Shuru
Apke Nagar Ki App…
ବାଲେଶ୍ୱରରେ ଫୁଟବଲ ମହୋତ୍ସବ ଆରମ୍ଭ: ଆଜି ହିମାଂଶୁ ଦାସ୍ ସ୍ମୃତି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନ । ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
Journalist Harishankar Jena
ବାଲେଶ୍ୱରରେ ଫୁଟବଲ ମହୋତ୍ସବ ଆରମ୍ଭ: ଆଜି ହିମାଂଶୁ ଦାସ୍ ସ୍ମୃତି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନ । ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।
More news from ଓଡ଼ିଶା and nearby areas
- ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।1
- VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଜାମଶୂଳୀ ର ସୁବର୍ଣ୍ଣ ଜୟନ୍ତୀ ୪ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ହେଉଛି ଅନ୍ତିମ ଦିବସ। ଆଜି ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ହସାଇ ମନୋରଞ୍ଜନ କରୁଥିବା ଓଡ଼ିଶାର ହାସ୍ୟ ଅଭିନେତା ପ୍ରଜ୍ଞା (ପ୍ରଜ୍ଞାନ ରଞ୍ଜନ ଖଟୁଆ) ଙ୍କ ଇସାରାରେ ଝଲସିଲେ ଦର୍ଶକ।1
- ଉଦଳା news1
- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ କଂଗ୍ରେସ ନେତା ସନ୍ତୋଷ ଜେନା1
- ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/261
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- ବାଲେଶ୍ୱର “ମିଶନ ସୁସ୍ଥ ବୃକକ, ସୁସ୍ଥ ସମାଜ” ଲକ୍ଷ୍ୟକୁ ନେଇ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଓ ବାଲେଶ୍ୱର ମେଡିକେୟାର ଡାୟାଗ୍ନୋଷ୍ଟିକ ପକ୍ଷରୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ପରୀକ୍ଷା ନିଃଶୁଳ୍କ ଭାବେ ଯୋଗାଇ ଦିଆଯିବ। ଏଥିରେ “PFT” (Pulmonary Function Test) ପରୀକ୍ଷା ସହିତ ଡାକ୍ତର ଅମିୟ ଦତ୍ତ ଗିରିଙ୍କ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ। ଏହି ଶିବିର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ଲାଭ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ସେହିପରି ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାକୁ ସମ୍ମାନ ଜଣାଇ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପାଥୋଲୋଜିକାଲ ପରୀକ୍ଷାରେ ୨୦ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି। ଏହି ଅବସରରେ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ନିର୍ମଳ କୁମାର ମୁଖାର୍ଜୀ ଓ ମେଡିକେୟାର ଡାୟାଗ୍ନୋଷ୍ଟିକର ପ୍ରତିଷ୍ଠାତା ଅଶ୍ୱିନୀ ଗିରିଙ୍କ ମଧ୍ୟରେ ଏକ MOU ସାକ୍ଷରିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା ସଭାପତି ନିର୍ମଳ କୁମାର ମୁଖାର୍ଜୀ କରିଥିବାବେଳେ ପ୍ରୋଜେକ୍ଟ କୋଅର୍ଡିନେଟର ତଥା ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ମେଡିକେୟାର ଡାୟାଗ୍ନୋଷ୍ଟିକର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଗିରି, ରୋଟାରୀଆନ ଓ ଶିକ୍ଷାବିତ ଡଃ ଶ୍ରୀମାନ ଶ୍ରୀଚନ୍ଦନ, ସମ୍ପାଦକ ସୁବ୍ରତ ରଥଙ୍କ ସହ ଗୌରହରି ମଲ୍ଲିକ, ନୀଲେଶ ଗାନ, ସୁଦର୍ଶନ ଦାସ, ଦେବାଶିଷ ମିଶ୍ର, ମନୋରଞ୍ଜନ ରାଉତ, ସତ୍ୟମ ମିଶ୍ର, ଅବିନାଶ ପାଣିଗ୍ରାହୀ, ସିମିତ ମହାନ୍ତି, ସପନ ବେହେରା, ଅର୍ପିତା ମହାପାତ୍ର, ତାପସ ପ୍ରଧାନ, ଜୟନ୍ତ ରଣା ଓ ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।1