ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆ ପୋଖରୀ ହୁଣ୍ଡାଇ ସୋ’ ରୁମ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ସିରିଜ୍ ଦୁର୍ଘଟଣାକୁ ନେଇ ବାଳକାଟି ବ୍ରିଜ୍ ଉପରେ ତୁମୁଳ କାଣ୍ଡ ଘଟିଛି। ଉତ୍ୟକ୍ତ ଗାଡ଼ି ଚାଳକମାନଙ୍କ ମାଡ଼ରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣିରେ ରହୁଥିବା ବିଭୁତି ଭୂଷଣ ରାଉତ (୪୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ସହ ଥିବା ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଭୁତି ଗୁଡ଼ିଆ ପୋଖରୀରୁ ଏକ ନିର୍ବନ୍ଧ ଭୋଜି ଖାଇ ମହିନ୍ଦ୍ରା ଟ୍ୟୁବ-୩୦୦ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଅନ୍ୟ ଦୁଇଟି କାରକୁ ଧକ୍କା ଦେଇଥିଲେ। ଏଥିରେ ମଝିରେ ରହିଯାଇଥିବା ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଦୁଇଟି କାରରେ ଥିବା ଯୁବକମାନେ ବିଭୁତିଙ୍କୁ ପିଛା କରିଥିଲେ। ସେ ରକ୍ଷା ପାଇବା ପାଇଁ ବାଳକାଟି ଭାର୍ଗବୀ ବ୍ରିଜ୍ ଅଭିମୁଖେ ଗାଡ଼ି ନେଇଯାଇଥିଲେ। ଭାର୍ଗବୀ ବ୍ରିଜ୍ ଉପରେ ଯୁବକମାନେ ବିଭୁତିଙ୍କୁ ଅଟକାଇବା ବେଳେ ସେ ଗାଡ଼ି ରଖିଦେବାରୁ ପଛପଟୁ ଆସୁଥିବା ଅନ୍ୟ ଏକ କାର ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଥିଲା। ଏହା ପରେ ଯୁବକମାନେ ବିଭୁତିଭୂଷଣଙ୍କୁ କାର ଭିତରୁ ଟାଣି ଆଣି ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣା ଯୋଗୁଁ ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତା ପୂରା ଜାମ୍ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ବିଭୁତି ଭୂଷଣ ରାଉତଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଚାରୋଟି କାରକୁ ଜବତ କରି ବାଳକାଟି ଫାଣ୍ଡିକୁ ଆଣିଛି। ଫାଣ୍ଡି ପୁଲିସ କାର ଚାଳକଙ୍କ ସମେତ କାର ଭିତରେ ଥିବା ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଆହତ ବାଇକ୍ ଚାଳକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅନ୍ୟପକ୍ଷରେ, କୌଶଲ୍ୟାଗଙ୍ଗ ଫାଣ୍ଡିରେ ଏସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି।
ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆ ପୋଖରୀ ହୁଣ୍ଡାଇ ସୋ’ ରୁମ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ସିରିଜ୍ ଦୁର୍ଘଟଣାକୁ ନେଇ ବାଳକାଟି ବ୍ରିଜ୍ ଉପରେ ତୁମୁଳ କାଣ୍ଡ ଘଟିଛି। ଉତ୍ୟକ୍ତ ଗାଡ଼ି ଚାଳକମାନଙ୍କ ମାଡ଼ରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣିରେ ରହୁଥିବା ବିଭୁତି ଭୂଷଣ ରାଉତ (୪୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ସହ ଥିବା ପୁଅ
ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଭୁତି ଗୁଡ଼ିଆ ପୋଖରୀରୁ ଏକ ନିର୍ବନ୍ଧ ଭୋଜି ଖାଇ ମହିନ୍ଦ୍ରା ଟ୍ୟୁବ-୩୦୦ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଅନ୍ୟ ଦୁଇଟି କାରକୁ ଧକ୍କା ଦେଇଥିଲେ। ଏଥିରେ ମଝିରେ ରହିଯାଇଥିବା ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଦୁଇଟି କାରରେ ଥିବା ଯୁବକମାନେ ବିଭୁତିଙ୍କୁ ପିଛା କରିଥିଲେ। ସେ ରକ୍ଷା ପାଇବା ପାଇଁ ବାଳକାଟି ଭାର୍ଗବୀ ବ୍ରିଜ୍ ଅଭିମୁଖେ ଗାଡ଼ି ନେଇଯାଇଥିଲେ। ଭାର୍ଗବୀ
ବ୍ରିଜ୍ ଉପରେ ଯୁବକମାନେ ବିଭୁତିଙ୍କୁ ଅଟକାଇବା ବେଳେ ସେ ଗାଡ଼ି ରଖିଦେବାରୁ ପଛପଟୁ ଆସୁଥିବା ଅନ୍ୟ ଏକ କାର ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଥିଲା। ଏହା ପରେ ଯୁବକମାନେ ବିଭୁତିଭୂଷଣଙ୍କୁ କାର ଭିତରୁ ଟାଣି ଆଣି ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣା ଯୋଗୁଁ ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତା ପୂରା ଜାମ୍ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା
ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ବିଭୁତି ଭୂଷଣ ରାଉତଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଚାରୋଟି କାରକୁ ଜବତ କରି ବାଳକାଟି ଫାଣ୍ଡିକୁ ଆଣିଛି। ଫାଣ୍ଡି ପୁଲିସ କାର ଚାଳକଙ୍କ ସମେତ କାର ଭିତରେ ଥିବା ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଆହତ ବାଇକ୍ ଚାଳକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅନ୍ୟପକ୍ଷରେ, କୌଶଲ୍ୟାଗଙ୍ଗ ଫାଣ୍ଡିରେ ଏସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି।
- ଢେଙ୍କାନାଳ ସହରରେ ଥିବା ସ୍ଥାନୀୟ ବଳରାମ ମନ୍ଦିରରେ ସମସ୍ତ ନୀତିକାନ୍ତି ଅନୁସାରେ ଚତୁଧ୍ୟା ମୂର୍ତ୍ତୀଙ୍କର ମହାସ୍ନାନ କାର୍ଯ୍ୟକ୍ରମ ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇଛି।3
- ଢେଙ୍କାନାଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ନିକଟରେ ରାସ୍ତା କଡ଼ରେ ପଡ଼ିଥିବା ଏକ ଜରି ବ୍ୟାଗ୍ରୁ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, କେହି ଦୁର୍ବୃତ୍ତ ଏହି ନବଜାତ ଶିଶୁକୁ ଏକ ବ୍ୟାଗ୍ରେ ଭରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଶିଶୁଟିକୁ ଜୀବିତ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା କିମ୍ବା ମୃତ୍ୟୁ ପରେ ସେଠାରେ ପକାଯାଇଥିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସ୍ଥାନୀୟ ଲୋକମାନେ ଏହି ବ୍ୟାଗ୍ଟି ଦେଖି ସନ୍ଦେହ ହେବାରୁ ତୁରନ୍ତ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଏବଂ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ସାଧାରଣ ଲୋକ ଏହି ଘଟଣାର ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।1
- ଭଗବାନ ଶ୍ରୀକୃଷ୍ଣଙ୍କ ମହାଭାରତ ଯୁଦ୍ଧରେ ସମ୍ପୃକ୍ତିକୁ ନେଇ ଏକ ନୀତି ବାଣୀ ସମ୍ବନ୍ଧରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯାଇଛି।1
- ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଭୋରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନବେଦୀରୁ ପହଣ୍ଡି ବିଜେରେ ସ୍ନାନବେଦୀକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଚତୁର୍ଦ୍ଧା ବିଗ୍ରହ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଥିଲେ। ଏହାପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥିସହ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।4
- ରଥଯାତ୍ରାର ଠିକ୍ ୧୫ ଦିନ ପୂର୍ବରୁ ପଡ଼ୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ। ସ୍ନାନ ସମାପ୍ତ ହେବା ପରେ ମହାପ୍ରଭୁ ୧୫ ଦିନ ପାଇଁ ଅଣସର ଘରେ ବିଶ୍ରାମ ନିଅନ୍ତି। ଏହି ସ୍ନାନ ପରେ ଠାକୁରମାନଙ୍କୁ ହାତୀ ବେଶ ବା ଗଣେଶ ବେଶରେ ଦର୍ଶନ କରିବାର ପରମ୍ପରା ରହିଛି। ଧାର୍ମିକ ମାନ୍ୟତା ଅନୁସାରେ, ସ୍ନାନ ଯାତ୍ରା ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ଜୟ ଜଗନ୍ନାଥ!1
- ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।4
- ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ରଥ ଖଳାରେ ପହଞ୍ଚିଛନ୍ତି। ସେଠାରେ ସେ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।1
- ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ ବିଜୁ ଜନତା ଦଳ (BJD) ରେ ଏକ ଭବ୍ୟ ପ୍ରବେଶ କରିଛନ୍ତି। ସୂଚନା ଅନୁଯାୟୀ, ସେ ଓଡିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ ଅଟନ୍ତି।1
- ପୁରୀ ସଦର ବ୍ଲକ ଅନ୍ତର୍ଗତ ଜେନାସାହି ଗ୍ରାମବାସୀଙ୍କ ମଧ୍ୟରେ ପୁରୀ-କୋଣାର୍କ ରେଳ ଲାଇନ ପ୍ରକଳ୍ପକୁ କରାଇନଦେବା ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏହି ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗ୍ରାମକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଘଟଣାର ପ୍ରତିବାଦ କରି ସମିତି ସଭ୍ୟ ପ୍ରଦୀପ୍ତ ବାନୁ ଘଟୁଆରୀ ଏବଂ ଛପନ ସଭାପତି ଅନାମ ଚରଣ ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଆନ୍ଦୋଳନରେ ସୁକାନ୍ତ ମହାପାତ୍ର, ମହେନ୍ଦ୍ର ଘଟୁଆରୀ, ଭୀମ ଜେନା, ଚନ୍ଦ୍ର ଶେଖର ଜେନା, ଭରତ ପ୍ରଧାନ, ବାବୁଆ ଜେନା ଏବଂ ନିରଞ୍ଜନ ମୁରୁଡି ପ୍ରମୁଖ ସାମିଲ ହୋଇ ପ୍ରକଳ୍ପକୁ ନେଇ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏଭଳି ପ୍ରତିବାଦ ଓ ଦୃଢ଼ ଆଭିମୁଖ୍ୟ ଯୋଗୁଁ ଅଧିକାରୀମାନେ କୌଣସି କାର୍ଯ୍ୟ ସମ୍ପାଦନ ନ କରି ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ଏବେ କଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।4