ଗଞ୍ଜାମ ଜିଲ୍ଲା ସରକାରୀ ଓ ପ୍ରଶାସନ ନିର୍ଦ୍ଦେଶକୁ ବେଖାତିର,ଖୁଲାମଖୁଲା ପ୍ଳାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି ପୋଲସରା ୨୫/୦୮/୨୬ ସରକାରୀ ଓ ପ୍ରଶାସନ ନିର୍ଦେଶ କୁ ବେଖାତିର କରି ପୋଲସରା ରେ ଖୁଲମଖୁଲା ଚାଲିଛି ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି। ଦୀର୍ଘ ବର୍ଷ ଧରି ଏକ ଦେବୋତ୍ତର ଜମିରେ ବାହାର ରାଜ୍ୟର କିଛି ଅସାଧୁ ବ୍ୟବସାୟୀ ପ୍ଳାଷ୍ଟର ଅଫ ପ୍ୟାରିସର ବହୁଳ ବ୍ୟବହାର କରି ବିରାଟ ବିରାଟ ମୂର୍ତ୍ତି ଗଢି ପାର୍ବଣ ସମୟରେ ଭଗବାନଙ୍କ ନାମରେ ବ୍ୟବସାୟ କରି ଅଞ୍ଚବାସୀଙ୍କୁ ଲୁଟୁଥିବା ଅଭିଯୋଗ ଉଠିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ବିଭାଗ ତରଫରୁ ୨୦୨୧ ମସିହାରେ ଏହାର ବ୍ୟବହାର ନେଇ ଗାଇଡ଼ ଲାଇନ ଆସିଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନର କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନଥିବା ଯୋଗୁଁ ଦିନକୁ ଦିନ ସହରର ପରିବେଶ ଦୂଷିତ ହେବା ସହ ଧନେଇ ଓ ବାଘୁଆ ନଦୀର ଜଳ ମଧ୍ଯ ଦୂଷିତ ହେବାରେ ଲାଗିଛି। କେବଳ ସେତିକି ନୁହେଁ ସ୍ଥାନୀୟ କଳାକାର ମଧ୍ଯ ଏହି ପାର୍ବଣ ସମୟରେ ଘରେ ଖାଲି ହାତରେ ହାତ ଯୋଡ଼ି ବସିଥିବା ବେଳେ ବାହାର ରାଜ୍ୟରୁ ଅସି କିଛି ଅସାଧୁ ବ୍ୟବସାୟୀ ଲକ୍ଷ ଲକ୍ଷ୍ୟ ଟଙ୍କା ରୋଜଗାର କରୁଥିବା କଳାକାର ସଙ୍ଘ କ୍ଷୋଭ ପ୍ରକାଶ କରିଛି। ପୂର୍ବରୁ ମଧ୍ଯ ପୋଲସରା ରେ ପ୍ଳାଷ୍ଟର ଅଫ ପ୍ୟାରିସ ରେ ନିର୍ମାଣ କରୁଥିବା ମୂର୍ତ୍ତି କୁ ନିଷେଦ୍ଧ କରିବା ପାଇଁ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ଯ କାହିଁକି ଏବଂ କେଉଁ କାରଣରୁ ସରକାରୀ ସ୍ଥରରେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କିଛିଦିନ ତଳେ ସ୍ଥାନୀୟ କଳାକାର ସଙ୍ଘ ପୋଲସରା ଥାନାରେ ଲିଖିତ ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ଥାନାଧିକାରୀ ଙ୍କୁ ଅନୁରୋଧ କରିଥିଲେ ଏବଂ ଥାନାଧିକାରୀ ମଧ୍ଯ ଉକ୍ତ ବ୍ୟବସାୟୀ ଙ୍କୁ ଥାନାକୁ ଡାକି ତାଗିଦ କରିଥିଲେ କିନ୍ତୁ ସେଥିପ୍ରତି ପ୍ଳାଷ୍ଟର ଅଫ ପ୍ୟାରିସ ନିର୍ମାଣ କରୁଥିବା ସଂସ୍ଥା ଖାତିର ନକରି ପୁନଃ ତାର ବ୍ୟବସାୟ କୁ ଆହୁରି ବଢ଼ାଇ ଚାଲିଛି। ଏବଂ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଆଇନ ବ୍ୟବସାୟ ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ଲୋକେ ତାର ବିରୋଧ କଲେ ଉକ୍ତ ବ୍ୟବସାୟ ତରଫରୁ ଧମକ ମଧ୍ଯ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କେବଳ ମୂର୍ତ୍ତି ନୁହେଁ ଆଖପାଖ ରେ ଥିବ କିଛି ବିରଳ ପକ୍ଷୀ ଙ୍କୁ ଏମାନେ ଶିକାର କରି ଖାଉଥୁବା ଭଳି ସଙ୍ଗୀନ ଅଭିଯୋଗ ଆସିଲାଣି। ଯଦି ପ୍ରଶାସନ ଏମାନଙ୍କ ବିରୁଦ୍ଧରେ କିମ୍ବା ପ୍ଳାଷ୍ଟର ଅଫ ପ୍ୟାରିସ ଭଳି ମାରାତ୍ମକ ଜିନିଷ କୁ ନିଷେଧ ନକରେ ତାହେଲେ ଆଗକୁ ପୋଲସରାବାସୀ ପିଇବା ପାଣି ସହ ସାଙ୍ଘାତିକ ରୋଗର ଶିକାର ହେବା ସହ ସ୍ଥାନୀୟ ଅଞ୍ଚଳରରେ ଦେଖାଦେଉଥିବା ପକ୍ଷୀ ଓ କଳାକାର ସବୁ ଲୋପ ପାଇବା ଥୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଏନେଇ ପୋଲସରା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ସହ ଯୋଗାଯୋଗ ବେଳେ ସରକାରୀ ନିୟମକୁ ଖିଲାପ କରୁଥିବା ବ୍ୟବସାୟିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଉକ୍ତ ସଂସ୍ଥା ସହ ଯୋଗାଯୋଗ ବେଳେ ଆମେ କିଛି ନିୟମ ଖିଲାପ କରୁନୁ ପ୍ରଶାସନ ଯାହା କରୁଛି କରୁ ଆମେ ଛତ୍ରପୁର ଜିଲ୍ଲା ଅଧିକାରୀ ଆମକୁ ଅନୁମତି ଦେଇଛି ବୋଲି ମଧ୍ୟ ପ୍ରକାଶ ପାଇଛି। ଯାହାକି ମୋଟାମୋଟି କହିବାକୁ ଗଲେ ପୁରା ପ୍ରଶାସନ ତାଙ୍କ ହାତ ମୁଠାରେ ଥିବା ଅନୁମାନ କରାଯାଉଛି। ଏଥିପ୍ରତି ଜଦି ପ୍ରଶାସନ ଅଣ ଦେଖା କରେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିବା ପାଇଁ କଳାକାର ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ହେବା ସମ୍ଭାବନା ରହିଛି ବୋଲି ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ସରକାରୀ ଓ ପ୍ରଶାସନ ନିର୍ଦ୍ଦେଶକୁ ବେଖାତିର,ଖୁଲାମଖୁଲା ପ୍ଳାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି ପୋଲସରା ୨୫/୦୮/୨୬ ସରକାରୀ ଓ ପ୍ରଶାସନ ନିର୍ଦେଶ କୁ ବେଖାତିର କରି ପୋଲସରା ରେ ଖୁଲମଖୁଲା ଚାଲିଛି ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ନିର୍ମାଣ ଓ ବିକ୍ରି। ଦୀର୍ଘ ବର୍ଷ ଧରି ଏକ ଦେବୋତ୍ତର ଜମିରେ ବାହାର ରାଜ୍ୟର କିଛି ଅସାଧୁ ବ୍ୟବସାୟୀ ପ୍ଳାଷ୍ଟର ଅଫ ପ୍ୟାରିସର ବହୁଳ ବ୍ୟବହାର କରି ବିରାଟ ବିରାଟ ମୂର୍ତ୍ତି ଗଢି ପାର୍ବଣ ସମୟରେ ଭଗବାନଙ୍କ ନାମରେ ବ୍ୟବସାୟ କରି ଅଞ୍ଚବାସୀଙ୍କୁ ଲୁଟୁଥିବା ଅଭିଯୋଗ ଉଠିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ବିଭାଗ ତରଫରୁ ୨୦୨୧ ମସିହାରେ ଏହାର ବ୍ୟବହାର ନେଇ ଗାଇଡ଼ ଲାଇନ ଆସିଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନର କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନଥିବା ଯୋଗୁଁ ଦିନକୁ ଦିନ ସହରର ପରିବେଶ ଦୂଷିତ ହେବା ସହ ଧନେଇ ଓ ବାଘୁଆ ନଦୀର ଜଳ ମଧ୍ଯ ଦୂଷିତ ହେବାରେ ଲାଗିଛି। କେବଳ ସେତିକି ନୁହେଁ ସ୍ଥାନୀୟ କଳାକାର ମଧ୍ଯ ଏହି ପାର୍ବଣ ସମୟରେ ଘରେ ଖାଲି ହାତରେ ହାତ ଯୋଡ଼ି ବସିଥିବା ବେଳେ ବାହାର ରାଜ୍ୟରୁ ଅସି କିଛି ଅସାଧୁ ବ୍ୟବସାୟୀ ଲକ୍ଷ ଲକ୍ଷ୍ୟ ଟଙ୍କା ରୋଜଗାର କରୁଥିବା କଳାକାର ସଙ୍ଘ କ୍ଷୋଭ ପ୍ରକାଶ କରିଛି। ପୂର୍ବରୁ
ମଧ୍ଯ ପୋଲସରା ରେ ପ୍ଳାଷ୍ଟର ଅଫ ପ୍ୟାରିସ ରେ ନିର୍ମାଣ କରୁଥିବା ମୂର୍ତ୍ତି କୁ ନିଷେଦ୍ଧ କରିବା ପାଇଁ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ଯ କାହିଁକି ଏବଂ କେଉଁ କାରଣରୁ ସରକାରୀ ସ୍ଥରରେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କିଛିଦିନ ତଳେ ସ୍ଥାନୀୟ କଳାକାର ସଙ୍ଘ ପୋଲସରା ଥାନାରେ ଲିଖିତ ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ଥାନାଧିକାରୀ ଙ୍କୁ ଅନୁରୋଧ କରିଥିଲେ ଏବଂ ଥାନାଧିକାରୀ ମଧ୍ଯ ଉକ୍ତ ବ୍ୟବସାୟୀ ଙ୍କୁ ଥାନାକୁ ଡାକି ତାଗିଦ କରିଥିଲେ କିନ୍ତୁ ସେଥିପ୍ରତି ପ୍ଳାଷ୍ଟର ଅଫ ପ୍ୟାରିସ ନିର୍ମାଣ କରୁଥିବା ସଂସ୍ଥା ଖାତିର ନକରି ପୁନଃ ତାର ବ୍ୟବସାୟ କୁ ଆହୁରି ବଢ଼ାଇ ଚାଲିଛି। ଏବଂ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଆଇନ ବ୍ୟବସାୟ ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ଲୋକେ ତାର ବିରୋଧ କଲେ ଉକ୍ତ ବ୍ୟବସାୟ ତରଫରୁ ଧମକ ମଧ୍ଯ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କେବଳ ମୂର୍ତ୍ତି ନୁହେଁ ଆଖପାଖ ରେ ଥିବ କିଛି ବିରଳ ପକ୍ଷୀ ଙ୍କୁ ଏମାନେ ଶିକାର କରି ଖାଉଥୁବା ଭଳି ସଙ୍ଗୀନ ଅଭିଯୋଗ ଆସିଲାଣି। ଯଦି ପ୍ରଶାସନ ଏମାନଙ୍କ ବିରୁଦ୍ଧରେ କିମ୍ବା ପ୍ଳାଷ୍ଟର
ଅଫ ପ୍ୟାରିସ ଭଳି ମାରାତ୍ମକ ଜିନିଷ କୁ ନିଷେଧ ନକରେ ତାହେଲେ ଆଗକୁ ପୋଲସରାବାସୀ ପିଇବା ପାଣି ସହ ସାଙ୍ଘାତିକ ରୋଗର ଶିକାର ହେବା ସହ ସ୍ଥାନୀୟ ଅଞ୍ଚଳରରେ ଦେଖାଦେଉଥିବା ପକ୍ଷୀ ଓ କଳାକାର ସବୁ ଲୋପ ପାଇବା ଥୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଏନେଇ ପୋଲସରା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ସହ ଯୋଗାଯୋଗ ବେଳେ ସରକାରୀ ନିୟମକୁ ଖିଲାପ କରୁଥିବା ବ୍ୟବସାୟିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଉକ୍ତ ସଂସ୍ଥା ସହ ଯୋଗାଯୋଗ ବେଳେ ଆମେ କିଛି ନିୟମ ଖିଲାପ କରୁନୁ ପ୍ରଶାସନ ଯାହା କରୁଛି କରୁ ଆମେ ଛତ୍ରପୁର ଜିଲ୍ଲା ଅଧିକାରୀ ଆମକୁ ଅନୁମତି ଦେଇଛି ବୋଲି ମଧ୍ୟ ପ୍ରକାଶ ପାଇଛି। ଯାହାକି ମୋଟାମୋଟି କହିବାକୁ ଗଲେ ପୁରା ପ୍ରଶାସନ ତାଙ୍କ ହାତ ମୁଠାରେ ଥିବା ଅନୁମାନ କରାଯାଉଛି। ଏଥିପ୍ରତି ଜଦି ପ୍ରଶାସନ ଅଣ ଦେଖା କରେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିବା ପାଇଁ କଳାକାର ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ହେବା ସମ୍ଭାବନା ରହିଛି ବୋଲି ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା। ଗଣେଶ ପାଣିଗ୍ରାହୀ ରିପୋର୍ଟ
- #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ #LokaNakaliKathaAsali #Odisha #Flood #Politics #KanakNews1
- ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l1
- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଢୁଙ୍କାପୋଡା ଗ୍ରାମରେ ଅବସ୍ଥିତ ଶ୍ରୀମା ମାଉଁଦେଇ ମନ୍ଦିର ର କିଛି ଦୃଶ୍ୟ ଦେଖିବାକୁ ମିଳିଛି1
- ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା; ୬୬କିଲୋ ଗଂଜେଇ ସହ ଦୁଇ ଗିରଫ2
- ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ1
- ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର । ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର । ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ; ସର୍ବସାଧାରଣଙ୍କ ବ୍ୟବହାରରେ ଥିବା ବନ୍ଧକୁ ନିଲାମ କରାଯାଇଥିବା ନେଇ ଅସନ୍ତୋଷ । ହିଞ୍ଜିଳିକାଟୁ, ୨୫/୦୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଗାଁ ବନ୍ଧ ନିଲାମୀକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ରହିଥିବା ଏହି ବନ୍ଧକୁ ଚଳିତ ବର୍ଷ ନିଲାମ କରାଯାଇଥିବାରୁ ଜନ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ଏହାକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ଅପରାହ୍ନ ୧୨ ଟା ସମୟରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗଣ୍ଡଳା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ପ୍ରତିନିଧି ଅଜୁ ସେଠୀଙ୍କୁ ସାକ୍ଷାତ କରିବା ସହିତ ଗାଁ ବନ୍ଧର ନିଲାମୀ କୁ ବାତିଲ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଗ୍ରାମବାସୀମାନେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାଗରିକା ଷଡ଼ଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ନିଲାମୀ ବାତିଲ ପାଇଁ ଦାବିପତ୍ର ଦେଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଗଣ୍ଡଳା ଗ୍ରାମର ଏହି ବନ୍ଧ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ବିଭିନ୍ନ ନିତ୍ୟ ଆବଶ୍ୟକତାରେ ଆସିଆସୁଛି। ଏହି ବନ୍ଧ ଉପରେ ଗ୍ରାମର ଅନେକ ପରିବାର ନିର୍ଭରଶୀଳ ଥିବା ବେଳେ ହଠାତ୍ ଏହାକୁ ନିଲାମ କରାଯିବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଦୀର୍ଘ ବର୍ଷ ଧରି ବନ୍ଧଟିର କୌଣସି ନିଲାମୀ ହୋଇନଥିଲା। ତେବେ ଚଳିତ ବର୍ଷ ହଠାତ୍ ନିଲାମୀ କରାଯାଇଥିବାରୁ ଲୋକଙ୍କ ଦୈନ ଦିନ ଧରି ବ୍ୟବହୂତ କାର୍ଯ୍ୟରେ ଆସୁଥିବା ଏହି ଗାଁ ବନ୍ଧ ନିଲାମୀ କୁ ବାତିଲ କରିବା ପାଇଁ ଦାବି ହୋଇଛି। ଏହାସହ ଏହି ଘଟଣାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରଭାବ କିମ୍ବା ନିର୍ଦ୍ଦେଶରେ ନିଲାମୀ କରାଯାଇଥିବା ନେଇ ଗ୍ରାମରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । କିଛି ବ୍ୟକ୍ତି ବିଶେଷ ଲାଭ ପାଇବା ଉଦ୍ଦେଶ୍ୟ ରେ ପଞ୍ଚାୟତରେ ଚାପ୍ ପକେଇ ଏହି ନିଲାମୀ ଡାକିଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।ଗ୍ରାମବାସୀମାନେ ଦାବିପତ୍ରରେ ଗାଁ ବନ୍ଧର ନିଲାମୀକୁ ବାତିଲ କରିବା ପାଇଁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ଥିବା ଏଭଳି ଜଳାଶୟ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାବେଳେ ସ୍ଥାନୀୟ ଲୋକଙ୍କ ହିତ ଏବଂ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ତେଣୁ ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଉଚିତ ପଦକ୍ଷେପ ନେଉ ବୋଲି ଦାବି ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସୁଧାଂଶୁ ସାହୁ, ଦିଲୀପ ସେଠୀ, ଗୋପାଳକୃଷ୍ଣ ସାବତ, ରାମକୃଷ୍ଣ ପଣ୍ଡା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ଏବେ ପ୍ରଶ୍ନ ଉଠୁଛି—ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହା ଉପରେ ପ୍ରଶାସନର ପଦକ୍ଷେପକୁ ଏବେ ଅପେକ୍ଷା କରିଛନ୍ତି ଗଣ୍ଡଳା ଗ୍ରାମବାସୀ।4
- ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ, ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି। ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।3
- #ଗଛ_ଚଢ଼ିଲେ_ଶୁଭୁଛି_ହାଲୋ ଉପାନ୍ତରେ ନେଟୱର୍କ୍ ସମସ୍ୟା ଜଟିଳ। ଡିଜିଟାଲ୍ ଯୁଗରେ ହନ୍ତସନ୍ତ ଲୋକେ। ଆଜିର ଡିଜିଟାଲ୍ ଯୁଗରେ ଦେଶ ଆଗକୁ ବଢ଼ୁଛି। ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୋବାଇଲ୍ ଫୋନ୍ ଟିକିଏ ପାଇଁ ଲୋକେ ଏବେ ବି ନାନା ହନ୍ତସନ୍ତ ହେଉଛନ୍ତି #Odisha #KanakNews #NetWorkProbelm1