logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ। ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।

4 hrs ago
user_ଦୀପକ କୁମାର ପ୍ରଧାନ
ଦୀପକ କୁମାର ପ୍ରଧାନ
ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
4 hrs ago

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ

ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ

ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ। ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।

More news from ଓଡ଼ିଶା and nearby areas
  • ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ। ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।
    3
    ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଜଣେ ବ୍ୟକ୍ତି ଅବରୋଧ କରି ରଖିଥିବା ପ୍ରାୟ ୧୦୦ ମିଟର ରାସ୍ତାକୁ ଶେଷରେ ମୁକ୍ତ କରାଯାଇଛି। ଜଣେ ଅସାମାଜିକ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମ କରାଇ ଦେଉନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା।

ମଙ୍ଗଳବାର ରାତିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଛଣଗିରି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରାସ୍ତାର ଦୁରବସ୍ଥା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ସେ ତୁରନ୍ତ ରାତି ଅଧରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଡକାଇ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ରାସ୍ତା କାମ ଆରମ୍ଭ କରିଥିଲେ।

ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ସକାଳ ସୁଦ୍ଧା ସେହି ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରାଇଥିଲେ। ବିଧାୟକଙ୍କ ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରିଛି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଚାମେଲି ମାମଲାରେ ଚାଲିଥିବା ତଦନ୍ତ ପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଛି। ଏହି ପ୍ରସଙ୍ଗରେ ଜିଲାପାଳ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି।
    1
    ଚାମେଲି ମାମଲାରେ ଚାଲିଥିବା ତଦନ୍ତ ପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ମିଳିଛି। ଏହି ପ୍ରସଙ୍ଗରେ ଜିଲାପାଳ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି।
    user_Prime time press
    Prime time press
    Agistment service Nayagarh, Odisha•
    6 hrs ago
  • କଂଗ୍ରେସ ନେତା ମନୋଜ କୁମାର ସାହୁ ନୟାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
    1
    କଂଗ୍ରେସ ନେତା ମନୋଜ କୁମାର ସାହୁ ନୟାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    17 hrs ago
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୁନ୍ 20ରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏହି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
    1
    ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୁନ୍ 20ରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏହି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
    user_Top Headlines News Today
    Top Headlines News Today
    Software Developer Puri (M), Odisha•
    7 hrs ago
  • ପୁରୀର କୁମ୍ଭାରପଡ଼ା ସ୍ଥିତ ଜାଇଗଡ ଜାଗା ପରିସରରେ ନୀଳାଦ୍ରି କଲ୍ଚରାଲ ଏକାଡେମୀ ପକ୍ଷରୁ ଆୟୋଜିତ ୨୪ତମ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମାପ୍ତ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ପୂର୍ବତନ ନଗରପାଳ ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଜମ୍ବେଶ୍ୱର ମହାନ୍ତି, ଶିବ ଜେନା, ବସନ୍ତ ପ୍ରଧାନ, ରାଧେଶ୍ୟାମ ସାହୁ, ନମିତା ମଞ୍ଜରୀ ଶତପଥୀ, ଅମୀୟ କୁମାର ମହାପାତ୍ର, ଲକ୍ଷ୍ମୀପ୍ରିୟା ଦେ, ଜାଇଗଡ ଜାଗା ସଭାପତି ହରିହର ପାଢ଼ୀ, ଏକାଡେମୀର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଏବଂ ସମ୍ପାଦକ ପ୍ରମୋଦ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିବା ସହ ଛୋଟ ପିଲାମାନଙ୍କୁ ନେଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ। ସଭା ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ନୀଳାଦ୍ରି ୟୁଥ୍ କଲ୍ଚରାଲ ଏକାଡେମୀ, ସରସ୍ୱତୀ କଲ୍ଚରାଲ ଏକାଡେମୀ, ମହାବୀର ଡ୍ୟାନ୍ସ ଗ୍ରୁପ୍ ଏବଂ ମନୀଷା କଳା ନିକେତନର କଳାକାରମାନଙ୍କ ଦ୍ୱାରା ଅନେକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପ୍ରମୋଦ କୁମାର ଜେନା (ନାଲିଆ)ଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ "ସିନ୍ଦୂର ସାଜିଲା ସଉତୁଣୀ"। ଏହି ନାଟକରେ ବିଜୟ ନୃସିଂହ ଦାସ ସହ-ନିର୍ଦ୍ଦେଶନା ଦେଇଥିବା ବେଳେ ପୂପୁ ସ୍ୱାଇଁ ସଙ୍ଗୀତ ସଂଯୋଜନା କରିଥିଲେ। ନାଟକର ମନଛୁଆଁ ଅଭିନୟରେ ଦର୍ଶକମାନେ ଏତେ ବିମୋହିତ ହୋଇଥିଲେ ଯେ ସେମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଞ୍ଚ ନିକଟରେ ବସି ରହିଥିଲେ।
    4
    ପୁରୀର କୁମ୍ଭାରପଡ଼ା ସ୍ଥିତ ଜାଇଗଡ ଜାଗା ପରିସରରେ ନୀଳାଦ୍ରି କଲ୍ଚରାଲ ଏକାଡେମୀ ପକ୍ଷରୁ ଆୟୋଜିତ ୨୪ତମ ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମାପ୍ତ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ପୂର୍ବତନ ନଗରପାଳ ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ଏହି ଅବସରରେ ଜମ୍ବେଶ୍ୱର ମହାନ୍ତି, ଶିବ ଜେନା, ବସନ୍ତ ପ୍ରଧାନ, ରାଧେଶ୍ୟାମ ସାହୁ, ନମିତା ମଞ୍ଜରୀ ଶତପଥୀ, ଅମୀୟ କୁମାର ମହାପାତ୍ର, ଲକ୍ଷ୍ମୀପ୍ରିୟା ଦେ, ଜାଇଗଡ ଜାଗା ସଭାପତି ହରିହର ପାଢ଼ୀ, ଏକାଡେମୀର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ଏବଂ ସମ୍ପାଦକ ପ୍ରମୋଦ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିବା ସହ ଛୋଟ ପିଲାମାନଙ୍କୁ ନେଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ। ସଭା ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ନୀଳାଦ୍ରି ୟୁଥ୍ କଲ୍ଚରାଲ ଏକାଡେମୀ, ସରସ୍ୱତୀ କଲ୍ଚରାଲ ଏକାଡେମୀ, ମହାବୀର ଡ୍ୟାନ୍ସ ଗ୍ରୁପ୍ ଏବଂ ମନୀଷା କଳା ନିକେତନର କଳାକାରମାନଙ୍କ ଦ୍ୱାରା ଅନେକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପ୍ରମୋଦ କୁମାର ଜେନା (ନାଲିଆ)ଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ "ସିନ୍ଦୂର ସାଜିଲା ସଉତୁଣୀ"। ଏହି ନାଟକରେ ବିଜୟ ନୃସିଂହ ଦାସ ସହ-ନିର୍ଦ୍ଦେଶନା ଦେଇଥିବା ବେଳେ ପୂପୁ ସ୍ୱାଇଁ ସଙ୍ଗୀତ ସଂଯୋଜନା କରିଥିଲେ। ନାଟକର ମନଛୁଆଁ ଅଭିନୟରେ ଦର୍ଶକମାନେ ଏତେ ବିମୋହିତ ହୋଇଥିଲେ ଯେ ସେମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଞ୍ଚ ନିକଟରେ ବସି ରହିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    15 hrs ago
  • ଦୁଃଖରେ ଥିବା ଭକ୍ତ ହେଉ ଅବା ସୁଖରେ ଥିବା ଭକ୍ତ, ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି। ଦୁଃଖୀ ଭକ୍ତ ପ୍ରଭୁଙ୍କୁ 'ରଖ କଳା ଶ୍ରୀମୁଖ' ବୋଲି ପ୍ରାର୍ଥନା କରୁଥିବାବେଳେ, ସୁଖରେ ଥିବା ଭକ୍ତ ମଧ୍ୟ 'ରଖ ରଖ' ବୋଲି ଡାକିଥାଏ। ଏହିପରି ଭାବରେ, ସୁଖ ଏବଂ ଦୁଃଖ ଉଭୟ ଅବସ୍ଥାରେ ଜୟ ଜଗନ୍ନାଥଙ୍କ ନାମ ଉଚ୍ଚାରିତ ହୋଇଥାଏ।
    1
    ଦୁଃଖରେ ଥିବା ଭକ୍ତ ହେଉ ଅବା ସୁଖରେ ଥିବା ଭକ୍ତ, ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି। ଦୁଃଖୀ ଭକ୍ତ ପ୍ରଭୁଙ୍କୁ 'ରଖ କଳା ଶ୍ରୀମୁଖ' ବୋଲି ପ୍ରାର୍ଥନା କରୁଥିବାବେଳେ, ସୁଖରେ ଥିବା ଭକ୍ତ ମଧ୍ୟ 'ରଖ ରଖ' ବୋଲି ଡାକିଥାଏ। ଏହିପରି ଭାବରେ, ସୁଖ ଏବଂ ଦୁଃଖ ଉଭୟ ଅବସ୍ଥାରେ ଜୟ ଜଗନ୍ନାଥଙ୍କ ନାମ ଉଚ୍ଚାରିତ ହୋଇଥାଏ।
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    20 hrs ago
  • ଫ୍ରାନ୍ସଠାରେ ଆୟୋଜିତ G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ତାଙ୍କ ସହିତ ବିଶ୍ୱର ଅନ୍ୟ ସର୍ବୋଚ୍ଚ ନେତାମାନେ ମଧ୍ୟ ଏକତ୍ରିତ ହୋଇ ମିଳିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
    1
    ଫ୍ରାନ୍ସଠାରେ ଆୟୋଜିତ G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ତାଙ୍କ ସହିତ ବିଶ୍ୱର ଅନ୍ୟ ସର୍ବୋଚ୍ଚ ନେତାମାନେ ମଧ୍ୟ ଏକତ୍ରିତ ହୋଇ ମିଳିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।
    1
    ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା।

ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା।

ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.