ଜମି ନିକଟସ୍ଥ ବିଲକୁ ନେଇ ଫିଙ୍ଗି ଦେଇଥିଲେ, ଯାହାଦ୍ୱାରା ପୁଲିସକୁ ଭ୍ରମିତ କରିବା ଏବଂ ଅନ୍ୟ ଦିଗକୁ ତଦନ୍ତ ମୋଡ଼ାଇବାର ଚେଷ୍ଟା କରାଯାଇଥିଲା। ଜୁନ ୨୪ ତାରିଖରେ ସାଗରପାଲି ଅଞ୍ଚଳର ଏକ କୃଷି ଜମିରେ ଶକ୍ତିଧରଙ୍କ ମୃତଦେହ ପଡ଼ିଥିବା ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନେଇ ରେଙ୍ଗାଲି ଥାନା କେସ୍‌ ନଂ-୧୭୭/୨୪.୦୬.୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଝାରସୁଗୁଡା ଡିଏଫଏସଏଲ୍‌ର ବୈଜ୍ଞାନିକ ଅଧିକାରୀ ଓ ଡଗ୍ ସ୍କ୍ୱାଡ୍‌ର ସହାୟତାରେ ଘଟଣାସ୍ଥଳରୁ ରକ୍ତଲଗା ସାମଗ୍ରୀ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା।

ତଦନ୍ତ ସମୟରେ, ପୁଲିସ ଟେକ୍ନିକାଲ ଇନ୍‌ପୁଟ୍‌, ସ୍ଥାନୀୟ ସୂଚନା ଏବଂ ଜେରା ଆଧାରରେ ଗୀତା ଓ ଟିକିନୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଉଭୟେ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ରକ୍ତଲଗା ପୋଷାକ, ରକ୍ତ ଚିହ୍ନ ଥିବା ଆଙ୍ଗୁଠି, ହତ୍ୟାରେ ବ୍ୟବହୃତ ସନ୍ଦେହ କରାଯାଉଥିବା କାଠ ଖଣ୍ଡ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଦୁଇଜଣଙ୍କୁ ଗୁରୁବାର ଲଖନପୁର ଜେଏମଏଫସି ଅଦାଲତରେ ହାଜର କରାଯାଇଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୦୩(୧), ୨୩୮(ଏ) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ରେଙ୍ଗାଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    23 hrs ago
  • ବରଗଡ଼ ଜିଲ୍ଲା ସୋହେଲା ଅନ୍ତର୍ଗତ ଶାନ୍ତି ତପୋବନ ଆଶ୍ରମର ମାତୃଛାୟା ଅନ୍ତେବାସିନୀ ଯମୁନାଙ୍କ ଶୁଭ ବିବାହ କୁଲୁଣ୍ଡା (ଅତାବିରା) ନିବାସୀ ଶ୍ରୀମତୀ ପ୍ରେମସିଲା ସାହୁ ଏବଂ ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଦ୍ୱିତୀୟ ପୁତ୍ର ଶ୍ରୀ ସୁଦାମ ସାହୁଙ୍କ ସହିତ ସମ୍ପନ୍ନ ହୋଇଯାଇଛି। ଏହି ବିବାହ ଆଶ୍ରମ ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ଡ଼ି.ଏସ.ଡବ୍ଲ୍ୟୁ ଶ୍ରୀମତୀ ସନ୍ଦ୍ୟା ରାଣୀ ନେପାକ, ପ୍ରୋଗ୍ରାମ ଅଫିସର ମଙ୍ଗଳିକା ଦାଶ, ନିମିଷ୍ୟା ପ୍ରଧାନ ଏବଂ ତାଙ୍କ ସହକର୍ମୀଙ୍କ ସମେତ ଶତାଧିକ ଆଶ୍ରମ ହିତାକାଂକ୍ଷୀ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ଇପ୍ସିତ ମିଶ୍ର ଓ ତାଙ୍କ ସାଥୀ ସୀତା ବିବାହ ଉପରେ ପରାୟଣ ପରିବେଷଣ କରି ଉତ୍ସବକୁ ଭକ୍ତିମୟ କରିଥିଲେ। ଆଶ୍ରମ ସହ ପରିଚାଳିକା ଲବଙ୍ଗ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଶୀଳା ସାହୁ ଏବଂ ସ୍ୱାମୀ ଶଙ୍କର ସାହୁ କନ୍ୟାଦାନ କରିଥିବାବେଳେ ଶ୍ରୀ ପଞ୍ଚାନନ ପଣ୍ଡା ଓ ସରୋଜ କୁମାର ମିଶ୍ର ପୁରୋହିତ ଭାବେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।
    4
    ବରଗଡ଼ ଜିଲ୍ଲା ସୋହେଲା ଅନ୍ତର୍ଗତ ଶାନ୍ତି ତପୋବନ ଆଶ୍ରମର ମାତୃଛାୟା ଅନ୍ତେବାସିନୀ ଯମୁନାଙ୍କ ଶୁଭ ବିବାହ କୁଲୁଣ୍ଡା (ଅତାବିରା) ନିବାସୀ ଶ୍ରୀମତୀ ପ୍ରେମସିଲା ସାହୁ ଏବଂ ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଦ୍ୱିତୀୟ ପୁତ୍ର ଶ୍ରୀ ସୁଦାମ ସାହୁଙ୍କ ସହିତ ସମ୍ପନ୍ନ ହୋଇଯାଇଛି। ଏହି ବିବାହ ଆଶ୍ରମ ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ମହୋତ୍ସବରେ ଡ଼ି.ଏସ.ଡବ୍ଲ୍ୟୁ ଶ୍ରୀମତୀ ସନ୍ଦ୍ୟା ରାଣୀ ନେପାକ, ପ୍ରୋଗ୍ରାମ ଅଫିସର ମଙ୍ଗଳିକା ଦାଶ, ନିମିଷ୍ୟା ପ୍ରଧାନ ଏବଂ ତାଙ୍କ ସହକର୍ମୀଙ୍କ ସମେତ ଶତାଧିକ ଆଶ୍ରମ ହିତାକାଂକ୍ଷୀ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ଇପ୍ସିତ ମିଶ୍ର ଓ ତାଙ୍କ ସାଥୀ ସୀତା ବିବାହ ଉପରେ ପରାୟଣ ପରିବେଷଣ କରି ଉତ୍ସବକୁ ଭକ୍ତିମୟ କରିଥିଲେ।

ଆଶ୍ରମ ସହ ପରିଚାଳିକା ଲବଙ୍ଗ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଶୀଳା ସାହୁ ଏବଂ ସ୍ୱାମୀ ଶଙ୍କର ସାହୁ କନ୍ୟାଦାନ କରିଥିବାବେଳେ ଶ୍ରୀ ପଞ୍ଚାନନ ପଣ୍ଡା ଓ ସରୋଜ କୁମାର ମିଶ୍ର ପୁରୋହିତ ଭାବେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ରାଜଧାନୀ ଦିଲ୍ଲୀର ସ୍ୱରୂପ ନଗରରେ ଥିବା ଏକ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମୟରେ ଜଣେ ବ୍ୟକ୍ତି ଘର ଭିତରେ ଫସି ଯାଇଥିଲେ। ତେବେ, ସେ ନିଜର ବୁଝାମଣା ଏବଂ ସାହସ ଦେଖାଇ ସମୟ ପୂର୍ବରୁ ନିଜକୁ ସୁରକ୍ଷିତ ଭାବେ ଘରୁ ବାହାର କରି ଆଣିଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
    1
    ରାଜଧାନୀ ଦିଲ୍ଲୀର ସ୍ୱରୂପ ନଗରରେ ଥିବା ଏକ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମୟରେ ଜଣେ ବ୍ୟକ୍ତି ଘର ଭିତରେ ଫସି ଯାଇଥିଲେ। ତେବେ, ସେ ନିଜର ବୁଝାମଣା ଏବଂ ସାହସ ଦେଖାଇ ସମୟ ପୂର୍ବରୁ ନିଜକୁ ସୁରକ୍ଷିତ ଭାବେ ଘରୁ ବାହାର କରି ଆଣିଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.