ରାହାମା ବଜାର ର ସମସ୍ୟା ନେଇ RMC କର୍ତ୍ତୃପକ୍ଷ ଙ୍କୁ ଭେଟିଲା ସରୋଜ ଭାଇ ଜନସେବା ସଂଗଠନ *ରାହାମା ବଜାରର ସମସ୍ୟା ନେଇ RMC କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କଲା 'ସରୋଜ ଭାଇ ଜନସେବା ସଂଗଠନ'* ରାହାମା (୧୧/୦୫/୨୦୨୬): ରାହାମା ବଜାରର ବିଭିନ୍ନ ମୌଳିକ ସମସ୍ୟା, ସ୍ଥାୟୀ ସ୍ୱଚ୍ଛତା ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି 'ସରୋଜ ଭାଇ ଜନସେବା ସଂଗଠନ' ପକ୍ଷରୁ RMC କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତକାଲି ସଂଗଠନ ପକ୍ଷରୁ ବଜାର ପରିସରରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ସଂଗଠନର ସଦସ୍ୟମାନେ RMC କାର୍ଯ୍ୟାଳୟରେ ପହଞ୍ଚି ବଜାରର ଉନ୍ନତି ପାଇଁ ଦାବିପତ୍ର ହସ୍ତାନ୍ତର କରିଛନ୍ତି। ସ୍ୱର୍ଗତ ସରୋଜ ଭାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗଠିତ ଏହି ସଂଗଠନ, ରାହାମା ଅଞ୍ଚଳର ସାମଗ୍ରିକ ବିକାଶ ଓ ଜନସେବା ପାଇଁ ସର୍ବଦା କାର୍ଯ୍ୟ କରିବ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ପ୍ରିୟବ୍ରତ ସାହୁ, ଭଗବାନ କୁଆଁର, ବିଜୟ ମଲ୍ଲିକ, ସ୍ୱପ୍ନ ରଞ୍ଜନ ଦାସ ଏବଂ ସୌମ୍ୟ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିବା ସହ ବଜାରର ପାନୀୟ ଜଳ, ଆଲୋକୀକରଣ ଏବଂ ନିୟମିତ ବର୍ଜ୍ୟବସ୍ତୁ ନିଷ୍କାସନ ଉପରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ଦିଗରେ ଉଚିତ୍ ପଦକ୍ଷେପ ନିଆନଯାଏ, ତେବେ ସଂଗଠନ ପକ୍ଷରୁ ଏହି ପ୍ରୟାସକୁ ଆହୁରି ଜୋରଦାର କରାଯିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ମଧ୍ୟ ଉପସ୍ଥିତ ରହି ସଂଗଠନର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।

- ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।1
- ଆଜି ବାଲିପାଟଣା ଥାନାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅଭିନବ ଆୟୋଜନ ପାଇଁ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।1
- ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ, ବିଶେଷ କରି ଯାଜପୁର ଓ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ, ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ଚୁଲିକୁ ଗଲାଣି। ଲୋକଙ୍କ ଆଗରେ ସେ ଏହି ଭୟଙ୍କର ସ୍ଥିତିର କାହାଣୀ ରଖିଛନ୍ତି।1
- ଢେଙ୍କାନାଳର ନିହାଲପ୍ରସାଦ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଉଥିବା କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। କାମ ଚାଲିଥିବା ବେଳେ ବୋର୍ଡରେ ମଞ୍ଜୁରୀ ବର୍ଷ ୨୦୨୬ ଲେଖାଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜିଲ୍ଲାପାଳଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1
- ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)4
- ସୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପାରଗ କହିବା ସହ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ଘଟଣା ଘଟୁଛି, ଯାହା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଉଛି।1
- ପୁରୀ ଟାଉନ ହଲ୍ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ। ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)4
- ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।1