ହାତୀ ଆକ୍ରମଣରେ ଯୁବକ ମୃତ ହାତୀ ଆକ୍ରମଣରେ ଯୁବକ ମୃତ ଭୁବନ ହାତୀ ଆକ୍ରମଣରେ ଗୁରୁତର ଯୁବକ ଆଜି କଟକ ମେଡିକାଲରେ ମୃତ୍ୟୁ ହୋଇଛି । ସୁଚନାନୁସାରେ ଗତକାଲୀ ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ ଡେଙ୍ଗାବାହାଳୀ ଓ ଗଡନୃସିଂହପ୍ରସାଦ ଗ୍ରାମରେ ବଡି ଭୋର ସମୟରେ ଗୋଠଛଡା ଦନ୍ତା ଆତଙ୍କ ଖେଳାଇଥିଲା । ପ୍ରଥମେ ଡେଙ୍ଗାବାହାଳୀ ଗ୍ରାମର ଧନେଶ୍ବର କାଣ୍ଡିଙ୍କୁ ଆକ୍ରମଣ କରି ଗଡନୃସିଂହପ୍ରସାଦ ପଞ୍ଚାୟତର ବାସୁଦେଇପୁର ଗ୍ରାମ ନିକଟରେ ଦନ୍ତାଟି ଡେରା ପକାଇଥିଲା । ବନବିଭାଗ ତରଫରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । କିନ୍ତୁ ବନବିଭାଗର କଥା ନଶୁଣି ହାତୀ ଦେଖିବାକୁ ଗ୍ରାମର କାଳୀଆ ବେହେରା ଘରୁ ବାହିରିଥିଲେ । ଘର ନିକଟ କାଜୁ ଜଙ୍ଗଲରେ ଦନ୍ତା କାଳୀଆକୁ ଆକ୍ରମଣ କରିଥିଲା । ବନବିଭାଗ କର୍ମଚାରୀଙ୍କୁ ଉପସ୍ଥିତ ବୁଦ୍ଧି ରୋଗୁଁ ଯୁବକଙ୍କୁ ହାତୀ କବଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ କଟକ ମଙ୍ଗଳାବାଗ ପୋଲିସ ଶବକୁ ଯବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଯୁବକଙ୍କ ପାର୍ଥୀବ ଶରୀର ଅପରାହ୍ନ ଚାରିଟାରେ ଗ୍ରାମରେ ପହଞ୍ଚିଥିଲା । ଯୁବକଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମରେ ଭୁବନ ବନାଧିକାରୀ ରାକେଶ ଦଳେଇ ପହଞ୍ଚି ତଦନ୍ତ କରି ଯଥି ଶିଘ୍ର ମୃତ୍ୟୁ କାଳୀନ ସହାୟତା ରାଶୀ ପ୍ରଦାନ କରାଯିବ ବୋଲି କହିଥିଲେ । ପରେ ଯୁବକଙ୍କ ମୃତ ଶରୀରକୁ ଗ୍ରାମ ନିକଟ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମୃତ ଯୁବକଙ୍କ ପରିବାରରେ ବୃଦ୍ଧା ମାଆ ଓ ଜଣେ ସାନ ଭାଇ ରହିଛନ୍ତି ।

- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।1
- ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର2
- ଭୁବନେଶ୍ୱରରେ ଖୋଲିଲା ସ୍ଲିପ ୱେଲ୍ ସୋରୁମ୍ | ଶାନ୍ତି ଓ ଆରାମଦାୟକ ଅନୁଭୂତି ପାଇଁ ଥରୁଟିଏ ଆସନ୍ତୁ | ସୁଲଭ ମୂଲ୍ୟ ଓ ଆକର୍ଷଣୀୟ ଡିଜାଇନ୍ ନିଶ୍ଚୟ ମନ ମୋହିନେବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- ଢ଼େଙ୍କାନାଳ ସହରସ୍ଥ ବାଜିଚୌକ ସ୍ଥିତ ସୀତାରାମ ଆଶ୍ରମ ଠାରେ ଠାକୁର ଶ୍ରୀ ସୀତାରାମ ଦାସ ଓଁକାର ନାଥ ଦେବଙ୍କର ୧୩୫ ତମ ଜନ୍ମ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ ହୋଇଯାଇଛି। ୧୭ ଫେବୃଆରୀରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ଆଜି ୧୮ ଫେବୃଆରୀ ବୁଧବାର ଆଖପାଖ ଅଞ୍ଚଳର ସଂକିର୍ତ୍ତନ ମଣ୍ଡଳୀ ଦ୍ବାରା ନାମଯଜ୍ଞ କରାଯାଇଥିଲା। ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଆସନ୍ତାକାଲି ୧୯ ଫେବୃଆରୀ ଗୁରୁବାର ନଗରକିର୍ତ୍ତନ ଓ ଗୁରୁ ପୂଜନ କରାଯିବ। ଅଷ୍ଟପ୍ରହରୀ ପୂଜକ ଜଗନ୍ନାଥ ତ୍ରିପାଠୀ ଓ ମନ୍ଦିର ପୂଜକ ଅଖିଳ କୁମାର ସାହୁ, ସଭାପତି ମନି ସାହୁ ଏବଂ ସମ୍ପାଦକ ପ୍ରହ୍ଲାଦ ସାହୁ ଏହି କାର୍ଯ୍ୟକ୍ରମ ସମସ୍ତ ଗୁରୁ ଭାଇଭଉଣୀମାନେ ସହଯୋଗ କରିଥିଲେ।1