ଗୁଡାରି ପାଇଁ ଗୌରବ ଆଣିଲେ ସୁନା ଝିଅ ଆୟୁଷା: ଓଡ଼ିଶା ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ମନୋନୀତ l ଗୁଡାରି ପାଇଁ ଗୌରବ ଆଣିଲେ ସୁନା ଝିଅ ଆୟୁଷା: ଓଡ଼ିଶା ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ମନୋନୀତ l ଗୁଡାରି -ଗୁଡାରି ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଗୁଡାରିର ଝିଅ ଆୟୁଷା ମିଶ୍ର ମନୋନୀତ ହୋଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନର ଚୟନ କମିଟି ଦ୍ୱାରା ଘୋଷିତ ୧୫ ଜଣିଆ ଦଳରେ ସେ ସ୍ଥାନ ପାଇ ନିଜର ପ୍ରତିଭା ପ୍ରତିପାଦିତ କରିଛନ୍ତି। ମିନତ ମିଶ୍ର (ମିନୁ) ଙ୍କ ସୁପୁତ୍ରୀ ଆୟୁଷା ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଗୁଡାରି ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ସ୍ଥାନୀୟ କ୍ରୀଡ଼ା ପ୍ରେମୀ ଓ ବୁଦ୍ଧିଜୀବୀ ମାନେ ଆୟୁଷାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆୟୁଷା ଆଗାମୀ ଦିନରେ ନିଜର ଦକ୍ଷତା ବଳରେ ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇ ଗୁଡାରି ତଥା ଓଡ଼ିଶାର ନାମକୁ ବିଶ୍ୱ ଦରବାରରେ ପହଞ୍ଚାନ୍ତୁ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ମା’ ମାଣିକେଶ୍ୱରୀଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି କି ଆୟୁଷା ସଫଳତାର ଶୀର୍ଷ ସୋପାନରେ ପହଞ୍ଚନ୍ତୁ।
ଗୁଡାରି ପାଇଁ ଗୌରବ ଆଣିଲେ ସୁନା ଝିଅ ଆୟୁଷା: ଓଡ଼ିଶା ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ମନୋନୀତ l ଗୁଡାରି ପାଇଁ ଗୌରବ ଆଣିଲେ ସୁନା ଝିଅ ଆୟୁଷା: ଓଡ଼ିଶା ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ମନୋନୀତ l ଗୁଡାରି -ଗୁଡାରି ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଗୁଡାରିର ଝିଅ ଆୟୁଷା ମିଶ୍ର ମନୋନୀତ ହୋଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନର ଚୟନ କମିଟି ଦ୍ୱାରା ଘୋଷିତ ୧୫ ଜଣିଆ ଦଳରେ ସେ ସ୍ଥାନ ପାଇ ନିଜର ପ୍ରତିଭା ପ୍ରତିପାଦିତ କରିଛନ୍ତି। ମିନତ ମିଶ୍ର (ମିନୁ) ଙ୍କ ସୁପୁତ୍ରୀ ଆୟୁଷା ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଗୁଡାରି ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ସ୍ଥାନୀୟ କ୍ରୀଡ଼ା ପ୍ରେମୀ ଓ ବୁଦ୍ଧିଜୀବୀ ମାନେ ଆୟୁଷାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆୟୁଷା ଆଗାମୀ ଦିନରେ ନିଜର ଦକ୍ଷତା ବଳରେ ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇ ଗୁଡାରି ତଥା ଓଡ଼ିଶାର ନାମକୁ ବିଶ୍ୱ ଦରବାରରେ ପହଞ୍ଚାନ୍ତୁ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ମା’ ମାଣିକେଶ୍ୱରୀଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି କି ଆୟୁଷା ସଫଳତାର ଶୀର୍ଷ ସୋପାନରେ ପହଞ୍ଚନ୍ତୁ।
- ତା.19/04/2026 ରିଖ ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।. ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍ ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ, ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ବ୍ଳକ ଥୁଆମୂଳ ରାମପୁର ର ଦେଖନ୍ତୁ 🙏🙏🙏1
- କୁକୁଡ଼ାଖଣ୍ତି ବ୍ଳକର ଶିହଳା ଗ୍ରାମ ପଞ୍ଚାୟତରେ ଜନଅଭିଯୋଗ ଶୁଣାଣି ଶିବିର1
- ସାନଖେମୁଣ୍ଡି ବିଡିଓ ଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ସରପଞ୍ଚ । ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।1
- Post by TV5ODIA 95566059931
- ତା.19/04/2026 ରିଖ ରାଜ୍ୟ ସରକାରଙ୍କ ଯୁବ କ୍ରୀଡା ବିଭାଗ ପକ୍ଷରୁ ଚାଲିଥିବା ସିଏମ ଟ୍ରଫି ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମକୁ ପାଥେୟ କରି ଏହି ପ୍ରତିଯୋଗିତା ଶନିବାର ଠାରୁ ଆରମ୍ଭ ହୋଇଥିଲା । ଏହି ଖେଳ ମଧ୍ଯରେ ଫୁଟବଲ, ଖୋ ଖୋ, ଭଲିବଲ ଓ କବାଡି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରିପ୍ରକାଶ ସହ କ୍ରୀଡାବିତ ମାନଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢିତୋଳିବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ । ରବିବାର ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ପିଲାମାନଙ୍କ ଖେଳ ପ୍ରଦର୍ଶନକୁ ପ୍ରଶଂସା କରିବା ସହ କ୍ରୀଡାବିତ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଜୋନସ୍ତରରୁ ରାଜ୍ୟସ୍ତରରେ ନାମ ରଖି ଭଲ କ୍ରୀଡାବିତ ଭାବେ ପରିଚିତ ହୋଇପାରିବେ । ପାଠ ପଢିବା ସହ ଖେଳ କସରତ ଦ୍ବାରା ଶାରୀରିକ ସୁନ୍ଦର ଗଠନ ଓ ବୁଦ୍ଧିମାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ ବଟକୃଷ୍ଣ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡାବିତ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ଅତିଥି ମାନେ କହିଥିଲେ । ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତା ରେ ଓଡ଼ିଶା ଉଲ୍ଲେଖଯୋଗ୍ଯ ପ୍ରଦର୍ଶନ କରିବ ବୋଲି କହିଥିଲେ। ଖୋ ଖୋ ରେ ବାଳକ ବିଭାଗରେ ଡେଲାଙ୍ଗ ବ୍ଲକ କେ.ପି.ପି ଚାମ୍ପିଅନ,ଦ୍ବିତୀୟ ଡେଲାଙ୍ଗ ବ୍ଲକ ଅମାଳଙ୍ଗ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ କୃଷ୍ଣପ୍ରସାଦ ବ୍ଲକ। ବାଳିକା ବିଭାଗରେ ଡେଲାଙ୍ଗ କେ.ପି.ପି ଚାମ୍ପିଅନ,ଦ୍ୱିତୀୟ ଅମାଳଙ୍ଗ ଓ ତୃତୀୟରେ ପୁରୀସଦର। କବାଡିରେ ବାଳକ ବିଭାଗରେ ଡେଲାଙ୍ଗ ବ୍ଲକ ମହତାବ ସ୍ପୋର୍ଟ୍ସ ଏକାଡମୀ ଚାମ୍ପିଅନ, ଦ୍ବିତୀୟ ପୁରୀ ନିତା ସ୍ପୋର୍ଟ୍ସ ଏକାଡେମୀ ଓ ବାଳିକା ବିଭାଗରେ ଡେଲାଙ୍ଗ ମହତାବ ସ୍ପୋର୍ଟ୍ସ ଏକାଡେମୀ, ପୁରୀ ନିତା ସ୍ପୋର୍ଟ୍ସ ଏକାଡେମୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଭଲିବଲ ବାଳକ ବିଭାଗରେ ଚାମ୍ପିଅନ କଣାସ ଓ ଗୋପ ରନର୍ସ ଅଫ ଙ୍କୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା ।ଭଲିବଲ ପର୍ଯ୍ଯବେକ୍ଷକ ସୁବୋଧ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କ ଖେଳ ପ୍ରତିଯୋଗିତାକୁ ନିରୀକ୍ଷଣ କରିଥିଲେ । ଭଲିବଲ କୋଚ ଶ୍ରୀକାନ୍ତ ନାୟକ, ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ କବାଡି କୋଚ ସଦାଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରୁଥିବା ବେଳେ ସୂର୍ଯ୍ୟ ନାରାୟଣ ଜେନା ସମସ୍ତ ଖେଳ ପ୍ରତିଯୋଗିତାକୁ ତଦାରଖ କରିଥିଲେ । ୪ଟି ବିଭାଗର ଖେଳ କୋଚ, ଅଫିସର, ମ୍ଯାନେଜର, ରେଫରୀ ମାନେ ଉପସ୍ଥିତ ରହି ପ୍ରତିଯୋଗିତାରେ ସହଯୋଗ କରିଥିଲେ। କ୍ରୀଡାବିତ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ, ଫାଷ୍ଟଏଡ ସେଣ୍ଟର, ଖାଦ୍ଯ ପାନୀୟଜଳ ଓ ଅନ୍ଯାନ୍ଯ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ କରାଯାଇଥିଲା । ୨୫ ଏପ୍ରିଲରେ ଫୁଟବଲ ଖେଳାଳୀମାନଙ୍କ ବିଜେତା ଘୋଷଣା ସହ ଉଦଯାପନ କାର୍ଯ୍ୟକ୍ରମ ରହିବ ବୋଲି କ୍ରୀଡା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ଗଞ୍ଜାମ ଜିଲ୍ଲା ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟା ପୋଲସରା ୧୯/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ରେ ପ୍ରଥମ ଥର ପାଇଁ ଏକ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି। ସମ୍ପର୍କରେ ଲାଗିଲା ରକ୍ତର ଛିଟା, ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା ଘଟଣା ଘଟାଇଥିବା ବେଳେ ଏହି ଘଟଣାକୁ ନେଇ ପୁରା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (19)। ରାଜଦୀପ କୁ ପ୍ରଥମେ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ସୂଚନା ମୁତାବକ ଗତ ୧୬ ତାରିଖ ଦିନ ପ୍ରାୟ ୨ ଟାରେ ରାଜଦୀପ କୁ ନିଜ ଗ୍ରାମ ମାଳତେନ୍ତୁଳିଆ ନିକଟ ବର୍ତ୍ତୀ ଅଞ୍ଚଳରୁ ଅପହରଣ କରି ପ୍ରଥମେ ବ୍ରହ୍ମପୁର ଏବଂ ପରେ ଅନ୍ୟତ୍ର ନେଇଥିଲେ । ରାଜଦୀପ ଙ୍କ ମୃତଦେହକୁ ସୋରଡ଼ା ଥାନା ଦାରିଙ୍ଗିବାଡି ନିକଟ ଜଙ୍ଗଲରୁ ଠାବ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଅଭିଯୁକ୍ତ ସୁବ୍ରତ ସାହୁ ସମେତ କିଛି ସହଯୋଗୀ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲସରା ଥାନା ପୋଲିସ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହାକୁ ନେଇ ମୃତକଙ୍କ ବଡ଼ ବାପା ପ୍ରଶାନ୍ତ ସାହୁ ଓ ବାପା ପ୍ରକାଶ ଚନ୍ଦ୍ର ସାହୁ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଘର ସାମ୍ନାରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଅଜିତ୍ ପାତ୍ରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ ସମାଜସେବୀ ତଥା ମଡେଲର ଏସ୍ ଅଜିତ୍ ପାତ୍ର ଙ୍କ ପ୍ରତି ବର୍ଷ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ଅତିଥି ମାନଙ୍କୁ ଶ୍ରୀ ପାତ୍ର ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାରେ ରକ୍ତ ଅଭାବ ଥିବା ଯୋଗୁଁ ଏହା ମହାନ୍ କାର୍ଯ୍ୟରୁ ଆଖି ଆଗରେ ରଖି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ସମାଜସେବୀ ଶ୍ରୀ ପାତ୍ର କହିଛନ୍ତି l ସମାଜ ର ମଙ୍ଗଳ ପାଇଁ ହାତ ବଢ଼େଇ ଥିବା ଶ୍ରୀ ପାତ୍ର ଙ୍କୁ ଅଞ୍ଚଳ ବାସି ଖୁବ୍ ପ୍ରଶଂସା କରିଥିବା ସାଧାରଣ ଲୋକଙ୍କ ମଧ୍ୟ ଖୁବ୍ ଚର୍ଚ୍ଚା କରାଯାଇଥିବା ଦେଖିବାକୁ ମିଳିଛି।1