ଦାମନଯୋଡ଼ି ନାଲକୋ ସ୍ପୋର୍ଟସ ସେଲ ପକ୍ଷରୁ ଶନିବାର ୧୦ମ ଆଲୁମିନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଆମ୍ବେଦକର ଷ୍ଟାଡିୟମ ଠାରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଚଳିତ ବର୍ଷ ମୋଟ ୮ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ପ୍ରତ୍ୟେହ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ ଦିବସରେ ପ୍ରଥମ ମ୍ୟାଚ୍ ଓରିଅନ କ୍ରିକେଟ କ୍ଲବ ଜୟପୁର ଏବଂ ଜଗଦୀଶ ରାଓ କ୍ରିକେଟ କ୍ଲବ ମାଲକାନଗିରି ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଜୟପୁର ଦଳ ୨ ୱିକେଟରେ ବିଜୟୀ ହୋଇଥିଲା। ସେହିପରି, ଦ୍ୱିତୀୟ ମ୍ୟାଚ୍ ନାଲକୋ ଅନୁଗୁଳ ଓ ଉତ୍କଳ ଆଲୁମିନା ଟିକିରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନାଲକୋ ଅନୁଗୁଳ ଦଳ ୩ ୱିକେଟରେ ବିଜୟ ଲାଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସୁରେଶ ମାଣିଆ, ଅସିତ ପଟ୍ଟନାୟକ, ନିର୍ମଳ ରାଉତ ଏବଂ ତୁଷାରକାନ୍ତ ପଣ୍ଡା ଅମ୍ପେୟାର ଭାବରେ ଦାୟିତ୍ୱ ତୁଲାଉଛନ୍ତି। ରଶ୍ମି ରଞ୍ଜନ ପଣ୍ଡା ଓ ସୁଧାଂଶୁ ଶେଖର ପାଢ଼ୀ ସ୍କୋରର ଭାବରେ ନିୟୋଜିତ ଥିବା ବେଳେ ସୁଶାନ୍ତ ହିକକା ଧାରା ବିବରଣୀ ପ୍ରଦାନ କରୁଛନ୍ତି। ନାଲକୋ ସ୍ପୋର୍ଟସ ସେଲର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି। ଲିଗ୍ ଭିତ୍ତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁଲାଇ ୩ ତାରିଖରେ ଖେଳାଯିବ ବୋଲି ସୂଚନା ମିଳିଛି।

- ଦାମନଯୋଡ଼ି ନାଲକୋ ସ୍ପୋର୍ଟସ ସେଲ ପକ୍ଷରୁ ଶନିବାର ୧୦ମ ଆଲୁମିନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଆମ୍ବେଦକର ଷ୍ଟାଡିୟମ ଠାରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଚଳିତ ବର୍ଷ ମୋଟ ୮ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ପ୍ରତ୍ୟେହ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ ଦିବସରେ ପ୍ରଥମ ମ୍ୟାଚ୍ ଓରିଅନ କ୍ରିକେଟ କ୍ଲବ ଜୟପୁର ଏବଂ ଜଗଦୀଶ ରାଓ କ୍ରିକେଟ କ୍ଲବ ମାଲକାନଗିରି ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଜୟପୁର ଦଳ ୨ ୱିକେଟରେ ବିଜୟୀ ହୋଇଥିଲା। ସେହିପରି, ଦ୍ୱିତୀୟ ମ୍ୟାଚ୍ ନାଲକୋ ଅନୁଗୁଳ ଓ ଉତ୍କଳ ଆଲୁମିନା ଟିକିରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନାଲକୋ ଅନୁଗୁଳ ଦଳ ୩ ୱିକେଟରେ ବିଜୟ ଲାଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସୁରେଶ ମାଣିଆ, ଅସିତ ପଟ୍ଟନାୟକ, ନିର୍ମଳ ରାଉତ ଏବଂ ତୁଷାରକାନ୍ତ ପଣ୍ଡା ଅମ୍ପେୟାର ଭାବରେ ଦାୟିତ୍ୱ ତୁଲାଉଛନ୍ତି। ରଶ୍ମି ରଞ୍ଜନ ପଣ୍ଡା ଓ ସୁଧାଂଶୁ ଶେଖର ପାଢ଼ୀ ସ୍କୋରର ଭାବରେ ନିୟୋଜିତ ଥିବା ବେଳେ ସୁଶାନ୍ତ ହିକକା ଧାରା ବିବରଣୀ ପ୍ରଦାନ କରୁଛନ୍ତି। ନାଲକୋ ସ୍ପୋର୍ଟସ ସେଲର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି। ଲିଗ୍ ଭିତ୍ତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁଲାଇ ୩ ତାରିଖରେ ଖେଳାଯିବ ବୋଲି ସୂଚନା ମିଳିଛି।1
- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ଅନ୍ତର୍ଗତ ଆମ୍ବଗୁଡ଼ା ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ନିଶାର ଟିମ୍ ବିଜୟୀ ହୋଇଛି।1
- ଲକ୍ଷ୍ମୀପୁର ବ୍ଲକର ମାରାବାଇଗୁଡ଼ା ସ୍ଥିତ ସମ୍ରାଟ ନର୍ସରୀ ବର୍ତ୍ତମାନ ଶ୍ରୀହୀନ ହୋଇପଡିଛି।1
- ରାଣୀଗୁଡା ନିକଟସ୍ଥ କୋଲାବ ନଦୀ ତଟରେ ପୋଲିସ ମଦଭାଟି ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଅଭିଯାନ ସମୟରେ, ପୋଲିସ ୩ ହଜାର ଲିଟର ମହୁଲି ପୋଚ ନଷ୍ଟ କରିବା ସହିତ ୧୨୦ ଲିଟର ଦେଶୀ ମଦ ଜବତ କରିଛି।1
- କୋରାପୁଟ ରେଳ ଷ୍ଟେସନରେ ରେଲୱେ ପୋଲିସ ବିଶ୍ୱସ୍ତ ସୂଚନା ଆଧାରରେ ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଟ୍ରେନରେ ଚଢ଼ିବାକୁ ଯାଉଥିବା ଏହି ମହିଳାଙ୍କ ସୁଟକେସରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣା ପରେ ମହିଳାଙ୍କୁ ଗିରଫ କରାଯାଇଛି, ଯିଏ କୋରାପୁଟରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ।1
- ଦେଖନ୍ତୁ 🙏🙏🙏1
- ଲଗାତାର ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଆଜି ଭୋର ପ୍ରାୟ ୫ଟା ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ରେଳ ଲାଇନ ନିକଟରେ ଓ ବିଭିନ୍ନ ଘରର ପଛପଟେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକୁ ଠାବ କରାଯାଇଛି। ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚଢ଼ାଉ ସମୟରେ ପ୍ରାୟ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ, ଏହାର ପ୍ରସ୍ତୁତିରେ ବ୍ୟବହୃତ କଣ୍ଡେନସର ପାଇପ୍, ଫନେଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହାସହ ପ୍ରାୟ ୬୦୦ ଲିଟର ମହୁଲ ପଚା ରସକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଦୂଷିତ ପାଣି ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ଏହି ମଦ ପ୍ରସ୍ତୁତ କରାଯାଉଥିଲା, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଗ୍ରାମର କେତେକ ବ୍ୟକ୍ତି ସଙ୍ଗଠିତ ଭାବରେ ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳକୁ ବହୁ ବର୍ଷ ଧରି ଯୋଗାଣ କରୁଥିଲେ। ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ ନଂ. ୨୬୦/୨୦୨୬ ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି। ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।1
- କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦ୍ରା ଏବଂ ବୋରିଗୁମ୍ମା ବ୍ଲକର ମହୁରିଆ ଓ ବାଜାଵାଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋଟପାଡ଼ ବ୍ଲକସ୍ଥିତ ମା ମାଉଲିଙ୍କ ଦଶହରା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ତିନି ବ୍ଲକରୁ ବହୁ ସଂଖ୍ୟକ ମହୁରିଆ ଓ ବାଜାଵାଲା ଯୋଗ ଦେଇଥିଲେ। ସେମାନଙ୍କ ଗୁହାରୀ ଏବେ ସରକାର ଶୁଣିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଷ୍ଟି ହୋଇଛି।1