logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡ୍ରେନ ନାହିଁ, ପୂର୍ତ୍ତ ରାସ୍ତାରେ ବର୍ଷାଜଳ - କୋଟିକୋଟି ଟଙ୍କା ବ୍ୟୟ ପରେ ବି ରାସ୍ତାର ଅବସ୍ଥା ଦୟନୀୟ - ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ ଦାବି - ଆବଶ୍ୟକ ସ୍ଥାନରେ ହେବ ଡ୍ରେନ ନିର୍ମାଣ: ବିଭାଗୀୟ ଏସ ଡି ଓ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରୁ ଅମରପାଲି ଦେଇ ସମ୍ବଲପୁର ଜିଲ୍ଲା ସୀମା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା ଏବେ ବର୍ଷାଜଳ ନିଷ୍କାସନ ସମସ୍ୟାରେ ଜର୍ଜରିତ। ରାସ୍ତା ନିର୍ମାଣ ସମୟରେ ଆବଶ୍ୟକ ସ୍ଥାନରେ ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ବର୍ଷା ହେଲେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏପରିକି କେତେକ ସ୍ଥାନରେ ନର୍ଦ୍ଦମାଜଳ ମଧ୍ୟ ରାସ୍ତା ଉପରେ ଯାଉଛି। ଏହା ଯୋଗୁଁ ରାସ୍ତା ନଷ୍ଟ ହେବା ସହ ଯାତାୟାତରେ ମଧ୍ୟ ସମସ୍ୟା ଉପୁଜୁଛି। ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ଅଧୀନରେ ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୀରମହାରାଜପୁର ଗସ୍ତ ସମୟରେ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ଅଧୀନକୁ ନେଇ ନୂତନ ଭାବେ ନିର୍ମାଣ କରାଯିବ ବୋଲି ଘୋଷଣା ହୋଇଥିଲା। ପରବର୍ତ୍ତୀ ସମୟରେ ରାସ୍ତାଟି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିଲା। ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ପକ୍ଷରୁ ବୀରମହାରାଜପୁରରୁ ଜିଲ୍ଲା ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ଏବଂ ସମ୍ବଲପୁର ପୂର୍ତ୍ତ ବିଭାଗ ପକ୍ଷରୁ ଜିଲ୍ଲା ସୀମାରୁ ରେଢ଼ାଖୋଲ ବ୍ଲକ ମୋଚିବାହାଲଠାରେ ୫୫ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଅଂଶର ଏହି ରାସ୍ତା ପ୍ରାୟ ୨୩ କିଲୋମିଟର ଦୀର୍ଘ। ପ୍ରାୟ ୬ ବର୍ଷ ପୂର୍ବେ ଏହାର ନିର୍ମାଣରେ ୩୨ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି। ତେବେ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ଆବଶ୍ୟକତାକୁ ଗୁରୁତ୍ୱ ନ ଦେଇ କାମ କରିଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ରାସ୍ତାର ଅନେକ ସ୍ଥାନରେ ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ବର୍ଷାଜଳ ସିଧାସଳଖ ରାସ୍ତା ଉପରେ ପ୍ରବାହିତ ହେଉଛି। ବହଳପଦର ଗ୍ରାମର ପ୍ରକାଶ ପ୍ରଧାନ କହିଛନ୍ତି, "ରାସ୍ତା ନିର୍ମାଣ ସମୟରେ ଆମେ ଗାଁ ଭିତରେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ଠିକାସଂସ୍ଥାକୁ କହିଥିଲୁ। ମାତ୍ର ଡ୍ରେନର ଆବଶ୍ୟକତା ନାହିଁ ବୋଲି କହି ସେମାନେ ମନା କରିଦେଇଥିଲେ।" ଅନବରତ ବର୍ଷାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ରାସ୍ତାରେ ଘାଇ ସୃଷ୍ଟି ହେବା ସହ ପିଚୁ ଉଠି ରାସ୍ତା ନଷ୍ଟ ହେଉଛି। ଗତ ଲଗାଣ ବର୍ଷାରେ ବୀରମହାରାଜପୁର ନିକଟସ୍ଥ ବାଗମାରୀ ପୋଖରୀ ପାର୍ଶ୍ୱରେ ରାସ୍ତାରେ ଘାଇ ହୋଇଥିବାବେଳେ ଏସବିଆଇ ସମ୍ମୁଖରେ ମଧ୍ୟ ଗାତ ସୃଷ୍ଟି ହୋଇଥିଲା। ପରେ ଏହାର ମରାମତି କରାଯାଇଥିଲା। ଅମରପାଲି ସୀମାବର୍ତ୍ତୀ ଆମ୍ବପାଲ, ଅମରପାଲି-ବହଳପଦର ମଧ୍ୟରେ ଥିବା ନାଳ ନିକଟରେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱ ଖାଲ ହୋଇଯାଇଛି। କେତେକ ସ୍ଥାନରେ ପିଚୁ ପଡ଼ିଥିଲେ ମଧ୍ୟ ତଳଭାଗରେ ମାଟି ନ ଥିବା ଅଭିଯୋଗ ହେଉଛି। ଅମରପାଲି, ବହଳପଦର, ଭୂତିଆପାଲି, ମୁର୍ଷୁଣ୍ଢୀ ଭଳି ଗ୍ରାମାଞ୍ଚଳ ସମେତ ବ୍ଲକ ସଦର ମହକୁମା ଓ ନବଗଠିତ ବୀରମହାରାଜପୁର ଏନଏସି ଅଞ୍ଚଳରେ ମଧ୍ୟ ଡ୍ରେନ ସମସ୍ୟା ଦେଖାଦେଇଛି। ଏହି ସବୁ ଅଞ୍ଚଳରେ ବର୍ଷା ହେଲେ ରାସ୍ତା ଉପରେ ପାଣି ପ୍ରବାହିତ ହେବାରୁ ରାସ୍ତା ଖରାପ ହେଉଛି। ରାସ୍ତା ଖରାପ ହେଲେ ମାତ୍ର କେତେକ ସ୍ଥାନରେ ଲୋକ ଦେଖାଣିଆ ଭାବେ ଏହାର ମରାମତି କରାଯାଇଥିବା ବେଳେ ଉପାନ୍ତ ଅଞ୍ଚଳରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ରାସ୍ତା କଡ଼ରେ ଡ୍ରେନ ନ ଥିବାର ସୁଯୋଗ ନେଇ କେତେକ ସ୍ଥାନରେ ରାସ୍ତା ଅଞ୍ଚଳ ମଧ୍ୟ ଜବରଦଖଲ ହେଉଥିବା ଅଭିଯୋଗ ରହିଛି। ଅମରପାଲିର ବିନୋଦ ସେଠୀ କହିଛନ୍ତି, "ଯେଉଁ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି, ସେଠାରେ ଡ୍ରେନ ନିର୍ମାଣ କରାଗଲେ ବର୍ଷାଜଳ ରାସ୍ତା ଉପରେ ଯିବ ନାହିଁ। ଏହାଦ୍ୱାରା ରାସ୍ତା ଶୀଘ୍ର ନଷ୍ଟ ହେବ ନାହିଁ।" ମୁର୍ଷୁଣ୍ଢୀ ଗ୍ରାମର ବଳରାମ ପଧାନ କହିଛନ୍ତି, "ରାସ୍ତା ଉପରେ ବର୍ଷାଜଳ ଯାଉଥିବାରୁ ରାସ୍ତା ନଷ୍ଟ ହେଉଛି। ଯେଉଁ ସ୍ଥାନରେ ଡ୍ରେନର ଆବଶ୍ୟକତା ରହିଛି, ସେଠାରେ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ନାହିଁ। ତେଣୁ ଏବେ ଆବଶ୍ୟକ ସ୍ଥାନରେ ଡ୍ରେନ ନିର୍ମାଣ କରାଯିବା ଦରକାର।" ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାଁ ଅଞ୍ଚଳରେ ରାସ୍ତା ଖରାପ ହେଲେ ମଧ୍ୟ ନିୟମିତ ଭାବେ ମରାମତି ହେଉନାହିଁ। ବିଭିନ୍ନ ସ୍ଥାନରେ ଡ୍ରେନ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉ ନ ଥିବା ଲୋକେ କହିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲ୍ଲା ପୂର୍ତ୍ତ ବିଭାଗର ର ସହକାରୀ ନିର୍ବାହୀ ଯନ୍ତ୍ରୀ ଫାକିଙ୍ଗ ସିଂଙ୍କୁ ପଚାରିବାରୁ, "ଯେଉଁ ସ୍ଥାନରେ ଡ୍ରେନର ଆବଶ୍ୟକତା ରହିଛି, ସେହି ସ୍ଥାନରେ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କରାଯିବ" ବୋଲି କହିଛନ୍ତି। ବର୍ଷାଜଳ ନିଷ୍କାସନ ପାଇଁ ତୁରନ୍ତ ଆବଶ୍ୟକ ସ୍ଥାନ ଚିହ୍ନଟ କରି ଡ୍ରେନ ନିର୍ମାଣ ସହ ରାସ୍ତାର ଦୁର୍ବଳ ସ୍ଥାନଗୁଡ଼ିକର ସ୍ଥାୟୀ ମରାମତି କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

1 hr ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 hr ago
9d784560-2683-46c9-a57f-c6fa5047c702

ଡ୍ରେନ ନାହିଁ, ପୂର୍ତ୍ତ ରାସ୍ତାରେ ବର୍ଷାଜଳ - କୋଟିକୋଟି ଟଙ୍କା ବ୍ୟୟ ପରେ ବି ରାସ୍ତାର ଅବସ୍ଥା ଦୟନୀୟ - ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ ଦାବି - ଆବଶ୍ୟକ ସ୍ଥାନରେ ହେବ ଡ୍ରେନ ନିର୍ମାଣ: ବିଭାଗୀୟ ଏସ ଡି ଓ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରୁ ଅମରପାଲି ଦେଇ ସମ୍ବଲପୁର ଜିଲ୍ଲା ସୀମା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା ଏବେ ବର୍ଷାଜଳ ନିଷ୍କାସନ ସମସ୍ୟାରେ ଜର୍ଜରିତ। ରାସ୍ତା ନିର୍ମାଣ ସମୟରେ ଆବଶ୍ୟକ ସ୍ଥାନରେ ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ବର୍ଷା ହେଲେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏପରିକି କେତେକ ସ୍ଥାନରେ ନର୍ଦ୍ଦମାଜଳ ମଧ୍ୟ ରାସ୍ତା ଉପରେ ଯାଉଛି। ଏହା ଯୋଗୁଁ ରାସ୍ତା ନଷ୍ଟ ହେବା ସହ ଯାତାୟାତରେ ମଧ୍ୟ ସମସ୍ୟା ଉପୁଜୁଛି। ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ଅଧୀନରେ ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୀରମହାରାଜପୁର ଗସ୍ତ ସମୟରେ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ଅଧୀନକୁ ନେଇ ନୂତନ ଭାବେ ନିର୍ମାଣ କରାଯିବ ବୋଲି ଘୋଷଣା ହୋଇଥିଲା। ପରବର୍ତ୍ତୀ ସମୟରେ ରାସ୍ତାଟି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିଲା। ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ପକ୍ଷରୁ ବୀରମହାରାଜପୁରରୁ ଜିଲ୍ଲା ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ଏବଂ ସମ୍ବଲପୁର ପୂର୍ତ୍ତ ବିଭାଗ ପକ୍ଷରୁ ଜିଲ୍ଲା ସୀମାରୁ ରେଢ଼ାଖୋଲ ବ୍ଲକ ମୋଚିବାହାଲଠାରେ ୫୫ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଅଂଶର ଏହି ରାସ୍ତା ପ୍ରାୟ ୨୩ କିଲୋମିଟର ଦୀର୍ଘ। ପ୍ରାୟ ୬ ବର୍ଷ ପୂର୍ବେ ଏହାର ନିର୍ମାଣରେ ୩୨ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି। ତେବେ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ଆବଶ୍ୟକତାକୁ ଗୁରୁତ୍ୱ ନ ଦେଇ କାମ କରିଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ରାସ୍ତାର ଅନେକ ସ୍ଥାନରେ ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ବର୍ଷାଜଳ ସିଧାସଳଖ ରାସ୍ତା ଉପରେ ପ୍ରବାହିତ ହେଉଛି। ବହଳପଦର ଗ୍ରାମର ପ୍ରକାଶ ପ୍ରଧାନ କହିଛନ୍ତି, "ରାସ୍ତା ନିର୍ମାଣ ସମୟରେ ଆମେ ଗାଁ ଭିତରେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ଠିକାସଂସ୍ଥାକୁ କହିଥିଲୁ। ମାତ୍ର ଡ୍ରେନର ଆବଶ୍ୟକତା ନାହିଁ ବୋଲି କହି ସେମାନେ ମନା କରିଦେଇଥିଲେ।" ଅନବରତ ବର୍ଷାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ରାସ୍ତାରେ ଘାଇ ସୃଷ୍ଟି ହେବା ସହ ପିଚୁ ଉଠି ରାସ୍ତା ନଷ୍ଟ ହେଉଛି। ଗତ ଲଗାଣ

efbe5373-2d36-4aab-9113-549b7286249c

ବର୍ଷାରେ ବୀରମହାରାଜପୁର ନିକଟସ୍ଥ ବାଗମାରୀ ପୋଖରୀ ପାର୍ଶ୍ୱରେ ରାସ୍ତାରେ ଘାଇ ହୋଇଥିବାବେଳେ ଏସବିଆଇ ସମ୍ମୁଖରେ ମଧ୍ୟ ଗାତ ସୃଷ୍ଟି ହୋଇଥିଲା। ପରେ ଏହାର ମରାମତି କରାଯାଇଥିଲା। ଅମରପାଲି ସୀମାବର୍ତ୍ତୀ ଆମ୍ବପାଲ, ଅମରପାଲି-ବହଳପଦର ମଧ୍ୟରେ ଥିବା ନାଳ ନିକଟରେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱ ଖାଲ ହୋଇଯାଇଛି। କେତେକ ସ୍ଥାନରେ ପିଚୁ ପଡ଼ିଥିଲେ ମଧ୍ୟ ତଳଭାଗରେ ମାଟି ନ ଥିବା ଅଭିଯୋଗ ହେଉଛି। ଅମରପାଲି, ବହଳପଦର, ଭୂତିଆପାଲି, ମୁର୍ଷୁଣ୍ଢୀ ଭଳି ଗ୍ରାମାଞ୍ଚଳ ସମେତ ବ୍ଲକ ସଦର ମହକୁମା ଓ ନବଗଠିତ ବୀରମହାରାଜପୁର ଏନଏସି ଅଞ୍ଚଳରେ ମଧ୍ୟ ଡ୍ରେନ ସମସ୍ୟା ଦେଖାଦେଇଛି। ଏହି ସବୁ ଅଞ୍ଚଳରେ ବର୍ଷା ହେଲେ ରାସ୍ତା ଉପରେ ପାଣି ପ୍ରବାହିତ ହେବାରୁ ରାସ୍ତା ଖରାପ ହେଉଛି। ରାସ୍ତା ଖରାପ ହେଲେ ମାତ୍ର କେତେକ ସ୍ଥାନରେ ଲୋକ ଦେଖାଣିଆ ଭାବେ ଏହାର ମରାମତି କରାଯାଇଥିବା ବେଳେ ଉପାନ୍ତ ଅଞ୍ଚଳରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ରାସ୍ତା କଡ଼ରେ ଡ୍ରେନ ନ ଥିବାର ସୁଯୋଗ ନେଇ କେତେକ ସ୍ଥାନରେ ରାସ୍ତା ଅଞ୍ଚଳ ମଧ୍ୟ ଜବରଦଖଲ ହେଉଥିବା ଅଭିଯୋଗ ରହିଛି। ଅମରପାଲିର ବିନୋଦ ସେଠୀ କହିଛନ୍ତି, "ଯେଉଁ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି, ସେଠାରେ ଡ୍ରେନ ନିର୍ମାଣ କରାଗଲେ ବର୍ଷାଜଳ ରାସ୍ତା ଉପରେ ଯିବ ନାହିଁ। ଏହାଦ୍ୱାରା ରାସ୍ତା ଶୀଘ୍ର ନଷ୍ଟ ହେବ ନାହିଁ।" ମୁର୍ଷୁଣ୍ଢୀ ଗ୍ରାମର ବଳରାମ ପଧାନ କହିଛନ୍ତି, "ରାସ୍ତା ଉପରେ ବର୍ଷାଜଳ ଯାଉଥିବାରୁ ରାସ୍ତା ନଷ୍ଟ ହେଉଛି। ଯେଉଁ ସ୍ଥାନରେ ଡ୍ରେନର ଆବଶ୍ୟକତା ରହିଛି, ସେଠାରେ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ନାହିଁ। ତେଣୁ ଏବେ ଆବଶ୍ୟକ ସ୍ଥାନରେ ଡ୍ରେନ ନିର୍ମାଣ କରାଯିବା ଦରକାର।" ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାଁ ଅଞ୍ଚଳରେ ରାସ୍ତା ଖରାପ ହେଲେ ମଧ୍ୟ ନିୟମିତ ଭାବେ ମରାମତି ହେଉନାହିଁ। ବିଭିନ୍ନ ସ୍ଥାନରେ ଡ୍ରେନ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉ ନ ଥିବା ଲୋକେ କହିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲ୍ଲା ପୂର୍ତ୍ତ ବିଭାଗର ର ସହକାରୀ ନିର୍ବାହୀ ଯନ୍ତ୍ରୀ ଫାକିଙ୍ଗ ସିଂଙ୍କୁ ପଚାରିବାରୁ, "ଯେଉଁ ସ୍ଥାନରେ ଡ୍ରେନର ଆବଶ୍ୟକତା ରହିଛି, ସେହି ସ୍ଥାନରେ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କରାଯିବ" ବୋଲି କହିଛନ୍ତି। ବର୍ଷାଜଳ ନିଷ୍କାସନ ପାଇଁ ତୁରନ୍ତ ଆବଶ୍ୟକ ସ୍ଥାନ ଚିହ୍ନଟ କରି ଡ୍ରେନ ନିର୍ମାଣ ସହ ରାସ୍ତାର ଦୁର୍ବଳ ସ୍ଥାନଗୁଡ଼ିକର ସ୍ଥାୟୀ ମରାମତି କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

More news from ଓଡ଼ିଶା and nearby areas
  • ମନମୁଣ୍ଡା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଥାନାର କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇଥିଲେ |
    3
    ମନମୁଣ୍ଡା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ 
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଥାନାର କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇଥିଲେ |
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    14 hrs ago
  • ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ​ଏହି ପବିତ୍ର ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଭଉଣୀମାନେ ଭାଇମାନଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ଭାଇମାନେ ମଧ୍ୟ ସର୍ବଦା ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ପାଇଁ ସଂକଳ୍ପ ନେଇଥିଲେ । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ, ବଜାର ଛକ ଏବଂ ରାସ୍ତାରେ ଯାଉଥିବା ସମସ୍ତଙ୍କୁ ଭାଇ ଭଉଣୀମାନେ ରକ୍ଷା ବନ୍ଧନ କରିଥିଲେ । ​ଭାରତୀୟ ସଂସ୍କୃତି, ସଂସ୍କାର ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଏହି ମହାନ ପର୍ବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ଉପସ୍ଥିତ ରହି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ​
    1
    ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ 
ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ
ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ 
ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ​ଏହି ପବିତ୍ର ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଭଉଣୀମାନେ ଭାଇମାନଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ଭାଇମାନେ ମଧ୍ୟ ସର୍ବଦା ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ପାଇଁ ସଂକଳ୍ପ ନେଇଥିଲେ । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ, ବଜାର ଛକ ଏବଂ ରାସ୍ତାରେ ଯାଉଥିବା ସମସ୍ତଙ୍କୁ ଭାଇ ଭଉଣୀମାନେ ରକ୍ଷା ବନ୍ଧନ କରିଥିଲେ । ​ଭାରତୀୟ ସଂସ୍କୃତି, ସଂସ୍କାର ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଏହି ମହାନ ପର୍ବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ଉପସ୍ଥିତ ରହି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
​
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    15 hrs ago
  • ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?
    1
    ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    19 hrs ago
  • ରାକ୍ଷୀ ପୂର୍ଣ୍ଣିମାରେ ବି ଥମିଲା ନାହିଁ ପୁରୀବାସୀଙ୍କ ପଦଯାତ୍ରା, ୧୪୯ ଦିନରେ ପହଞ୍ଚିଲା ସଚେତନତା ସତ୍ୟାଗ୍ରହ* *ରାକ୍ଷୀ ପୂର୍ଣ୍ଣିମାରେ ବି ଥମିଲା ନାହିଁ ପୁରୀବାସୀଙ୍କ ପଦଯାତ୍ରା, ୧୪୯ ଦିନରେ ପହଞ୍ଚିଲା ସଚେତନତା ସତ୍ୟାଗ୍ରହ* *ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଖିରେ ଅପେକ୍ଷା, ହୃଦୟରେ ଆସ୍ଥା ଓ ପାଦରେ ସଂଘର୍ଷ — ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଚାଲିବ ଅହିଂସାର ଏହି ଯାତ୍ରା* ପୁରୀ, ୨୭/୮ : ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଦିନରେ ମଧ୍ୟ ଥମିନି ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା ଆଜି ୧୪୯ତମ ଦିନରେ ପହଞ୍ଚିଛି। ଗତ ଉତ୍କଳ ଦିବସ, ୧ ଏପ୍ରିଲରୁ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପ୍ରତିଦିନ ଜାରି ରହିଥିବା ଏହି ପଦଯାତ୍ରା ଏବେ ପୁରୀବାସୀଙ୍କ ଆସ୍ଥା, ଅଧିକାର ଓ ଦୃଢ଼ ସଂକଳ୍ପର ପ୍ରତୀକ ପାଲଟିଛି। ୧୪୯ ଦିନ ଧରି ଖରା, ବର୍ଷା, ପର୍ବପର୍ବାଣୀ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସତ୍ୟାଗ୍ରହୀମାନଙ୍କ ପାଦ ଅଟକିନାହିଁ କି ସଂକଳ୍ପ ଦୁର୍ବଳ ହୋଇନାହିଁ। ନୀରବତାକୁ ପ୍ରତିବାଦର ଭାଷା କରି, ହାତରେ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ସତ୍ୟାଗ୍ରହୀମାନେ ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରୁଛନ୍ତି। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପତିତପାବନଙ୍କ ଦର୍ଶନ କରାଯାଇଥିଲା। ଏହାସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ପାଇଁ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରାର୍ଥନା କରାଯାଇଥିଲା। ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୯ ଦିନ ଧରି ଆମର ନୀରବ ପଦଯାତ୍ରା ଅବିରତ ଭାବେ ଜାରି ରହିଛି। ଆମର ପାଦ ଅଧିକାର ପାଇଁ ଚାଲୁଛି, ଆମର ନୀରବତା ନ୍ୟାୟର କଥା କହୁଛି ଏବଂ ଆମର ହୃଦୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛି। ଏହା କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ; ଏହା ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ସଂଘର୍ଷ।” ସେ ଆହୁରି କହିଛନ୍ତି, “ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଥମିବ ନାହିଁ। ଆମର ସଂକଳ୍ପ ନଇଁବ ନାହିଁ।” ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀଙ୍କ ସ୍ନେହ ଓ ସୁରକ୍ଷାର ପବିତ୍ର ବାର୍ତ୍ତା ବହନ କରୁଥିବା ବେଳେ, ଏହି ପବିତ୍ର ଦିନରେ ପୁରୀବାସୀଙ୍କ ସତ୍ୟାଗ୍ରହ ମଧ୍ୟ ନିଜ ଆସ୍ଥା ଓ ଅଧିକାରର ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିବାଦର ସନ୍ଦେଶ ଦେଇଛି। ନୀରବତାରେ ଚାଲୁଥିବା ଏହି ପଦଯାତ୍ରାର ପ୍ରତ୍ୟେକ ପାଦଚିହ୍ନ ଯେପରି ପ୍ରଶ୍ନ କରୁଛି—ମହାପ୍ରଭୁଙ୍କ ସହରର ଲୋକେ ନିଜ ଆସ୍ଥାର ଅଧିକାର ପାଇଁ ଆଉ କେତେ ଦିନ ଅପେକ୍ଷା କରିବେ ? ୧୪୯ ଦିନର ଏହି ଯାତ୍ରା ପ୍ରମାଣ କରିଛି ଯେ ସତ୍ୟ ଓ ଅହିଂସାର ପଥ ଦୀର୍ଘ ହୋଇପାରେ, କିନ୍ତୁ ଦୃଢ଼ ସଂକଳ୍ପର ପାଦ କେବେ ଅଟକି ରହେ ନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରତ ପୁରୀବାସୀଙ୍କ ଏହି ନୀରବ ସ୍ୱର ଦିନେ ନା ଦିନେ ନ୍ୟାୟର ଦ୍ୱାର ଖୋଲିବ—ଏହି ଆଶା ଓ ଆସ୍ଥା ସହ ସତ୍ୟାଗ୍ରହୀ ପଦଯାତ୍ରୀମାନେ ଆଜି ମଧ୍ୟ ଆଗକୁ ବଢ଼ିଛନ୍ତି। ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ମନୀଷା ପାତ୍ର, ସାଲିନୀ ପ୍ରଧାନ, ରୁବି ମଲ୍ଲିକ, ମମତା ସ୍ବାଇଁ, କିଶୋର ଚନ୍ଦ୍ର ଦାସ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ଲିଙ୍ଗରାଜ ସାହୁ, ଅଭିମନ୍ୟୁ ରାୟଗୁରୁ, ସୁବାଷ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ। ଜୟ ଶ୍ରୀଜଗନ୍ନାଥ।
    1
    ରାକ୍ଷୀ ପୂର୍ଣ୍ଣିମାରେ ବି ଥମିଲା ନାହିଁ ପୁରୀବାସୀଙ୍କ ପଦଯାତ୍ରା, ୧୪୯ ଦିନରେ ପହଞ୍ଚିଲା ସଚେତନତା ସତ୍ୟାଗ୍ରହ*
*ରାକ୍ଷୀ ପୂର୍ଣ୍ଣିମାରେ ବି ଥମିଲା ନାହିଁ ପୁରୀବାସୀଙ୍କ ପଦଯାତ୍ରା, ୧୪୯ ଦିନରେ ପହଞ୍ଚିଲା ସଚେତନତା ସତ୍ୟାଗ୍ରହ*
*ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଖିରେ ଅପେକ୍ଷା, ହୃଦୟରେ ଆସ୍ଥା ଓ ପାଦରେ ସଂଘର୍ଷ — ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଚାଲିବ ଅହିଂସାର ଏହି ଯାତ୍ରା*
ପୁରୀ, ୨୭/୮ : ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଦିନରେ ମଧ୍ୟ ଥମିନି ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା ଆଜି ୧୪୯ତମ ଦିନରେ ପହଞ୍ଚିଛି। ଗତ ଉତ୍କଳ ଦିବସ, ୧ ଏପ୍ରିଲରୁ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପ୍ରତିଦିନ ଜାରି ରହିଥିବା ଏହି ପଦଯାତ୍ରା ଏବେ ପୁରୀବାସୀଙ୍କ ଆସ୍ଥା, ଅଧିକାର ଓ ଦୃଢ଼ ସଂକଳ୍ପର ପ୍ରତୀକ ପାଲଟିଛି। ୧୪୯ ଦିନ ଧରି ଖରା, ବର୍ଷା, ପର୍ବପର୍ବାଣୀ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସତ୍ୟାଗ୍ରହୀମାନଙ୍କ ପାଦ ଅଟକିନାହିଁ କି ସଂକଳ୍ପ ଦୁର୍ବଳ ହୋଇନାହିଁ। ନୀରବତାକୁ ପ୍ରତିବାଦର ଭାଷା କରି, ହାତରେ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ସତ୍ୟାଗ୍ରହୀମାନେ ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରୁଛନ୍ତି। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପତିତପାବନଙ୍କ ଦର୍ଶନ କରାଯାଇଥିଲା। ଏହାସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ପାଇଁ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରାର୍ଥନା କରାଯାଇଥିଲା।
ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୯ ଦିନ ଧରି ଆମର ନୀରବ ପଦଯାତ୍ରା ଅବିରତ ଭାବେ ଜାରି ରହିଛି। ଆମର ପାଦ ଅଧିକାର ପାଇଁ ଚାଲୁଛି, ଆମର ନୀରବତା ନ୍ୟାୟର କଥା କହୁଛି ଏବଂ ଆମର ହୃଦୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛି। ଏହା କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ; ଏହା ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ସଂଘର୍ଷ।” ସେ ଆହୁରି କହିଛନ୍ତି, “ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଥମିବ ନାହିଁ। ଆମର ସଂକଳ୍ପ ନଇଁବ ନାହିଁ।”
ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀଙ୍କ ସ୍ନେହ ଓ ସୁରକ୍ଷାର ପବିତ୍ର ବାର୍ତ୍ତା ବହନ କରୁଥିବା ବେଳେ, ଏହି ପବିତ୍ର ଦିନରେ ପୁରୀବାସୀଙ୍କ ସତ୍ୟାଗ୍ରହ ମଧ୍ୟ ନିଜ ଆସ୍ଥା ଓ ଅଧିକାରର ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିବାଦର ସନ୍ଦେଶ ଦେଇଛି। ନୀରବତାରେ ଚାଲୁଥିବା ଏହି ପଦଯାତ୍ରାର ପ୍ରତ୍ୟେକ ପାଦଚିହ୍ନ ଯେପରି ପ୍ରଶ୍ନ କରୁଛି—ମହାପ୍ରଭୁଙ୍କ ସହରର ଲୋକେ ନିଜ ଆସ୍ଥାର ଅଧିକାର ପାଇଁ ଆଉ କେତେ ଦିନ ଅପେକ୍ଷା କରିବେ ? ୧୪୯ ଦିନର ଏହି ଯାତ୍ରା ପ୍ରମାଣ କରିଛି ଯେ ସତ୍ୟ ଓ ଅହିଂସାର ପଥ ଦୀର୍ଘ ହୋଇପାରେ, କିନ୍ତୁ ଦୃଢ଼ ସଂକଳ୍ପର ପାଦ କେବେ ଅଟକି ରହେ ନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରତ ପୁରୀବାସୀଙ୍କ ଏହି ନୀରବ ସ୍ୱର ଦିନେ ନା ଦିନେ ନ୍ୟାୟର ଦ୍ୱାର ଖୋଲିବ—ଏହି ଆଶା ଓ ଆସ୍ଥା ସହ ସତ୍ୟାଗ୍ରହୀ ପଦଯାତ୍ରୀମାନେ ଆଜି ମଧ୍ୟ ଆଗକୁ ବଢ଼ିଛନ୍ତି।
ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ମନୀଷା ପାତ୍ର, ସାଲିନୀ ପ୍ରଧାନ, ରୁବି ମଲ୍ଲିକ, ମମତା ସ୍ବାଇଁ, କିଶୋର ଚନ୍ଦ୍ର ଦାସ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ଲିଙ୍ଗରାଜ ସାହୁ, ଅଭିମନ୍ୟୁ ରାୟଗୁରୁ, ସୁବାଷ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ। ଜୟ ଶ୍ରୀଜଗନ୍ନାଥ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    8 hrs ago
  • 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert
    1
    🚨 नेपाल में कुदरत का कहर! जलसैलाब ने मचाई भारी तबाही

नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए।

वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है।

🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे।

#NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert


🚨 नेपाल में कुदरत का कहर! जलसैलाब ने मचाई भारी तबाही
नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए।
वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है।
🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे।
#NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା .. Bargarhnews ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
    1
    ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
Bargarhnews 
ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    15 hrs ago
  • ଶ୍ରାବଣ ମାସର ଶେଷ ଦିନରେ ଘଣ୍ଟାପଡ଼ା ଶିବ ମନ୍ଦିରରେ ବାବା ଯୋଗେଶ୍ଵର କମିଟିର କାଉଡ଼ିଆଙ୍କ ପକ୍ଷରୁ ପୂର୍ଣ୍ଣାହୂତିର ଜଳାଭିଷେକ ନିମନ୍ତେ କଳସ ଯାତ୍ରା
    1
    ଶ୍ରାବଣ ମାସର ଶେଷ ଦିନରେ ଘଣ୍ଟାପଡ଼ା ଶିବ ମନ୍ଦିରରେ ବାବା ଯୋଗେଶ୍ଵର କମିଟିର କାଉଡ଼ିଆଙ୍କ ପକ୍ଷରୁ ପୂର୍ଣ୍ଣାହୂତିର ଜଳାଭିଷେକ ନିମନ୍ତେ କଳସ ଯାତ୍ରା
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    20 hrs ago
  • ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍‌ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
    1
    ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l 

୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l 
ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍‌ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି।
ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    20 hrs ago
  • ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ, ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ। ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ, ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ। ସିନ୍ଧେକେଲା ଅଞ୍ଚଳର ଦୁଆରସେନି ମନ୍ଦିର ରେ ଚୋରି ସହ ଥାନା ର ୧୦୦ ମିଟର ଦୂର ରେ ଥିବା ଗହଣା ଦୋକାନରୁ ହୋଇଥିବା ବଡ଼ ଧରଣର ଡକାୟତି ଓ ଚୋରି ମାମଲାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣା ରେ ୭ ଅଭିଯୁକ୍ତ ଗିରଫ ସହିତ ଗୋଟିଏ ମହିନ୍ଦ୍ରା ବୋଲେରୋ, ଗୋଟିଏ KTM ବାଇକ୍, ୧୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୨ କିଲୋଗ୍ରାମ ସୁନା ଓ ୨୫ କିଲୋଗ୍ରାମ ରୁପା, ଗୋଟିଏ ଲୁହା ଛୁରୀ, ଲୁହା ରଡ୍ ସହ ଘଟଣାରେ ବ୍ୟବହୃତ ମାସ୍କ ଓ ଗ୍ଲୋଭ୍ସ ଜବତ କରିଛି ବଲାଙ୍ଗୀର ପୋଲିସ।
    1
    ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ,                      
ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ।
ଜିଲ୍ଲା ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ,                      
ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ରେ ସିରିଏଲ ଚୋରି ଓ ଡକାୟତି ଘଟଣା ର ପର୍ଦାଫାଶ କଲେ ବଲାଙ୍ଗୀର ଏସ ପି, ସାତ ଜଣ ଅଭିଯୁକ୍ତ ଗିରଫ।
ସିନ୍ଧେକେଲା ଅଞ୍ଚଳର ଦୁଆରସେନି ମନ୍ଦିର ରେ ଚୋରି ସହ ଥାନା ର ୧୦୦ ମିଟର ଦୂର ରେ ଥିବା  ଗହଣା ଦୋକାନରୁ ହୋଇଥିବା ବଡ଼ ଧରଣର ଡକାୟତି ଓ ଚୋରି ମାମଲାର ପର୍ଦ୍ଦାଫାଶ ହୋଇଛି।
ଏହି ଘଟଣା ରେ ୭ ଅଭିଯୁକ୍ତ ଗିରଫ ସହିତ ଗୋଟିଏ ମହିନ୍ଦ୍ରା ବୋଲେରୋ, ଗୋଟିଏ KTM ବାଇକ୍, ୧୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୨ କିଲୋଗ୍ରାମ ସୁନା ଓ ୨୫ କିଲୋଗ୍ରାମ ରୁପା, ଗୋଟିଏ ଲୁହା ଛୁରୀ, ଲୁହା ରଡ୍ ସହ ଘଟଣାରେ ବ୍ୟବହୃତ ମାସ୍କ ଓ ଗ୍ଲୋଭ୍ସ ଜବତ କରିଛି ବଲାଙ୍ଗୀର ପୋଲିସ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.