ନିଲମ୍ବିତ ବିଧାୟକ ଦାଶରଥି ଗମାଙ୍ଗଙ୍କ ସମର୍ଥନ ରେ କଂଗ୍ରେସ କର୍ମୀଙ୍କ ଶୋଭାଯାତ୍ରା,l ନିଲମ୍ବନ ପ୍ରତ୍ୟାହାର ଦାବି ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଙ୍ଗ ଯୋଗୁଁ କଂଗ୍ରେସ ରୁ ନିଲମ୍ବିତ ହୋଇଛନ୍ତି ମୋହନା ବିଧାୟକ ଦାଶରଥି ଗମାଙ୍ଗ l ତେବେ ତାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଗଜପତି ଜିଲ୍ଲା ମୋହନା ରେ ଶୋଭାଯାତ୍ରା କରିଛନ୍ତି ଶତାଧିକ କଂଗ୍ରେସ କର୍ମୀ l ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ରୁ ବାଇକ ଶୋଭାଯାତ୍ରା ରେ ବାହାରି ମୋହନା, ଅଡବା, ବିରିକୋଟ ପର୍ଯ୍ୟନ୍ତ ପରିକ୍ରମା କରିଛନ୍ତି l ମୋହନା ନିର୍ବାଚନ ମଣ୍ଡଳୀ ପୂର୍ବରୁ ବିଜେଡିର ଗଡ଼ ଥିଲା l ବିଧାୟକ ଦାଶରଥି ଗମାଙ୍ଗ ଗତ ପ୍ରାୟ 40 ବର୍ଷ ହେଲା ସଂଘର୍ଷ କରି କଂଗ୍ରେସ କୁ ମଜବୁତ କରିଛନ୍ତି l 2 ଥର ବ୍ଲକ ଅଧ୍ୟକ୍ଷ ରହିବା ସହ ଗତ 2 ଥର ଲଗାତାର ଭାବେ ବିଧାୟକ ନିର୍ବାଚିତ ହୋଇ ଦଳକୁ ସଂଗଠିତ କରିଛନ୍ତି l ତେଣୁ ତାଙ୍କର ନିଲମ୍ବନ ପ୍ରତ୍ୟାହାର କରିବାକୁ ପିସିସି ସଭାପତିଙ୍କ ଠାରେ ଦାବି କରିଛନ୍ତି l ଯଦି ନିଲମ୍ବନ ପ୍ରତ୍ୟାହାର ନହୁଏ ତେବେ ଖୁବଶୀଘ୍ର ପିସିସି କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି l ବାଇଟ - ରମେଶ ବିଷୋୟୀ, ବ୍ଲକ କଂଗ୍ରେସ ସଭାପତି, ମୋହନା ବାଇଟ - ଚିତ୍ତରଞ୍ଜନ ନାୟକ, ଜିଲ୍ଲା କଂଗ୍ରେସ, ଉପ ସଭାପତି

- Post by Ansubhai Pandey1
- ନବୀନ ବାବୁଙ୍କ ୨୪ ବର୍ଷର ଇତିହାସରେ କାହାକୁ ନେତା ହେବାକୁ ସୁଯୋଗ ଦେଇନାହାନ୍ତି ସ୍ଥାଵକ କରି ଛାଡିଦେଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- #ସ୍ବାମୀ_ଙ୍କ_ବିରୋଧରେ_ଅଭିଯୋଗ_ଆଣିଲେ_ସ୍ତ୍ରୀ । #ତାଙ୍କ_ସହିତ_ମୋର_ଛାଡପତ୍ର_ହୋଇଛି। #ପ୍ରତାପ_ଗିରିଙ୍କୁ_ମିଛରେ_ଫଶାଯାଉଛି। #ମତେ_ତା_କବଳରୁ_ପ୍ରତାପ_ଗିରି_ଉଦ୍ଧାର_କରିଛନ୍ତି! ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଣାପୁର ଗ୍ରାମର ଘଟଣା । ମୋ ନାମରେ ଥିବା ଜାଗାକୁ ମତେ ମାରପିଟ କରି ଧମକ ଦେଇ ଅନ୍ୟ କୁ ବିକ୍ରି କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗଞ୍ଜାମ ଜିଲ୍ଲା ବ୍ଳକ ପରିସରରେ ମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ । ପୋଲସରା ୨୩/୦୩/୨୬ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଙ୍କ କରକମଳରେ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ବ୍ଳକ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ୧୩୪ ଟି ପ୍ରକଳ୍ପ,ଗ୍ରାଣ୍ଟ ଇନ୍ ଏଡ୍ ଅନ୍ତର୍ଗତ ୬୦ ଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠି ଅନ୍ତର୍ଗତ ୧୩ ଟି ପ୍ରକଳ୍ପ, ବିଧାୟକ ପାଣ୍ଠି ଅନ୍ତର୍ଗତ ୨୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାମୁହିକ ଭାବରେ ସମସ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହିତ ଜଳ ସେବା ଶିବିର ଓ ପଞ୍ଚାୟତ ସମିତି ଅଧିନସ୍ଥ ଭିଡିଓ କନଫରେନ୍ସ ହଲର ଶୁଭ ଉଦ୍ଘାଟନ କରିଥିଲେ। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ,ଝୁନୁ ଦାସ, ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ଯୁବନେତା ପ୍ରଭାକର ପଣ୍ଡା ସମେତ ୨୬ ଗୋଟି ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଯାଜପୁର ଜିଲ୍ଲା ରେ ମହୋତ୍ସବ ଚାଲିଥିବା ବେଳେ ସଭାମଞ୍ଚ ଉପରକୁ ଧାନଭାର ଧରି ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ପ୍ରବେଶ ସହ ହୋହଲ୍ଲା... ଧାନ ବିକ୍ରିରେ ବ୍ୟାପକ ଅନିୟମିତତା ଏବଂ ବିଳମ୍ବ କାରଣରୁ ପ୍ରତିବାଦ ଏପଟେ ମହୋତ୍ସବ କୁ ଟଙ୍କା କୋଉଠୁ ଆଣିଲବୋଲି କଲେ ପ୍ରଶ୍ନ1
- ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସଦର ନିକଟସ୍ଥ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ମେକ୍ ଏ ଚେଞ୍ଜ ଇନିସିଏଟିଭ୍ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ସଶକ୍ତିକରଣ ଏବଂ ଅନାଥ ଶିଶୁଙ୍କ ପାଇଁ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼ ମାୟାଧର ସାହୁ ଙ୍କ ନିର୍ଦେଶ କ୍ରମେ ଏବଂଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏସ, ଗିରିଧାରୀ ଙ୍କ ଉପସ୍ଥିତି ରେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର, ମୁଖ୍ୟ ବକ୍ତା ରୂପେ ନିକଟସ୍ଥ ଗାନ୍ଧୀ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଏସ. ତିରୁପତି ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ, ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ଗଜପତି ଜିଲ୍ଲା ର ଜାତି ଓ ଉପଜାତି ର ୧୦୦ ଜଣ ବାଳିକା ଜୁନିଅର ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ, ସାପ କାମୁଡା, କୁକୁର କାମୁଡା ,ସାଇବର ସୁରକ୍ଷା, ତମାଖୁ ବର୍ଜନ, ବଜ୍ରପାତ ରୁ ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ। ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ସ୍କାର୍ଫ, ଓଗଲ, ବ୍ୟାଚ୍, ଖାତା, କଲମ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ଇ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରାଯାଇଥିଲା ।1
- Post by Chitaranjan gantayat1
- ଭୟଙ୍କର ଦୁର୍ଘଟଣା, ବାଇକ୍ ଉପରେ ମାଡିଗଲା ବୋଲେରୋ... ଛଟପଟ ହୋଇ ମ-ରିଗଲେ ୨ ଯୁବକ ଗଣେଶ ପାଣିଗ୍ରାହୀ ରିପୋର୍ଟ1