୧୮ତମ ମା' ମାହେଶ୍ୱରୀ କ୍ରିକେଟ କପ୍ - ବଲାଙ୍ଗୀର କୁ ହରାଇ ଜେସିସି ସମ୍ବଲପୁର ଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଲପୁର ପୁରୁଣା ସ୍କୁଲ ଖେଳ ପଡ଼ିଆରେ ହେଉଥିବା ୧୮ ତମ ମା ' ମାହେଶ୍ୱରୀ କ୍ରିକେଟ କପ୍ ର ପ୍ରଥମ ସେମି ଫାଇନାଲରେ ଏଫଏଫସିସି ବଲାଙ୍ଗୀର କୁ ହରାଇ ଜେସିସି ସମ୍ବଲପୁର ଫାଇନାଲ ରେ ପ୍ରବେଶ କରିଛି। ସେମି ଫାଇନାଲ ମ୍ୟାଚ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ଜେସିସି ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୯ଉଇକେଟ ହରାଇ ୧୨୬ ରନ କରିଥିଲା। ଦଳର ଅମନ କୁମାର ବେହେରା ୨୩ ବଲ ରୁ ୪୯ ରନ ଓ ପ୍ରଶାନ୍ତ ଦାସ ୨୧ ରନ କରିଥିଲେ। ବିପକ୍ଷ ବଲାଙ୍ଗୀର ର କରନ ପାଣ୍ଡେ ୩ ଟି ଓ ସୁଦର୍ଶନ ବାଗ, ବଵଲୁ ସେଠୀ ଓ ଏସକେ ହାୟତ ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ଏଫଏଫସିସି ବଲାଙ୍ଗୀର ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୮ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିଲା। ଦଳର ଏସକେ ହାୟତ ୪୪ରନ ଓ ରାହୁଲ କୁମାର ଟପ୍ପୋ ୨୧ ରନ କରିଥିଲେ। ବିପକ୍ଷ ସମ୍ବଲପୁର ର ଦ୍ରୁତ ସାହୁ ୪ ଟି ଓ ରାହୁଲ ବିଶ୍ଵକର୍ମା ୨ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ରେ ୫ ଉଇକେଟ ହରାଇ ୬୯ ରନ କରିଥିଲା। ଦଳର ପ୍ରଶାନ୍ତ ଦାସ ୨୧ ଓ ରିଶି ମେହେର ୧୬ରନ କରିଥିବା ବେଳେ ବିପକ୍ଷ ବଲାଙ୍ଗୀର ର ଏସକେ ହାୟତ, କରନ ପାଣ୍ଡେ , ବଵଲୁ ସେଠୀ ଓ ଖଗେଶ୍ବର ବେହେରା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ବଲାଙ୍ଗୀର ଦଳ ନିର୍ଦ୍ଧାରିତ ୫ ଓଭର ରେ ଗୋଟିଏ ଉଇକେଟ ହରାଇ ୫୪ରନ କରିଥିଲା। ଦଳର ରାହୁଲ ଟପ୍ପୋ ୩୩ ଓ ଏସକେ ହାୟତ ୧୯ ରନ ରନ କରିଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ସମ୍ବଲପୁର ମ୍ୟାଚ୍ ରେ ବିଜେତା ହୋଇ ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ କଂଗ୍ରେସ ନେତା ଧରଣୀଧର ପାଢି ଓ ଆୟୋଜକ ସଭାପତି ରାମ ପ୍ରସାଦ କର୍ଣ୍ଣ ଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ର ଏସକେ ହାୟତ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ କୁ ପ୍ରଶାନ୍ତ ମିଶ୍ର ଓ ସୁରେଶ ବିଶି ପରିଚାଳନା କରିଥିବା ବେଳେ ଚନ୍ଦ୍ରଶେଖର ପଧାନ ସ୍କୋରିଙ୍ଗ, ପରକ୍ଷିତ କର୍ଣ୍ଣ ଅନ ଲାଇନ ସ୍କୋରିଙ୍ଗ ଏବଂ ବି ଏସ ରାଓ, ଦେବେନ୍ଦ୍ର ଭୋଇ ଓ ଅଚ୍ୟୁତାନନ୍ଦ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଗୁରୁବାର ଦିନ ପୁଲ ବି ର ପ୍ରଥମ ମ୍ୟାଚ ଡିସିଏ ବୌଦ ଓ ଏସଡିସିଏ ସୋନପୁର ମଧ୍ୟରେ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ।

- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ1
- ମୁକୁଳା ପଡ଼ିଛି ଟ୍ରାଫିକ, ପୋଲିସ ଉତ୍ସବରେ ମଶଗୁଲ ସୁବର୍ଣ୍ଣପୁର, ୯।୧ : ଜିଲ୍ଲା ସଦର ମହକୁମା ଜାତୀୟ ରାଜପଥ ଉପରେ ଥିବା ବ୍ଲକ୍ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନା ଜଳୁଛି ସେଠାରେ ଥିବା ସ୍ଵଂୟ କ୍ରିୟ ଟ୍ରାଫିକ ଲାଇଟ୍, ନା ଅଛନ୍ତି ଛକରେ ଟ୍ରାଫିକ କର୍ମଚାରୀ। ଲୋକେ ଯିଏ ଯା' ହିସାବରେ ଯାଇ ହିନସ୍ତା ହେଉଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋକ ମହୋତ୍ସବରେ ବ୍ୟସ୍ଥ। ସବୁ ପୁଲିସ ବ୍ୟବସ୍ଥା କୁଆଡେ ସେଠାରେ ନିୟୋଜିତ ଅଛନ୍ତି। ଯଦି ଗୋଟିଏ ମହୋତ୍ସବରେ ପୁଲିସ ବ୍ୟବସ୍ଥା ଏକ ଛକର ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳି ପାରୁନି ତା'ହେଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଥିବ ତାହା ବେଶ୍ ବୁଝା ପଡିଯାଉଛି। ସେମିତି ବି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲା ଗଞ୍ଜେଇ ଚୋରା ଚାଲାନକାରୀଙ୍କ ଭୂସ୍ବର୍ଗ ଏବଂ ଏକ ପ୍ରମୁଖ ମାର୍ଗ ବୋଲି ପୁଲିସ ମୁଖ୍ୟ ସ୍ବୀକାର ସ୍ବୀକାର କରିସାରିଛି।1
- ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l1
- ମନମୁଣ୍ଡା ବାସୁଦେବପାଲିରେ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ 30 ଯାତ୍ରୀ1
- ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।1
- कैमरे में कैद एक अनोखे वाकये ने सोशल मीडिया पर हलचल मचा दी है। एक व्यक्ति सैलून में पहुंचा, नाई से हेयरकट कराने के बजाय खुद ही औज़ार उठाए और अपने बाल काट लिए। आसपास मौजूद लोग हैरान रह गए। हेयरकट पूरा करने के बाद उसने सैलून स्टाफ को औज़ार इस्तेमाल करने का पैसा चुकाया और बिना किसी बहस के चला गया। यह वीडियो लोगों को खूब हंसा रहा है। #ViralVideo #FunnyMoment #SalonLife #HairStyle #BarberShop #Unexpected #InternetReacts1
- ye to gaya kam se1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।1