Shuru
Apke Nagar Ki App…
ଓଡ଼ିଶାର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟି ପାଇଁ MSME କ୍ଷେତ୍ରକୁ ପ୍ରମୁଖ ଆଧାର ଭାବେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସରକାର ଏହି MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମିର ବିକାଶ, ଆର୍ଥିକ ସହାୟତା, ଦକ୍ଷତା ବିକାଶ, ପ୍ରଯୁକ୍ତିଗତ ସହଯୋଗ ଏବଂ ବଜାର ସଂଯୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ପ୍ରାୟ ୧୯ ଲକ୍ଷ MSME, ଯେଉଁଥିରେ ପାରମ୍ପରିକ କାରିଗରଙ୍କ ଠାରୁ ଆରମ୍ଭ କରି ନୂତନ ଷ୍ଟାର୍ଟଅପ୍ ଉଦ୍ୟମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି, ସେମାନଙ୍କୁ ସଶକ୍ତ କରାଯାଉଛି। ଏହାଦ୍ୱାରା ଆତ୍ମନିର୍ଭର ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ଆହୁରି ମଜବୁତ ହେଉଛି, ଯାହା ଲୋକଙ୍କ ସରକାରରେ MSMEକୁ ମିଳୁଥିବା ପ୍ରାଥମିକତାକୁ ପ୍ରତିଫଳିତ କରୁଛି।
Debadarshan Routray
ଓଡ଼ିଶାର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟି ପାଇଁ MSME କ୍ଷେତ୍ରକୁ ପ୍ରମୁଖ ଆଧାର ଭାବେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସରକାର ଏହି MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମିର ବିକାଶ, ଆର୍ଥିକ ସହାୟତା, ଦକ୍ଷତା ବିକାଶ, ପ୍ରଯୁକ୍ତିଗତ ସହଯୋଗ ଏବଂ ବଜାର ସଂଯୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ପ୍ରାୟ ୧୯ ଲକ୍ଷ MSME, ଯେଉଁଥିରେ ପାରମ୍ପରିକ କାରିଗରଙ୍କ ଠାରୁ ଆରମ୍ଭ କରି ନୂତନ ଷ୍ଟାର୍ଟଅପ୍ ଉଦ୍ୟମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି, ସେମାନଙ୍କୁ ସଶକ୍ତ କରାଯାଉଛି। ଏହାଦ୍ୱାରା ଆତ୍ମନିର୍ଭର ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ଆହୁରି ମଜବୁତ ହେଉଛି, ଯାହା ଲୋକଙ୍କ ସରକାରରେ MSMEକୁ ମିଳୁଥିବା ପ୍ରାଥମିକତାକୁ ପ୍ରତିଫଳିତ କରୁଛି।
More news from ଓଡ଼ିଶା and nearby areas
- ଓଡ଼ିଶାର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟି ପାଇଁ MSME କ୍ଷେତ୍ରକୁ ପ୍ରମୁଖ ଆଧାର ଭାବେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସରକାର ଏହି MSME କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମିର ବିକାଶ, ଆର୍ଥିକ ସହାୟତା, ଦକ୍ଷତା ବିକାଶ, ପ୍ରଯୁକ୍ତିଗତ ସହଯୋଗ ଏବଂ ବଜାର ସଂଯୋଗ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ପ୍ରାୟ ୧୯ ଲକ୍ଷ MSME, ଯେଉଁଥିରେ ପାରମ୍ପରିକ କାରିଗରଙ୍କ ଠାରୁ ଆରମ୍ଭ କରି ନୂତନ ଷ୍ଟାର୍ଟଅପ୍ ଉଦ୍ୟମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି, ସେମାନଙ୍କୁ ସଶକ୍ତ କରାଯାଉଛି। ଏହାଦ୍ୱାରା ଆତ୍ମନିର୍ଭର ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ଆହୁରି ମଜବୁତ ହେଉଛି, ଯାହା ଲୋକଙ୍କ ସରକାରରେ MSMEକୁ ମିଳୁଥିବା ପ୍ରାଥମିକତାକୁ ପ୍ରତିଫଳିତ କରୁଛି।1
- ରତ୍ନ ବେଦୀରୁ ଆସିବା ପରେ ଚତୁର୍ଦ୍ଧାମୂର୍ତ୍ତି ବର୍ତ୍ତମାନ ସ୍ନାନ ବେଦୀରେ ବିରାଜମାନ କରିଛନ୍ତି। ଜଗତର ସ୍ରଷ୍ଟା ଏହି ଚତୁର୍ଦ୍ଧାମୂର୍ତ୍ତି ଶହ ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।1
- ସ୍ନାନ ବେଦୀରେ ମହାରାଜା ଦିବ୍ୟସିଂହ ଦେବ ଜଗତ ଠାକୁର କାଳିଆଙ୍କ ନିକଟରେ ଆଳତି କରୁଥିବା ସମୟରେ ଏକ ଅସାଧାରଣ ଘଟଣା ଘଟିଛି। ମହାପ୍ରଭୁଙ୍କ ପାଖରେ ଆଳତି କରୁଥିବା ବେଳେ ହଠାତ୍ ସେହି ଆଳତି ଲିଭିଯାଇଥିଲା। ଏହି ଘଟଣା କ'ଣ ହୋଇପାରେ, ତାହା କେବଳ ପ୍ରଭୁଙ୍କୁ ହିଁ ଜଣା ବୋଲି ପୋଷ୍ଟରେ ପ୍ରକାଶ ପାଇଛି।1
- ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ।1
- କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ଥିବା ଡାସ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ମା' ଏବଂ ତାଙ୍କ ଛୁଆଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।2
- ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଭୋରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନବେଦୀରୁ ପହଣ୍ଡି ବିଜେରେ ସ୍ନାନବେଦୀକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଚତୁର୍ଦ୍ଧା ବିଗ୍ରହ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଥିଲେ। ଏହାପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥିସହ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।4
- ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ଏବଂ ଓଡ଼ିଶା ସମୃଦ୍ଧି ହେବ, ସେଥିପାଇଁ ସେ ଜଗନ୍ନାଥଙ୍କୁ ଜଣାଇଛନ୍ତି।1
- ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆ ପୋଖରୀ ହୁଣ୍ଡାଇ ସୋ’ ରୁମ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ସିରିଜ୍ ଦୁର୍ଘଟଣାକୁ ନେଇ ବାଳକାଟି ବ୍ରିଜ୍ ଉପରେ ତୁମୁଳ କାଣ୍ଡ ଘଟିଛି। ଉତ୍ୟକ୍ତ ଗାଡ଼ି ଚାଳକମାନଙ୍କ ମାଡ଼ରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣିରେ ରହୁଥିବା ବିଭୁତି ଭୂଷଣ ରାଉତ (୪୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ସହ ଥିବା ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଭୁତି ଗୁଡ଼ିଆ ପୋଖରୀରୁ ଏକ ନିର୍ବନ୍ଧ ଭୋଜି ଖାଇ ମହିନ୍ଦ୍ରା ଟ୍ୟୁବ-୩୦୦ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଅନ୍ୟ ଦୁଇଟି କାରକୁ ଧକ୍କା ଦେଇଥିଲେ। ଏଥିରେ ମଝିରେ ରହିଯାଇଥିବା ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଦୁଇଟି କାରରେ ଥିବା ଯୁବକମାନେ ବିଭୁତିଙ୍କୁ ପିଛା କରିଥିଲେ। ସେ ରକ୍ଷା ପାଇବା ପାଇଁ ବାଳକାଟି ଭାର୍ଗବୀ ବ୍ରିଜ୍ ଅଭିମୁଖେ ଗାଡ଼ି ନେଇଯାଇଥିଲେ। ଭାର୍ଗବୀ ବ୍ରିଜ୍ ଉପରେ ଯୁବକମାନେ ବିଭୁତିଙ୍କୁ ଅଟକାଇବା ବେଳେ ସେ ଗାଡ଼ି ରଖିଦେବାରୁ ପଛପଟୁ ଆସୁଥିବା ଅନ୍ୟ ଏକ କାର ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଥିଲା। ଏହା ପରେ ଯୁବକମାନେ ବିଭୁତିଭୂଷଣଙ୍କୁ କାର ଭିତରୁ ଟାଣି ଆଣି ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣା ଯୋଗୁଁ ସରଦେଇପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତା ପୂରା ଜାମ୍ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ବିଭୁତି ଭୂଷଣ ରାଉତଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଚାରୋଟି କାରକୁ ଜବତ କରି ବାଳକାଟି ଫାଣ୍ଡିକୁ ଆଣିଛି। ଫାଣ୍ଡି ପୁଲିସ କାର ଚାଳକଙ୍କ ସମେତ କାର ଭିତରେ ଥିବା ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଆହତ ବାଇକ୍ ଚାଳକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଅନ୍ୟପକ୍ଷରେ, କୌଶଲ୍ୟାଗଙ୍ଗ ଫାଣ୍ଡିରେ ଏସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି।4