-: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ :- *ସମ୍ବଲପୁରୀ ପୋଷାକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ; ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ* *ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ* ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ l
-: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ :- *ସମ୍ବଲପୁରୀ ପୋଷାକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ; ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ* *ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ* ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ
ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି
ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ l
- -: ବେଲପାହାଡ଼ରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ 'ପ୍ରତିଭା ସିଜିନ-୨' କାର୍ଯ୍ୟକ୍ରମ :- -: ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କଲେ ଶହ ଶହ ଦର୍ଶକ :- ତା: ୧।୮।୨୬: ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ପକ୍ଷରୁ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ 'ପ୍ରତିଭା ସିଜିନ-୨' କାର୍ଯ୍ୟକ୍ରମ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିଙ୍କ ଗହଣରେ ମାଆ ମାଣିକେଶ୍ୱରୀ ଓ ସମଲେଶରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ଗୁମାଡେରା ଗୌରୀ ଶଙ୍କର ମନ୍ଦିରଠାରୁ ଏକ ସମ୍ବଲପୁରୀଆ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ସେହିପରି ଆଜି ଶନିବାର ସନ୍ଧ୍ୟାରେ ମିରର ଥିଏଟର ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଭିନୟ, ଗାୟକ, ସଂଗୀତ ନିର୍ଦ୍ଦେଶକ, ଫଟୋଗ୍ରାଫି, ସଙ୍ଗୀତ, ନୃତ୍ୟ ନିର୍ଦ୍ଦେଶକ ଆଦି ମୋଟ ୯ ଗୋଟି ବର୍ଗରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ଭୋଟିଂରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ବଲପୁରୀ ପିନ୍ଧିବା, ନାଚିବା, ଗାଇବା, କହିବାକୁ ଆହ୍ବାନ କରାଯିବା ସହ ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ ସମ୍ବଲପୁରୀଆ କଳାକାରଙ୍କୁ ସମ୍ମାନ ପ୍ରଦାନ କରିବାକୁ ଆହ୍ବାନ କରାଯାଇଛି।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ କଳାକାର ତଥା ଦଳ ଯୋଗଦେଇ ଗୀତ, ନାଚ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଶହ ଶହ ଦର୍ଶକ ଭରପୁର ଉପଭୋଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ାର ଚଳଚ୍ଚିତ୍ର ପ୍ରଯୋଜକ ପ୍ରତାପ ବେହେରା, ବେଲପାହାଡ଼ ମିରର ଥିଏଟର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ, ଟିଆରଏଲ କ୍ରୋସାକି ଡାକ୍ତରଖାନାର ଡା. ସୁଶାନ୍ତ ଜଗଦଳା, ଯୁବ ନେତା ପୁରୁଷୋତ୍ତମ ମହାନ୍ତି ପ୍ରମୁଖ ସାମିଲ ରହିଥିଲେ। ଆୟୋଜନରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ଦୀନେଶ କରାଲି, ଆୟୁଷି ଜୟସ୍ବାଲ, ଦୀପକ ମାଝୀ, ସାବନ ଦାସ, ସୌଭାଗ୍ୟ ରଞ୍ଜନ ସାହୁ, ସୋନି ତନ୍ତୀ, ସୀତାରାମ ମେହେର, ହିମାଂଶୁ କରାଲୀ, ପ୍ରଭାସିନୀ ଚାନ୍ଦ, ନିଶା ଶର୍ମା ପ୍ରମୁଖ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପ୍ରତୀକ୍ଷା ରାଣୀ ତ୍ରିପାଠୀ, ଅମନ ମହାନ୍ତି, ପୁଷ୍ପାଞ୍ଜଳି ସାହୁ, ତ୍ରିବେଦ କୁମାର ମହାନନ୍ଦ, ହରିଶ ଭୋଇ, ସୋନାଲିକା ବେହେରା ମଞ୍ଚ ସଞ୍ଚାଳନ କରିଥିଲେ।4
- 8 Lakh People Affected by Floods; 2.69 Lakh Shifted to Safer Places: CM ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ୧୨ଟି ବ୍ଲକର ବନ୍ୟାଞ୍ଚଳର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ସେ ସୂଚନା ଦେଇଛନ୍ତି ଯେ, ବନ୍ୟାରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଓଡ୍ରାଫର ୧୭ଟି ଏବଂ ଅଗ୍ନିଶମ ବିଭାଗର ୧୨୯ଟି ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏରିଏଲ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ମଧ୍ୟ ଉପସ୍ଥିତ ଥିଲେ। #FloodUpdate #OdishaFlood #CMOdisha #FloodRelief #ODRAF #BreakingNews #OdishaNews1
- मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress1
- #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ ଜୁଆନ୍ କବି - ମନୋରଞ୍ଜନ ଲୁହା ....& କବିୟତ୍ରୀ ଜ୍ୟୋତି ଲିନା ପଣ୍ଡା....1
- ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଦିନ୍ ପାଳନ *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ* ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି,୦୧/୦୮/୨୦୨୬ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଦିନ୍ ପାଳନ (ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ମିଳନୀ) ଭିତ୍ତିକ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ଭାବେ କବି ସୁବାସ ଚନ୍ଦ୍ର ଭୁଏ ଯୋଗ ଦେଇ ଆମ ପଶ୍ଚିମାଞ୍ଚଳର ଭାଷା ସମ୍ବଲପୁରୀ ସାହିତ୍ୟର ମାର୍ମିକ ଉପସ୍ଥାପନା କରିବା ସହ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର,ନୀଳ ମାଧବ ପାଣିଗ୍ରାହୀ, ପଦ୍ମଶ୍ରୀ ଲୋକ କବି ହଲଧର୍ ନାଗ,ପ୍ରୟାଗ ଦତ୍ତ ଯୋଶୀ ପ୍ରଭୃତି ମହାରଥି ମାନଙ୍କର ସ୍ମୃତି ଚାରଣ କରିଥିଲେ।ସଂସ୍କୃତିର ଅନ୍ତନିହିତ ବାସ୍ତବତା ଯାହା ଧୀରେ ଧୀରେ ଲୁକ୍କାଇତ ହୋଇଯାଉଛି ସେ ସବୁ ପ୍ରସଙ୍ଗକୁ କେନ୍ଦ୍ରକରି ଛାତ୍ରୀ ମାନଙ୍କସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟାପିକା ପିଙ୍କି ବାରିକ୍ ଅତିଥି ସ୍ୱାଗତ କରିଥିବା ବେଳେ ସହକର୍ମୀ ଶଶାଙ୍କ ଶେଖର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମା ସମଲେଶ୍ୱରୀଙ୍କ ପାଖରେ ଦ୍ଵୀପ ପ୍ରଜ୍ବଳନ ହେବା ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।ସମ୍ବଲପୁରୀ ଗୀତ ବାଦ୍ୟ ସହ ଆରିସା,କାକରା, ମଣ୍ଡା,ଚାଉଳ ବରା,ପକୁଡ଼ି,ପ୍ରଭୃତି ଖାଦ୍ୟ ଗ୍ରହଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ରେମ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଧ୍ୟାପକ ନେପାଲ ବିଶ୍ୱାଲ ଅଧ୍ୟାପିକା ଜ୍ୟୋତି ସାହୁ ,ପୁନମ ସାହୁ,ସସ୍ମିତା ମେହେର,ମନୀଷା ଭୋଇ,ଶୋଭାବତୀ ଥପା,ପରିଣୀତା ପଧାନ, ଯାଜ୍ଞସେନି ପଟେଲ ସହକର୍ମୀ ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।3
- ସବଡେଗା ଆଞ୍ଚଳିକ ସହଯୋଗ ଉଚ୍ଚ ବିଦ୍ୟାଳୟ ରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ l3
- ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ1
- -: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁଲଦିଆ ପଡ଼ାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ :- *ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ ପରେ ପ୍ରଶାସନର ତ୍ୱରିତ ପଦକ୍ଷେପ* *ନିର୍ମାଣାଧୀନ ଘର ଉଚ୍ଛେଦ, ବସବାସ କରୁଥିବା ଜବରଦଖଲକାରୀଙ୍କ ବିରୋଧରେ ଏନକ୍ରୋଚମେଣ୍ଟ ମାମଲା ରୁଜୁ* ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ପଞ୍ଚପଡ଼ା ରାଜସ୍ୱ ଗ୍ରାମର ଶୁଲଦିଆ ପଡ଼ାରେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟଙ୍କ ପାଇଁ ପୂର୍ବରୁ ପ୍ରାୟ ୫୦ ଡିସିମିଲ ସରକାରୀ ଜମି ଚିହ୍ନଟ କରାଯାଇଥିଲା। ଏହାର ପାର୍ଶ୍ୱବର୍ତ୍ତୀ ଖାଲି ସରକାରୀ ଜମିକୁ କିଛି ବାହାର ଅଞ୍ଚଳର ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରୁଥିବା ନେଇ ଗତ ୨୭.୦୭.୨୦୨୪ରେ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲା। ଉକ୍ତ ସମ୍ବାଦକୁ ଗୁରୁତ୍ୱର ସହ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚହ୍ୱାଣ ସମ୍ପୃକ୍ତ ତହସିଲଦାର ଶ୍ରୀ ସଦାକର କୁମ୍ଭାରଙ୍କୁ ଘଟଣାର ତୁରନ୍ତ ଯାଞ୍ଚ କରି ଜବରଦଖଲ ଉଚ୍ଛେଦ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଶ୍ରୀ କୁମ୍ଭାର ଙ୍କ ନେତୃତ୍ୱରେ ଆର୍.ଆଇ. ଏକତାଲି ଶ୍ରୀ ଫାଲଗୁନୀ ନାମଦେବ, ରେଭେନ୍ୟୁ ସୁପରଭାଇଜର ଶ୍ରୀମତୀ ରୀତାରାଣୀ ନାୟକ, ରାଜସ୍ୱ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ଟିମ୍ ପଞ୍ଚପଡ଼ା ରାଜସ୍ୱ ଗ୍ରାମର ଶୁଲ ଦିଆ ପଡ଼ାରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଜଣାପଡ଼ିଥିଲା ଯେ ବାହାର ଅଞ୍ଚଳରୁ ଆସିଥିବା ଅନେକ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରିଛନ୍ତି। କେତେକ ବ୍ୟକ୍ତି ସେଠାରେ ବସବାସ କରୁଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଘର ନିର୍ମାଣ ଆରମ୍ଭ କରିଥିଲେ, କିନ୍ତୁ ସେଠାରେ ରହୁନାହାନ୍ତି। ଅଭିଯାନ ସମୟରେ ନିର୍ମାଣାଧୀନ ଘରଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯାଇଥିଲା। ସେହିପରି, ସରକାରୀ ଜମିରେ ବସବାସ କରୁଥିବା ଜବରଦଖଲକାରୀଙ୍କ ବିରୋଧରେ ଏନକ୍ରୋଚମେଣ୍ଟ ମାମଲା ରୁଜୁ କରାଯାଇଛି। ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ସେମାନଙ୍କୁ ମଧ୍ୟ ଉଚ୍ଛେଦ କରାଯିବ। ଏଥିସହ ସରକାରୀ ଜମିର ଚିହ୍ନଟ, ସୀମା ନିର୍ଦ୍ଧାରଣ, ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ ସରକାରୀ ଜମି ଉପରେ କୌଣସି ପ୍ରକାରର ବେଆଇନ ଜବରଦଖଲକୁ ବରଦାସ୍ତ କରାଯିବ ନାହିଁ। ଏଭଳି ଅଭିଯୋଗ ମିଳିଲେ ତୁରନ୍ତ ଯାଞ୍ଚ କରାଯାଇ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ଜମିକୁ ଜବରଦଖଲମୁକ୍ତ ରଖିବା ଏବଂ ଏହାର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ନିୟମିତ ତଦାରଖ ଓ କଡ଼ା ପଦକ୍ଷେପ ଜାରି ରହିବ ବୋଲି ପ୍ରଶାସନ ପକ୍ଷ ରୁ ଜଣାଇଦିଆ ଯାଇଛି l2