ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କ ଠାବ: ଘଟଣା ର ଫର୍ଦାଫାଶ କଲା ସାଇବର ପୋଲିସ : ୩ ଅଭିଯୁକ୍ତ ଗିରଫ, ୭୮ ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଏସପି ଅନଲାଇନ୍ ବେଟିଂ ଆପ୍ ଜରିଆରେ ଅଧିକ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଜମା କରାଯାଉଥିବା ଅଭିଯୋଗରେ ଏକ ଠକେଇ ନେଟୱର୍କର ପର୍ଦ୍ଦାଫାସ କରିଛି ଗଞ୍ଜାମ ସାଇବର ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ୭୮ଟି ଏଟିଏମ୍/ଡେବିଟ୍ କାର୍ଡ, ୮୬ଟି ସିମ୍ କାର୍ଡ, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ ଦଲିଲ ସମେତ ବିପୁଳ ସାମଗ୍ରୀ ଜବତ ହୋଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍ମିଟ୍ରେ ଏସ୍ପି ହରିଶ ବିଶି ଏହି ସୂଚନା ଦେଇଥିଲେ। ପୋଲିସ ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସାଇବର ଥାନା ପୋଲିସ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୁରଜଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ। ଚଢ଼ାଉ ବେଳେ ପୋଲିସ ୨ଟି ଲାପଟପ୍, ଗୋଟିଏ ଲେନୋଭୋ କ୍ରୋମବୁକ୍, ୭୮ଟି ଏଟିଏମ୍/ଡେବିଟ୍ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍ବୁକ୍, ୧୪ଟି ସ୍ମାର୍ଟଫୋନ୍, ୮୬ଟି ସିମ୍ କାର୍ଡ ଏବଂ ଗୋଟିଏ ବାଜାଜ୍ ପଲସର୍ ୨୨୦ ବାଇକ୍ ସମେତ ବିଭିନ୍ନ ଦଲିଲ ଜବତ କରିଛି। ଅଭିଯୁକ୍ତମାନଙ୍କ ମୋବାଇଲ୍ ଫୋନ୍ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୋଲିସ କହିଛି। ଏଥିସହ ରେଡ୍ଡୀ ପ୍ଲେ ୧୧, ହସ୍ ୭୭୭, ୧୦୦ ପେନେଲ, ଫେରପ୍ଲେ ଆଦି ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜର୍ ଆଇଡି, ପାସ୍ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ ୧୯ ସେପ୍ଟେମ୍ବର ୨୦୨୬ରେ ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗକ୍ରମେ କେସ୍ ନମ୍ବର ୨୦/୨୦୨୬ ରୁଜୁ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ଡିଜିଟାଲ୍ ଉପକରଣଗୁଡ଼ିକର ଫୋରେନସିକ୍ ଯାଞ୍ଚ କରାଯାଉଛି। ଏହି ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବା ସହ ଭଡ଼ା ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରେସ୍ମିଟ୍ରେ ସୂଚନା ଦିଆଯାଇଛି। ପ୍ରେସ୍ମିଟ୍ରେ ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

- ଛତ୍ରପୁର ରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା- ୨୦୨୬ : ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଛତ୍ରପୁର ବିଧାୟକ ଛତ୍ରପୁରସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ାବିତ୍ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଜାତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍ ସୀତା କୁମାରୀ ଜେନା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଭାଗୀରଥି ସ୍ୱାଇଁ ଏବଂ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୧୩ଟି କ୍ଲଷ୍ଟର ଏବଂ ୪ଟି ଜୋନ୍ର ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିଥିଲେ। ଦୌଡ଼, ଖୋ-ଖୋ, କବାଡ଼ି, ଉଚ୍ଚଡିଆଁ, ଲମ୍ବଡିଆଁ ଓ ଯୋଗ ସମେତ ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ।1
- କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l1
- ଚିଲିକା ମସ୍ୟଜୀବୀ ମାନଙ୍କ ଟଙ୍କା ହରିଲୁଟ ଘଟଣାରେ ଜିଲାପାଳଙ୍କୁ ଅଭିଯୋଗ କଲେ ମସ୍ୟଜୀବୀ1
- ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ୨୦୨୬ ଅଧୀନରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।1
- କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପୋଲିସ ପ୍ରାୟ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଦୁଇଟି ପିକ୍ ଅପ୍ ଭ୍ୟାନ୍ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ଶେଖର ଖଟୁଆ, ମାନସ ନାଇକ ଓ ମନୋରଞ୍ଜନ ନାଇକ। Bhanjanagar Excise Police in Ganjam district have seized around 12 quintals of ganja allegedly worth ₹1.20 crore and arrested three persons in connection with the case. Two pickup vans were also seized during the operation. The arrested persons have been identified as Shekhar Khatua, Manas Naik and Manoranjan Naik, reportedly from the Odagaon police station area of Nayagarh district. Further investigation into the alleged transportation of the contraband is underway.1
- ପିପୁଲ୍ସ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ! ବୁଗୁଡ଼ା,୨୧/୦୯:ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର +୩ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ହରିକୃଷ ନାୟକ ଅତିଥି ଓ ବକ୍ତା ଭାବେ ଯୋଗଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଜୟରାମ ବିଷୋୟୀ ଅତିଥି ସମ୍ବର୍ଦ୍ଧନା ସହ ପ୍ରାରମ୍ଭିକ ସୂଚନା ଦେଇ ବିଜ୍ଞାନ ଅଧ୍ୟୟନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଅନିତା ଦେବୀଙ୍କ ସଂଯୋଜନାରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧ୍ୟାପକ ଟୁନା ସେଠୀ ଓ କୁମାରୀ ଦାଶ ପରିଚାଳନାରେ ସହଯୋଗ କରିଥିଲେ। ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥି ବୃନ୍ଦ କଲେଜର ନିୟମ, ନୂତନ ଶିକ୍ଷାନୀତି, ଶୃଙ୍ଖଳା, ଉପସ୍ଥାନ ପ୍ରଭୃତି ବିଷୟରେ ପ୍ରକାଶ କରିଥିଲେ।1
- ଅକର୍ମ କର୍ମ ଦାୟକ ପ୍ରଭୁ ଶ୍ରୀ ନୀଳ କଣ୍ଠେଶ୍ଵର ମନ୍ଦିରରେ ଏକ ଲକ୍ଷ୍ୟ ବେଲପତ୍ର ଅର୍ଚନ ଗଞ୍ଜାମ ଜିଲ୍ଲା କୁକୁଡ଼ା ଖଣ୍ଡି ବ୍ଳକ ଅନ୍ତର୍ଗତ ବାଘ ଝରି ଗ୍ରାମରେ ଅବସ୍ଥିତ ପ୍ରଭୁ ନୀଳକଣ୍ଠ ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ଉଛବ.. ଲକ୍ଷାଧିକ ବେଲ ପତ୍ର ଅର୍ଚନ ଚଣ୍ଡୀ ହବନ.. ଗିତା ହୋମ ରୁଦ୍ରାଭିଷେକ ପୂଜା କାର୍ଯ୍ୟକ୍ରମ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ପ୍ରେରଣାରେ ବିଶ୍ୱର ମଙ୍ଗଳ କାମନା ନିମିତ୍ତ ବହୁ ଭକ୍ତ ମାନଙ୍କୁ ନେଇ ଧୁମ ଧାମ ରେ ଦ୍ୱିତୀୟ ଦିବସର ପୂଜା ଅର୍ଚନ ଅନୁଷ୍ଠିତ ହୋଇଯାଇଛି ଗଞ୍ଜାମ ରୁ.. ବିପିନ କୁମାର ଦାଶ O M T V4
- ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ1