logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀ ସଦର ବ୍ଲକ ଅନ୍ତର୍ଗତ ଜେନାସାହି ଗ୍ରାମବାସୀଙ୍କ ମଧ୍ୟରେ ପୁରୀ-କୋଣାର୍କ ରେଳ ଲାଇନ ପ୍ରକଳ୍ପକୁ କରାଇନଦେବା ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏହି ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗ୍ରାମକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଘଟଣାର ପ୍ରତିବାଦ କରି ସମିତି ସଭ୍ୟ ପ୍ରଦୀପ୍ତ ବାନୁ ଘଟୁଆରୀ ଏବଂ ଛପନ ସଭାପତି ଅନାମ ଚରଣ ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଆନ୍ଦୋଳନରେ ସୁକାନ୍ତ ମହାପାତ୍ର, ମହେନ୍ଦ୍ର ଘଟୁଆରୀ, ଭୀମ ଜେନା, ଚନ୍ଦ୍ର ଶେଖର ଜେନା, ଭରତ ପ୍ରଧାନ, ବାବୁଆ ଜେନା ଏବଂ ନିରଞ୍ଜନ ମୁରୁଡି ପ୍ରମୁଖ ସାମିଲ ହୋଇ ପ୍ରକଳ୍ପକୁ ନେଇ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏଭଳି ପ୍ରତିବାଦ ଓ ଦୃଢ଼ ଆଭିମୁଖ୍ୟ ଯୋଗୁଁ ଅଧିକାରୀମାନେ କୌଣସି କାର୍ଯ୍ୟ ସମ୍ପାଦନ ନ କରି ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ଏବେ କଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

3 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
3 hrs ago

ପୁରୀ ସଦର ବ୍ଲକ ଅନ୍ତର୍ଗତ ଜେନାସାହି ଗ୍ରାମବାସୀଙ୍କ ମଧ୍ୟରେ ପୁରୀ-କୋଣାର୍କ ରେଳ ଲାଇନ ପ୍ରକଳ୍ପକୁ କରାଇନଦେବା ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏହି ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗ୍ରାମକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘୋର ବିରୋଧର

ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଘଟଣାର ପ୍ରତିବାଦ କରି ସମିତି ସଭ୍ୟ ପ୍ରଦୀପ୍ତ ବାନୁ ଘଟୁଆରୀ ଏବଂ ଛପନ ସଭାପତି ଅନାମ ଚରଣ ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଆନ୍ଦୋଳନରେ ସୁକାନ୍ତ ମହାପାତ୍ର, ମହେନ୍ଦ୍ର ଘଟୁଆରୀ, ଭୀମ ଜେନା, ଚନ୍ଦ୍ର

ଶେଖର ଜେନା, ଭରତ ପ୍ରଧାନ, ବାବୁଆ ଜେନା ଏବଂ ନିରଞ୍ଜନ ମୁରୁଡି ପ୍ରମୁଖ ସାମିଲ ହୋଇ ପ୍ରକଳ୍ପକୁ ନେଇ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏଭଳି ପ୍ରତିବାଦ ଓ ଦୃଢ଼ ଆଭିମୁଖ୍ୟ ଯୋଗୁଁ ଅଧିକାରୀମାନେ କୌଣସି କାର୍ଯ୍ୟ

ସମ୍ପାଦନ ନ କରି ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ଏବେ କଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

More news from ଓଡ଼ିଶା and nearby areas
  • ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଭୋରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନବେଦୀରୁ ପହଣ୍ଡି ବିଜେରେ ସ୍ନାନବେଦୀକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଚତୁର୍ଦ୍ଧା ବିଗ୍ରହ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଥିଲେ। ଏହାପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥିସହ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।
    4
    ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଭୋରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନବେଦୀରୁ ପହଣ୍ଡି ବିଜେରେ ସ୍ନାନବେଦୀକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ଦିନ ପ୍ରାୟ ୧୨ଟା ସମୟରେ ଚତୁର୍ଦ୍ଧା ବିଗ୍ରହ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଥିଲେ। ଏହାପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।

ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥିସହ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ରଥଯାତ୍ରାର ଠିକ୍ ୧୫ ଦିନ ପୂର୍ବରୁ ପଡ଼ୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ। ସ୍ନାନ ସମାପ୍ତ ହେବା ପରେ ମହାପ୍ରଭୁ ୧୫ ଦିନ ପାଇଁ ଅଣସର ଘରେ ବିଶ୍ରାମ ନିଅନ୍ତି। ଏହି ସ୍ନାନ ପରେ ଠାକୁରମାନଙ୍କୁ ହାତୀ ବେଶ ବା ଗଣେଶ ବେଶରେ ଦର୍ଶନ କରିବାର ପରମ୍ପରା ରହିଛି। ଧାର୍ମିକ ମାନ୍ୟତା ଅନୁସାରେ, ସ୍ନାନ ଯାତ୍ରା ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ଜୟ ଜଗନ୍ନାଥ!
    1
    ରଥଯାତ୍ରାର ଠିକ୍ ୧୫ ଦିନ ପୂର୍ବରୁ ପଡ଼ୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ।

ସ୍ନାନ ସମାପ୍ତ ହେବା ପରେ ମହାପ୍ରଭୁ ୧୫ ଦିନ ପାଇଁ ଅଣସର ଘରେ ବିଶ୍ରାମ ନିଅନ୍ତି। ଏହି ସ୍ନାନ ପରେ ଠାକୁରମାନଙ୍କୁ ହାତୀ ବେଶ ବା ଗଣେଶ ବେଶରେ ଦର୍ଶନ କରିବାର ପରମ୍ପରା ରହିଛି।

ଧାର୍ମିକ ମାନ୍ୟତା ଅନୁସାରେ, ସ୍ନାନ ଯାତ୍ରା ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ଜୟ ଜଗନ୍ନାଥ!
    user_Top Headlines News Today
    Top Headlines News Today
    Banker Puri (M), Odisha•
    9 hrs ago
  • ଓଡ଼ିଶାର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟି ପାଇଁ MSME କ୍ଷେତ୍ରକୁ ପ୍ରମୁଖ ଆଧାର ଭାବେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସରକାର ଏହି MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମିର ବିକାଶ, ଆର୍ଥିକ ସହାୟତା, ଦକ୍ଷତା ବିକାଶ, ପ୍ରଯୁକ୍ତିଗତ ସହଯୋଗ ଏବଂ ବଜାର ସଂଯୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ପ୍ରାୟ ୧୯ ଲକ୍ଷ MSME, ଯେଉଁଥିରେ ପାରମ୍ପରିକ କାରିଗରଙ୍କ ଠାରୁ ଆରମ୍ଭ କରି ନୂତନ ଷ୍ଟାର୍ଟଅପ୍ ଉଦ୍ୟମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି, ସେମାନଙ୍କୁ ସଶକ୍ତ କରାଯାଉଛି। ଏହାଦ୍ୱାରା ଆତ୍ମନିର୍ଭର ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ଆହୁରି ମଜବୁତ ହେଉଛି, ଯାହା ଲୋକଙ୍କ ସରକାରରେ MSMEକୁ ମିଳୁଥିବା ପ୍ରାଥମିକତାକୁ ପ୍ରତିଫଳିତ କରୁଛି।
    1
    ଓଡ଼ିଶାର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟି ପାଇଁ MSME କ୍ଷେତ୍ରକୁ ପ୍ରମୁଖ ଆଧାର ଭାବେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସରକାର ଏହି MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମିର ବିକାଶ, ଆର୍ଥିକ ସହାୟତା, ଦକ୍ଷତା ବିକାଶ, ପ୍ରଯୁକ୍ତିଗତ ସହଯୋଗ ଏବଂ ବଜାର ସଂଯୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ପ୍ରାୟ ୧୯ ଲକ୍ଷ MSME, ଯେଉଁଥିରେ ପାରମ୍ପରିକ କାରିଗରଙ୍କ ଠାରୁ ଆରମ୍ଭ କରି ନୂତନ ଷ୍ଟାର୍ଟଅପ୍ ଉଦ୍ୟମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି, ସେମାନଙ୍କୁ ସଶକ୍ତ କରାଯାଉଛି। ଏହାଦ୍ୱାରା ଆତ୍ମନିର୍ଭର ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ଆହୁରି ମଜବୁତ ହେଉଛି, ଯାହା ଲୋକଙ୍କ ସରକାରରେ MSMEକୁ ମିଳୁଥିବା ପ୍ରାଥମିକତାକୁ ପ୍ରତିଫଳିତ କରୁଛି।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    3 hrs ago
  • ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
    4
    ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।

ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ସ୍ନାନ ବେଦୀରେ ମହାରାଜା ଦିବ୍ୟସିଂହ ଦେବ ଜଗତ ଠାକୁର କାଳିଆଙ୍କ ନିକଟରେ ଆଳତି କରୁଥିବା ସମୟରେ ଏକ ଅସାଧାରଣ ଘଟଣା ଘଟିଛି। ମହାପ୍ରଭୁଙ୍କ ପାଖରେ ଆଳତି କରୁଥିବା ବେଳେ ହଠାତ୍ ସେହି ଆଳତି ଲିଭିଯାଇଥିଲା। ଏହି ଘଟଣା କ'ଣ ହୋଇପାରେ, ତାହା କେବଳ ପ୍ରଭୁଙ୍କୁ ହିଁ ଜଣା ବୋଲି ପୋଷ୍ଟରେ ପ୍ରକାଶ ପାଇଛି।
    1
    ସ୍ନାନ ବେଦୀରେ ମହାରାଜା ଦିବ୍ୟସିଂହ ଦେବ ଜଗତ ଠାକୁର କାଳିଆଙ୍କ ନିକଟରେ ଆଳତି କରୁଥିବା ସମୟରେ ଏକ ଅସାଧାରଣ ଘଟଣା ଘଟିଛି। ମହାପ୍ରଭୁଙ୍କ ପାଖରେ ଆଳତି କରୁଥିବା ବେଳେ ହଠାତ୍ ସେହି ଆଳତି ଲିଭିଯାଇଥିଲା। ଏହି ଘଟଣା କ'ଣ ହୋଇପାରେ, ତାହା କେବଳ ପ୍ରଭୁଙ୍କୁ ହିଁ ଜଣା ବୋଲି ପୋଷ୍ଟରେ ପ୍ରକାଶ ପାଇଛି।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ।
    1
    ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ପୁରୀ ସଦର ବ୍ଲକ ଅନ୍ତର୍ଗତ ଜେନାସାହି ଗ୍ରାମବାସୀଙ୍କ ମଧ୍ୟରେ ପୁରୀ-କୋଣାର୍କ ରେଳ ଲାଇନ ପ୍ରକଳ୍ପକୁ କରାଇନଦେବା ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏହି ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗ୍ରାମକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଘଟଣାର ପ୍ରତିବାଦ କରି ସମିତି ସଭ୍ୟ ପ୍ରଦୀପ୍ତ ବାନୁ ଘଟୁଆରୀ ଏବଂ ଛପନ ସଭାପତି ଅନାମ ଚରଣ ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଆନ୍ଦୋଳନରେ ସୁକାନ୍ତ ମହାପାତ୍ର, ମହେନ୍ଦ୍ର ଘଟୁଆରୀ, ଭୀମ ଜେନା, ଚନ୍ଦ୍ର ଶେଖର ଜେନା, ଭରତ ପ୍ରଧାନ, ବାବୁଆ ଜେନା ଏବଂ ନିରଞ୍ଜନ ମୁରୁଡି ପ୍ରମୁଖ ସାମିଲ ହୋଇ ପ୍ରକଳ୍ପକୁ ନେଇ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏଭଳି ପ୍ରତିବାଦ ଓ ଦୃଢ଼ ଆଭିମୁଖ୍ୟ ଯୋଗୁଁ ଅଧିକାରୀମାନେ କୌଣସି କାର୍ଯ୍ୟ ସମ୍ପାଦନ ନ କରି ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ଏବେ କଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
    4
    ପୁରୀ ସଦର ବ୍ଲକ ଅନ୍ତର୍ଗତ ଜେନାସାହି ଗ୍ରାମବାସୀଙ୍କ ମଧ୍ୟରେ ପୁରୀ-କୋଣାର୍କ ରେଳ ଲାଇନ ପ୍ରକଳ୍ପକୁ କରାଇନଦେବା ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏହି ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗ୍ରାମକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

ଏହି ଘଟଣାର ପ୍ରତିବାଦ କରି ସମିତି ସଭ୍ୟ ପ୍ରଦୀପ୍ତ ବାନୁ ଘଟୁଆରୀ ଏବଂ ଛପନ ସଭାପତି ଅନାମ ଚରଣ ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଆନ୍ଦୋଳନରେ ସୁକାନ୍ତ ମହାପାତ୍ର, ମହେନ୍ଦ୍ର ଘଟୁଆରୀ, ଭୀମ ଜେନା, ଚନ୍ଦ୍ର ଶେଖର ଜେନା, ଭରତ ପ୍ରଧାନ, ବାବୁଆ ଜେନା ଏବଂ ନିରଞ୍ଜନ ମୁରୁଡି ପ୍ରମୁଖ ସାମିଲ ହୋଇ ପ୍ରକଳ୍ପକୁ ନେଇ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏଭଳି ପ୍ରତିବାଦ ଓ ଦୃଢ଼ ଆଭିମୁଖ୍ୟ ଯୋଗୁଁ ଅଧିକାରୀମାନେ କୌଣସି କାର୍ଯ୍ୟ ସମ୍ପାଦନ ନ କରି ଶେଷରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ଏବେ କଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆ ପୋଖରୀ ହୁଣ୍ଡାଇ ସୋ’ ରୁମ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ସିରିଜ୍ ଦୁର୍ଘଟଣାକୁ ନେଇ ବାଳକାଟି ବ୍ରିଜ୍ ଉପରେ ତୁମୁଳ କାଣ୍ଡ ଘଟିଛି। ଉତ୍ୟକ୍ତ ଗାଡ଼ି ଚାଳକମାନଙ୍କ ମାଡ଼ରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣିରେ ରହୁଥିବା ବିଭୁତି ଭୂଷଣ ରାଉତ (୪୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ସହ ଥିବା ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଭୁତି ଗୁଡ଼ିଆ ପୋଖରୀରୁ ଏକ ନିର୍ବନ୍ଧ ଭୋଜି ଖାଇ ମହିନ୍ଦ୍ରା ଟ୍ୟୁବ-୩୦୦ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଅନ୍ୟ ଦୁଇଟି କାରକୁ ଧକ୍କା ଦେଇଥିଲେ। ଏଥିରେ ମଝିରେ ରହିଯାଇଥିବା ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଦୁଇଟି କାରରେ ଥିବା ଯୁବକମାନେ ବିଭୁତିଙ୍କୁ ପିଛା କରିଥିଲେ। ସେ ରକ୍ଷା ପାଇବା ପାଇଁ ବାଳକାଟି ଭାର୍ଗବୀ ବ୍ରିଜ୍ ଅଭିମୁଖେ ଗାଡ଼ି ନେଇଯାଇଥିଲେ। ଭାର୍ଗବୀ ବ୍ରିଜ୍ ଉପରେ ଯୁବକମାନେ ବିଭୁତିଙ୍କୁ ଅଟକାଇବା ବେଳେ ସେ ଗାଡ଼ି ରଖିଦେବାରୁ ପଛପଟୁ ଆସୁଥିବା ଅନ୍ୟ ଏକ କାର ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଥିଲା। ଏହା ପରେ ଯୁବକମାନେ ବିଭୁତିଭୂଷଣଙ୍କୁ କାର ଭିତରୁ ଟାଣି ଆଣି ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣା ଯୋଗୁଁ ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତା ପୂରା ଜାମ୍ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ବିଭୁତି ଭୂଷଣ ରାଉତଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଚାରୋଟି କାରକୁ ଜବତ କରି ବାଳକାଟି ଫାଣ୍ଡିକୁ ଆଣିଛି। ଫାଣ୍ଡି ପୁଲିସ କାର ଚାଳକଙ୍କ ସମେତ କାର ଭିତରେ ଥିବା ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଆହତ ବାଇକ୍ ଚାଳକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅନ୍ୟପକ୍ଷରେ, କୌଶଲ୍ୟାଗଙ୍ଗ ଫାଣ୍ଡିରେ ଏସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି।
    4
    ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆ ପୋଖରୀ ହୁଣ୍ଡାଇ ସୋ’ ରୁମ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ସିରିଜ୍ ଦୁର୍ଘଟଣାକୁ ନେଇ ବାଳକାଟି ବ୍ରିଜ୍ ଉପରେ ତୁମୁଳ କାଣ୍ଡ ଘଟିଛି। ଉତ୍ୟକ୍ତ ଗାଡ଼ି ଚାଳକମାନଙ୍କ ମାଡ଼ରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣିରେ ରହୁଥିବା ବିଭୁତି ଭୂଷଣ ରାଉତ (୪୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ସହ ଥିବା ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବିଭୁତି ଗୁଡ଼ିଆ ପୋଖରୀରୁ ଏକ ନିର୍ବନ୍ଧ ଭୋଜି ଖାଇ ମହିନ୍ଦ୍ରା ଟ୍ୟୁବ-୩୦୦ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଅନ୍ୟ ଦୁଇଟି କାରକୁ ଧକ୍କା ଦେଇଥିଲେ। ଏଥିରେ ମଝିରେ ରହିଯାଇଥିବା ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଦୁଇଟି କାରରେ ଥିବା ଯୁବକମାନେ ବିଭୁତିଙ୍କୁ ପିଛା କରିଥିଲେ। ସେ ରକ୍ଷା ପାଇବା ପାଇଁ ବାଳକାଟି ଭାର୍ଗବୀ ବ୍ରିଜ୍ ଅଭିମୁଖେ ଗାଡ଼ି ନେଇଯାଇଥିଲେ।

ଭାର୍ଗବୀ ବ୍ରିଜ୍ ଉପରେ ଯୁବକମାନେ ବିଭୁତିଙ୍କୁ ଅଟକାଇବା ବେଳେ ସେ ଗାଡ଼ି ରଖିଦେବାରୁ ପଛପଟୁ ଆସୁଥିବା ଅନ୍ୟ ଏକ କାର ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଥିଲା। ଏହା ପରେ ଯୁବକମାନେ ବିଭୁତିଭୂଷଣଙ୍କୁ କାର ଭିତରୁ ଟାଣି ଆଣି ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣା ଯୋଗୁଁ ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତା ପୂରା ଜାମ୍ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ବିଭୁତି ଭୂଷଣ ରାଉତଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲା।

ପୁଲିସ ଦୁର୍ଘଟଣାଗ୍ରସ୍ତ ଚାରୋଟି କାରକୁ ଜବତ କରି ବାଳକାଟି ଫାଣ୍ଡିକୁ ଆଣିଛି। ଫାଣ୍ଡି ପୁଲିସ କାର ଚାଳକଙ୍କ ସମେତ କାର ଭିତରେ ଥିବା ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଆହତ ବାଇକ୍ ଚାଳକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅନ୍ୟପକ୍ଷରେ, କୌଶଲ୍ୟାଗଙ୍ଗ ଫାଣ୍ଡିରେ ଏସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.