ଟାର୍ଗେଟ ପୂରଣ ନେଇ ଚିନ୍ତାରେ ଜିଲ୍ଲାର କେନ୍ଦୁପତ୍ର ବିଭାଗ । ବେସରକାରୀ ଫଡ଼ି ରେ ବିକ୍ରୀ ନିଷ୍ପତ୍ତି , ଛତିଶଗଡ଼ ବେପାରୀ ସକ୍ରିୟ । ବେସରକାରୀ ଫଡ଼ି ରେ ବିକ୍ରୀ ନିଷ୍ପତ୍ତି , ଛତିଶଗଡ଼ ବେପାରୀ ସକ୍ରିୟ । ୨୦୨୪- ୨୫ ଆର୍ଥିକ ବର୍ଷରେ ୫୬ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ମିଳିନି ବୋନସ୍ । ଟାର୍ଗେଟ ପୂରଣ ନେଇ ଚିନ୍ତାରେ ଜିଲ୍ଲାର କେନ୍ଦୁପତ୍ର ବିଭାଗ । ମାଲକାନଗିରି, ତା ୨୦/୦୪ ସରକାରୀ ଫଡିରେ କେନ୍ଦୁପତ୍ର କେରି ବିକ୍ରି କଲେ ବୋନସ ସହ ଛତା ଓ ଜୋତା ମିଳିବାର ପ୍ରାବଧାନ ରହିଛି। ମାଲକାନଗିରି ଜିଲ୍ଲାରେ ୨୦୨୫ ଡିସେମ୍ବରରେ କେନ୍ଦୁପତ୍ର ତୋଳାଳିଙ୍କ ୪୬୦ ଟଙ୍କା ଲେଖାଏଁ ଏହି ବାବଦରେ ପ୍ରଦାନ କରାଯାଇଛି। ତେବେ ବୋନସ୍ ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ତୋଳାଳି ଛତିଶଗଡ଼ ବେପାରୀଙ୍କୁ କେରି ବିକ୍ରି କରୁଛନ୍ତି । ପଡ଼ିଆ ଓ କାଲିମେଳାରେ ଛତିଶଗଡ଼ ବେପାରୀ ଫଡ଼ି ଖୋଲି ଚଢ଼ା ଦର ଦରରେ କେନ୍ଦୁପତ୍ର କିଣୁଛନ୍ତି। କେରି ପିଛା ୬ ଟଙ୍କାରେ କିଣୁଥିବାରୁ ସରକାରୀ ପଡି ପ୍ରତି ମୁହଁ ମୋଡ଼ିଛନ୍ତି ତୋଳାଳି। ପଞ୍ଚାୟତ ପିଇଓ ଏବଂ ସରପଞ୍ଚ ମାନେ ମନଇଛା ଟଙ୍କା ନେଇ ବ୍ୟକ୍ତିଗତ ବେସରକାରୀ ଫଡି ଖୋଲିବାକୁ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଫଳରେ କେନ୍ଦୁପତ୍ର ସଂଗ୍ରହ ନେଇ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଚିନ୍ତାରେ ପଡ଼ିଛନ୍ତି କେନ୍ଦୁପତ୍ର ବିଭାଗିୟ ଅଧିକାରୀ। ବ୍ୟକ୍ତିଗତ ଫଡିରେ କେରି ବିକ୍ରି କଲେ ତୁରନ୍ତ ଟଙ୍କା ମିଳୁଥିବା ବେଳେ ସରକାରୀ ଫଡିରେ ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡୁଛି। କେନ୍ଦୁପତ୍ର ବିଭାଗ ପଞ୍ଚାୟତ ସ୍ତରରେ ଖୋଲା ଯାଉଥିବା ଫଡି ଗୁଡ଼ିକରେ ଚଢ଼ଉ କଲେ ବହୁ ଅନିୟମିତତା ପଦାକୁ ଆସିବ ଜଣେ ଜଣେ ବ୍ୟକ୍ତିଗତ ଫଡିର ମାଲିକ ବହୁ ପଞ୍ଚାୟତରେ ପ୍ରମାଣପତ୍ର ହାସଲ କରି ବ୍ୟବସାୟ ଜାରି ରଖିଛନ୍ତି । ମାଲକାନଗିରି ଜିଲ୍ଲାର ୧୧୧ ପଞ୍ଚାୟତରେ ୫୬ ହଜାର କେନ୍ଦୁପତ୍ର ତୋଳାଳି ରହିଛନ୍ତି କେରି କିଣିବା ଲାଗି ମାଲକାନଗିରି ସମେତ କାଲିମେଳା, ଏମଭି-୭୯, ମାଥିଲି, ବାଲିମେଳା, କୋତାମେଟାରେ ୬ଟି ରେଞ୍ଜ ରହିଛି। ଚଳିତ ବର୍ଷ ୫ କୋଟିରୁ ଉର୍ଦ୍ଧ୍ବ କେରି କିଣିବା ଲକ୍ଷ୍ୟ ରହିଛି, ଯାହାର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା । ତେବେ ୨୦୨୫ ବର୍ଷର ବୋନସ୍ ଏଯାବତ୍ ମିଳିନଥିବାରୁ ଚଳିତ ବର୍ଷ ବେସରକାରୀ ଫଡିରେ କେନ୍ଦୁପତ୍ର ବିକ୍ରି କରିବା ପାଇଁ ତୋଳାଳି ନିଷ୍ପତ୍ତ ନେଇଛନ୍ତି । ମାଲକାନଗିରି ଜିଲ୍ଲାରେ ୪୦୦ ସରକାରୀ ଫଡି ରହିଛି। କେରି ପିଛା ସରକାରୀ ଦର ରହିଛି ୩ ଟଙ୍କା ୨୦ ପଇସା | ବେସରକାରୀ ଫଡିରେ କେରି ୪ ଟଙ୍କାରୁ ଆରମ୍ଭ ହୋଇ ୬ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୨୪ରେ କେନ୍ଦୁପତ୍ର ତୋଳାଳି କେରି ପିଛା ୮୦ ପଇସା ବୋନସ୍ ପାଇଥିଲେ । ୨୦୨୫ର ବୋନସ୍ ମିଳିନଥିବାରୁ କେରି ପିଛା କେତେ ମିଳିବ ସେ ନେଇ ସନ୍ଦେହରେ ଅଛନ୍ତି ତୋଳାଳି। ଏପରି ସ୍ଥିତିରେ ତୋଳାଳି ଚଳିତ ବର୍ଷ ସରକାରୀ ଫଡି ବଦଳରେ ବ୍ୟକ୍ତିଗତ ବା ଘରୋଇ ଫଡିରେ ଅଧିକ ମାତ୍ରାରେ କେନ୍ଦୁପତ୍ର କେରି ବିକ୍ରି କରିବାକୁ ମନସ୍ଥ କରିଛନ୍ତି। ସରକାରୀ ଅବହେଳାର ସୁଯୋଗ ନେଇ ଜିଲ୍ଲାର ବହୁ ପଞ୍ଚାୟତ ରେ ବ୍ୟକ୍ତିଗତ ବେସରକାରୀ ଫଡି ଖୋଲିବାରେ ଲାଗିଛି । ପଞ୍ଚାୟତରେ ୪୦ ହଜାର ଟଙ୍କା ପୈଠ କରି ପ୍ରମାଣପତ୍ର ହାତେଇବା ପରେ ଫଡି ମାଲିକମାନେ ମନଇଛା ଫଡି ଖୋଲି ଚଢ଼ାଦରରେ କେନ୍ଦୁପତ୍ର କିଣୁଥିବାରୁ ସରକାରୀ ଫଡିକୁ ଯାଉନାହାନ୍ତି ତୋଳାଳି।

- କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ1
- କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।4
- ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ରହି ପାରମ୍ପରିକ ପୂଜାର୍ଚ୍ଚନା ମାଧ୍ୟମରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।1
- ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।1
- Post by MSP TV (Reporter:-MiHiR)1
- ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।1
- ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l5
- ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ3