ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସମାପ୍ତ ହୋଇଛି। ଦୀର୍ଘ ଦଶ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ MV-79 ଦଳ ଏବଂ ଛତିଶଗଡ଼ର କୋଣ୍ଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ନିହାର ରାୟ, ବ୍ଲକ ପ୍ରତିନିଧି ହରବିଳାଶ ମଣ୍ଡଳ, ପରିତୋଷ ସରକାର, ଦୀପକ ଦତ୍ତ, ଗୌର ମଞ୍ଜୁମଦାର, ଭଜହରୀ ଜେନା, ମାଲୁ ନାଥ ଏବଂ ମଲାଭରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚ ଶେଷରେ ବିଜୟୀ MV-79 ଦଳକୁ ଟ୍ରଫି ସହ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଉପବିଜେତା କୋଣ୍ଟା ଦଳକୁ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଖେଳର ଭରପୂର ଆନନ୍ଦ ଉଠାଇଥିଲେ। ଶେଷରେ ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି, ଖେଳାଳି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସମାପ୍ତ ହୋଇଛି। ଦୀର୍ଘ ଦଶ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ MV-79 ଦଳ ଏବଂ ଛତିଶଗଡ଼ର କୋଣ୍ଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ନିହାର ରାୟ, ବ୍ଲକ ପ୍ରତିନିଧି ହରବିଳାଶ ମଣ୍ଡଳ, ପରିତୋଷ ସରକାର, ଦୀପକ ଦତ୍ତ, ଗୌର ମଞ୍ଜୁମଦାର, ଭଜହରୀ ଜେନା, ମାଲୁ ନାଥ ଏବଂ ମଲାଭରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର
ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚ ଶେଷରେ ବିଜୟୀ MV-79 ଦଳକୁ ଟ୍ରଫି ସହ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଉପବିଜେତା କୋଣ୍ଟା ଦଳକୁ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଖେଳର ଭରପୂର ଆନନ୍ଦ ଉଠାଇଥିଲେ। ଶେଷରେ ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି, ଖେଳାଳି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ବୁଦୁରା ଗ୍ରାମଠାରେ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ସମୁଦାୟ ୨୩ଟି ଅଭିଯୋଗ ଶୁଣିଥିଲେ। ଲୋକମାନେ ବିଭିନ୍ନ ସମସ୍ୟା, ଯଥା - ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା, ରାସନ୍ କାର୍ଡ, ଗୃହ ନିର୍ମାଣ, ଶିକ୍ଷା, ଜଳ ସେଚନ, ରାସ୍ତା, ନାଳ ଓ ସ୍ୱାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲିକଙ୍କୁ ଫୋନ୍ ମାଧ୍ୟମରେ ଶୀଘ୍ର ସମସ୍ତ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ। ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଭରା ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମା, ସ୍ଥାନୀୟ ସରପଞ୍ଚ ଏବଂ ସମିତି ପ୍ରମୁଖ ଉପସ୍ଥିତ ଥିଲେ।1
- ଟିଟିଲାଗଡ଼ରେ ସଂରକ୍ଷିତ ଜମି କିଣାବିକାକୁ ନେଇ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ପୁଣି ଥରେ ଆଲୋକ ଦାଶଙ୍କ ନାମ ଚର୍ଚ୍ଚାକୁ ଆସିଛି। ଆଲୋକ ଦାଶ ଏହି ଅଞ୍ଚଳରେ ଏକ ଚର୍ଚ୍ଚିତ ନାମ, ଯିଏ ୨୦୧୩ ମସିହାରେ ଟିଟିଲାଗଡ଼ର ବହୁଚର୍ଚ୍ଚିତ ବିଜେଡି ଯୁବନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସାଜି ଜେଲ ଯାଇଥିଲେ। ସେହି ସମୟରେ ଏକ ଧଳା ରଙ୍ଗର ବୋଲେରୋ, ଏକ ମୋଟରସାଇକେଲ ଏବଂ ଏକ ଧଳା ରଙ୍ଗର ଆମ୍ବାସାଡର କାର ବ୍ୟବହୃତ ହୋଇଥିଲା ବୋଲି କୁହାଯାଉଥିଲା। ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ସେତେବେଳେ ମଧ୍ୟ ଆଲୋକ ଦାଶଙ୍କୁ ବଳି ପକାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା, କାରଣ ମୁଖ୍ୟ ଅଭିଯୁକ୍ତ ଅନ୍ୟ କେହି ଥିଲେ ବୋଲି କୁହାଯାଉଥିଲା। ନିକଟରେ ଗତ ୧୫ ତାରିଖ ଦିନ ଜଣେ କ୍ରସର ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଜମି କିଣାବିକା ବିବାଦ ଥିବା ସୂଚନା ମିଳିଛି। ଟିଟିଲାଗଡ଼ର ବିଜେପୁର ପଞ୍ଚାୟତ ଅଧୀନରେ ଥିବା ଢାବାପଡ଼ାରେ ଏକ ସଂରକ୍ଷିତ ଜମିକୁ ନେଇ ଏହି ଘଟଣା ଘଟିଛି। ସମ୍ଭୁ ପ୍ରସାଦ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଉକ୍ତ ଜମି କିଣିବା ପାଇଁ ଜମି ମାଲିକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ବେଳେ, ଜମି ମାପଚୁପ କରିବାକୁ ଯାଇଥିବା ବେଳେ ସନ୍ତୋଷ ରାଣା ତାଙ୍କୁ ଜମି ନ କିଣିବାକୁ ତାଗିଦ କରିଥିଲେ। ପରେ ସନ୍ତୋଷ କ୍ରସରକୁ ଯାଇ ସମ୍ଭୁଙ୍କ ଉପରେ ପୁଣି ଥରେ ଜମି ନ କିଣିବାକୁ ଚାପ ପକାଇଥିଲେ। ଏହି ଘଟଣା ପଛରେ ଟିଟିଲାଗଡ଼ର ଜଣେ ଜମି ମାଫିଆ ତଥା ବ୍ୟବସାୟୀ, ଯିଏ ବର୍ତ୍ତମାନର ଜନପ୍ରତିନିଧି ମଧ୍ୟ, ସନ୍ତୋଷ ଏବଂ ଆଲୋକ ଦାଶଙ୍କୁ କ୍ରସର ମାଲିକ ସମ୍ଭୁଙ୍କ ପଛରେ ଲଗାଇଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଉକ୍ତ ଜମି ମାଫିଆ ତଥା ରାଜନୈତିକ ବ୍ୟକ୍ତି ସଂରକ୍ଷିତ ଜମିକୁ ନିଜ ଅକ୍ତିଆରରେ ନେବାକୁ ଚାହୁଁଥିଲେ ଏବଂ କମ ମୂଲ୍ୟରେ ଜମି କିଣିବାକୁ ଯୋଜନା କରିଥିଲେ। ତେବେ ସମ୍ଭୁ ପ୍ରସାଦ ଅଗ୍ରୱାଲ ଜମି କିଣିବାକୁ ଯାଉଥିବା ଜାଣିବା ପରେ ସେ ସନ୍ତୋଷ ଏବଂ ଆଲୋକ ଦାଶଙ୍କୁ ପ୍ରଲୋଭିତ କରିଥିଲେ ଏବଂ ଭୟଭୀତ କରିବାକୁ ଯୋଜନା କରିଥିଲେ ବୋଲି ଆଲୋଚନା ହେଉଛି। ଏହାକୁ ନେଇ ପୁଣି ଥରେ ଟିଟିଲାଗଡ଼ରେ ଚର୍ଚ୍ଚା ଜୋର ଧରିଛି ଯେ ଆଉ ଥରେ ଆଲୋକ ଦାଶଙ୍କୁ ଫସାଇ ଦିଆଗଲା। ଏହି ଘଟଣା ପଛର ପ୍ରକୃତ ଖଳନାୟକ କିଏ, ତାହା ପୋଲିସ ପ୍ରଶାସନ ଉଜାଗର କରିବ କି ନାହିଁ ତାହା ଦେଖିବାକୁ ବାକି ରହିଛି।2
- ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚାଲାଣ ଉପରେ ଅଡ଼ବା ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ତିନୋଟି ଟ୍ରାକ୍ଟରକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।1
- ସତ୍ୟଚକ୍ର ନ୍ୟୁଜ ଆଜି ଓଡ଼ିଶା ସମେତ ଦେଶବିଦେଶର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରସ୍ତୁତ କରିଛି। ଏହି ସଂଗ୍ରହରେ ପଶ୍ଚିମ ଓଡ଼ିଶାର ବିଶେଷ ଖବର ସହିତ ସମୁଦାୟ ୫୦ଟି ବଡ଼ ଖବର ରହିଛି। ଦର୍ଶକମାନଙ୍କୁ କିଛି ଖବର ଆଶ୍ଚର୍ଯ୍ୟ କରିପାରେ ବୋଲି ପ୍ରକାଶକ ସୂଚନା ଦେଇଛନ୍ତି।1
- ରାଜ୍ୟ ରାଜପଥ-୬ର ପୋଖରୀବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଗୁରୁବାର ସକାଳେ ପୁଣି ଏକ ପିଚୁ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଅମ୍ବାଦୋଳା ପଟୁ ଆସୁଥିବା ବେଳେ ଛକର ତୀବ୍ର ବୁଲାଣି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସ୍ଥାନରେ ଦୁର୍ଘଟଣାକୁ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଆଜି ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ବିଶାଖାପାଟଣାରୁ ପିଚୁ ନେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ପୋଖରୀବନ୍ଧ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଶ୍ୱନାଥପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।1