Shuru
Apke Nagar Ki App…
ମାଲକାନଗିରି ଜିଲ୍ଲା ମାଥିଲିରେ ଏକ ଭାଲୁର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଲୁ ଗାଁ ଭିତରେ ପଶି ଦୁଇଟି ମୋଟରସାଇକେଲ ଭାଙ୍ଗି ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
ଆଦର୍ଶ ନ୍ୟୁଜ live
ମାଲକାନଗିରି ଜିଲ୍ଲା ମାଥିଲିରେ ଏକ ଭାଲୁର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଲୁ ଗାଁ ଭିତରେ ପଶି ଦୁଇଟି ମୋଟରସାଇକେଲ ଭାଙ୍ଗି ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
More news from ଓଡ଼ିଶା and nearby areas
- ମାଲକାନଗିରି ଜିଲ୍ଲା ମାଥିଲିରେ ଏକ ଭାଲୁର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଲୁ ଗାଁ ଭିତରେ ପଶି ଦୁଇଟି ମୋଟରସାଇକେଲ ଭାଙ୍ଗି ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।1
- ମାଲକାନଗିରି ଜିଲ୍ଲାର କାଲିମେଳା ପୋଲିସ ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ପୋତାଖାଲ ଗ୍ରାମ ନିକଟରେ ଚଢ଼ାଉ କରି ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ଅତି ଚତୁରତାର ସହ କମ୍ବଳ ଭିତରେ ଗଞ୍ଜେଇ ଲୁଚାଇ ଚୋରା ଚାଲାଣ କରୁଥିଲେ। ଜବତ ହୋଇଥିବା ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ୩ଟି ମୋଟରସାଇକେଲ ଏବଂ ୪ଟି ମୋବାଇଲ୍ ଫୋନ୍ ମଧ୍ୟ ପୋଲିସ ଜବତ କରିଛି। ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ, ମହମଦ ଜିସାନ (୩୨), ଅଫତାବ ଅଲି (୨୪), ଏବଂ ଅରମାନ ଖାନ (୧୯) ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଚତୁର୍ଥ ଅଭିଯୁକ୍ତ ଇର୍ମା ପଡ଼ିଆମୀ (୩୫) ମାଲକାନଗିରି ଜିଲ୍ଲା ଦରବାଗୁଡ଼ାର ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଏନଡିପିଏସ ଆକ୍ଟ ଅନୁଯାୟୀ କେସ୍ ନମ୍ବର ୧୩୯/୨୬ ରେ ଏକ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।4
- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସମାପ୍ତ ହୋଇଛି। ଦୀର୍ଘ ଦଶ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ MV-79 ଦଳ ଏବଂ ଛତିଶଗଡ଼ର କୋଣ୍ଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ନିହାର ରାୟ, ବ୍ଲକ ପ୍ରତିନିଧି ହରବିଳାଶ ମଣ୍ଡଳ, ପରିତୋଷ ସରକାର, ଦୀପକ ଦତ୍ତ, ଗୌର ମଞ୍ଜୁମଦାର, ଭଜହରୀ ଜେନା, ମାଲୁ ନାଥ ଏବଂ ମଲାଭରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚ ଶେଷରେ ବିଜୟୀ MV-79 ଦଳକୁ ଟ୍ରଫି ସହ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଉପବିଜେତା କୋଣ୍ଟା ଦଳକୁ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଖେଳର ଭରପୂର ଆନନ୍ଦ ଉଠାଇଥିଲେ। ଶେଷରେ ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି, ଖେଳାଳି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।2
- କୋରାପୁଟ ଜିଲ୍ଲାର କୋଟପାଡ଼ରେ ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବିଧାୟକ ରୁପୁ ଭତ୍ରା ବର୍ଷିଛନ୍ତି।1
- କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜ ପାଳିବା ପାଇଁ ସାଙ୍ଗସାଥୀଙ୍କ ସହ ଚନ୍ଦ୍ରାବତୀ ନାମକ ଜଣେ ମହିଳା ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।1
- ଆନ୍ଧ୍ର ପ୍ରଦେଶରୁ ହାତୀମାନେ ଓଡ଼ିଶାରେ ପ୍ରବେଶ କରିଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି। ଚାଷୀମାନେ ଭୟ କରୁଛନ୍ତି ଯେ ଏହି ହାତୀମାନେ ରାତିରେ ଶହ ଶହ ଏକର ଫସଲ ଖାଇ ନଷ୍ଟ କରିଦେଇପାରନ୍ତି।1
- କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ସତସଂଗ କଲୋନୀ ଶିବାଜୀ ନଗର ଅଞ୍ଚଳରେ ମୋହନ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଚାଲିଛି। ଏହି ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ନିର୍ମାଣ କରାଯାଉଛି। ବର୍ଷା ଯୋଗୁଁ କଲଭର୍ଟର କଂକ୍ରିଟ ଉପରେ ପଲିଥିନ ଢଙ୍କା ଯାଇଥିବା ବେଳେ କଂକ୍ରିଟ କାମ ପାଇଁ ରାସ୍ତାକୁ ବ୍ଲକ କରିଦିଆଯାଇଛି। ଫଳରେ ନିଜ ନିଜ ଡ୍ୟୁଟି ସାରି ସାହି ଭିତରେ ଥିବା ଘରକୁ ଫେରିବା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।1
- ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ସଦର ମେଡିକାଲ୍ରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଗଣ୍ଡଗୋଳ ସୃଷ୍ଟି ହୋଇଥିବାବେଳେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।1