Shuru
Apke Nagar Ki App…
ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ଦମ୍ପତି.ସ୍ୱାମୀଙ୍କ ପ୍ରତିକ୍ରିୟା
Pradeep Jena 9090008815
ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ଦମ୍ପତି.ସ୍ୱାମୀଙ୍କ ପ୍ରତିକ୍ରିୟା
More news from ଓଡ଼ିଶା and nearby areas
- ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ଦମ୍ପତି.ସ୍ୱାମୀଙ୍କ ପ୍ରତିକ୍ରିୟା1
- ବିଧାୟକଙ୍କ ନାଁରେ ଏତଲା। #ଭୋଗରାଇ_ବିଧାୟକଙ୍କ_ନାମରେ_ଥାନାରେ_ଏତଲା। ଭୋଗରାଇ ବିଧାୟକ ଓ ଭୋଗରାଇ BDO ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାରେ ପୋଲିସର ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ।1
- ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା : ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା : "ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ : ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ: ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା : ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା : "ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ : ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ: ଭୋଗରାଇ:୮/୮: ବିଜେଡି-ବିଜେପିରେ ଚାଲିଛି ରାଜନୀତି ରୁଟି ସେକା ସେକି। ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଧାୟକ ଗୌତମବୁଦ୍ଧ ଦାସଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ନେତାଙ୍କ ନାମରେ ଶୁକ୍ରବାର ଭୋଗରାଇ ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି ବାଜିତପୁର ପଞ୍ଚାୟତର ବିଜେପି ସମର୍ଥିତ ମହିଳା ସରପଞ୍ଚ ତୁଳସୀ ଜେନା। ଏହି ଖବର ପ୍ରଚାର ପରେ ଭୋଗରାଇରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।ସୂଚନା ମୁତାବକ,ଗତ ଜୁଲାଇ ୬ତାରିଖ ଗୁରୁବାର ଭୋଗରାଇ ବ୍ଳକ ସମ୍ମିଳନୀ କକ୍ଷରେ ବିଧାୟକ ଗୌତମ ବୁଦ୍ଧ ଦାସ, ଭୋଗରାଇ ବିଡିଓ ପ୍ରଶାନ୍ତ କୁମାର ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ, ସଦସ୍ୟା ଓ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାଙ୍କୁ ନେଇ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଆୟୋଜନ କରିଥିଲେ।ହଠାତ୍ ବିଜେପି ସମର୍ଥିତ ସରପଞ୍ଚ,ସମିତି ସଦସ୍ୟ ସଦସ୍ୟା ଓ ସମର୍ଥକ ମାନେ ସମ୍ମିଳନୀ ଗୃହରେ ଜୟ ଶ୍ରୀରାମ ନାରାଦେଇ ଧସେଇ ପଶି ଏହି ବୈଠକରେ ସେମାନଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ଏନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପାଟିତୁଣ୍ଡ ଓ ହୋହାଲ୍ଲା ହେବାରୁ ଗୃହ ଅଶାନ୍ତ ହୋଇପଡିଥିଲା।ଉକ୍ତ ଘଟଣାରେ ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବାରୁ ଗୃହ ଶାନ୍ତ ପଡିଥିଲା। ଏନେଇ ଶୁକ୍ରବାର ବିଜେପି ପକ୍ଷରୁ ଥାନାଛକ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଭୋଗରାଇ ବିଧାୟକ ବ୍ଲକକୁ ବିଜେଡ଼ି ପାର୍ଟି ଅଫିସରେ ପରିଣତ କରି ନିଜ ସ୍ଵାର୍ଥ ହାସଲ ନିମନ୍ତେ ଉଦ୍ୟମ କରୁଥିବାର ବିଜେପି ନେତା ଆଶିଷ କୁମାର ପାତ୍ର,ବିରେନ୍ଦ୍ର ପାତ୍ର,ରାଧାକାନ୍ତ ପ୍ରଧାନ,ତରଣୀ କାନ୍ତ ସେନାପତି, ବାସୁଦେବ ମହାନ୍ତି ପ୍ରମୁଖ ଅଭିଯୋଗ କରିଥିଲେ।ପରେ ବାଜିତପୁର ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସହିତ ଉପସ୍ଥିତ ବିଜେପି ନେତା ମାନେ ୧୦ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀମାନେ ବାଜିତପୁର ପଞ୍ଚାୟତର ଜଣେ ହରିଜନ ମହିଳା ସରପଞ୍ଚଙ୍କୁ ଅଶ୍ଳୀଳ ଓ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରିଥିଲେ। ଏହାସହ ବିଜେପି ସମର୍ଥିତ ସରପଞ୍ଚ ବାସୁଦେବ ମହାନ୍ତି, ବରେନ୍ଦ୍ର ପାତ୍ର, ସମିତି ସଦସ୍ୟ ତରଣୀକାନ୍ତ ସେନାପତି, ରାଧାକାନ୍ତ ପ୍ରଧାନ ପ୍ରମୁଖ ନେତାଙ୍କୁ ଆକ୍ରମଣ କରିଥିବାର ସଙ୍ଗିନ ଅଭିଯୋଗ କରି ଭୋଗରାଇ ଥାନାରେ ବିଧାୟକଙ୍କ ସମେତ ବିଜେଡି ନେତା ତପନ କୁମାର ପଣ୍ଡା, ଗୋବିନ୍ଦ ଦାସ, ରାଧାଶ୍ୟାମ ପ୍ରଧାନ, ଗିରିଶ ଚନ୍ଦ୍ର ଦତ୍ତ, ପ୍ରଦୀପ କୁମାର ବେହେରା,ବିଜୟ କୁମାର ଗିରି, ବିରୁପାକ୍ଷ ଜେନା, ସରୋଜ ଭଞ୍ଜ, ସିଣ୍ଟୁ ମହାନ୍ତି ପ୍ରମୁଖ ଭୋଗରାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି।ଏ ବାବଦରେ ଭୋଗରାଇ ବିଧାୟକ ଶ୍ରୀଦାସ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଜେପିର ପତନ ବେଳ ହେଲାଣି, ସମୟ ଧୀରେ ଧୀରେ ସରି ଆସୁଛି, ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଏଭଳି ଗୁଣ୍ଡାରାଜକୁ ଉଚିତ ଜବାବ ଦେବେ। ଯେଉଁ ଘଟଣା ବ୍ଳକ ସମ୍ମିଳନୀ କକ୍ଷରେ ଘଟିଛି ତାହା କ୍ୟାମେରାରେ ରେକର୍ଡ ହୋଇଛି। ବୈଠକରେ ଉପସ୍ଥିତ ମହିଳାଙ୍କୁ ବିଜେପି ଦଳର ନେତା ଓ କର୍ମୀମାନେ ଦୁର୍ବ୍ଯବହାର କରିଛନ୍ତି। ଏହା ପୁଲିସର ଉପସ୍ଥିତିରେ ହୋଇଛି।ପୁଲିସର ତଦନ୍ତ ପରେ ଗୁମର ଫିଟିବ ବୋଲି ବିଧାୟକ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ନିବେଦିତା ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ତପନ କୁମାର ପଣ୍ଡା,ବ୍ଲକ ବିଜେଡି ସଭାପତି ଗଣପତି ଗିରି, ସମ୍ପାଦକ ପ୍ରଦୀପ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଭୋଗରାଇର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆ ନଯାଇ ବିଜେଡି-ବିଜେପିର ଏଭଳି କୁତ୍ସିତ ମାନସିକତାରେ ଆକ୍ରୋଶ ମୂଳକ ରାଜନୀତିକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି ।1
- କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଜଣଙ୍କ ର ଜୀବନ।1
- ଭତ୍ତା ନପାଇ ଭିକ ମାଗି ପରିବାର ପୋଷୁଛନ୍ତି ମାଁ। ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଜଳେଶ୍ୱର ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ଅବ୍ୟବସ୍ଥା ଅଭିଯୋଗ। ଅନ୍ଧ ଝିଅଙ୍କ ୩ ମାସର ଭତ୍ତା, ଆବାସ ଘର ଓ ଅନ୍ତ୍ୟୋଦୟ ଯୋଜନାରେ ସାମିଲ ପାଇଁ ୩୫ କିଲୋମିଟର ଦୂରରୁ ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଛନ୍ତି ମାଁ ମଞ୍ଜୁ ପାତ୍ର। ଜଳେଶ୍ୱର ବ୍ଲକ ମାକଡ଼ିଆ ପଞ୍ଚାୟତ କୁଆଁରପୁର ଗାଁର ନିରଞ୍ଜନ ପାତ୍ରଙ୍କ ଦୁଇ ଝିଅ ଦୃଷ୍ଟିହୀନ ଥିବା ବେଳେ, ଝିଅ ମିତାଲ ପାତ୍ରଙ୍କୁ ୩ ମାସ ଧରି ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ଭତ୍ତା ନମିଳିବାରୁ ଭିକ ମାଗି ପରିବାର ଚଳାଉଥିବା କହିଛନ୍ତି ମାଁ ମଞ୍ଜୁ ପାତ୍ର। ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ଭେଟି ସେ ନିଜ ପରିବାରର ଦୁଃଖ ଜଣାଇଥିଲେ। ତେବେ ବିଡିଓ ଓ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସରକାରୀ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ନିରାଶ ହୋଇ ଘରକୁ ଫେରିଥିବା ଅଭିଯୋଗ କରିଛନ୍ତି ସେ। ସେହିପରି ପଶ୍ଚିମବାର୍ଡ ପଞ୍ଚାୟତ ଦେବକୁମାର ଗାଁର ୯୦ ବର୍ଷୀୟ ଦେବେନ୍ଦ୍ର ବାରିକ ମଧ୍ୟ ୩ ମାସ ଧରି ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକରେ ସ୍ଥାୟୀ ସାମାଜିକ ସୁରକ୍ଷା ଅଧିକାରୀ ନିଯୁକ୍ତି ସହ ଭତ୍ତାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। #ଜଳେଶ୍ୱର #ଭତ୍ତା_ସମସ୍ୟା #ସାମାଜିକ_ସୁରକ୍ଷା #ଅନ୍ଧ_ଝିଅ #ଅସହାୟ_ମାଁ #ଆବାସ_ଯୋଜନା #ଅନ୍ତ୍ୟୋଦୟ_ଯୋଜନା #ଜଳେଶ୍ୱର_ବ୍ଲକ #ବାଲେଶ୍ୱର #BaleswarKhabar #OdishaNews #Odisha #Jaleswar #BaleswarNews1
- ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ1