ହୃଦୟବିଦାରକ ଘଟଣା: ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅର ମୃତ୍ୟୁ କଡମତାଲ ଗ୍ରାମରେ ହୃଦୟବିଦାରକ ଘଟଣା,ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅର ମୃତ୍ୟୁ । ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତର କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅଜୟ କୁମାର ବଡରଇତ ଗତକାଲି ରାତିରେ ପତ୍ନୀ ଲଳିତା ରଇତ (୩୦), ପୁଅ ଅମିତ କୁମାର ବଡରଇତ (୭) ଓ ଦେଢ଼ ବର୍ଷର ଝିଅ ସହ ଘରେ ଶୋଇଥିଲେ। ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା। ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ଅଜୟ କୁମାର ବଡରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବର୍ଷା ଋତୁରେ ଘରେ ସାପ ପଶୁଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।
ହୃଦୟବିଦାରକ ଘଟଣା: ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅର ମୃତ୍ୟୁ କଡମତାଲ ଗ୍ରାମରେ ହୃଦୟବିଦାରକ ଘଟଣା,ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅର ମୃତ୍ୟୁ । ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତର କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅଜୟ କୁମାର ବଡରଇତ ଗତକାଲି ରାତିରେ ପତ୍ନୀ ଲଳିତା ରଇତ (୩୦), ପୁଅ ଅମିତ କୁମାର ବଡରଇତ (୭) ଓ ଦେଢ଼ ବର୍ଷର ଝିଅ ସହ ଘରେ ଶୋଇଥିଲେ। ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା। ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ଅଜୟ କୁମାର ବଡରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବର୍ଷା ଋତୁରେ ଘରେ ସାପ ପଶୁଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।
- ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।1
- ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ1
- ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା ! ବୁଗୁଡ଼ା, ୦୭/୮/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ "ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ" ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।3
- Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ, Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ,4
- ଆଜିର ଟପ୍ ହେଡଲାଇନ୍ସ — ୮ ଅଗଷ୍ଟ ୨୦୨୬ 🌧️ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା — IMD ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା; ଲଘୁଚାପ ସମ୍ଭାବନା ମଧ୍ୟ ରହିଛି। ଆଜିର ଟପ୍ ହେଡଲାଇନ୍ସ — ୮ ଅଗଷ୍ଟ ୨୦୨୬ 🌧️ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା — IMD ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା; ଲଘୁଚାପ ସମ୍ଭାବନା ମଧ୍ୟ ରହିଛି। � OdishaTv +1 🌊 ଓଡ଼ିଶାରେ ବନ୍ୟା ଆଶଙ୍କା କମିଲା — ବନ୍ୟା ପ୍ରଭାବ କମିବା ପରେ କ୍ଷୟକ୍ଷତିର ତ୍ୱରିତ ଆକଳନ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ। � The Times of India 📚 ଓଡ଼ିଶା ପାଠ୍ୟପୁସ୍ତକକୁ ନେଇ ବିବାଦ — ପ୍ରଥମ ଶ୍ରେଣୀର ଏକ ଓଡ଼ିଆ ପାଠ୍ୟପୁସ୍ତକରେ ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତରେ ତ୍ରୁଟି ଥିବା ଅଭିଯୋଗ। � The Times of India 🏫 ବର୍ଷା ପାଇଁ ସ୍କୁଲ୍ ଛୁଟି ନେଇ ସ୍ଥାନୀୟ ନିଷ୍ପତ୍ତି — ୮ ଅଗଷ୍ଟ ପାଇଁ ସାରା ଦେଶରେ ସ୍କୁଲ୍ ଛୁଟି ଘୋଷଣା ହୋଇନାହିଁ; ସ୍ଥାନୀୟ ପରିସ୍ଥିତି ଅନୁସାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। � The Economic Times 🌧️ ୨୦ରୁ ଅଧିକ ରାଜ୍ୟରେ ବର୍ଷା ସତର୍କତା — ଦିଲ୍ଲୀ-NCR, କେରଳ, ଓଡ଼ିଶା ସମେତ ଅନେକ ଅଞ୍ଚଳରେ ଭାରୀ ବର୍ଷାର ପୂର୍ବାନୁମାନ। �1
- ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି । GIA ଓ ପେନ୍ସନ୍ ସୁବିଧା: ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ସେବା ସର୍ତ୍ତ ଓ ପେନ୍ସନ୍ର ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ଏହାକୁ ତୁରନ୍ତ ଲାଗୁ କରିବା, ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନ (ବଞ୍ଚିତ ଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟ ସମେତ) କୁ GIA ଅଧୀନକୁ ଆଣିବା ଏବଂ ପୁରୁଣା ପେନ୍ସନ୍ ଯୋଜନା (OPS) ପୁନଃପ୍ରଚଳନ କରିବା। ଅବସର ବୟସ ବୃଦ୍ଧି: ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି କରିବା। ପଦବୀ ପୂରଣ: ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା। ବେତନ ଓ ଗ୍ରେଡ୍ ପେ ଅସଙ୍ଗତି ଦୂରୀକରଣ: ଗ୍ରେଡ୍ ପେ ଅସଙ୍ଗତି ଦୂର କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି (Incrment) ପ୍ରଦାନ କରିବା।1
- ଲିଫ୍ଟ ନଦେବାରୁ ଯୁବକଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । #OdishaNews #Ganjam #Hinjilicut #GanjamNews #CrimeNews #OdishaCrime #BreakingNewsOdisha #OdiaNews #LatestOdiaNews #CrimeUpdate1