logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ସାଇ ମନ୍ଦିର ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ନିରାକାରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା ସହ ନଗର ପରିକ୍ରମା ମହାସମାରୋହରେ ହୋଇଯାଇଅଛି l ତିନିଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ରେ ଆଜି ଏକ ବିରାଟ ପଟୁଆର ରେ ସିରିଡି ସାଇ ଙ୍କ ପାଲିଙ୍କି ଶୋଭାଯାତ୍ରା ସାଇ ମନ୍ଦିର ଠାରୁ ନିରାକାରପୁର ବଜାର ପରିକ୍ରମା କରାଯାଇଥିଲା l ଆଖ ପାଖର ଶହ ଶହ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରଭୁକୃପା ଲାଭ କରିଥିଲେ l ଆସନ୍ତାକାଲି ବୁଧବାର ମହାଯଜ୍ଞ ର ପୂର୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି l ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅଞ୍ଚଳବାସୀ ଯୋଗ ଦେଇ ପ୍ରଭୁକୃପା ଲାଭ କରିବା ପାଇଁ ସିରିଡ଼ି ସାଇ ମନ୍ଦିର ପକ୍ଷରୁ ଅନୁରୋଧ କରାଯାଇଛି l

21 hrs ago
user_ଦୀପକ କୁମାର ପ୍ରଧାନ
ଦୀପକ କୁମାର ପ୍ରଧାନ
Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
21 hrs ago
2019b205-836f-436e-94e7-e0a9bb5a335d

ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ସାଇ ମନ୍ଦିର ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ନିରାକାରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା ସହ ନଗର ପରିକ୍ରମା ମହାସମାରୋହରେ ହୋଇଯାଇଅଛି l ତିନିଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ରେ ଆଜି ଏକ ବିରାଟ ପଟୁଆର ରେ ସିରିଡି ସାଇ ଙ୍କ ପାଲିଙ୍କି ଶୋଭାଯାତ୍ରା ସାଇ ମନ୍ଦିର ଠାରୁ ନିରାକାରପୁର ବଜାର ପରିକ୍ରମା କରାଯାଇଥିଲା l ଆଖ ପାଖର ଶହ ଶହ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରଭୁକୃପା ଲାଭ କରିଥିଲେ l ଆସନ୍ତାକାଲି ବୁଧବାର ମହାଯଜ୍ଞ ର ପୂର୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି l ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅଞ୍ଚଳବାସୀ ଯୋଗ ଦେଇ ପ୍ରଭୁକୃପା ଲାଭ କରିବା ପାଇଁ ସିରିଡ଼ି ସାଇ ମନ୍ଦିର ପକ୍ଷରୁ ଅନୁରୋଧ କରାଯାଇଛି l

More news from ଓଡ଼ିଶା and nearby areas
  • ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
    1
    ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା  ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ (ହାମସ) ଦ୍ୱାରା ଆୟୋଜିତ ଆଜି ତା ୨୯-୦୭-୨୦୨୬ କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ଏହାକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରଯୁକ୍ତ ଡ. ସୁଶାନ୍ତ କୁମାର ସ୍ୱାଇଁ ମହୋଦୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ତାଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରି ମହିପୁର ଡ. ଦେବୀପ୍ରସାଦ ପ୍ରଧାନ, ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭେଷଜ ବିଶେଷଜ୍ଞ ଡ. ବିଶ୍ୱରଞ୍ଜନ ତ୍ରିପାଠୀ, ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଅଧିକାରି ଡ. ରଶ୍ମିରଞ୍ଜନ ସାମନ୍ତ ସିଂହାର ଓ ଅନୁଷ୍ଠାନ ର ସମ୍ପାଦକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ ନୂଆଗାଁ ବ୍ଲକ ର ଆଖ-ପାଖ ରୁ ପ୍ରାୟ ୨୦୦ ଚାଷୀ ଆସି ସେମାନଙ୍କ ନାମ ପଞ୍ଜୀକରଣ କରି ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଡାକ୍ତର ମାନଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ଯଥା-: ଉଚ ରକ୍ତଚାପ, ଡେଙ୍ଗୁ, ମ୍ୟାଲେରିଆ, ମଧୁମେହ ଏବଂ ଇ.ସି.ଜି ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ L.T ଗାୟତ୍ରୀ ନାୟକ, MPHW ରଶ୍ମିରଞ୍ଜନ ପ୍ରଧାନ, MPHW ବ୍ରଜମୋହନ ମଲ୍ଲିକ, Attandant ସଞ୍ଜୟ ସାହୁ ମହିପୁର ଏହା ସହ ଆଶାକର୍ମୀ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ ଏହା ସହ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜିକା ସୁନିତା ଦାଶଗୁପ୍ତା ଏବଂ ସହକାରୀ ସଂଯୋଜକ ଚିନ୍ମୟ କୁମାର ଦାଶ ଏବଂ କୋଷାଧକ୍ଷ ଶୁଭାଶିଷ ନିଶଙ୍କ ଏବଂ ସମସ୍ତ CRP ଯଥା ବିରଞ୍ଚି ନାରାୟଣ ଚମ୍ପତ୍ତି, ବିଶ୍ୱନାଥ ନାୟକ, ଗଣେଶ୍ୱର ଦାସ, ସୁବାସିନୀ ସାହୁ, ସନ୍ତୋଷ କୁମାର ଜାନି ଏବଂ ଅନୁଷ୍ଠାନ ର ସହକର୍ମୀ କିରଣବାଲା ଡାକୁଆ ଏବଂ ମାନସ କୁମାର ରଣା ତାଙ୍କ ସହିତ ଅନୁଷ୍ଠାନ ର ସ୍ୱେ୍ଛାସେବୀ ସଞ୍ଜୟ ସାହୁ, କାହ୍ନା ପରିଡ଼ା, ରାହୁଲ କୁମାର ସାହୁ, ଅମିତ ନାୟକ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟଶିବିର କୁ ଆଗେଇ ନେଇଥିଲେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ଚାଷୀ ମାନଙ୍କ ପାଇଁ ସକାଳର ଜଳଖିଆ ସହ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା
    1
    କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା 
ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ (ହାମସ) ଦ୍ୱାରା ଆୟୋଜିତ ଆଜି ତା ୨୯-୦୭-୨୦୨୬ କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ଏହାକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରଯୁକ୍ତ ଡ. ସୁଶାନ୍ତ କୁମାର ସ୍ୱାଇଁ ମହୋଦୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ତାଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରି ମହିପୁର 
ଡ. ଦେବୀପ୍ରସାଦ ପ୍ରଧାନ, ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭେଷଜ ବିଶେଷଜ୍ଞ ଡ. ବିଶ୍ୱରଞ୍ଜନ ତ୍ରିପାଠୀ, ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଅଧିକାରି ଡ. ରଶ୍ମିରଞ୍ଜନ ସାମନ୍ତ ସିଂହାର ଓ ଅନୁଷ୍ଠାନ ର ସମ୍ପାଦକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ
ନୂଆଗାଁ ବ୍ଲକ ର ଆଖ-ପାଖ ରୁ ପ୍ରାୟ ୨୦୦ ଚାଷୀ ଆସି ସେମାନଙ୍କ ନାମ ପଞ୍ଜୀକରଣ କରି ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଡାକ୍ତର ମାନଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ଯଥା-: ଉଚ ରକ୍ତଚାପ, ଡେଙ୍ଗୁ, ମ୍ୟାଲେରିଆ, ମଧୁମେହ ଏବଂ ଇ.ସି.ଜି ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା 
ଏହି କାର୍ଯ୍ୟକ୍ରମ ରେ  L.T ଗାୟତ୍ରୀ ନାୟକ, MPHW ରଶ୍ମିରଞ୍ଜନ ପ୍ରଧାନ, MPHW ବ୍ରଜମୋହନ ମଲ୍ଲିକ, Attandant ସଞ୍ଜୟ ସାହୁ ମହିପୁର ଏହା ସହ ଆଶାକର୍ମୀ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ
ଏହା ସହ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜିକା ସୁନିତା ଦାଶଗୁପ୍ତା ଏବଂ ସହକାରୀ ସଂଯୋଜକ ଚିନ୍ମୟ କୁମାର ଦାଶ ଏବଂ କୋଷାଧକ୍ଷ ଶୁଭାଶିଷ ନିଶଙ୍କ ଏବଂ ସମସ୍ତ CRP ଯଥା ବିରଞ୍ଚି ନାରାୟଣ ଚମ୍ପତ୍ତି, ବିଶ୍ୱନାଥ ନାୟକ, ଗଣେଶ୍ୱର ଦାସ, ସୁବାସିନୀ ସାହୁ, ସନ୍ତୋଷ କୁମାର ଜାନି ଏବଂ ଅନୁଷ୍ଠାନ ର ସହକର୍ମୀ କିରଣବାଲା ଡାକୁଆ ଏବଂ ମାନସ କୁମାର ରଣା ତାଙ୍କ ସହିତ ଅନୁଷ୍ଠାନ ର ସ୍ୱେ୍ଛାସେବୀ  ସଞ୍ଜୟ ସାହୁ, କାହ୍ନା ପରିଡ଼ା, ରାହୁଲ କୁମାର ସାହୁ, ଅମିତ ନାୟକ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟଶିବିର କୁ ଆଗେଇ ନେଇଥିଲେ 
ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ଚାଷୀ ମାନଙ୍କ ପାଇଁ ସକାଳର ଜଳଖିଆ ସହ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    4 hrs ago
  • ଆଜି ମୟୂରଭଞ୍ଜ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ। ବିରୋଧୀଙ୍କ ଦ୍ୱାରା ଅପପ୍ରଚାର କରାଯାଉଥିବା ସାର ଅଭାବ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରତିନିଧି ଦଳ ସିଧାସଳଖ କାର୍ଯ୍ୟାଳୟରେ ପହଞ୍ଚି ବିଶେଷ ରିପୋର୍ଟ ମାଗିବା ସହ ସବିଶେଷ ଯାଞ୍ଚ କରିଥିଲେ। ​ଏହି ସ୍ଥିତି ଅନୁଧ୍ୟାନ ସମୟରେ ଓଡ଼ିଶା କୃଷକ ମୋର୍ଚ୍ଚାର ଉପ-ସଭାପତି ଶ୍ରୀ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସିରିସ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଟୁନା ରାମ ଥୟାଲ, ଶୁଳିଆପଦା ମଣ୍ଡଳ ସଭାପତି ସନ୍ତୋଷ କୁମାର ସି, ଏବଂ ବାରିପଦା ମଣ୍ଡଳ ସଭାପତି ସପନ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ​ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି। ବିରୋଧୀଙ୍କ ଦ୍ୱାରା ପ୍ରଚାର କରାଯାଉଥିବା "ସାର ପାଇଁ ଚାଷୀ ହନ୍ତସନ୍ତ" ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସବିଶେଷ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ସୁଶାନ୍ତ ନାୟକ। ​ #Mayurbhanj #MayurbhanjNews #BJPKrushakMorcha #OdishaBJP #Baripada #FarmerWelfare #FertilizerSupply #OdishaNews #KrusakMorcha #AlokMohanty #AgricultureOdisha #BreakingNewsOdisha #OdishaUpdates
    1
    ଆଜି ମୟୂରଭଞ୍ଜ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ। ବିରୋଧୀଙ୍କ ଦ୍ୱାରା ଅପପ୍ରଚାର କରାଯାଉଥିବା ସାର ଅଭାବ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରତିନିଧି ଦଳ ସିଧାସଳଖ କାର୍ଯ୍ୟାଳୟରେ ପହଞ୍ଚି ବିଶେଷ ରିପୋର୍ଟ ମାଗିବା ସହ ସବିଶେଷ ଯାଞ୍ଚ କରିଥିଲେ।
​ଏହି ସ୍ଥିତି ଅନୁଧ୍ୟାନ ସମୟରେ ଓଡ଼ିଶା କୃଷକ ମୋର୍ଚ୍ଚାର ଉପ-ସଭାପତି ଶ୍ରୀ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସିରିସ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଟୁନା ରାମ ଥୟାଲ, ଶୁଳିଆପଦା ମଣ୍ଡଳ ସଭାପତି ସନ୍ତୋଷ କୁମାର ସି, ଏବଂ ବାରିପଦା ମଣ୍ଡଳ ସଭାପତି ସପନ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
​ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି। ବିରୋଧୀଙ୍କ ଦ୍ୱାରା ପ୍ରଚାର କରାଯାଉଥିବା "ସାର ପାଇଁ ଚାଷୀ ହନ୍ତସନ୍ତ" ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସବିଶେଷ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ସୁଶାନ୍ତ ନାୟକ।
​
#Mayurbhanj #MayurbhanjNews #BJPKrushakMorcha #OdishaBJP #Baripada #FarmerWelfare #FertilizerSupply #OdishaNews #KrusakMorcha #AlokMohanty #AgricultureOdisha #BreakingNewsOdisha #OdishaUpdates
    user_Prime time press
    Prime time press
    Agistment service Nayagarh, Odisha•
    8 hrs ago
  • ଭାବର ରସିକ ମୋ କଳା ଠାକୁର ମୋ ପାଇଁ ଖୋଲିଥିବୁ ସିଂହ ଦୁଆର⭕❗⭕🙏
    1
    ଭାବର ରସିକ ମୋ କଳା ଠାକୁର ମୋ ପାଇଁ ଖୋଲିଥିବୁ ସିଂହ ଦୁଆର⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    2 hrs ago
  • ପ୍ରଶ୍ନପତ୍ରଲିକ୍ ଓ ଆତ୍ମହତ୍ୟା ପ୍ରସଙ୍ଗ: ସୁବାଷ ବୋଷ ଛକରେ ମହମ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ କର୍ମୀ। ପୁରୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଥିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲଗାତାର ବିରୋଧ ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତ ଲଢେଇ ଏପର୍ଯ୍ୟନ୍ତ ସରି ନାହିଁ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ​ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିନଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣରେ ବ୍ୟାପକ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ​ପୁରୀ ଜିଲ୍ଲା କଂଗ୍ରେସ ଭବନଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ବିଦୁଲତା ଆଚାର୍ଯ୍ୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ୱତୀ ପାତ୍ର, କାଳୀ ପ୍ରସାଦ ନାୟକ, ଅମୀୟ ମହାପାତ୍ର, ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ନିରଞ୍ଜନ ବିଶ୍ୱାଳ, କୁଶ ସେଠି, ମନୋଜ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରୀସାନ କୁମାର ଦାଶ, ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ​ଶେଷରେ ସୁବାଷ ବୋଷ ଛକଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର୍ ସ୍ଲୋଗାନ ଦିଆଯାଇଥିଲା।ରିପୋର୍ଟର ​ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ପ୍ରଶ୍ନପତ୍ରଲିକ୍ ଓ ଆତ୍ମହତ୍ୟା ପ୍ରସଙ୍ଗ: ସୁବାଷ ବୋଷ ଛକରେ ମହମ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ କର୍ମୀ।

ପୁରୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଥିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲଗାତାର ବିରୋଧ ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତ ଲଢେଇ ଏପର୍ଯ୍ୟନ୍ତ ସରି ନାହିଁ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି।
​ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିନଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣରେ ବ୍ୟାପକ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି।
​ପୁରୀ ଜିଲ୍ଲା କଂଗ୍ରେସ ଭବନଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ବିଦୁଲତା ଆଚାର୍ଯ୍ୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ୱତୀ ପାତ୍ର, କାଳୀ ପ୍ରସାଦ ନାୟକ, ଅମୀୟ ମହାପାତ୍ର, ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ନିରଞ୍ଜନ ବିଶ୍ୱାଳ, କୁଶ ସେଠି, ମନୋଜ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରୀସାନ କୁମାର ଦାଶ, ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
​ଶେଷରେ ସୁବାଷ ବୋଷ ଛକଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର୍ ସ୍ଲୋଗାନ ଦିଆଯାଇଥିଲା।ରିପୋର୍ଟର
​ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    22 hrs ago
  • शिक्षा मंत्री के इस्तीफे की मांग को लेकर कांग्रेस का विशाल जेन जी मिश्रा पर्व और मार्च
    1
    शिक्षा मंत्री के इस्तीफे की मांग को लेकर कांग्रेस का विशाल जेन जी मिश्रा पर्व और मार्च
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    48 min ago
  • ଶ୍ରୀରାମ ଦୟା ପରିଷଦ ନିରାକାରପୁର ପକ୍ଷରୁ ଭାଗବତ ପାଠ ମହାସମାରୋହରେ ଉଦଯାପିତ ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମlନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ବାର୍ଷିକ ଭାଗବତ ପାଠ ଉଦଯାପିତ ହୋଇଯାଇଅଛି l ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମାରୁତି ମଣ୍ଡପ ଠାରେ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଯଥା ବିଧି ମୁତାବକ ମନ୍ଦିର ପୂଜକ କାଳିଆ ବଡ଼ପଣ୍ଡା ଉଦଯାପନୀ ପୂଜା କରିଥିଲେ l ଏହି ଅବସରରେ ବର୍ଷ ତମାମ ଭାଗବତ ଜଗନ୍ନାଥ କଥାମୁର୍ତ୍ତ ପୁରାଣ ପାଠ କରୁଥିବା ଏକାଦଶୀ ପରିଡ଼ାଙ୍କୁ ପରିଷଦ ପକ୍ଷରୁ ଉତ୍ତୋରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା
    4
    ଶ୍ରୀରାମ ଦୟା ପରିଷଦ ନିରାକାରପୁର ପକ୍ଷରୁ ଭାଗବତ ପାଠ ମହାସମାରୋହରେ ଉଦଯାପିତ 
ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମlନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ବାର୍ଷିକ ଭାଗବତ ପାଠ ଉଦଯାପିତ ହୋଇଯାଇଅଛି l ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମାରୁତି ମଣ୍ଡପ ଠାରେ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଯଥା ବିଧି ମୁତାବକ ମନ୍ଦିର ପୂଜକ କାଳିଆ ବଡ଼ପଣ୍ଡା ଉଦଯାପନୀ ପୂଜା କରିଥିଲେ l ଏହି ଅବସରରେ ବର୍ଷ ତମାମ ଭାଗବତ ଜଗନ୍ନାଥ କଥାମୁର୍ତ୍ତ ପୁରାଣ ପାଠ କରୁଥିବା ଏକାଦଶୀ ପରିଡ଼ାଙ୍କୁ ପରିଷଦ ପକ୍ଷରୁ ଉତ୍ତୋରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ସୁନ୍ଦରପଦା ଆଜାଦ୍ ନଗର ରେ ଘରେ ପସିଲା ପାଣି BMC ଏଠି କେମିତି ଜାଣିପାରୁ ନାହି।,,,,,,, ସୁନ୍ଦରପଦା ଆଜାଦ୍ ନଗର ରେ ଘରେ ପସିଲା ପାଣି BMC ଏଠି କେମିତି ଜାଣିପାରୁ ନାହି।,,,,,,,
    1
    ସୁନ୍ଦରପଦା ଆଜାଦ୍ ନଗର ରେ ଘରେ ପସିଲା ପାଣି BMC ଏଠି କେମିତି ଜାଣିପାରୁ ନାହି।,,,,,,,
ସୁନ୍ଦରପଦା ଆଜାଦ୍ ନଗର ରେ ଘରେ ପସିଲା ପାଣି BMC ଏଠି କେମିତି ଜାଣିପାରୁ ନାହି।,,,,,,,
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.