Shuru
Apke Nagar Ki App…
୪୪ କେଜି ଗଞ୍ଜେଇ ଜବତ ଜଣେ ଗିରଫ। ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ କନ୍ଦୁ ପୁଟ ଗାଁ ରେ। ଅବକାରୀ ଚଢାଉ କରି ବେଆଇନ ଗଂଜେଇ ବେପାରୀଙ୍କୁ ଗିରଫ କରି ଥିବା ଜଣାପଡିଛି। ଅଭିଯୁକ୍ତ ବେପାରୀ ସୀମା ହିକକା।
HABIL DONGRI
୪୪ କେଜି ଗଞ୍ଜେଇ ଜବତ ଜଣେ ଗିରଫ। ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ କନ୍ଦୁ ପୁଟ ଗାଁ ରେ। ଅବକାରୀ ଚଢାଉ କରି ବେଆଇନ ଗଂଜେଇ ବେପାରୀଙ୍କୁ ଗିରଫ କରି ଥିବା ଜଣାପଡିଛି। ଅଭିଯୁକ୍ତ ବେପାରୀ ସୀମା ହିକକା।
More news from ଓଡ଼ିଶା and nearby areas
- ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟିକିରି ପକ୍ଷରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ1
- ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏1
- #ପାହାଡ଼_ତଳେ_ମିଳିଲା_44Kgଗଞ୍ଜେଇ_ଜଣେ_ଗିରଫ ଦଶମନ୍ତପୁରର କୁନ୍ଦୁପୁଟ ଅଂଚଳରେ 44Kg ଗଞ୍ଜେଇ ସହ ଜଣେ ଗିରଫ,ଗଞ୍ଜେଇର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ #Deshduniyakhabar24 #koraput1
- ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- Post by Narattam Kumar padhy4
- Post by Tikeswar Bhaisal1
- ବକ୍ସି ଶିରୁପୂର୍ ଠାରେ ମା ମାଝୀ ଗୋରୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ର ବାକ୍ସି ସିରିପୁର ଠାରେ ମା ମାଝୀ ଗୋରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାବିତ୍ର ବାସନ୍ତୀଙ୍କ ନବ ରାତ୍ରି ପୂଜା ୧୨ ଦିନ ଧରି ଚାଲି ଆସିଛି ଆଜି ସେଶ ଦିନ ରେ ମା ଙ୍କ ଅଗ୍ନି ପରୀକ୍ଷା ଦେଇଥାନ୍ତି। ଏହି ଯାତ୍ରା ଟି ଆଜିକୁ ୨୧ ବର୍ଷ ହେବ ଚାଲି ଆସିଛି। ସେବକ ମାନେ ଓ ଭକ୍ତ ମାନେ ମନ ଦୁଃଖ ଏତି କି ଯେ ମା ଙ୍କ ପାଇ ସ୍ଵତନ୍ତ୍ର ଆସନ ବା ମନ୍ଦୀର ଖଣ୍ଡେ ହୋଇଥିଲେ ଭକ୍ତ ମାନେ ସବୁଦିନ ପୁଜା ଅର୍ଚ୍ଚନା କରିପାରି ଥାନ୍ତେ। ବିଗତ ଦିନ ମାନଙ୍କରେ ବିଧାୟକ ମାନେ କଥା ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରୀ ହୋଇପରିଲା ନହି । ଏହି କାର୍ଯ୍ୟ କର୍ମ ଟି କୁ ନିଜସ୍ଵ ଇଚ୍ଛା ଶକ୍ତି ଓ ଭକ୍ତ ମାନଙ୍କ ସହୋଜଗ ରେ ଛାଲି ଆସୁଛି।ଅରକ୍ଷିତ ରଣା, ପ୍ରସାନ୍ତ ରଣା, ବ୍ରଜ ରଣା, ୠଷି ରଣା, ଅଜିତ ରଣା, ଉମାକାନ୍ତ ନାୟକ, କନ୍ତରୀ ଡମ୍ବରୁଧର ପୁଜା ରି,ସୁରେଶ ମାଲିଦୋର, ନିର୍ମଳ ଗୋଡ଼, ମୁଖ୍ୟ ସେବକp କମଳା, ପିତାମ୍ବର ସାରାକା, କୀର୍ତ୍ତି ଚନ୍ଦ୍ର ଗୌଡ଼, ଯଦୁମଣି ବୋଇଟରୁ, ନିରଞ୍ଜନ ଗୌଡ଼ ବିଜେପି ରାଜ୍ୟ obc ମୂର୍ଚ୍ଛା ରାମ ବେହେରା, ବାଦଲ କୁମାର ରଣା, ରମେଶ ଗୌଡ଼, ମେଘ ନାଦ ଖିଲାଡ଼ି ଉପସ୍ଥିତ ରହି ଥିଲେ ଓ ଗ୍ରାମ ବାସୀ ବୃନ୍ଦ୍ ଓ ୧୦୦୦ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4
- ଜୟପାଟଣା ବ୍ଲକ ସରକାରି ବାବୁ ଙ୍କ ମନମାନି କାର୍ଯ୍ୟ । ଜନତାଙ୍କୁ ଅଣଦେଖା କାହିଁକି? Anc- ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା ଜବାବ୍ ମାଗୁଛି ଜନତା। ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ପୋଖରୀ ଟିଏ ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା PWD ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି। ଖବର ପ୍ରକାଶ ପରେ ପ୍ରଶାସନ କେତେ ଯେ ତତ୍ପରତା ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।1