Shuru
Apke Nagar Ki App…
ଖୁଣ୍ଟା ଥାନାରୁ ବଦଳି ହେଲେ IIC ପଞ୍ଚାନନ ମହାନ୍ତି ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନାରେ କାର୍ଯ୍ୟରତ ଥିବା IIC ପଞ୍ଚାନନ ମହାନ୍ତିଙ୍କର ବଦଳି ହୋଇଛି। ସେ ସୋମବାର ଦିନ ନୂତନ କାର୍ଯ୍ୟସ୍ଥଳ ବାଙ୍ଗିରିପୋଷି ଥାନାରେ ଯୋଗଦାନ କରିଛନ୍ତି। ଖୁଣ୍ଟା ଥାନାରେ କାର୍ଯ୍ୟକାଳ ସମୟରେ ସେ ଆଇନ ଶୃଙ୍ଖଳା ରକ୍ଷା ସହିତ ବିଭିନ୍ନ ସାମାଜିକ ମୁଦ୍ଦାରେ କଡା ପଦକ୍ଷେପ ନେଇଥିବାରୁ ଲୋକମାନଙ୍କ ମଧ୍ୟରେ ପରିଚିତ ଥିଲେ। ବର୍ତ୍ତମାନ ସେ ବାଙ୍ଗିରିପୋଷି ଥାନାରେ ନୂତନ IIC ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ କରିବାକୁ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି। ଏହି ବଦଳି ପରେ ବାଙ୍ଗିରିପୋଷି ଅଞ୍ଚଳରେ ତାଙ୍କ କାର୍ଯ୍ୟପ୍ରଣାଳୀ କେମିତି ରହିବ ତାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଛି।
Rajib Behera
ଖୁଣ୍ଟା ଥାନାରୁ ବଦଳି ହେଲେ IIC ପଞ୍ଚାନନ ମହାନ୍ତି ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନାରେ କାର୍ଯ୍ୟରତ ଥିବା IIC ପଞ୍ଚାନନ ମହାନ୍ତିଙ୍କର ବଦଳି ହୋଇଛି। ସେ ସୋମବାର ଦିନ ନୂତନ କାର୍ଯ୍ୟସ୍ଥଳ ବାଙ୍ଗିରିପୋଷି ଥାନାରେ ଯୋଗଦାନ କରିଛନ୍ତି। ଖୁଣ୍ଟା ଥାନାରେ କାର୍ଯ୍ୟକାଳ ସମୟରେ ସେ ଆଇନ ଶୃଙ୍ଖଳା ରକ୍ଷା ସହିତ ବିଭିନ୍ନ ସାମାଜିକ ମୁଦ୍ଦାରେ କଡା ପଦକ୍ଷେପ ନେଇଥିବାରୁ ଲୋକମାନଙ୍କ ମଧ୍ୟରେ ପରିଚିତ ଥିଲେ। ବର୍ତ୍ତମାନ ସେ ବାଙ୍ଗିରିପୋଷି ଥାନାରେ ନୂତନ IIC ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ କରିବାକୁ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି। ଏହି ବଦଳି ପରେ ବାଙ୍ଗିରିପୋଷି ଅଞ୍ଚଳରେ ତାଙ୍କ କାର୍ଯ୍ୟପ୍ରଣାଳୀ କେମିତି ରହିବ ତାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଛି।
More news from ଓଡ଼ିଶା and nearby areas
- ଉଦଳା ଅଞ୍ଚଳରେ ପୁଣି ଛୁଆ ଚୋରୀ ଗୁଜବ,ଅମଣିଷ ପରି ଯୁବକଙ୍କୁ ପିଟି ପିଟି କଲେ ଗୁରୁତର, ଏଭଳି କିଛି ଅଭାବନୀୟ ଘଟଣା ଟି ଘଟିଛି ଉଦଳା ଜାଲଦା ଗ୍ରାମରେ, ଖବର ପାଇ , ଉଦଳା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଛି, ତେବେ ଯୁବକ ଜଣକ କପ୍ତିପଦା ଡାହିସାହି ଅଞ୍ଚଳ ର ପରିଚୟ ଦେବା ପରେ ମଧ୍ୟ ମାଡ ମାରି ଅଧlମରା କରିଛନ୍ତି , ପୋଲିସର ତଦନ୍ତ ଜାରି ରହିଛି, କେବେ ପୋଲିସ ଆକ୍ରମଣ କାରୀଙ୍କ ପାଖରେ ପହଞ୍ଚିବ ଦେଖିବାକୁ ବାକି ଅଛି..ଆଉ ନିର୍ଦୋଷ ଥିବା ଯୁବକଙ୍କୁ କେବେ ନ୍ୟାୟ ମିଳିବ2
- ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews1
- Post by MN.NEWS ODIA1
- *ପ୍ରେସ ବିଜ୍ଞପ୍ତି* ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବାରିପଦା, ୧୦/୦୩/୨୦୨୬: ଗର୍ଭାଶୟ କ୍ୟାନ୍ସର ସମ୍ପର୍କରେ ସଚେତନତାର ବାର୍ତ୍ତା ସାଇକଲିଂ ଯାତ୍ରା କରି ପ୍ରଚାର କରୁଛନ୍ତି ସମୀରା ଖାନ୍ । ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ସାଇକଲିଂ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ଅତିକ୍ରମ କରି ଆଜି ବାରିପଦାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ସମ୍ମୁଖରେ ଏ ସମ୍ପର୍କିତ ବୈଠକରେ ଯୋଗଦାନ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୀରା ଖାନ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏଭଳି ପ୍ରଚାର ଯାତ୍ରା ଜିଲ୍ଲାରେ ତଥା ବିଶେଷ ଭାବରେ ଗ୍ରାମାଞ୍ଚଳରେ ଗର୍ଭାଶୟ କ୍ୟାନ୍ସର ବିଷୟରେ ସଚେତନତା ବଢ଼ାଇବାରେ ସହାୟକ ହେବ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ପାଇଁ ପ୍ରେରିତ କରିବ ବୋଲି ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତି । ସେହିପରି ଏଡିପିଏଚଓ (ଭିବିଡି) ଡ଼ ବିଜୟ କୁମାର ଦାସ ସଠିକ୍ ସମୟରେ ସ୍କ୍ରିନିଂ ଓ ସଚେତନତା ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସରକୁ ପ୍ରତିରୋଧ କରିବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନ ୧୪ ବର୍ଷରୁ କମ୍ ସମସ୍ତ ବାଳିକାମାନଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚାଇଥିଲେ । ସମୀରା ଖାନଙ୍କ ଏହି ସାଇକଲିଂ ଯାତ୍ରା ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ଗର୍ଭାଶୟ କ୍ୟାନ୍ସର ବିରୋଧରେ ସଚେତନତା ବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଏଡିପିଏଚଓ (ଏଫ୍ଡବ୍ଲ୍ୟୁ) ଡ଼ ସୁନାନ୍ଦା ମିଶ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା , ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ଶୁଭାଶିଷ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ1
- Post by Ranjit baskey1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -08.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- କରଞ୍ଜିଆ,୧୦/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଷ୍ଟାଡିୟମ ନିକଟରେ ଥିବା ଏକ ପ୍ରମିଳା ହୋଟେଲରେ କାର୍ଯ୍ୟରତ ରୋଷେୟା ବୀରେନ୍ଦ୍ର କୁମାର ନାୟକଙ୍କ ଗତକାଲି ବିଳମ୍ବିତ ରାତି ହୋଟେଲ ନିକଟରେ ଏକ ଟ୍ରକ ଚାପାରେ ମୃତ୍ୟୁ ଘଟିଛି |ସେ ଗତ କାଲି ରାତି ପରିସ୍ରା କରିବା ପାଇଁ ଊଠି ରାସ୍ତା କଡ଼କୁ ଆସିଥିଲେ, ଏହି ସମୟରେ ଏକ ଅଜଣା ଟ୍ରକ (12ଚକିଆ ) ଗାଡ଼ି ପଛକୁ କରୁଥିବା ସମୟରେ ବୀରେନ୍ଦ୍ର ନାୟକ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ବୀରେନ୍ଦ୍ରର ମୃତ୍ୟୁ ହୋଇଥିଲା । ୩୮ ବର୍ଷିଆ ବୀରେନ୍ଦ୍ରର ସ୍ତ୍ରୀ ଓ ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କ ଘର ଘର କରଞ୍ଜିଆ ସହର ନିକଟ ଶରଧା ଗ୍ରାମରେ ହୋଇଥିଲେ ମଧ୍ୟ ସେ ନେଡୁଆପାଳ ଗ୍ରାମରେ ରହୁଥିଲେ | ସେ କରଞ୍ଜିଆ ଅଂଚଳରେ ଦୀର୍ଘ ୨୨ ବର୍ଷ ଧରି ବିଭିନ୍ନ ହୋଟେଲରେ ମୁଖ୍ୟ ରୋଷେୟା ଭାବେ କାଯ୍ୟ କରୁଥିଲା | ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି । କରଞ୍ଜିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥାନାରେ ୮୩/୨୬ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାବେ ଏଏସଆଇ ସନ୍ତୋଷ ନାଏକଙ୍କୁ ଦାୟିତ୍ଵ ଦିଆଯାଇଥିବା କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସେନାପତି ସୂଚନା ଦେଇଛନ୍ତି।1
- #ସ୍ତ୍ରୀକୁ_ଗୁଳି_ମାରିଦେଲା_ସ୍ବାମୀ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ବାମୀ। ଫୁଲବାଣୀ ଗୋଚ୍ଛାପଡ଼ା ଥାନା କଟାପଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏପରିକି ଗାଁର ଆଉ ଜଣଙ୍କୁ ମଧ୍ୟ ରାସ୍ତାରେ ଯିବା ବେଳେ ହତ୍ୟା ଉଦ୍ୟମ କରିଛନ୍ତି।1