Shuru
Apke Nagar Ki App…
କୋଟପାଡ଼ ଅଞ୍ଚଳରେ ଥିବା ଢାମଣାହାଣ୍ଡି ଗ୍ରାମ ବର୍ଷା ଜଳରେ ବୁଡ଼ିଯାଇଥିବା ଖବର ମିଳିଛି।
Kopad Breaking News
କୋଟପାଡ଼ ଅଞ୍ଚଳରେ ଥିବା ଢାମଣାହାଣ୍ଡି ଗ୍ରାମ ବର୍ଷା ଜଳରେ ବୁଡ଼ିଯାଇଥିବା ଖବର ମିଳିଛି।
More news from ଓଡ଼ିଶା and nearby areas
- ରାଣୀଗୁଡା ନିକଟସ୍ଥ କୋଲାବ ନଦୀ ତଟରେ ପୋଲିସ ମଦଭାଟି ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଅଭିଯାନ ସମୟରେ, ପୋଲିସ ୩ ହଜାର ଲିଟର ମହୁଲି ପୋଚ ନଷ୍ଟ କରିବା ସହିତ ୧୨୦ ଲିଟର ଦେଶୀ ମଦ ଜବତ କରିଛି।1
- କୋରାପୁଟ ରେଳ ଷ୍ଟେସନରେ ରେଲୱେ ପୋଲିସ ବିଶ୍ୱସ୍ତ ସୂଚନା ଆଧାରରେ ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଟ୍ରେନରେ ଚଢ଼ିବାକୁ ଯାଉଥିବା ଏହି ମହିଳାଙ୍କ ସୁଟକେସରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣା ପରେ ମହିଳାଙ୍କୁ ଗିରଫ କରାଯାଇଛି, ଯିଏ କୋରାପୁଟରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ।1
- ଦେଖନ୍ତୁ 🙏🙏🙏1
- ଦାମନଯୋଡ଼ି ନାଲକୋ ସ୍ପୋର୍ଟସ ସେଲ ପକ୍ଷରୁ ଶନିବାର ୧୦ମ ଆଲୁମିନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଆମ୍ବେଦକର ଷ୍ଟାଡିୟମ ଠାରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଚଳିତ ବର୍ଷ ମୋଟ ୮ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ପ୍ରତ୍ୟେହ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ ଦିବସରେ ପ୍ରଥମ ମ୍ୟାଚ୍ ଓରିଅନ କ୍ରିକେଟ କ୍ଲବ ଜୟପୁର ଏବଂ ଜଗଦୀଶ ରାଓ କ୍ରିକେଟ କ୍ଲବ ମାଲକାନଗିରି ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଜୟପୁର ଦଳ ୨ ୱିକେଟରେ ବିଜୟୀ ହୋଇଥିଲା। ସେହିପରି, ଦ୍ୱିତୀୟ ମ୍ୟାଚ୍ ନାଲକୋ ଅନୁଗୁଳ ଓ ଉତ୍କଳ ଆଲୁମିନା ଟିକିରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନାଲକୋ ଅନୁଗୁଳ ଦଳ ୩ ୱିକେଟରେ ବିଜୟ ଲାଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସୁରେଶ ମାଣିଆ, ଅସିତ ପଟ୍ଟନାୟକ, ନିର୍ମଳ ରାଉତ ଏବଂ ତୁଷାରକାନ୍ତ ପଣ୍ଡା ଅମ୍ପେୟାର ଭାବରେ ଦାୟିତ୍ୱ ତୁଲାଉଛନ୍ତି। ରଶ୍ମି ରଞ୍ଜନ ପଣ୍ଡା ଓ ସୁଧାଂଶୁ ଶେଖର ପାଢ଼ୀ ସ୍କୋରର ଭାବରେ ନିୟୋଜିତ ଥିବା ବେଳେ ସୁଶାନ୍ତ ହିକକା ଧାରା ବିବରଣୀ ପ୍ରଦାନ କରୁଛନ୍ତି। ନାଲକୋ ସ୍ପୋର୍ଟସ ସେଲର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି। ଲିଗ୍ ଭିତ୍ତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁଲାଇ ୩ ତାରିଖରେ ଖେଳାଯିବ ବୋଲି ସୂଚନା ମିଳିଛି।1
- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ଅନ୍ତର୍ଗତ ଆମ୍ବଗୁଡ଼ା ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ନିଶାର ଟିମ୍ ବିଜୟୀ ହୋଇଛି।1
- ଲକ୍ଷ୍ମୀପୁର ବ୍ଲକର ମାରାବାଇଗୁଡ଼ା ସ୍ଥିତ ସମ୍ରାଟ ନର୍ସରୀ ବର୍ତ୍ତମାନ ଶ୍ରୀହୀନ ହୋଇପଡିଛି।1
- ଲିଆଡ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି, ଯେଉଁଥିପାଇଁ ଚାଷୀମାନଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ମିଲର୍ସଙ୍କ ଦେଖା ନଥିବାରୁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଶାସନ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ମଣ୍ଡିରୁ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଇଛି।1
- କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦ୍ରା ଏବଂ ବୋରିଗୁମ୍ମା ବ୍ଲକର ମହୁରିଆ ଓ ବାଜାଵାଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋଟପାଡ଼ ବ୍ଲକସ୍ଥିତ ମା ମାଉଲିଙ୍କ ଦଶହରା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ତିନି ବ୍ଲକରୁ ବହୁ ସଂଖ୍ୟକ ମହୁରିଆ ଓ ବାଜାଵାଲା ଯୋଗ ଦେଇଥିଲେ। ସେମାନଙ୍କ ଗୁହାରୀ ଏବେ ସରକାର ଶୁଣିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଷ୍ଟି ହୋଇଛି।1