ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
- ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।1
- ମାଲକାନଗିରି, 4-4-26: (ରାମ କୃଷ୍ଣ ଚୌଧୁରୀ) ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେକାର ବର୍ଷର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଥୁନ ମହାଜନ ଓ ସଭାପତି ତ୍ରୀନାଥ ପାତ୍ର ଉପସ୍ଥିତ ରହି ନବପ୍ରବେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ବର୍ଷ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା 418 ଥିବାବେଳେ, ନୂତନ ଭର୍ତ୍ତି ସଂଖ୍ୟା 200 ରୁ ଅଧିକ ରହିଛି। ହଷ୍ଟେଲରେ ବର୍ତ୍ତମାନ 375 ଜଣ ଛାତ୍ରଛାତ୍ରୀ ରହୁଛନ୍ତି, କିନ୍ତୁ ଗତ 2 ବର୍ଷ ଧରି 100ଟି ସିଟ୍ ବନ୍ଦ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରୀମାନଙ୍କ ପାଇଁ 100 ସିଟ୍ ସକ୍ରିୟ ଅଛି। ବିଦ୍ୟାଳୟରେ ବର୍ତ୍ତମାନ 8ଟି ଶିକ୍ଷାଦାନ କକ୍ଷ ଥିବାବେଳେ, ଅଧିକ 4ଟି କକ୍ଷର ଆବଶ୍ୟକତା ରହିଛି। ସେହିପରି ଯୋଗ କକ୍ଷ, ଅଡିଟୋରିଅମ ଓ ଡାଇନିଙ୍ଗ ହଲ୍ ଭଳି ମୌଳିକ ସୁବିଧାର ଅଭାବ ମଧ୍ୟ ଦେଖାଯାଉଛି। ଏହା ଏକ ଆଦିବାସୀ ଅଞ୍ଚଳ ହେବାରୁ ଅଧିକ ସଂଖ୍ୟକ ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପର୍କିତ ବିଭାଗଙ୍କୁ ଅନୁରୋଧ କରାଯାଇଛି।4
- #ପାହାଡ଼_ତଳେ_ମିଳିଲା_44Kgଗଞ୍ଜେଇ_ଜଣେ_ଗିରଫ ଦଶମନ୍ତପୁରର କୁନ୍ଦୁପୁଟ ଅଂଚଳରେ 44Kg ଗଞ୍ଜେଇ ସହ ଜଣେ ଗିରଫ,ଗଞ୍ଜେଇର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ #Deshduniyakhabar24 #koraput1
- ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା1
- କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି1
- Post by HABIL DONGRI1
- ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର 4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।4