Shuru
Apke Nagar Ki App…
ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ପୂର୍ବତନ ସମିତି ସଭ୍ୟ ରାୟଗଡ଼ ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଦାବି କରିଛନ୍ତି। ରାୟଗଡ଼ ବ୍ଲକ ସଦର ମହକୁମା ରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ପ୍ରଶାସନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ଦିନରେ ସମାଧାନ ନ ହେଲେ ରାୟଗଡ଼ ବ୍ଲକ ସଦର ମହକୁମା ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ୱାଲସିଂ ଚେତାବନୀ ଦେଇଛନ୍ତି।
GUMMA UPDATE NEWS
ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ପୂର୍ବତନ ସମିତି ସଭ୍ୟ ରାୟଗଡ଼ ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଦାବି କରିଛନ୍ତି। ରାୟଗଡ଼ ବ୍ଲକ ସଦର ମହକୁମା ରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ପ୍ରଶାସନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ଦିନରେ ସମାଧାନ ନ ହେଲେ ରାୟଗଡ଼ ବ୍ଲକ ସଦର ମହକୁମା ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ୱାଲସିଂ ଚେତାବନୀ ଦେଇଛନ୍ତି।
More news from ଓଡ଼ିଶା and nearby areas
- ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସଦର ନିକଟସ୍ଥ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ମେକ୍ ଏ ଚେଞ୍ଜ ଇନିସିଏଟିଭ୍ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ସଶକ୍ତିକରଣ ଏବଂ ଅନାଥ ଶିଶୁଙ୍କ ପାଇଁ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼ ମାୟାଧର ସାହୁ ଙ୍କ ନିର୍ଦେଶ କ୍ରମେ ଏବଂଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏସ, ଗିରିଧାରୀ ଙ୍କ ଉପସ୍ଥିତି ରେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର, ମୁଖ୍ୟ ବକ୍ତା ରୂପେ ନିକଟସ୍ଥ ଗାନ୍ଧୀ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଏସ. ତିରୁପତି ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ, ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ଗଜପତି ଜିଲ୍ଲା ର ଜାତି ଓ ଉପଜାତି ର ୧୦୦ ଜଣ ବାଳିକା ଜୁନିଅର ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ, ସାପ କାମୁଡା, କୁକୁର କାମୁଡା ,ସାଇବର ସୁରକ୍ଷା, ତମାଖୁ ବର୍ଜନ, ବଜ୍ରପାତ ରୁ ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ। ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ସ୍କାର୍ଫ, ଓଗଲ, ବ୍ୟାଚ୍, ଖାତା, କଲମ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ଇ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରାଯାଇଥିଲା ।1
- ଗଜପତି ଜିଲ୍ଲାର ପ୍ରତିଷ୍ଠିତ ବେସରକାରୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ। ମୂର୍ଶିଦାବାଦ୍ ଅଞ୍ଚଳର ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଶୁଣିବାକୁ ମିଳିଛି। ସୂଚନା ପ୍ରକାରେ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ଉକ୍ତ ବିଶ୍ୱ ବିଦ୍ୟାଳୟ ଛାତ୍ର ବୋଲି ଅଭିଯୋଗରେ ସ୍ପଷ୍ଟ ହୋଇଛି। ଏହି ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହୋଇ ଥିବା ବେଳେ ଗୁରାଣ୍ଡି ଥାନାରେ ଏ ନେଇ ଗତ ଦିନରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଏପରି ଘଟଣା ଟି ଘଟି ଥିବା ବେଳେ ଏହି ଘଟଣା ଟି ଯେପରି ବାହାରକୁ ପ୍ରକଟ ନ ହେବ ସେ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇ ଥିବା ସାଧାରଣରେ ଶୁଣିବାକୁ ମିଳୁଛି।1
- Post by Ansubhai Pandey1
- Post by Keshab Saraka1
- Post by Bd Ok3
- ଯାଜପୁର ଜିଲ୍ଲା ରେ ମହୋତ୍ସବ ଚାଲିଥିବା ବେଳେ ସଭାମଞ୍ଚ ଉପରକୁ ଧାନଭାର ଧରି ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ପ୍ରବେଶ ସହ ହୋହଲ୍ଲା... ଧାନ ବିକ୍ରିରେ ବ୍ୟାପକ ଅନିୟମିତତା ଏବଂ ବିଳମ୍ବ କାରଣରୁ ପ୍ରତିବାଦ ଏପଟେ ମହୋତ୍ସବ କୁ ଟଙ୍କା କୋଉଠୁ ଆଣିଲବୋଲି କଲେ ପ୍ରଶ୍ନ1
- ନବୀନ ବାବୁଙ୍କ ୨୪ ବର୍ଷର ଇତିହାସରେ କାହାକୁ ନେତା ହେବାକୁ ସୁଯୋଗ ଦେଇନାହାନ୍ତି ସ୍ଥାଵକ କରି ଛାଡିଦେଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ପୂର୍ବତନ ସମିତି ସଭ୍ୟ ରାୟଗଡ଼ ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଦାବି କରିଛନ୍ତି। ରାୟଗଡ଼ ବ୍ଲକ ସଦର ମହକୁମା ରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ପ୍ରଶାସନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ଦିନରେ ସମାଧାନ ନ ହେଲେ ରାୟଗଡ଼ ବ୍ଲକ ସଦର ମହକୁମା ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ୱାଲସିଂ ଚେତାବନୀ ଦେଇଛନ୍ତି।1