Shuru
Apke Nagar Ki App…
କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦ୍ରା ଏବଂ ବୋରିଗୁମ୍ମା ବ୍ଲକର ମହୁରିଆ ଓ ବାଜାଵାଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋଟପାଡ଼ ବ୍ଲକସ୍ଥିତ ମା ମାଉଲିଙ୍କ ଦଶହରା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ତିନି ବ୍ଲକରୁ ବହୁ ସଂଖ୍ୟକ ମହୁରିଆ ଓ ବାଜାଵାଲା ଯୋଗ ଦେଇଥିଲେ। ସେମାନଙ୍କ ଗୁହାରୀ ଏବେ ସରକାର ଶୁଣିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଷ୍ଟି ହୋଇଛି।
Kopad Breaking News
କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦ୍ରା ଏବଂ ବୋରିଗୁମ୍ମା ବ୍ଲକର ମହୁରିଆ ଓ ବାଜାଵାଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋଟପାଡ଼ ବ୍ଲକସ୍ଥିତ ମା ମାଉଲିଙ୍କ ଦଶହରା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ତିନି ବ୍ଲକରୁ ବହୁ ସଂଖ୍ୟକ ମହୁରିଆ ଓ ବାଜାଵାଲା ଯୋଗ ଦେଇଥିଲେ। ସେମାନଙ୍କ ଗୁହାରୀ ଏବେ ସରକାର ଶୁଣିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଷ୍ଟି ହୋଇଛି।
More news from ଓଡ଼ିଶା and nearby areas
- ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳ ମୋଟୁରେ ଏକ ସରକାରୀ ଆମ୍ବୁଲାନ୍ସ ଉପଲବ୍ଧ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍ ଦେଖିବାକୁ ମିଳୁଛି। ସୀମାନ୍ତ ଅଞ୍ଚଳର ଅଧିକାଂଶ ଲୋକ ପ୍ରାଥମିକ ଚିକିତ୍ସା ପାଇଁ ମୋଟୁ ହସ୍ପିଟାଲକୁ ଆସୁଥିବାବେଳେ, ଗୁରୁତର ଚିକିତ୍ସା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଚିନ୍ତୁର, କୋଣ୍ଟା, ଭଦ୍ରାଚଳମ, ଖମ୍ମମ ଓ ହାଇଦ୍ରାବାଦ ଭଳି ହସ୍ପିଟାଲ ଉପରେ ଅଧିକ ନିର୍ଭର କରୁଛନ୍ତି। ଏହି କାରଣରୁ ମୋଟୁରେ ଥିବା ସରକାରୀ ଆମ୍ବୁଲାନ୍ସକୁ ଖୁବ୍ କମ୍ କଲ୍ ଆସୁଛି ଏବଂ ଏହା ଅଧିକାଂଶ ସମୟ ହସ୍ପିଟାଲ ପରିସରରେ ହିଁ ପଡ଼ି ରହୁଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ମତରେ, ଦୀର୍ଘ ସମୟ ଧରି ଗାଡ଼ିର ବ୍ୟବହାର କମ୍ ହେଲେ ଯାନ୍ତ୍ରିକ ତ୍ରୁଟି ସୃଷ୍ଟି ହେବା ସହ ସରକାରୀ ସମ୍ପତ୍ତିର ମଧ୍ୟ ସଠିକ୍ ବ୍ୟବହାର ହେଉନାହିଁ। ଏପରି ପରିସ୍ଥିତିରେ ମୋଟୁରେ ଥିବା ଆମ୍ବୁଲାନ୍ସକୁ କଇକୋଣ୍ଡା ହସ୍ପିଟାଲରେ ମୁତୟନ କରାଗଲେ ଏହା ମୋଟୁ ଓ ପ୍ରାୟ ୩୦ କିଲୋମିଟର ଅଞ୍ଚଳକୁ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇପାରିବ। ଏହାଦ୍ୱାରା ପ୍ରାୟ ୬୦ କିଲୋମିଟର ଅଞ୍ଚଳର ଲୋକେ ଆମ୍ବୁଲାନ୍ସ ସେବାର ସୁବିଧା ପାଇବା ସହ ଗୁରୁତର ରୋଗୀଙ୍କୁ ଶୀଘ୍ର ହସ୍ପିଟାଲକୁ ନେବା ସମ୍ଭବ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୀମାନ୍ତ ଅଞ୍ଚଳର ବାସ୍ତବ ଆବଶ୍ୟକତାକୁ ବିଚାର କରି ଆମ୍ବୁଲାନ୍ସର ଅବସ୍ଥାପନକୁ ପୁନଃ ସମୀକ୍ଷା କରିବା ସହ କଇକୋଣ୍ଡାରେ ମୁତୟନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହା ଦ୍ୱାରା ସରକାରୀ ଆମ୍ବୁଲାନ୍ସର ସଦୁପଯୋଗ ହେବା ସହ ସୀମାନ୍ତ ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହୋଇପାରିବେ।2
- କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ପଞ୍ଚାୟତର ଦେଉଳି ସୁଲିଆ ସାତମୌଜା ଅଙ୍ଗନୱାଡି କେନ୍ଦ୍ରରେ ଆଜି ଏକ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।1
- Post by Bighne Rana1
- ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଜୁଧେଷ୍ଟି ହଂସ, ଦାବେରି, ବୋଡେ଼ନ ଏବଂ ଖଇରା ଅଞ୍ଚଳରୁ କିଛି ଶ୍ରଦ୍ଧାଳୁ ବୃନ୍ଦାବନ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ଏହି ଯାତ୍ରୀମାନଙ୍କୁ ସେମାନଙ୍କ ରାସ୍ତା ସୁଗମମୟ ହେଉ ବୋଲି ଶୁଭେଚ୍ଛା ଜଣାଯିବା ସହ ସେମାନେ ଭଲରେ ଫେରିଆସନ୍ତୁ ବୋଲି କାମନା କରାଯାଇଛି।1
- ଲଗାତାର ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଆଜି ଭୋର ପ୍ରାୟ ୫ଟା ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ରେଳ ଲାଇନ ନିକଟରେ ଓ ବିଭିନ୍ନ ଘରର ପଛପଟେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକୁ ଠାବ କରାଯାଇଛି। ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚଢ଼ାଉ ସମୟରେ ପ୍ରାୟ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ, ଏହାର ପ୍ରସ୍ତୁତିରେ ବ୍ୟବହୃତ କଣ୍ଡେନସର ପାଇପ୍, ଫନେଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହାସହ ପ୍ରାୟ ୬୦୦ ଲିଟର ମହୁଲ ପଚା ରସକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଦୂଷିତ ପାଣି ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ଏହି ମଦ ପ୍ରସ୍ତୁତ କରାଯାଉଥିଲା, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଗ୍ରାମର କେତେକ ବ୍ୟକ୍ତି ସଙ୍ଗଠିତ ଭାବରେ ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳକୁ ବହୁ ବର୍ଷ ଧରି ଯୋଗାଣ କରୁଥିଲେ। ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ ନଂ. ୨୬୦/୨୦୨୬ ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି। ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।1
- କୁଟାମା ଗ୍ରାମରେ ଆଦିବାସୀମାନେ ନିହାରା ପର୍ବ ପାଳନ କରିଛନ୍ତି। ଏହି ପର୍ବ ଭଲ ଚାଷ ଏବଂ ଗ୍ରାମର ମଙ୍ଗଳ ପାଇଁ ପାଳନ କରାଯାଏ। ଏଥିରେ ସେମାନେ ନିଜ ଗ୍ରାମର ଦେବୀଙ୍କ ପାଖରେ ପୂଜା କରିବା ସହ ନାଚଗୀତ ମଧ୍ୟ କରିଥାନ୍ତି।1
- କୋଟପାଡ଼ ଅଞ୍ଚଳରେ ଥିବା ଢାମଣାହାଣ୍ଡି ଗ୍ରାମ ବର୍ଷା ଜଳରେ ବୁଡ଼ିଯାଇଥିବା ଖବର ମିଳିଛି।1
- ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସାଙ୍ଗ ଘରକୁ ଆସିଥିବାବେଳେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଖୁର୍ଦା ଅଞ୍ଚଳର ବୋଲି ଜଣାପଡ଼ିଛି। ପରେ ଅଡବା ମେଡିକାଲରେ ପୋଲିସ ମୃତଦେହକୁ ଜବତ କରିଛି।1
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଗୁଜୁରାତି ସମାଜ ପକ୍ଷରୁ ପଶ୍ଚିମ ଓଡ଼ିଶା ସ୍ନେହା ମିଲନ ଉତ୍ସବ ସ୍ଥାନୀୟ ଧର୍ମଶାଳା ସଭାଗୃହରେ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜ ମଙ୍ଗଳକୁ ପ୍ରାଥମିକତା ଦେବା ସହ ଭାଷା, ସଂସ୍କାର ତଥା ବିଭିନ୍ନ ଜନହିତକର କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ମୁଖ୍ୟ ଅତିଥି ନୂଆପଡ଼ା ବିଧାୟକ ଜୟ ଭାଇ ଢୋଲକିଆ, ଅଖିଳ କଟକ ଗୁଜୁରାତି ସମାଜ ପଶ୍ଚିମ ଓଡ଼ିଶା ପ୍ରେସିଡେଣ୍ଟ ଶ୍ରୀ ରୂପେଶ ଭାଇ ଦୋଷୀ, ଚିଫ୍ କୋର୍ଡିନେଟର ଶ୍ରୀ ପ୍ରକାଶ ଭାଇ ସୋମିୟ ଏବଂ କୋ-କୋର୍ଡିନେଟର ଶ୍ରୀ ହରିଶ ଭାଇ ରାଇଠେଠା ପ୍ରମୁଖ ଯୋଗ ଦେଇଥିଲେ। ଏହି ସମାବେଶରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ, ପଶ୍ଚିମ ଓଡ଼ିଶା ଗୁଜୁରାତି ସମାଜ ତରଫରୁ ସ୍ନେହା ମିଲନ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଜନହିତକର କାର୍ଯ୍ୟ ନେଇ ପ୍ରସ୍ତାବ ଗୃହୀତ ହୋଇଛି।4