logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା, ତା, ୦୨/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ଏହି ମେଳାରେ ବିଦ୍ୟାଳୟର ୪୦୦ ଶିଶୁ ବିଭିନ୍ନ ବିଭାଗ ଯଥା ଶିଶୁ ,ବାଲ୍ ,ଓ କିଶୋର ବିଭାଗରୁ ବିଭିନ୍ନ ପ୍ରତିଯୋଗିତାରେ ଯେପରିକି ସଂସ୍କୃତି ଜ୍ଞାନ ବିଜ୍ଞାନ ଓ ବୈଦିକ ଗଣିତ ପ୍ରଶ୍ନମଞ୍ଚ , ଗଣିତ ଓ ବିଜ୍ଞାନ ପ୍ରକଳ୍ପ , ଗଣିତ ଓ ବିଜ୍ଞାନ ପ୍ରଶ୍ନ ବାଚକ, ମୂର୍ତ୍ତି କଳା ଆଦିରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଉଦଯାପନୀ ସମାରୋହ ରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଉପ ଜିଲ୍ଲାପାଳ ଅବିନାଶ ପଣ୍ଡା ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବା ସହ ବିଜ୍ଞାନର ମହତ୍ତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଗୁରୁଜୀ ଗରୁମା ଓ ସେବକ ସେବିକାଙ୍କ ଉଦ୍ୟମ ଫଳରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୮ ତାରିଖରେ ହେବାକୁ ଥିବା ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ପୁଣି ଅଂଶଗ୍ରହଣ କରିବା ନେଇ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

4 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
4 hrs ago
f015e735-7b23-4590-bd49-24afa339850f

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା, ତା, ୦୨/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ଏହି ମେଳାରେ ବିଦ୍ୟାଳୟର ୪୦୦ ଶିଶୁ ବିଭିନ୍ନ ବିଭାଗ ଯଥା ଶିଶୁ ,ବାଲ୍ ,ଓ କିଶୋର ବିଭାଗରୁ ବିଭିନ୍ନ ପ୍ରତିଯୋଗିତାରେ ଯେପରିକି ସଂସ୍କୃତି ଜ୍ଞାନ ବିଜ୍ଞାନ ଓ ବୈଦିକ ଗଣିତ ପ୍ରଶ୍ନମଞ୍ଚ , ଗଣିତ ଓ ବିଜ୍ଞାନ ପ୍ରକଳ୍ପ , ଗଣିତ ଓ ବିଜ୍ଞାନ ପ୍ରଶ୍ନ ବାଚକ, ମୂର୍ତ୍ତି କଳା ଆଦିରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଉଦଯାପନୀ ସମାରୋହ ରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଉପ ଜିଲ୍ଲାପାଳ ଅବିନାଶ ପଣ୍ଡା ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବା ସହ ବିଜ୍ଞାନର ମହତ୍ତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଗୁରୁଜୀ ଗରୁମା ଓ ସେବକ ସେବିକାଙ୍କ ଉଦ୍ୟମ ଫଳରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୮ ତାରିଖରେ ହେବାକୁ ଥିବା ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ପୁଣି ଅଂଶଗ୍ରହଣ କରିବା ନେଇ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଛକ ରେ ବିଦ୍ୟୁତ ବିଭାଗ କମଖିଆଲି ମନୋଭାବ ଯୋଗୁଁ ଖୁଣ୍ଟ ଦୁକାନ ଉପରେ ଝୁଲି ରହିଛି। ଚା ଓ ପାନ ଦୁକାନ ଉପରେ ବିଦ୍ୟୁତ ଖୁଣ୍ଟ ଝୁଲି ରହି ଥିବା ବେଳେ କେତେବେଳେ ପଡି ଯିବ ତାହା ଜଣା ନାହିଁ ଯଦି ଦୁକାନ ଉପରେ ପଢିବ ତାହେଲେ ନିଶ୍ଚିତ ଭାବେ ଜୀବନ ପ୍ରତି ବିପଦ
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଛକ ରେ ବିଦ୍ୟୁତ ବିଭାଗ କମଖିଆଲି ମନୋଭାବ ଯୋଗୁଁ ଖୁଣ୍ଟ ଦୁକାନ ଉପରେ ଝୁଲି ରହିଛି। ଚା ଓ ପାନ ଦୁକାନ ଉପରେ ବିଦ୍ୟୁତ ଖୁଣ୍ଟ ଝୁଲି ରହି ଥିବା ବେଳେ କେତେବେଳେ ପଡି ଯିବ ତାହା ଜଣା ନାହିଁ ଯଦି ଦୁକାନ ଉପରେ ପଢିବ ତାହେଲେ ନିଶ୍ଚିତ ଭାବେ ଜୀବନ ପ୍ରତି ବିପଦ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦୀର୍ଘ 37 ବର୍ଷ ଶିକ୍ଷକତା କଲାପରେ ଅବସର ନେଇଛନ୍ତି ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଅରିଗାଁ ବିଦ୍ୟାଳୟରୁ ଅବସର ନେବା ର 37 ବର୍ଷ ଏହି ମଣିଷ ତିଆରି କାରଖାନା ରେ କାମ କରି ନିଜର ନିଷ୍ଠାପର ସେବା, କର୍ତ୍ତବ୍ୟ ପରାୟଣତା , ସତ୍ୟନିଷ୍ଠ ଓ ଶିଷ୍ଠାଚାର ପାଇଁ ଅନ୍ୟ ମାନଙ୍କ ଆଗରେ ପ୍ରେରଣା ସାଜିଛନ୍ତି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅରିଗାଁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାର ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଚାକିରୀରୁ ଅବସର ନେଇଥିବା ଶିକ୍ଷକଙ୍କୁ କୀର୍ତ୍ତନ କରି ନିଜର ସିନ୍ଦୁରପୁର ବାସ ଭବନ ପର୍ଯ୍ୟନ୍ତ ସମ୍ମାନିତ କରି ଅଣାଯାଇଅଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 
ଦୀର୍ଘ 37 ବର୍ଷ ଶିକ୍ଷକତା କଲାପରେ ଅବସର ନେଇଛନ୍ତି ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ।  ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଅରିଗାଁ ବିଦ୍ୟାଳୟରୁ ଅବସର ନେବା ର 37 ବର୍ଷ ଏହି ମଣିଷ ତିଆରି କାରଖାନା ରେ କାମ କରି ନିଜର ନିଷ୍ଠାପର ସେବା, କର୍ତ୍ତବ୍ୟ ପରାୟଣତା , ସତ୍ୟନିଷ୍ଠ ଓ ଶିଷ୍ଠାଚାର  ପାଇଁ ଅନ୍ୟ ମାନଙ୍କ ଆଗରେ ପ୍ରେରଣା ସାଜିଛନ୍ତି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅରିଗାଁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଥିଲା l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାର ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଚାକିରୀରୁ ଅବସର ନେଇଥିବା ଶିକ୍ଷକଙ୍କୁ କୀର୍ତ୍ତନ କରି ନିଜର ସିନ୍ଦୁରପୁର ବାସ ଭବନ ପର୍ଯ୍ୟନ୍ତ ସମ୍ମାନିତ କରି ଅଣାଯାଇଅଛି।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    7 hrs ago
  • 🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    1
    ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ।
ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    user_Subrat Kumar sahu
    Subrat Kumar sahu
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 day ago
  • ଲଗାଣ ବର୍ଷାରେ ବେହାଲ।ଚାଷ ଜମିରେ ଜମି ରହିଛି ପାଣି। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ କଲେ ମହିଳା ଚାଷୀ।
    1
    ଲଗାଣ ବର୍ଷାରେ ବେହାଲ।ଚାଷ ଜମିରେ ଜମି ରହିଛି ପାଣି। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ କଲେ ମହିଳା ଚାଷୀ।
    user_Parthaba Bhue
    Parthaba Bhue
    Court reporter Khaprakhol, Balangir•
    4 hrs ago
  • *ଖବର ଆଜିର, ୨ ଅଗଷ୍ଟ ରବିବାର* ================= ବଡମ୍ବା: ଗର୍ତ୍ତ ଗୃହକୁ ଫେରିଲେ ମା ଭଟ୍ଟାରିକା। ୧୬୩ ଧାରା ବଳବତ୍ତର। କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍‌ସେଟ୍‌ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଲା। ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍‌ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା। ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ। କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ। ଓଡ଼ିଶାରେ ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଭଦ୍ରକରେ ସାଳନ୍ଦୀ ନଦୀର ସ୍ତର ୧୧ ଫୁଟ ତଳକୁ ଓ ବୈତରଣୀର ସ୍ତର ୧୭ ମିଟର ତଳକୁ ଖସି ଆସିଛି। ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ। ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ କେଉଁ ବିଭାଗରେ ଥିଲା, ତାକୁ ନେଇ ଦ୍ୱନ୍ଦ। ବ୍ରହ୍ମପୁର ମେଡ଼ିକାଲ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ, ତୁରନ୍ତ ଦାଖଲ କରାଯିବ ରିପୋର୍ଟ। ବଲାଙ୍ଗିରରର ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ। ମୟୁରଭଞ୍ଜ ଜିଲ୍ଲା କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆରେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇଛନ୍ତି l ସୁନ୍ଦରଗଡ ହେମଗିରିରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ, ଗୋଦାମ ସିଲ ହେଲା। ୩୦୦୦ ବସ୍ତା ସାରର ହିସାବ ନାହିଁ। ରାୟଗଡା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍। ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର। କୋରାପୁଟ ଜୟପୁରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା। ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ। ଗଜପତି ଜିଲ୍ଲା କାଶୀନଗରରେ ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମନୋଜ ପାଢ଼ୀ ମୃତ, ଅନ୍ୟ ଜଣେ ଗୁରୁତର। ଭଦ୍ରକ ବାସୁଦେବପୁରରେ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା। ରାଜଧାନୀ ଲକ୍ଷ୍ମୀ ସାଗରରେ ବିଲ୍‌ଡରଙ୍କ ଘରୁ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଲୁଟ୍‌। ବନ୍ଦେ ଭାରତ ଟ୍ରେନରେ ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। 🇳🇪 ପେଟ୍ରୋଲିୟମ ମନ୍ତ୍ରାଳୟର ବକ୍ତବ୍ୟ, ଇ ୨୦ ମିଶାଇଲେ ପେଟ୍ରୋଲର ଦାମ ୩୦ ଟଙ୍କା କମୁଛି। ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର। କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ। ରାଜନେତାଙ୍କୁ ହନିଟ୍ରାପ୍‌ କରିବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଝାଡ଼ଖଣ୍ଡ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ। ବିଶ୍ୱ ରେକର୍ଡ କଲା ଆନ୍ଧ୍ରର ଆଦିବାସୀ ଧିମ୍ସା ନୃତ୍ୟ। ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ। ଏସଆଇଆର୍: ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ତାଲିକାରୁ ୧ କୋଟି ୧୨ ଲକ୍ଷ ନାମ କଟିଲା। ରୁଷ ସେନାରେ ଏବେ ବି ପ୍ରାୟ ୨୪ ଜଣ ଭାରତୀୟ ନାଗରିକ ଫସିକରି କାର୍ଯ୍ୟରତ ଅଛନ୍ତି। ପୁଣି ଥରିଲା ଜାପାନ: ୫.୮ ତୀବ୍ରତାଯୁକ୍ତ ଭୂମିକମ୍ପ, ସୁନାମି ଆଶଙ୍କା ନାହିଁ। 🚴🏾‍♂️⚽🏏 ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର କ୍ଷୀରୋଦ କୁମାର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ ପାଇଛି। ଭାର ଉତ୍ତୋଳନରେ ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ। ଗତବର୍ଷ ଏଇ ସମୟରେ ଏଇ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ଘୋଷଣା ହୋଇଥିଲା। ସମସ୍ତ ଜିଲ୍ଲାରେ ଆଇନ ଅଫିସର ନିଯୁକ୍ତ ହେବବୋଲି ନିଷ୍ପତ୍ତି ହୋଇଥିଲା। ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡିଶା ପ୍ରଥମ ହୋଇଥିଲା। ================ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆରମ୍ଭ ଆଜି ଜନ୍ମଦିନ: ଗଙ୍ଗାପ୍ରସାଦ ବିର୍ଲା, ବିଦ୍ୟାଚରଣ ଶୁକ୍ଳା, ତରୁଣକାନ୍ତି ମିଶ୍ର (କେନ୍ଦୁଝର), ଏପି ଭେଙ୍କଟଶ୍ବରନ (କୁଟନୀତିଜ୍ଞ, ବ୍ରହ୍ମପୁର) ଆଜି ତିରୋଧାନ: ଗ୍ରାହାମ ବେଲ, ଅରୁଣ ଦେ ଇତିହାସରେ ଆଜି: (୧୯୩୨) ପଜିଟ୍ରୋନ ଆବିଷ୍କାର ହେଲା/ (୧୮୫୮) ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତକୁ ବ୍ରିଟିଶ ସରକାର ନେଲେ/ (୧୮୭୦) ଲଣ୍ଡନରେ ବିଶ୍ୱର ପ୍ରଥମ ଭୂମିତଳ ରେଳସେବା ଆରମ୍ଭ/ (୧୯୩୨) ଭାରତରୁ ବର୍ମା ଅଲଗା ହେଲା/ (୧୯୯୦) କୁଏତ ଉପରେ ଇରାକ ଆକ୍ରମଣ ================= ବନ୍ଦେ ଉତ୍କଳ ଜନନୀ ================
    1
    *ଖବର ଆଜିର, ୨ ଅଗଷ୍ଟ ରବିବାର*
=================

ବଡମ୍ବା: ଗର୍ତ୍ତ ଗୃହକୁ ଫେରିଲେ ମା ଭଟ୍ଟାରିକା। ୧୬୩ ଧାରା ବଳବତ୍ତର। 

କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍‌ସେଟ୍‌ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଲା।

ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍‌ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା।

ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ। କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ।

ଓଡ଼ିଶାରେ ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। 

ଭଦ୍ରକରେ ସାଳନ୍ଦୀ ନଦୀର ସ୍ତର ୧୧ ଫୁଟ ତଳକୁ ଓ ବୈତରଣୀର ସ୍ତର ୧୭ ମିଟର ତଳକୁ ଖସି ଆସିଛି।

ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। 

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ।

ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ କେଉଁ ବିଭାଗରେ ଥିଲା, ତାକୁ ନେଇ ଦ୍ୱନ୍ଦ।

ବ୍ରହ୍ମପୁର ମେଡ଼ିକାଲ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ, ତୁରନ୍ତ ଦାଖଲ କରାଯିବ ରିପୋର୍ଟ।

ବଲାଙ୍ଗିରରର ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ।

ମୟୁରଭଞ୍ଜ ଜିଲ୍ଲା କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରାଇକିଆରେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇଛନ୍ତି l

ସୁନ୍ଦରଗଡ ହେମଗିରିରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ।

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ, ଗୋଦାମ ସିଲ ହେଲା। ୩୦୦୦ ବସ୍ତା ସାରର ହିସାବ ନାହିଁ।

ରାୟଗଡା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍। ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର।

କୋରାପୁଟ ଜୟପୁରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା। ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ।

ଗଜପତି ଜିଲ୍ଲା କାଶୀନଗରରେ ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମନୋଜ ପାଢ଼ୀ ମୃତ, ଅନ୍ୟ ଜଣେ ଗୁରୁତର।

ଭଦ୍ରକ ବାସୁଦେବପୁରରେ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା।

ରାଜଧାନୀ ଲକ୍ଷ୍ମୀ ସାଗରରେ ବିଲ୍‌ଡରଙ୍କ ଘରୁ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଲୁଟ୍‌।

ବନ୍ଦେ ଭାରତ ଟ୍ରେନରେ ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। 

🇳🇪
ପେଟ୍ରୋଲିୟମ ମନ୍ତ୍ରାଳୟର ବକ୍ତବ୍ୟ, ଇ ୨୦ ମିଶାଇଲେ ପେଟ୍ରୋଲର ଦାମ ୩୦ ଟଙ୍କା କମୁଛି।

ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର।

କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ।

ରାଜନେତାଙ୍କୁ ହନିଟ୍ରାପ୍‌ କରିବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଝାଡ଼ଖଣ୍ଡ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ।

ବିଶ୍ୱ ରେକର୍ଡ କଲା ଆନ୍ଧ୍ରର ଆଦିବାସୀ ଧିମ୍ସା ନୃତ୍ୟ। ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ।

ଏସଆଇଆର୍: ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ତାଲିକାରୁ ୧ କୋଟି ୧୨ ଲକ୍ଷ ନାମ କଟିଲା।

ରୁଷ ସେନାରେ ଏବେ ବି ପ୍ରାୟ ୨୪ ଜଣ ଭାରତୀୟ ନାଗରିକ ଫସିକରି କାର୍ଯ୍ୟରତ ଅଛନ୍ତି।

ପୁଣି ଥରିଲା ଜାପାନ: ୫.୮ ତୀବ୍ରତାଯୁକ୍ତ ଭୂମିକମ୍ପ, ସୁନାମି ଆଶଙ୍କା ନାହିଁ।

🚴🏾‍♂️⚽🏏
ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର କ୍ଷୀରୋଦ କୁମାର।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ ପାଇଛି।

ଭାର ଉତ୍ତୋଳନରେ ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ।

ଗତବର୍ଷ ଏଇ ସମୟରେ

ଏଇ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ଘୋଷଣା ହୋଇଥିଲା।

ସମସ୍ତ ଜିଲ୍ଲାରେ ଆଇନ ଅଫିସର ନିଯୁକ୍ତ ହେବବୋଲି ନିଷ୍ପତ୍ତି ହୋଇଥିଲା।

ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡିଶା ପ୍ରଥମ ହୋଇଥିଲା।
================
ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆରମ୍ଭ

ଆଜି ଜନ୍ମଦିନ: ଗଙ୍ଗାପ୍ରସାଦ ବିର୍ଲା, ବିଦ୍ୟାଚରଣ ଶୁକ୍ଳା, ତରୁଣକାନ୍ତି ମିଶ୍ର (କେନ୍ଦୁଝର), ଏପି ଭେଙ୍କଟଶ୍ବରନ (କୁଟନୀତିଜ୍ଞ, ବ୍ରହ୍ମପୁର)

ଆଜି ତିରୋଧାନ: ଗ୍ରାହାମ ବେଲ, ଅରୁଣ ଦେ

ଇତିହାସରେ ଆଜି: (୧୯୩୨) ପଜିଟ୍ରୋନ ଆବିଷ୍କାର ହେଲା/ (୧୮୫୮) ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତକୁ ବ୍ରିଟିଶ ସରକାର ନେଲେ/ (୧୮୭୦) ଲଣ୍ଡନରେ ବିଶ୍ୱର ପ୍ରଥମ ଭୂମିତଳ ରେଳସେବା ଆରମ୍ଭ/ (୧୯୩୨) ଭାରତରୁ ବର୍ମା ଅଲଗା ହେଲା/ (୧୯୯୦) କୁଏତ ଉପରେ ଇରାକ ଆକ୍ରମଣ
=================
ବନ୍ଦେ ଉତ୍କଳ ଜନନୀ
================
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା। ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି। ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ। ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।
    1
    ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା
ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା।
ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। 
ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି।
ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ।
ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି।
ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    19 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ
    1
    ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l
    1
    ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି 
ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.